ଟ୍ରାଫିକ୍ ପୋଲିସ୍ ସହିତ ମିଲ୍କ ମନ୍ତ୍ରର ହୋଲି

ଟ୍ରାଫିକ୍ ପୋଲିସ୍ ସହିତ ମିଲ୍କ ମନ୍ତ୍ରର ହୋଲି

Share :

ଋତୁ, ପର୍ବପର୍ବାଣି କି ଉତ୍ସବ ସତ୍ୱେ ମଧ୍ୟ ଖରା ବର୍ଷାକୁ ଖାତିର ନ କରି ଆମର ଜୀବନ ରକ୍ଷା ଦିଗରେ କାର୍ଯ୍ୟରତ ଟ୍ରାଫିକ୍ ପୋଲିସଙ୍କର ଉଦ୍ୟମକୁ ଧ୍ୟାନରେ ରଖି ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟ ଉତ୍ପାଦନକାରୀ କମ୍ପାନି ମିଲ୍କ ମନ୍ତ୍ର ଭୁବନେଶ୍ୱରର ଟ୍ରାଫିକ ପୋଲିସଙ୍କ ସହିତ ହୋଲି ପାଳନ କରିଛି। ମିଲ୍କ ମନ୍ତ୍ର ଦଳ ପାଖାପାଖି ୧୦୦ ଟ୍ରାଫିକ୍ ପୋଲିସଙ୍କ ସହିତ ରଙ୍ଗ ଲଗାଇ ଓ ମିଲ୍କି ମୁ ଲସି ଓ ଘୋଳଦହି ପିଆଇ ହୋଲି ପାଳନ କରିଥିଲେ। ଲସି ଓ ଘୋଳଦହିର ହୋଲିର ସହିତ ରହିଛି ପାରମ୍ପାରିକ ସମ୍ପର୍କ। ଲୋକମାନଙ୍କୁ ସୁରକ୍ଷା ଯୋଗାଉଥିବା ପରି ଏକ ମହତ କାର୍ଯ୍ୟର ଏକ ଅଂଶ ହୋଇଥିବାରୁ ମୁ ଗର୍ବ ଅନୁଭବ କରେ ଓ ଆମ କାର୍ଯ୍ୟର ପ୍ରଶଂସା ଶୁଣିଲେ ନିହାତି ଖୁସି ଲାଗିବ। ଆମର ପରିଶ୍ରମକୁ ପ୍ରଶଂସା କରି ମିଲ୍କ ମନ୍ତ୍ର ପକ୍ଷରୁ କରାଯାଇଥିବା ଏହି ଉଦ୍ୟମ ସତରେ ଅତି ଉତ୍ସାହଜନକ ଅଟେ। ସମସ୍ତଙ୍କୁ ହୋଲିର ଶୂଭକାମନା। ଏହା ସହିତ ଟ୍ରାଫିକ ନିୟମ ମାନି ସୁରକ୍ଷିତ ରହିବା ପାଇଁ ସମସ୍ତଙ୍କୁ ଆମର ଅନୁରୋଧ ବୋଲି ପ୍ରଫୁଲ୍ଲ କୁମାର ପଟ୍ଟନାୟକ, ଆସିସ୍ଟାଣ୍ଟ ସବ୍ ଇନ୍ସପେକ୍ଟର ଅଫ୍ ପୋଲିସ୍, ଭୁବନେଶ୍ୱର କହିଥିଲେ। ମିଲ୍କ ମୁ ଲସି ଓ ଘୋଳଦହି ହେଉଛି ମିଲ୍କ ମନ୍ତ୍ରର ଅଧିକ ଚାହିଦା ବିଶିଷ୍ଟ ଗ୍ରୀଷ୍ମ ଉତ୍ପାଦ, ଯାହା ବର୍ତ୍ତମାନ ନୂଆ ରୂପରେ ୨୦୦ ଏମ୍ଏଲ୍ ବିଶିଷ୍ଟ ପିଲ୍ଅଫ୍ କପ୍ରେ ବଜାର ପ୍ରବେଶ କରାଯାଇଛି। ଏହାର ସେଲ୍ଫ ଲାଇଫ୍ ୧୨ ଦିନ ରହିଥିବା ବେଳେ, ଏହାର ଦର ଯଥାକ୍ରମେ ୧୫ ଟଙ୍କା ଓ ୧୨ ଟଙ୍କା ରହିଛି। ଏହା ସୂଚନାଯୋଗ୍ୟ ଯେ, ଖାଦ୍ୟଶିଳ୍ପରେ ମିଲ୍କ୍ ମନ୍ତ୍ର ହେଉଛି ଏକ ଉଦହାରଣ ତଥା ଉତ୍ପାଦ ଓ ପ୍ୟାକେଜିଙ୍ଗ ଅଭିନବତା ସହିତ ଭାରତର ଦ୍ରୁତ ପ୍ରଗତିଶୀଳ ଦୁଗ୍ଧ ବ୍ରାଣ୍ଡମାନଙ୍କ ମଧ୍ୟରୁ ଅନ୍ୟତମ। ନିଜର ପୁଞ୍ଜିବାଦୀ ପଦ୍ଧତି ପାଇଁ ଏହା ଆଗଧାଡିର ଭାରତୀୟ ଖବରକାଗଜ ଠାରୁ ଆରମ୍ଭ କରି ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍, ଷ୍ଟାନ୍ଫୋର୍ଡ ୟୁନିଭର୍ସିଟି, ଫୋବ୍ସ ଓ ଫର୍ଚ୍ଚ୍ୟୁନ୍ ପରି ଭାରତ ତଥା ଭାରତ ବାହାର ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିଛି। କମ୍ପାନି ଓଡିଶାରେ ସିଧାସଳଖ ୫୫୦୦୦ ଚାଷୀଙ୍କଠାରୁ ଖାଣ୍ଟି କ୍ଷୀର ସଂଗ୍ରହ କରି ଚାଷୀମାନଙ୍କର ରୋଜଗାର ହାରକୁ ୬୦ ପ୍ରତିଶତ ବଢାଇଛି। ମିଲ୍କ ମନ୍ତ୍ର ହେଉଛି ଭାରତର ପ୍ରଥମ କୃଷି ଭିତ୍ତିକ ଭିସି ଫଣ୍ଡେଡ୍ କମ୍ପାନି। ଏହାର ଫ୍ଲାଗ୍ସିପ୍ ବ୍ରାଣ୍ଡ ମିଲ୍କି ମୁ ହେଉଛି ଦେଶର ଦୃତତମ ପ୍ରଗତିଶୀଳ ଡେରୀ ବ୍ରାଣ୍ଡମାନଙ୍କ ମଧ୍ୟରୁ ଅନ୍ୟତମ। ଯାହା ବର୍ତ୍ତମାନ ସମଗ୍ର ଓଡିଶା ତଥା କଲିକତା, ଝାରଖଣ୍ଡ ଓ ଛତିଶଗଡ଼ ଆଦି ରାଜ୍ୟରେ ମଧ୍ୟ ଉପଲବ୍ଧ ଅଛି। ଗ୍ରାହକମାନଙ୍କୁ ସ୍ୱଚ୍ଛ ଦୁଗ୍ଧଜାତ ଉତ୍ପାଦ ଯୋଗାଇବା ତଥା ଦୁଗ୍ଧଶିଳ୍ପରେ ସୁଦୃଢ ସପ୍ଲାଏ ଚେନ୍ ଗଠନ ଦିଗରେ ଏକ ସୁଚିନ୍ତିତ ପୁଞ୍ଜିବାଦୀ ଚିନ୍ତାଧାରା ସହିତ କମ୍ପାନି ଉଦ୍ୟୋଗିକ ଶ୍ୱେତ ବିପ୍ଳବ ଆରମ୍ଭ କରିଛି।

Share :