ପୁଣି ୪.୫ ହଜାର କୋଟିର ପ୍ରକଳ୍ପ ଦେବେ ପ୍ରଧାନମନ୍ତ୍ରୀ

ପୁଣି ୪.୫ ହଜାର କୋଟିର ପ୍ରକଳ୍ପ ଦେବେ ପ୍ରଧାନମନ୍ତ୍ରୀ

Share :

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାନୁଆରୀ ୫ ତାରିଖରେ ବାରିପଦା ସହରକୁ ଗସ୍ତ କରୁଛନ୍ତି । ଦୁଇ ସପ୍ତାହରୁ କମ୍ ସମୟ ବ୍ୟବଧାନରେ ଓଡ଼ିଶାକୁ ତାଙ୍କର ଏହି ଦ୍ୱିତୀୟ ଆଗମନ ଅବସରରେ ପ୍ରଧାନମନ୍ତ୍ରୀ ଓଡ଼ିଶାରେ କେନ୍ଦ୍ର ସରକାରଙ୍କ ପ୍ରାୟ ୪,୫୦୦ କୋଟି ଟଙ୍କାରୁ ଊଦ୍ଧ୍ୱର୍ ପ୍ରକଳ୍ପ ସମୂହକୁ ଲୋକାର୍ପଣ କରିବେ । ଏହି ପ୍ରକଳ୍ପ ଅନ୍ତର୍ଗତ ଓଡ଼ିଶାରେ ୪ ଲେନ୍ ବିଶିଷ୍ଟ ରାଜମାର୍ଗ, ଓଡ଼ିଶା ମଧ୍ୟ ଦେଇ ଯିବାକୁ ଥିବା ପ୍ରମୁଖ ଏଲ୍ପିଜି ପାଇପଲାଇନର ଲୋକାର୍ପଣ, ଏକ ମହତ୍ୱପୂର୍ଣ୍ଣ ରେଳଲାଇନର ଦୋହରୀକରଣ, ଏକ ଦୀର୍ଘଦିନର ଅବହେଳିତ ମାର୍ଗରେ ନୂତନ ଯାତ୍ରୀବାହୀ ରେଳ ଚଳାଚଳର ଶୁଭାରମ୍ଭ, ବାଲେଶ୍ୱରରେ ମଲ୍ଟୀ ମୋଡାଲ ଲଜିଷ୍ଟିକ୍ ହବ୍ ଏବଂ ହରିପୁରଗଡ଼ର ଐତିହାସିକ ସ୍ଥଳର ସଂରକ୍ଷଣ ଆଦି ପ୍ରକଳ୍ପ ସାମିଲ ଅଛି । ଭୁବନେଶ୍ୱରଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦିଆଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପି ସି ଚୌବେ, ଇଡ଼ି, ଏସ୍ଇଆର୍ପିଏଲ୍, ଇଣ୍ଡିଆନ୍ ଅଏଲ, ଶ୍ରୀ ପ୍ରୀତୀଶ ଭରତ, ସିଜିଏମ୍, ଇଣ୍ଡିଆନ୍ ଅଏଲ ଆଣ୍ଡ ଏସ୍ଏଲ୍ସି, ଓଡ଼ିଶା, ଶ୍ରୀ ଅରୁଣ ମଲ୍ଲିକ, ସୁପରିଟେଣ୍ଡିଂ ଆର୍କିଲୋଜିଷ୍ଟ, ଏଏସ୍ଆଇ, ଭୁବନେଶ୍ୱର ସର୍କଲ, ଶ୍ରୀ ଜେ ପି ମିଶ୍ର, ଚିଫ୍ ପିଆର୍ଓ, ପୂର୍ବତଟ ରେଳପଥ, ଶ୍ରୀ ଏ କେ ରାୟ, ଜେନେରାଲ ମ୍ୟାନେଜର,ଏନ୍ଏଚ୍ଏଆଇ, ଶ୍ରୀ ସୁଧାଂଶୁ ଶେଖର ମିଶ୍ର, ଆଂଚଳିକ ପାସପୋର୍ଟ ଅଫିସର, ଭୁବନେଶ୍ୱର ଏବଂ ଶ୍ରୀ ଶ୍ରୀନିବାସ ପାତ୍ର, ବରିଷ୍ଠ ମ୍ୟାନେଜର, କର୍ପୋରେଟ କମ୍ୟୁନିକେସନ, ଆଇଓସିଏଲ୍, ଓଡ଼ିଶା ପ୍ରମୁଖ ଉପସ୍ଥିତ ଥିଲେ । ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରଣାଳୟ କୌଣସି କ୍ଷେତ୍ରର ଆର୍ଥିକ ସମୃଦ୍ଧି ତାର ରାଜମାର୍ଗ ସଂଯୋଗର ମାନ ଏବଂ ଘନତ୍ୱରୁ ପରିଚିତ ହୋଇଥାଏ, ଯାହା ପ୍ରମୁଖ ଔଦ୍ୟୋଗିକ କେନ୍ଦ୍ରଗୁଡ଼ିକୁ ଏକ ନିର୍ଦ୍ଦିଷ୍ଟ ବେଗରେ ଦ୍ରବ୍ୟ ଏବଂ ସେବାକୁ ସ୍ଥାନାନ୍ତରିତ କରିବା ପାଇଁ ଯୋଡ଼ିଥାଏ । ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଓଡ଼ିଶାରେ ତିନି ଗୋଟି ଜାତୀୟ ରାଜପଥ ପ୍ରକଳ୍ପର ଶିଳାନ୍ୟାସ କରାଯିବ । ୮୨୮.୩୬ କୋଟି ଟଙ୍କାର ୪୩.୨ କିମି ବିଶିଷ୍ଟ ଏନ୍ଏଚ୍-୨୧୫ ର ରିମୁଳି-କୋଇଡ଼ା ଅଂଶର ୪ ଲେନ୍ କାର୍ଯ୍ୟ, ୧,୩୧୩ କୋଟି ଟଙ୍କାର ୧୦୪.୨ କିମି ବିଶିଷ୍ଟ ଏନ୍ଏଚ୍-୬ ର ସିଙ୍ଗଡ଼ା-ବିଂଜବାହାଲ ଅଂଶର ୪ ଲେନ୍ କାର୍ଯ୍ୟ ଓ୧,୧୭୬.୪ କୋଟି ଟଙ୍କାର ୫୩.୨ କିମି ବିଶିଷ୍ଟ ଏନ୍ଏଚ୍-୨୧୫ ର କୋଇଡ଼ା-ରାଜମୁଣ୍ଡା ଅଂଶର ୪ ଲେନ୍ କାର୍ଯ୍ୟ ଆଦି ପ୍ରକଳ୍ପ ସାମିଲ ରହିଛି । ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ ଲିମିଟେଡ଼୍ ର ପାରାଦୀପ-ହଳଦିଆ-ଦୁର୍ଗାପୁର ଏଲ୍ପିଜି ପାଇପଲାଇନ ପ୍ରକଳ୍ପର ବାଲେଶ୍ୱର-ହଳଦିଆ-ଦୁର୍ଗାପୁର ଅଂଶକୁ ଲୋକାର୍ପିିତ କରାଯିବାର କାର୍ଯ୍ୟକ୍ରମ ରହିଛି । ପାରାଦୀପ-ହଳଦିଆ-ଦୁର୍ଗାପୁର ପାଇପଲାଇନର ଏକ ଅଂଶ ଭାବେ ୧,୦୮୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ୫୧୩ କିମି ବିଶିଷ୍ଟ ବାଲେଶ୍ୱର-ହଳଦିଆ-ଦୁର୍ଗାପୁର ଅଂଶ ହେଉଛି ପୂର୍ବଭାରତରେ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ ଦ୍ୱାରା ସ୍ଥାପିତ କରାଯାଉଥିବା ପ୍ରଥମ ଏଲ୍ପିଜି ପାଇପଲାଇନ । ୬୭୦ କିମି ବିଶିଷ୍ଟ ପାରାଦୀପ-ହଳଦିଆ-ଦୁର୍ଗାପୁର ଗ୍ୟାସ ପାଇପଲାଇନ ୧,୩୩୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି ଏବଂ ଏହା ଓଡ଼ିଶା ଏବଂ ଏହାର ପଡ଼ୋଶୀ ରାଜ୍ୟକୁ ନିରବଚ୍ଛିନ୍ନ ଭାବେ ଗ୍ୟାସ ଯୋଗାଣ କରିବ । ଏହି ପାଇପଲାଇନ ଓଡ଼ିଶାର ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଏବଂ ବାଲେଶ୍ୱର ଜିଲା ମଧ୍ୟ ଦେଇ ୨୪୦ କିମି ଅତିକ୍ରମ କରିବ । ଏହି ଗ୍ୟାସ୍ ପାଇପଲାଇନ ପଶ୍ଚିମବଙ୍ଗର ପୂର୍ବମେଦିନାପୁର, ବର୍ଦ୍ଧମାନ, ହୁଗ୍ଲୀ ଏବଂ ହାୱଡ଼ା ମଧ୍ୟରେ ୪୩୦ କିମି ଅତିକ୍ରମ କରିବ । ପାରାଦୀପ-ହଳଦିଆ ପାଇପଲାଇନର କ୍ଷମତା ୧.୧ ଏମ୍ଏମ୍ଟିପିଏ ରହିଥିବା ବେଳେ ହଳଦିଆ-ଦୁର୍ଗାପୁର ପାଇପଲାଇନର କ୍ଷମତା ୧.୩ ଏମ୍ଏମ୍ଟିପିଏ ରହିଛି । ରେଳ ମନ୍ତ୍ରଣାଳୟ ଟାଟାନଗରରୁ ବାଦାମପାହାଡ଼କୁ ଦ୍ୱିତୀୟ ଯାତ୍ରୀବାହୀ ରେଳ ଚଳାଚଳ ଶୁଭାରମ୍ଭ- ଟାଟାନଗର-ବାଦାମପାହାଡ଼ ରେଳଧାରଣା ୧୯୧୧ ମସିହାରେ ସ୍ଥାପନ କରାଯାଇଥିଲା ଏବଂ କେବଳ ଗୋଟିଏ ଟ୍ରେନ ଉକ୍ତ ରେଳଧାରଣା ମଧ୍ୟଦେଇ ଚଳାଚଳ କରୁଥିଲା । ଅନ୍ୟ ଏକ ଯାତ୍ରୀବାହୀ ଟ୍ରେନକୁ ଏହି ଐତିହାସିକ ଲାଇନରେ ଚଳାଚଳ କରାଯିବ ଏବଂ ଏହାଦ୍ୱାରା ବାଦାମପାହାଡ଼ ଲୋକମାନେ ଅଧିକ ଲାଭବାନ ହୋଇପାରିବେ । ଏବେ ଲୋକମାନେ ସପ୍ତାହକୁ ୬ ଦିନ ପାଇଁ ଟାଟାନଗର ମଧ୍ୟ ଦେଇ ହାୱଡ଼ା ଏବଂ ମୁମ୍ବାଇ ସହରକୁ ଯାତାୟତ କରିପାରିବେ । ୨୦୧୮-୧୯ ବର୍ଷରେ ଏହି ରେଳଲାଇନର ବିଦ୍ୟୁତୀକରଣ ପାଇଁ ମଧ୍ୟ ମଞ୍ଜୁରୀ ମିଳିସାରିଛି । ନାରଣପୁର-ବସନ୍ତପୁର ଏବଂ ଚିଲିକିଦରା-ସଗଡ଼ପଟା ଲାଇନର ଦୋହରୀକରଣ ୧୩୧.