ଏସଆଇଇଟି ଓ ଓକେସିଏଲ ଦୁର୍ନୀତିରେ ସରକାର ନିରୁତ୍ତର

ଏସଆଇଇଟି ଓ ଓକେସିଏଲ ଦୁର୍ନୀତିରେ ସରକାର ନିରୁତ୍ତର

Share :

    କେନ୍ଦ୍ରୀୟ ଅନୁଦାନକୁ ବେସରକାରୀ ସଂସ୍ଥାମାନଙ୍କ ଦ୍ବାରା ହଡପ କରିବାକୁ ଚକ୍ରାନ୍ତ କରି ଓଡ଼ିଶା ସରକାର ଏସଆଇଇଟିକୁ ଚଂଚକତାର ସହ କେନ୍ଦ୍ର ଅନୁଦାନ ବନ୍ଦ କରିଦେଲା ବୋଲି ଦର୍ଶାଇ ବନ୍ଦ କରିଥିଲେ | ସୂଚନା ଅଧିକାର ଆଇନ ବଳରେ ଜଣାପଡିଥିଲା ଆଇସିଟି ଇନ ସ୍କୁଲ ଯୋଜନାଟି ଏସଆଇଇଟି ମାଧ୍ୟମରେ କାର୍ଯ୍ୟକାରୀ ହେବାକଥା | ଏସଆଇଇଟି ବନ୍ଦ କରିବାପରେ ରାଜ୍ୟ ସରକାର ପୂର୍ବରୁ ଉଚଶିକ୍ଷା ବିଭାଗରେ ଚଂଚକତାର ସହ ଗଠନ କରିଥିବା ଓକେସିଏଲକୁ ଦେଇଦେଲେ | ଏଠାରେ ପ୍ରଶ୍ନ ଉଠେ ଯେ ଓକେସିଏଲ କିଭଳି ସଂସ୍ଥା? ରାଜ୍ୟ ସରକାର ଏ ସଂସ୍ଥା ପାଇଁ ଗେଜେଟ ବିଜ୍ଞପ୍ତି ପ୍ରକାଶ କରିଥିଲେ କାହିଁକି? ପରବର୍ତୀ ସମୟରେ ଉଚଶିକ୍ଷା ବିଭାଗ ସୂଚନା ଦେଇଛନ୍ତି ଯେ ଓକେସିଏଲ ଏକ ସରକାରୀ କମ୍ପାନୀ ନୁହଁ | ତେବେ କେନ୍ଦ୍ର ସରକାରର ଆଇସିଟି ଯୋଜନାରେ ଦେଇଥିବା ୧୭୭ କୋଟି ଟଙ୍କାକୁ କେଉଁ ଆଧାରରେ ସରାକର ଓକେସିଏଲ ଭଳି ଏକ ବେସରକାରୀ ସଂସ୍ଥାକୁ ହସ୍ତା‘ର କଲେ? ଯଦି ଓକେସିଏଲ ଏକ ଘରୋଇ କମ୍ପାନୀ ତେବେ କେଉଁ ଆଧାରରେ ରାଜ୍ୟର ମୁଖ୍ୟ ଶାସନ ସଚିବ ଏହାର ଅଧ୍ୟକ୍ଷ ପଦରେ ରହିଥିଲେ? ଓକସେିଏଲରେ ୭୫୦ କୋଟି ଟଙ୍କାର ଦୁର୍ନୀତି ହେଇଛି ବୋଲି ଓଡିଶାର ପୁର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ଗିରିଧର ଗମାଙ୍ଗ ପ୍ରଧାନମନ୍ତ୍ରୀଙ୍କ ପାଖକୁ ଏକ ପତ୍ର ଲେଖିଥିଲେ | ଏହାର ସତ୍ୟାସତ୍ୟ ଜଣାଇବାକୁ ପ୍ରଧାନମନ୍ତ୍ରୀଙ୍କ ଦପ୍ତରରୁ ଆସିଥିବା ଅଭିଯୋଗଟିକୁ କେନ୍ଦ୍ର ମାନବସମ୍ବଳ ବିଭାଗ ଗଣଶିକ୍ଷା