ପର୍ଦ୍ଦାଫାସ- ନବୀନ ପଟ୍ଟନାୟକ ମିଛୁଆ!

ପର୍ଦ୍ଦାଫାସ- ନବୀନ ପଟ୍ଟନାୟକ ମିଛୁଆ!

Share :

ସ୍ବତନ୍ତ୍ର ପ୍ରତିନିଧି ଆଗାମୀ ସାଧାରଣ ନିର୍ବାଚନରେ ଜିତିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ମିଛ ତଥ୍ୟ ଦେଇ ପ୍ରଚାର କରୁଛନ୍ତି ବୋଲି ଓଡ଼ିଶା ସୂଚନା ଅଧିକାର ଅଭିଯାନ ତରଫରୁ ଅଭିଯୋଗ କରାଯାଇଛି ଏବଂ ଉପଯୁକ୍ତ ତଥ୍ୟ ଆଧାରରେ ସଠିକ୍ ବକ୍ତବ୍ୟ ରଖିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦିଆଯାଇଛି। ଏକ ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ କହିଲେ ‘ରାଜ୍ୟ ସରକାର ୧ ଟଙ୍କାରେ ଚାଉଳ ଦେଉଛନ୍ତି ଏବଂ ମାତ୍ର ୩୦ ଲକ୍ଷ ଗରିବଙ୍କୁ ଟଙ୍କିକିଆ ଚାଉଳ ଦେବାକୁ କେନ୍ଦ୍ର ମନା କଲା। ଆମ୍ଭେ ନିଜସ୍ୱ ଯୋଜନାରେ ଗରିବମାନଙ୍କୁ ଚାଉଳ ଦେଉଛୁ’। ବାସ୍ତବରେ ମୁଖ୍ୟମନ୍ତ୍ରୀଙ୍କ ଏହି ବକ୍ତବ୍ୟ ଭ୍ରମାତ୍ମକ, ରାଜନୈତିକ ହଟଚମଟ ସୃଷ୍ଟି କରିବା ପାଇଁ ଉଦ୍ଦିଷ୍ଟ ବୋଲି ଓଡ଼ିଶା ସୂଚନା ଅଧିକାର ଅଭିଯାନ ପକ୍ଷରୁ ଏକ ଏକ ପ୍ରେସ ବିବୃତିରେ ଅଭିଯୋଗ କରାଯାଇଛି। ଏହି ବିବୃତିରେ କୁହାଯାଇଛି ଯେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ ୨୦୧୩ ଆଧାରରେ ରାଜ୍ୟରେ ଲୋକମାନଙ୍କୁ ଚାଉଳ ଦିଆଯାଉଛି। ଚାଉଳ କେଜି ପିଛା ୨୯ ଟଙ୍କା ସବ୍‌ସିଡ଼ି ଦେଇ କେନ୍ଦ୍ର ସରକାର ୩ ଟଙ୍କାରେ ଚାଉଳ ଦେଉଛନ୍ତି। ରାଜ୍ୟ ସରକାର ମାତ୍ର ୨ ଟଙ୍କା ସବ୍‌ସିଡ଼ି ଦେଇ ହିତାଧିକାରୀଙ୍କୁ ୧ ଟଙ୍କାରେ ଚାଉଳ ଦେଉଛନ୍ତି। ଆଇନ୍‌ ଅନୁଯାୟୀ କେନ୍ଦ୍ର ସରକାର ରାଜ୍ୟର ୩ କୋଟି ୨୬ ଲକ୍ଷ ଲୋକଙ୍କୁ ଏହି ଚାଉଳ ଦେବାକୁ ସ୍ଥ୍ିର