ଲତା ଜାତୀୟ ବିନ୍ ଚାଷ

ଲତା ଜାତୀୟ ବିନ୍ ଚାଷ

Share :

କଲ୍ୟାଣୀ ପ୍ରଧାନ, ପ୍ରଜ୍ଞା ପରମିତା ମହାପାତ୍ର ଲତା ଜାତୀୟ ଫସଲ ଭିତରେ ବିନ୍ ଏବେ ସର୍ବାଧିକ ଲୋକପ୍ରିୟ ପରିବା। ଏହାର ପ୍ରୋଟି୍ନ ପରିମାଣ ୯.୬ ଗ୍ରାମ ଥିଲାବେଳେ କାର୍ବୋହାଇଡ୍ରେଟ୍ ୧୦.୫ ଗ୍ରାମ ଥାଏ। ଏହାର ଉପଯୁକ୍ତ ପରିଚାଳନା କିପରି କରାଯିବ, ଆସନ୍ତୁ ନଜର ପକେଇବା। ବିହନ ଚୟନ ଓ ବିଶୋଧନ- ଅଧିକ ଅମଳ ପାଇଁ ଲତାଜାତୀୟ ବିନ୍ ଚ୍ରନ କରନ୍ତୁ। ୧୦ ଡିସିମିଲ ପାଇଁ ୫୦୦ ଗ୍ରାମରୁ ୫୫୦ ଗ୍ରାମର ବିହନ ଦରକାର। ରାଇକିଆ ବିନ୍, କେନଟୁକି ୱାଣ୍ଡର, ଆୟୋକା ଇତ୍ୟାଦି ପ୍ରଧାନ। ୧ କିଗ୍ରା ବିହନରେ ୩ ଗ୍ରାମ ଥିରାମ୍ କିମ୍ୱା କ୍ୟାପଟାନ୍ ମିଶାଇ ବିଶୋଧନ କରନ୍ତୁ। ୭ ଦିନ ପରେ ଅଧା ଲିଟର ପାଣିରେ ୧୦୦ ଗ୍ରାମ ଗୁଡ଼ ଓ ୨୦ ଗ୍ରାମ ରାଇଜୋବିୟମ କଲଚର ମିଶାଇ ଏକ ଦ୍ରବଣ ପ୍ରସ୍ତୁତ କରନ୍ତୁ। ଏହି ଦ୍ରବଣରେ ୧ କିଗ୍ରା ମଞ୍ଜି ମିଶାଇ ଛାଇରେ ଶୁଖାଇ ଏକ ଘଣ୍ଟା ଭିତରେ ବୁଣନ୍ତୁ। ମନ୍ଦା ପ୍ରସ୍ତୁତ, ଚାରା ରୋପଣ ଓ ଖାଦ୍ୟସାର ପରିଚାଳନା- ଜମିକୁ ହଳ କରି ଘାସପତ୍ର ବାଛି ଦିଅନ୍ତୁ। ଧାଡ଼ିକୁ ଧାଡ଼ି ୩ଫୁଟ ଓ ମନ୍ଦାକୁ ମନ୍ଦା ୩ ଫୁଟ ଦୂରତାରେ ରଖି ଲତାଜାତୀୟ ବିନ୍ ଲଗାନ୍ତୁ। ମଞ୍ଜି ଲଗାଇବାର ଦୁଇଦିନ ଆଗରୁ ମନ୍ଦା ପ୍ରତି ୫୦୦ ଗ୍ରାମ ଗୋବର ଖତ, ୨ ଗ୍ରାମ ୟୁରିଆ, ୭ ଗ୍ରାମ ଡିଏପି, ୫ ଗ୍ରାମ ପଟାସ ମନ୍ଦାରେ ଭଲ ଭାବରେ ମିଶାଇ ଦିଅନ୍ତୁ। ୨ ଦିନ ପରେ ଉପଚାରିତ ବିହନକୁ ମନ୍ଦାପ୍ରତି ୨ଟି କରି ୨-୩ ସେମି ଗଭୀରରେ ପୋତିଦିଅନ୍ତୁ। ୨୫-୩୦ ଦିନ ବେଳକୁ କୋଡ଼ା ଖୋସା କରି ମନ୍ଦାପ୍ରତି ୬ ଗ୍ରାମ ୟୁରିଆ ପ୍ରୟୋଗ କରି ମାଟି ଟେକି ଦିଅନ୍ତୁ। ୩୦-୫୦ ଦିନ ବେଳକୁ ଅଣୁସାର ହିସାବରେ ଆଗ୍ରୋମିନ ଗୋଲଡ଼ ୧ ମିଲି ପ୍ରତି ୨ ଲିଟର ପାଣିରେ ମିଶାଶ ପ୍ରୟୋଗ କରନ୍ତୁ। ପରବର୍ତ୍ତୀ ଯତ୍ନ- ଜମିର ବତର ଦେଖି ୭-୮ ଦିନ ପରେ ପାଣି ଦିଅନ୍ତୁ। ୨୦ ଦିନ ବେଳକୁ ରଞ୍ଜା ଦେଇ ଗଛକୁ ଉପରକୁ ଟେକନ୍ତୁ। ଫୁଲ ଫଳ ବଢାଇବା ପାଇଁ ଫୁଲ ସମୟରେ ଫାଣ୍ଟାକ୍ ପ୍ଲସ୍ ୧ ମିଲି ପ୍ରତି ପାଣିରେ ମିଶାଇ ଫୁଲ ସମୟରେ ପ୍ରୟୋଗ କରନ୍ତୁ। ସମସ୍ତ ସ୍ପ୍ରେ ସମୟରେ ଅଠା ଯଥା ମ୍ୟାସ୍କେୱଟ କିମ୍ୱା ଧାନୁଭିଟ୍ ୧୦ ମିଲି ପ୍ରତି ପାଣିରେ ମିଶାଇ ସ୍ପ୍ରେ କରନ୍ତୁ। ରୋଗପୋକ ପରିଚାଳନା- ପାଉଁଶିଆ ରୋଗ ହୋଇଥିଲେ ସଲଫର ୫୦ ଡ଼ବ୍ଲ୍ୟୁ.ପି. ୨ ଗ୍ରାମ ପ୍ରତି ଲିଟର ପାଣିରେ ମିଶାଇ ସ୍ପ୍ରେ କରନ୍ତୁ। ବୀଜାଣୁ ଜନିତ ପତ୍ରପୋଡ଼ା ରୋଗ- ଏହି ରୋଗ ହେଲେ ପତ୍ରରେ ଇଟାଳିଆରୁ ମାଟିଆ ଦାଗ ମାନ ଦେଖାଯାଏ ଓ ଏହି ଦାଗର ଚାରିପଟେ ବଳୟ ଆକାରରେ ହଳଦିଆ ଦାଗ ଦେଖାଯାଏ। ବ୍ଲାଇଟକ୍ସ-୫୦ ୫ ଗ୍ରାମ ସହ ଷ୍ଟ୍ରେପ୍ଟୋସାଇକ୍ଲିନ୍ ୧ ଗ୍ରାମ ପ୍ରତି ୧୦ ଲିଟର ପାଣିରେ ମିଶାଇ ସ୍ପ୍ରେ କରନ୍ତୁ। ଜଉପୋକ- ଜଉପୋକ ଲାଗିଲେ ପତ୍ରମୋଚା ହୋଇ ଗଛ ବଢି ନ ଥାଏ। ରୋଗର ୨ ମିଲି ବା ମାଲାଥିଅନ୍ ୨ ମିଲି ପ୍ରତି ଲିଟର ମିଶାଇ ସ୍ପ୍ରେ କରନ୍ତୁ। ଫଳବିନ୍ଧା ପୋକ- ଏହି ରୋଗ ହେଲେ କାର୍ବାରିଲ୍ ୫୦ ଡ଼ବ୍ଲ୍ୟୁ.ପି ୩ ଗ୍ରାମ ପ୍ରତି ଲିଟର ପାଣିରେ ମିଶାଇ ଫଳ ଆରମ୍ଭ ହେବା ପରେ ୧୫ ଦିନ ବ୍ୟବଧାନରେ ୨ ଥର ସ୍ପ୍ରେ କରନ୍ତୁ। ସହପ୍ରଧ୍ୟାପିକା, ଏମ୍ଏସ୍ ସ୍ୱାମୀନାଥନ୍ କୃଷି ବିଶ୍ୱବିଦ୍ୟାଳୟ ପାରଳାଖେମୁଣ୍ଡି , ଗଜପତି ମୋ-୯୯୩୭୫୨୯୫୭୩

Share :