ବିଭାଗକୁ ପଠାଇଥିଲେ | ଏହା ସହିତ ପୁର୍ବରୁ ଏସଆଇଇଟି ଷ୍ଟାଫ କୋର୍ଡିନେସନ କମିଟି, ସୂଚନା କର୍ମୀ ପ୍ରଦୀପ ପ୍ରଧାନ ଓ କମ୍ପୁଟର କୋର୍ଡିନେଟରମାନେ ଦେଇଥିବା ଅଭିଯୋଗ ଗୁଡିକର ଉତ୍ତର ରଖିବାକୁ କେନ୍ଦ୍ର ମାନବସମ୍ବଳ ବିଭାଗ ଗଣଶିକ୍ଷା ବିଭାଗର ଶାସନ ସଚିବଙ୍କୁ ଏକ ଚିଠି ଲେଖିଥିଲେ | ଗଣଶିକ୍ଷା ବିଭାଗ ଏଗୁଡିକର ଉତ୍ତର ରଖିବାକୁ ରାମସାର ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଏକ ଚିଠି କରି ନିଜର ଦାୟିତ୍ବ ଖସାଇ ଦେଇଛନ୍ତି | ପୁନଃଶ୍ଚ ସୂଚନା କର୍ମୀ ପ୍ରଧାନ ତାଙ୍କ ଓକିଲ ଶ୍ରୀମିବାସ ମହାନ୍ତିଙ୍କ ଜରିଆରେ ମାନବସମ୍ବଳ ବିଭାଗକୁ ଆଇସିଟି ଯୋଜନାରେ ଏକ ବଡ ଧରଣର ଘୋଟାଲା ହେଇଛି ବେଲି ଇମେଲ ଜରିଆରେ ଦର୍ଶାଇଥିଲେ | କେନ୍ଦ୍ର ସରକାର ତୁରନ୍ତ ଏହାର ଜବାବ ରଖିବାକୁ ଗଣଶିକ୍ଷା ସଚିବଙ୍କ ପାଖକୁ ଜାନୁଆରୀ ୧୫ ତାରିଖରେ ଏକ ପତ୍ର ଲେଖିଛନ୍ତି | ସେଥିରେ ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଜଣେ ବିଶିଷ୍ଠ ବ୍ୟକ୍ତି ଶ୍ରୀ ଗମାଙ୍ଗଙ୍କ ଅଭିଯୋଗ ଉପରେ୨୩ ଓ ୨୯ ଡିସେମ୍ବରରେ ଦୁଇଦୁଇ ଥର ରିମାଇଣ୍ଡର ବା ସ୍ମାରକ ଚିଠି ପଠାଇଥିଲେ ମଧ୍ୟ ଗଣଶିକ୍ଷା ବିଭାଗ କୌଣସି ଉତ୍ତର ରଖୁ ନାହିଁ କାହିକି? ଏଠାରେ ଉଲ୍ଲେଖଯୋଗ୍ୟ ଯେ ବିଭାଗଗୀୟ ସଚିବ ୨୯.୦୪.୨୦୧୩ରେ ଏକ ବିଜ୍ଞପ୍ତି ଜାରି କରି ଏସଆଇଇଟି ବନ୍ଦ କରିଥିଲେ | ସେହିପରି ଗଣଶିକ୍ଷା ବିଭାଗକୁ ଆସିଥିବା କେନ୍ଦ୍ରୀୟ ଅନୁଦାନକୁ ରାମସା କେବେବି ଉଚଶିକ୍ଷା ଅଧୀନରେ ପରିଚାଳିତ ଓକେସିଏଲ ସଂସ୍ଥାକୁ ହସ୍ତାନ୍ତର କରି ନଥିବାବେଳେ ଗଣଶିକ୍ଷା ବିଭାଗ ରାମସାକୁ ଉତ୍ତର ମାଗିବା ଧର୍ମକୁ ଆଖିଠାର ନୁହଁତ ଆଉ କଣ?

Share :