ବଉଳ ଲୋ

ବଉଳ ଲୋ

Share :

ରବି କାନୁନ୍‌ଗୋ ବଉଳ ଲୋ, ନିଜ ରାଣ ନିଜେ ରଖିଲୁନି। ନ ଜାଣି ନ ଦେଖି କେଣେ ମାଡ଼ିଗଲୁ- ଖମା ଖାଲ କୁଦ ଦେଖିଲୁନି? ଓଲୁ ଭାଲୁ ପରି ଗାତରେ ପଡ଼ିଚୁ, ପ୍ରେମ ପ୍ରଳୟ ତ ବାରିଲୁନି। ହୁ’ ହୁ’ ହୋଇ ସବୁ ଆବୋରିଲୁ ଆଲୋ ହତଭାଗୀ ଅସଲ ରସ ତ ଚାଖିଲୁନି।ା କାଣ୍ଡରେ ବିଣ୍ଡକୁ ଯୋଖିଦେଲୁ ବାଳା, ମୁଣ୍ଡରେ ନାଇଁ ତ ମସଲା। ଅଦେଖା ଗୋଖର କାମୁଡ଼ି ଗୋଡ଼ାନ୍ତି, ବିଗିଡ଼ି ଯାଇଛି ମାମଲା।ା ରାତି ରତି ଗତି ହାତରୁ ଗଲେଣି, ଗାତରେ ଅଥୟ ଥରିଲୁଣି। ବଉଳ ଲୋ, ନିଜ ରାଣ ନିଜେ ରଖିଲୁନି ବାଳା- ହଳଦୀ ସିନ୍ଦୂର ମାଖିଲୁନି।ା ❖ ଭୋକ ହେଲେ ଖାଲି ମତେ ଖୋଜୁଥିବୁ କଇଁ ଗାଡ଼ିଆକୁ ଚାହିଁ ବସିଥିଲା, ତା’ ଆଖି ବୁଜିଲି ଲୁଚିଲୁଚିକା। ଆନମନା ହୋଇ କିସ ଭାବୁଥିଲା, ଖସି ଯାଉଥିଲା ଘୁଞ୍ଚିଘୁଞ୍ଚିକା।ା ଠିକ ଦେଇଥିଲା ସେଠିକି ଯିବାକୁ ଭିକ ଦେଇଥିଲା ଥାଳ ପ୍ରମାଣେ। ଭୋକ ହେଲେ ଖାଲି ମତେ ଖୋଜୁଥିବୁ ଏ ସଂସାରେ ଆଉ କେ ନାହିଁ ଜଣେ।ା ଖୋଜିଲେ ମିଳେନି, ହଜିଲେ ଖୋଜେନି ଆଶା ନିରାଶାର ରଙ୍ଗ ସାର। ସ୍ୱପ୍ନ ପାଇଁ ଆଜି ମତି ବିଭ୍ରାଟ ରାତି ହେଲେ ହୁଏ ଏକୋଇଜର।ା ❖ (ମୋବାଇଲ୍ : ୯୪୩୭୧-୯୪୬୦୦)

Share :