କେତେ ସ୍ବାସ୍ଥ୍ୟକର ବରଫ ମିଶା ଲସି ଓ ସରବତ?

କେତେ ସ୍ବାସ୍ଥ୍ୟକର ବରଫ ମିଶା ଲସି ଓ ସରବତ?

Share :

ଅଜିତ କୁମାର ଗ୍ରୀଷ୍ମଋତୁରେ ତୃଷା ମେଣ୍ଟାଇବା ପାଇଁ ବରଫ ଗୁଣ୍ଡକୁ ବିଭିନ୍ନ ପାନୀୟ ଦ୍ରବ୍ୟକୁ ମିଶାଇ ପାନୀୟ ଭାବରେ ବ୍ୟବହାର କରାଯାଇଥାଏ। ମାତ୍ର ରାସ୍ତାକଡ଼ରେ ବିକ୍ରୀ ହେଉଥିବା ବରଫ ମିଶା ଲସି ଓ ଅନ୍ୟାନ୍ୟ ଶୀତଳ ପାନୀୟ ପିଇବା ପୂର୍ବରୂ ଜନସାଧାରଣ ସତର୍କ ରହିବା ଉଚିତ। ଦିନକୁ ଦିନ ତାପମାତ୍ରା ଅସହ୍ୟ ଭାବରେ ବୃଦ୍ଧି ପାଇବାରେ ଲାଗୁଛି। ଏହାକୁ ଆଖିଆଗରେ ରଖି ଅସ୍ଥାୟୀ ଲସି, ସରବତ, କୋଲଫି ଓ ଆଇସ୍‌ କ୍ରିମ ଦୋକାନ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ମୁହୂର୍ତ୍ତକ ଆନନ୍ଦ ପାଇଁ ଏହାକୁ ପାନ କରି ନିଜ ଶରୀର ଉପରେ କୁପ୍ରଭାବ ବିସ୍ତାର ପରିବା ପାଇଁ ଆମେ ବିଭିନ୍ନ ପ୍ରକାର ରୋଗକୁ ଆମନ୍ତ୍ରଣ କରିବାରେ ଲାଗିଛୁ। ଏହି ଲସି, ସରବତ, କୋଲଫି ଓ ଆଇସ୍‌ କ୍ରିମରେ ବ୍ୟବହୃତ ବରଫ ଦ୍ୱାରା ନାନା ପ୍ରକାର ରୋଗ ବ୍ୟାପିଥାଏ। କାରଣ ବରଫ କଳଗୁଡିକରେ ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ବରଫ ପ୍ରସ୍ତୁତ ହୋଇଥାଏ। ବରଫ ପ୍ରସ୍ତୁତ ହେଉଥିବା କାରଖାନାର କର୍ମଚାରୀମାନେ ବରଫ ଉପରେ ଚାଲୁଥିବା ଏବଂ ବରଫକୁ ଖୋଲାରେ ରଖି ବିକ୍ରୀ କରୁଥିବା ଏହି ବରଫଖଣ୍ଡଗୁଡିକ ସ୍ୱାସ୍ଥ୍ୟପାଇଁ କେତେ ଉପଯୋଗୀ ତାହା ସହଜରେ ଅନୁମେୟ। ବର୍ତ୍ତମାନ ପ୍ରତ୍ୟକ ଛକ, ବଜାର ଓ ସହରର ବିଭିନ୍ନ ସ୍ଥାନମାନଙ୍କରେ ଲସି, ସରବତ, କୋଲଫି ଓ ଆଇସ୍କ୍ରିମର ବହୁଳ ବିକ୍ରୀ ହେଉଛି। ଡାକ୍ତରଙ୍କ ମତରେ ବରଫ ଓ ଆଇସକ୍ରିମ ଯୋଗାଣକାରୀ ସଂସ୍ଥାମାନେ ଏହି ଉତ୍ପାଦନକୁ ସ୍ୱାସ୍ଥ୍ୟକର ପରିବେଶରେ ପ୍ରସ୍ତୁତ କରା ଯାଉ ନ ଥିବାରୁ ଅନ୍ୟାନ୍ୟ ଯେ କୌଣସି ଖାଦ୍ୟ ପରି ବରଫ ମଧ୍ୟ ବିଷାକ୍ତ ହୋଇଥାଏ। ବିକାଳିମାନେ ମଧ୍ୟ ଧ୍ୟାନଦେବା ଉଚିତ ଯେ ବରଫ ଅତି ସହଜରେ ପ୍ରଦୂଷିତ ହୋଇପାରେ। ବରଫ ତିଆରି କାରଖାନା ଯଦି ଉପଯୁକ୍ତ ବାତାନୁକୂଳ ପରିବେଶରେ ନ ରହିଲା, ଦୂଷିତ ସାମଗ୍ରୀ ବ୍ୟବହାର କରି ବରଫ ତିଆରି କଲେ ବରଫ ମେସିନରେ ଉତ୍ପାଦନ କ୍ଷମତା ସହିତ କ୍ଷତିକାରକ ବ୍ୟାକ୍ଟେରେଆ ଜନ୍ମ ନେଇଥାନ୍ତି। ଉତ୍ତମ ବାୟୁ ଚଳାଚଳ କରୁଥିବା ସ୍ଥାନ ଓ ବାୟୁ ବାହିତ ପ୍ରଦୂଷଣ ମୁକ୍ତ ସ୍ଥାନରେ ବରଫ କଳଗୁଡିକ ସ୍ତାପିତ ହେବା ଉଚିତ୍। ବରଫ ପାଇଁ ଆବଶ୍ୟକ ଜଳର ବିଶୁଦ୍ଧତା ଓ ନିରାପତ୍ତା ପ୍ରତି ପ୍ରସ୍ତୁତ କାରୀମାନେ ଦୃଷ୍ଟି ଦେବା ଆବଶ୍ୟକ। ଫ୍ରିଜକୁ ନିୟମିତ ପରିସ୍କାର ଓ ବିଶୋଧନ କରିବା ଆବଶ୍ୟକ ତଥା ବରଫ ଖଣ୍ଡଗୁଡିକୁ ତଳେ ରଖିବା ଅନୁଚିତ। ବରଫ କଳକୁ ଲାଇସେନ୍ସ ପ୍ରଦାନ କାରୀ ସଂସ୍ଥା ନିୟମିତ ବ୍ୟବଧାନରେ ଯାଞ୍ଚ କରିବା ଉଚିତ। ଦୋକାନୀମାନଙ୍କ ଦ୍ୱରା ଲସି, ସରବତ, କୋଲଫି ଓ ଆଇସକ୍ରିମରେ ରାସାୟନିକ ରଙ୍ଗ ପକାଏ ଗ୍ରାହକମାନଙ୍କୁ ଯାଉଥିବା ଦେଖାଯାଏ। କେମିକାଲ ରଙ୍ଗ ଦ୍ୱାରା ଲସି, ସରବତ, କୁଲଫି ଓ ଆଇସକ୍ରିମରେ ଏକ ଭିନ୍ନ ସ୍ୱାଦର ମହକ ବାହେରେ ବୋଲି ଦୋକାନୀ ଓ ଗ୍ରାହକମାନେ କହିଥାନ୍ତି। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଏହି ରାସାୟନିକ ରଙ୍ଗ ଦ୍ୱାରା କ୍ୟାନସର ଭଳି ମାରାତ୍ମକ ରୋଗ ହେବାର ସମ୍ଭାବନା ରହିଛି। ଲସି, ସରବତ, କୋଲଫି ଓ ଆଇସ୍କ୍ରିମରେ ଚିନି ବଦଳରେ ସାକାରିନିର ବହୁଳ ବ୍ୟବହାର ଦୋକାନୀମାନେ କରୁଛନ୍ତି। ଏହାଦ୍ୱାରା ମଧୁମେହ, ଉଚ୍ଚ ରକ୍ତଚାପ ଓ ଅନ୍ୟାନ୍ୟ ରୋଗ ହେବାର ସମ୍ଭବନା ଯଥେଷ୍ଟ ଅଧିକ ବୋଲି ବିଶେଷଜ୍ଞମାନେ ମତଦେଇଛନ୍ତି। ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ଦ୍ୱାରା ରାସ୍ତାକଡ଼ର ଲସି, ସରବତ, କୋଲଫି ଓ ଆଇସକ୍ରିମ ଦୋକାନକୁ ନିୟମିତ ଯାଞ୍ଚ କରାଯିବା ସହ ସ୍ୱାସ୍ଥ୍ର୍ୟକର ପରିବେଶରେ ଏହି ସବୁ ସାମଗ୍ରୀ ପ୍ରସ୍ତୁତ କରିବା ପାଇଁ ଦୋକାନୀମାନଙ୍କୁ ସେଚେତନକରାଇବାକୁ ବୁଦ୍ଧିଜୀବି ମହଲରେ ଦାବି ହେଉଛି।

Share :