ମହାତ୍ମା ଗାନ୍ଧୀଙ୍କ କୋଡ଼ିଏ କଥା

ମହାତ୍ମା ଗାନ୍ଧୀଙ୍କ କୋଡ଼ିଏ କଥା

Share :

୧. ଶାରୀରିକ ସାମର୍ଥ୍ୟରୁ ଶକ୍ତି ମିଳେ ନାହିଁ। ଶକ୍ତି ମିଳେ ଅଦମନୀୟ ଇଚ୍ଛାରୁ। ୨. ଯେଉଁଠି ପ୍ରେମ ସେଇଠି ଜୀବନ। ୩. ପ୍ରତ୍ୟେକ ମଣିଷର ଆବଶ୍ୟକତା ମେଣ୍ଟେଇବାକୁ ପୃଥିବୀରେ ଯଥେଷ୍ଟ କିଛି ଅଛି, କିନ୍ତୁ କୌଣସି ଲୋକର ଲୋଭ ପୂରଣ କରିବାକୁ ତାହା ଯଥେଷ୍ଟ ନୁହେଁ। ୪. ତୁମେ ଯାହା ଭାବୁଛ, କହୁଛ ଓ କରୁଛି ତା’ ମଧ୍ୟରେ ସଂହତି ରହିବାଟା ହିଁ ହେଉଛି ଆନନ୍ଦ। ୫. ମାନବତା ଉପରୁ ବିଶ୍ବାସ ହରାଅ ନାହିଁ। ମାନବତା ହେଉଛି ଏକ ସାଗର। ଯଦି ସାଗରର କେଇ ବୁନ୍ଦା ଜଳ ମଇଳା ହୋଇଯାଏ ତେବେ କ’ଣ ସାଗରା ସାରା ଜଳ ମଇଳା ହୋଇଯାଏ? ୬. ଜଣେ ମଣିଷ ତା’ ଭାବନାର ଏକ ଉତ୍ପାଦ। ଯିଏ ଯାହା ଭାବେ ସେଇପରି ହୋଇଯାଏ। ୭. ଭୁଲ କରିବାର ସ୍ବାଧୀନତା ଯଦି ନଥାଏ ତେବେ ସ୍ବାଧୀନତା ପାଇବାର କିଛି ମୂଲ୍ୟ ନାହିଁ। ୮. ପୃଥିବୀରେ ତୁମେ ଯେଉଁ ପରିବର୍ତ୍ତନ ଦେଖିବାକୁ ଚାହୁଁଛ ତାହା ତୁମଠାରୁ ଆରମ୍ଭ ହେଉ। ୯. ଅତି ଭଦ୍ର ଭାବରେ ତୁମେ ପୃଥିବୀକୁ ଦୋହଲେଇ ପାରିବ। ୧୦. ଦୁର୍ବଳ କେବେ କ୍ଷମା କରେ ନାହିଁ। କ୍ଷମା କରିବା ଶକ୍ତିଶାଳୀର ଗୁଣ। ୧୧. କାପୁରୁଷ ପ୍ରେମ ପ୍ରଦର୍ଶନ କରିପାରେନା, ସାହସୀ ହିଁ କରିଥାଏ। ୧୨. ଆସନ୍ତା କାଲି ଯେମିତି ତୁମର ମୃତ୍ୟୁହେବ, ଏଇ ଭାବ ନେଇ ବଂଚ। ଯେମତି ତୁମର କେବେ ବି ମୃତ୍ୟୁ ହେବ ନାହିଁ, ଏଇ ଭାବ ନେଇ ଶିକ୍ଷା ଗ୍ରହଣ କର। ୧୩. ଗୋଟେ ଆଖି ବଦଳରେ ଗୋଟେ ଆଖି ତାଡ଼ିଲେ ଦିନେ ସାରା ଦୁନିଆ ଅନ୍ଧ ହୋଇଯିବ। ୧୪. ପ୍ରେମର କ୍ଷମତା ଯେଉଁଦିନ କ୍ଷମତାର ପ୍ରେମକୁ ହରେଇଦେବ ସେଦିନ ପୃଥିବୀରେ ଶାନ୍ତି ଆସିବ। ୧୫. ଆତ୍ମସମ୍ମାନ ହରେଇବାଠାରୁ ବଡ଼ କ୍ଷତି ଆଉ କିଛି ନାହିଁ। ୧୬. ତୁମେ ଯାହା କରୁଛ ସେଥିରୁ କି ଫଳ ମିଳିବ ତୁମେ ହୁଏତ ଜାଣିନାହଁ କିନ୍ତୁ ତୁମେ ଯଦି କିଛି ନକରିବ ତେବେ କିଛି ହଁ ଫଳିବ ନାହିଁ। ୧୭. ତୁମେ ଆଜି ଯାହା କରୁଛ ତା’ ଉପରେ ତୁମର ଭବିଷ୍ୟତ ଠିଆ ହୋଇଥାଏ। ୧୮. ହଜାର ହଜାର ଶବ୍ଦଠାରୁ ଅଳ୍ପ କିଛି ଅଭ୍ୟାସ ବହୁତ ଭଲ। ୧୯. ହଜାର ହଜାର ଲୋକଙ୍କୁ ମୁଣ୍ଡ ନୂଆଇଁ ପ୍ରାର୍ଥନାଠାରୁ ଛୋଟ ଗୋଟେ କାମ ଦ୍ବାରା ଜଣଙ୍କ ହୃଦୟକୁ ଖୁସି କରିବା ମହତ୍ତର। ୨୦. ମୁଁ ଯଦି ଏହା କରିପାରିବି ବୋଲି ବିଶ୍ବାସ କରେ ତେବେ ମୋର ଆରମ୍ଭରୁ ଏହା କରିବାର ସାମର୍ଥ୍ୟ ନଥିଲେ ବି ପରେ ହାସଲ କରିପାରେ।

Share :