୩୪ କୋଟି ଟଙ୍କା ବ୍ୟୟରେ ୧୧.୩ କିମି ବିଶିଷ୍ଟ ଚିଲିକିଦରା-ସଗଡ଼ପଟା ଲାଇନ ଏବଂ ୯ କିମି ବିଶିଷ୍ଟ ନାରଣପୁର-ବସନ୍ତପୁର ରେଳଲାଇନ ଦୋହରୀକରଣ କାର୍ଯ୍ୟ ଶେଷ ହୋଇଛି, ଯାହା କି କେନ୍ଦୁଝର ଏବଂ ଯାଜପୁର ଭଳି ଖଣିଜସମ୍ପଦ ପୂର୍ଣ୍ଣ ଜିଲାକୁ ସଂଯୋଗ କରିବ ଏବଂ ଏହା ରାଜସ୍ୱ ବୃଦ୍ଧି କରିବାରେ ସହାୟକ ହେବ । ଏହି ଦୁଇଟି ଅଂଶ ବାଂଶପାଣି-ଯଖପୁରା ୧୮୦ କିମି ବିଶିଷ୍ଟ ଦୋହରୀକରଣ ରାସ୍ତାର ଏକ ଅଂଶ ଭାବେ ୯୪୩ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବା ପାଇଁ ୨୦୧୦-୧୧ ବର୍ଷରେ ମଞ୍ଜୁରୀ ଦିଆଯାଇଥିଲା । ଏହି ଦୋହରୀକରଣ ବର୍ତମାନ ରେଳଲାଇନର କ୍ଷମତାକୁ ବୃଦ୍ଧି କରିବ ଏବଂ ଆଗାମୀ ଦିନରେ ପାରାଦୀପ ବନ୍ଦରକୁ ଖଣିଜ ପରିବହନ ସମେତ ଅବହେଳିତ ଅଂଚଳଗୁଡ଼ିକୁ ପାସେଞ୍ଜର ଟ୍ରେନ ସୁବିଧା ଉପଲବ୍ଧ କରାଇବ । ମଲ୍ଟୀ ମୋଡାଲ ଲଜିଷ୍ଟିକ୍ ପାର୍କ ଲୋକାର୍ପଣ ୨୫ କୋଟି ଟଙ୍କା ବ୍ୟୟରେ ବାଲେଶ୍ୱରଠାରେ ନିର୍ମିିତ ଏହି ମଲ୍ଟୀ ମୋଡାଲ ଲଜିଷ୍ଟିକ୍ ପାର୍କ (ଏମ୍ଏମ୍ଏଲ୍ପି)ରେ ୩୮୩୨୫ ବର୍ଗମିଟର ବିଶିଷ୍ଟ ଆମଦାନୀ/ରପ୍ତାନୀ ନିମନ୍ତେ କଷ୍ଟମ ସୁବିଧା କେନ୍ଦ୍ର, ଏକ ସୁଦୀର୍ଘ ତଥା ସମ୍ପୂର୍ଣ୍ଣ ରେଳପଥକୁ ୨ଟି ୱେୟାରହାଉସ୍, ରୋଡ୍ୱେ ବ୍ରିଜ୍ ଆଦି ଭଳି ବିଭିନ୍ନ ସୁବିଧା ଉପଲବ୍ଧ ହେବ । ଏମ୍ଏମ୍ଏଲ୍ପି ବାଲେଶ୍ୱରକୁ ଏକ ସଂଯୁକ୍ତ (ଇଏକ୍ସଆଇଏମ୍+ଡୋମେଷ୍ଟିକ) ଟର୍ମିନାଲ ଭାବେ ଏବଂ ଅନ୍ୟ ଉଦ୍ୟୋଗଗୁଡ଼ିକୁ ବିକଶିତ କରାଯାଉଛି ଏବଂ କ୍ୟାଚ୍ମେଂଟ ଅଂଚଳ ଏବଂ ଏହାର ଆଖପାଖ ଅଂଚଳରେ ସ୍ଥିତ ସ୍ପଞ୍ଜ ଆଇରନ୍, ପିଗ୍ ଆଇରନ୍, ଫେରୋକ୍ରୋମ ଭଳି ଉଦ୍ୟୋଗଗୁଡ଼ିକ ଏହି ସୁବିଧାର ଉପଯୋଗ କରି ଲାଭାନ୍ୱିତ ହୋଇପାରିବେ ଏବଂ ଓଡ଼ିଶାରେ ବାଲେଶ୍ୱରକୁ ଏକ ପ୍ରମୁଖ ଲଜିଷ୍ଟିକ୍ ହବ୍ ଭାବେ ସ୍ଥାପିତ କରିବ ଯାହା ଓଡ଼ିଶାରେ ବ୍ୟବସାୟିକ କ୍ଷେତ୍ରକୁ ମଧ୍ୟ ସୁଦୃଢ କରିବ । ସଂସ୍କୃତି ମନ୍ତ୍ରଣାଳୟ ଓଡ଼ିଶାର ପ୍ରାଚୀନ ଐତିହ୍ୟର ସୁରକ୍ଷା ଦିଗରେ ଭାରତ ସରକାରଙ୍କ ତରଫରୁ ନିଆଯାଉଥିବା ପଦକ୍ଷେପଗୁଡ଼ିକୁ ଦୃଷ୍ଟିରେ ରଖି, ଏଏସ୍ଆଇ ପ୍ରାଚୀନ ହରିପୁରଗଡ଼ ଦୁର୍ଗ ଠାରେ ରସିକରାୟ ମନ୍ଦିରର ସଂରକ୍ଷଣ ଏବଂ ସ୍ଥପତି ଖନନ କାର୍ଯ୍ୟ ହାତକୁ ନେଇଛି ଏବଂ ଏଥି ନିମନ୍ତେ ୪୦ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି । ହରିପୁରଗଡ଼ ହେଉଛି ୧୪ ଶତାବ୍ଦୀର ମୟୂରଭଞ୍ଜ ଜିଲାର ଭଞ୍ଜ ସାମ୍ରାଜ୍ୟର ଏକ ସଶକ୍ତ ଦୁର୍ଗ । ଏହି ପର୍ଯ୍ୟଟନ ସ୍ଥଳରେ ପାନୀୟ ଜଳର ସୁବିଧା, ପଥର ନିର୍ମିତ ବେଂଚ, ପରିଚ୍ଛନ୍ନତା ଏବଂ ସୁରକ୍ଷା ଭଳି ସୁବିଧା ପର୍ଯ୍ୟଟକଙ୍କ ଆଗମନରେ ବେଶ୍ ସହାୟକ ହେବ ଏବଂ ଓଡ଼ିଶାରେ ପର୍ଯ୍ୟଟନର ବିକାଶରେ ଆଉ ଏକ ଫର୍ଦ୍ଦ ଯୋଡ଼ିବ । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଶାସନ-ସେବା ଇଂଟରଫେସ୍ ନିମନ୍ତେ ପୋଷ୍ଟ ଅଫିସଗୁଡ଼ିକ ହେଉଛନ୍ତି ଶେଷ-ମାଇଲ୍ ଖୁଂଟ ଏବଂ ଭାରତ ସରକାର ନାଗରିକଙ୍କ ନିମନ୍ତେ ମୂଲ୍ୟ ବର୍ଦ୍ଧିତ ସେବାକୁ ବୃଦ୍ଧି କରି ପୋଷ୍ଟ ଅଫିସର ଆଧୁନିକୀକରଣକୁ ଅଧିକ ଗୁରୁତ୍ୱ ଦେଉଛନ୍ତି । ଭଦ୍ରକ, କଟକ, ଯାଜପୁର, ଆସ୍କା, କେନ୍ଦୁଝର ଏବଂ ଢେଙ୍କାନାଳଠାରେ ପୋଷ୍ଟ ଅଫିସଗୁଡ଼ିକରେ ପାସପୋର୍ଟ ସେବାକେନ୍ଦ୍ର ର ଶୁଭରାମ୍ଭ କରାଯିବ । ବର୍ତମାନ ଓଡ଼ିଶାବାସୀ ପାସପୋର୍ଟ ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ଭୁବନେଶ୍ୱରସ୍ଥିତ ଆର୍ପିଓ ଅଫିସ ଉପରେ ନିର୍ଭର କରୁଛନ୍ତି ।

Share :