କରିଛନ୍ତି। କିନ୍ତୁ ଅଦ୍ୟାବଧି ରାଜ୍ୟ ସରକାର ୩ କୋଟି ୨୨ ଲକ୍ଷ ହିତାଧିକାରୀଙ୍କୁ ଚିହ୍ନଟ କରିଛନ୍ତି। ଆହୁରି ୪ ଲକ୍ଷ ଲୋକଙ୍କୁ ଚାଉଳ ଦେବା ପାଇଁ ବାକି ରହିଛି। ସମ୍ପୂର୍ଣ୍ଣ ୩ କୋଟି ୨୬ ଲକ୍ଷ ଲୋକଙ୍କୁ ଚାଉଳ ନ ଦେଇ ରାଜ୍ୟ ସରକାର ଆହୁରି ୩୦ ଲକ୍ଷ ଲୋକଙ୍କ ପାଇଁ ଚାଉଳ ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବୀ କରିଥିଲେ। ଆଇନ୍‌ ଅନୁଯାୟୀ ଚାଉଳ ଦେବା ସମ୍ଭବ ନୁହେଁ ବୋଲି କେନ୍ଦ୍ର ସରକାର ରୋକଠୋକ ମନା କରିଦେଲା ପରେ ରାଜ୍ୟ ସରକାର ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା କରି ୩୦ ଲକ୍ଷ ହିତାଧିକାରୀଙ୍କୁ ଚାଉଳ ଦେବେ ବୋଲି ଘୋଷଣା କଲେ। ଡିସେମ୍ୱର ୨୦୧୮ରେ ସୂଚନା ଅଧିକାର ଆଇନ୍‌ରେ ମିଳିଥିବା ତଥ୍ୟ ଅନୁଯାୟୀ ରାଜ୍ୟ ସରକାର ଅଦ୍ୟାବଧି ମାତ୍ର ୨୦ ଲକ୍ଷ ଲୋକଙ୍କୁ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ କରିଛନ୍ତି। କେନ୍ଦ୍ର ଯୋଜନାରେ ଆସୁଥିବା ଚାଉଳକୁ ଆହୁରି ୪ ଲକ୍ଷ ହିତାଧିକାରୀଙ୍କୁ ନ ଦେଇ ରାଜ୍ୟ ସରକାର ନିଜସ୍ୱ ଯୋଜନାରେ ହିତାଧିକାରୀଙ୍କୁ ୧ ଟଙ୍କିଆ ଚାଉଳ ଦେଉଛନ୍ତି ବୋଲି ମିଛ ପ୍ରଚାର କରୁଛନ୍ତି। ଦ୍ୱିତୀୟତଃ ନିଜସ୍ୱ ଯୋଜନାରେ ୩୦ ଲକ୍ଷ ଲୋକ ଚାଉଳ ଦେବା ପାଇଁ ଘୋଷଣା କରିଥିଲା ବେଳେ ରାଜ୍ୟ ସରକାର ମାତ୍ର ୨୦ ଲକ୍ଷ ଲୋକଙ୍କୁ ଚାଉଳ ଦେଉଛନ୍ତି। ରାଜ୍ୟରେ ମୋଟାମୋଟି ଭାବରେ କେନ୍ଦ୍ର ଯୋଜନା ଓ ରାଜ୍ୟ ଯୋଜନାରେ ସମୁଦାୟ ୩ କୋଟି ୪୨ ଲକ୍ଷ ଲୋକ ସରକାରୀ ଚାଉଳ ଉପରେ ବଞ୍ଚିବା ପାଇଁ ନିର୍ଭର କରୁଛନ୍ତି। ରାଜ୍ୟରେ ଯଦି ୮୦ ଭାଗ ଲୋକ ବଞ୍ଚିବା ପାଇଁ ମାତ୍ର ୫ କେଜି ଚାଉଳ ଉପରେ ନିର୍ଭର କରନ୍ତି, ତେବେ ରାଜ୍ୟର ଗରିବୀ କିପରି ହଟିଲା ଏବଂ ଲୋକମାନଙ୍କର କିପରି ଅର୍ଥନୈତିକ ବିକାଶ ହେଲା ବୋଲି ସୂଚନାଧିକାର କର୍ମୀମାନେ ପ୍ରଶ୍ନ ଉଠାଇଛନ୍ତି। ୨୦୧୯ ଏପ୍ରିଲ ୮ ତାରିଖରେ ବିଜେଡ଼ି ତରଫରୁ ଜାରି ହୋଇଥିବା ଏକ ବିଜ୍ଞାପନରେ ରାଜ୍ୟ ସରକାର ‘କୌଣସି ହସ୍ପିଟାଲ ପାଇଁ ଟଙ୍କାଟିଏ କେନ୍ଦ୍ର ସରକାର ଦେଇନାହିଁନ୍ତି’ ବୋଲି ଦର୍ଶାଯାଇଛି। ଗତ ୨.୨.୧୯ରେ ସୂଚନା ଅଧିକାର ଆଇନ୍‌ରେ ମିଳିଥିବା ତଥ୍ୟ ଅନୁଯାୟୀ ଗତ ୫ ବର୍ଷ ମଧ୍ୟରେ ୫ଟି ଜିଲ୍ଲା ବାଲେଶ୍ୱର, ବାରିପଦା, ବଲାଙ୍ଗୀର, କୋରାପୁଟ ଏବଂ ପୁରୀରେ ହସ୍ପିଟାଲ ନିର୍ମାଣ ପାଇଁ ସମୁଦାୟ ୫୫୮.୬୦ କୋଟି ଟଙ୍କା ଦେଇଛନ୍ତି। ଅର୍ଥାତ ବିଜୁ ଜନତା ଦଳ ଲୋକଙ୍କ ଭୋଟ ପାଇବାକୁ ମିଥ୍ୟାର ଆଶ୍ରୟ ନେଇଥିବା ଏଥିରୁ ସ୍ପଷ୍ଟ। ସେହିପରି ମୁଖ୍ୟମନ୍ତ୍ରୀ ବସ୍ତିବାସିନ୍ଦଙ୍କ ଥଇଥାନ ପାଇଁ ‘ଜାଗା’ ଯୋଜନା କରିଛନ୍ତି। କିନ୍ତୁ ଏହା ଭ୍ରମାତ୍ମକ ଏବଂ ମିଥ୍ୟା। କାରଣ ବସ୍ତିବାସିନ୍ଦା ଜମି ଅଧିକାର ଆଇନ୍, ୨୦୧୭ ଅନୁଯାୟୀ, ମ୍ୟୁନିସିପାଲିଟି ଏବଂ ଏନ୍‌ଏସିରେ ରହୁ୍ଥିବା ବସ୍ତିବାସିନ୍ଦାଙ୍କୁ ଜମି ଦିଆଯିବାର ବ୍ୟବସ୍ଥା ରହିଛି। ‘ଜାଗା’ ଯୋଜନାରେ ୫ଟି ମହାନଗର ନିଗମରେ ରହୁଥିବା ବସ୍ତିବାସିନ୍ଦାଙ୍କୁ ଜମି ପଟ୍ଟା ପ୍ରଦାନ ପାଇଁ ବ୍ୟବସ୍ଥା ନାହିଁ। ମୁଖ୍ୟମନ୍ତ୍ରୀ ଜାଗା ଯୋଜନା କେବଳ ମ୍ୟୁନିସିପାଲିଟି ଏବଂ ଏନ୍‌ଏସିରେ ରହୁଥିବା ବସ୍ତିବାସିନ୍ଦାଙ୍କ ପାଇଁ ଉଦ୍ଦିଷ୍ଟ। ତେଣୁ ‘ଜାଗା’ ଯୋଜନାରେ ସମସ୍ତ ବସ୍ତିବାସିନ୍ଦାଙ୍କ ପାଇଁ ଥଇଥାନ ଏକ ପ୍ରବଞ୍ଚନାମୂଳକ ପ୍ରଚାର ବୋଲି ସୂଚନା ଅଧିକାର ଅଭିଯାନ ପକ୍ଷରୁ ଅଭିଯୋଗ କରାଯାଇଛି।

Share :