ବ୍ରହ୍ମପୁର ଆଇଜର ସ୍ଥାୟୀ କ୍ୟାମ୍ପସ ପ୍ରସ୍ତାବ ମଞ୍ଜୁର

ବ୍ରହ୍ମପୁର ଆଇଜର ସ୍ଥାୟୀ କ୍ୟାମ୍ପସ ପ୍ରସ୍ତାବ ମଞ୍ଜୁର

Share :

ଓଡ଼ିଶାର ବ୍ରହ୍ମପୁର ଓ ଆନ୍ଧ୍ରପ୍ରଦେଶର ତିରୁପତିଠାରେ ଭାରତୀୟ ବିଜ୍ଞାନ ଶିକ୍ଷା ଏବଂ ଗବେଷଣା ସଂସ୍ଥାନ (ଆଇଜର)ର ଦୁଇଟି ନୂତନ ସ୍ଥାୟୀ କ୍ୟାମ୍ପସ ପ୍ରତିଷ୍ଠା କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଆଇଜର କ୍ୟାମ୍ପସ ପ୍ରତିଷ୍ଠା ଓ ପରିଚାଳନା ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି । ଏଥିପାଇଁ ୩୦୭୪.୧୨ କୋଟି ଟଙ୍କା (ଅଣ-ପୁନଃପୌନିକ : ୨୩୬୬.୪୮ କୋଟି ଟଙ୍କା ଏବଂ ପୁନଃପୌନିକ: ୭୦୭.୬୪ କୋଟି ଟଙ୍କା) ଖର୍ଚ୍ଚ ହେବ । ପ୍ରତ୍ୟେକ ଆଇଜରରେ ସପ୍ତମ ସିପିସିର ଚତୁର୍ଦଶ ସ୍ତରରେ ଦୁଇଟି ରେଜିଷ୍ଟ୍ରାର ପଦବୀ ସୃଷ୍ଟି ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି । ଉଭୟ ଆଇଜର ୧,୧୭,୦୦୦ ବର୍ଗମିଟର କ୍ଷେତ୍ରରେ ନିର୍ମିତ ହେବ ଏବଂ ପ୍ରତ୍ୟେକ ଆଇଜରରେ ୧୮୫୫ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ସମ୍ପୂର୍ଣ୍ଣ ଭିତ୍ତିଭୂମି ସୁବିଧା ରହିବ । ଡିସେମ୍ବର ୨୦୨୧ ସୁଦ୍ଧା ଏହି ସଂସ୍ଥାନଗୁଡ଼ିକର ସ୍ଥାୟୀ କ୍ୟାମ୍ପସ ନିର୍ମାଣ ଶେଷ ହେବ । ଏହି ଦୁଇଟି ଆଇଜରରେ ସ୍ନାତକ ଏବଂ ସ୍ନାତକୋତର, ପିଏଚଡି ଏବଂ ସମନ୍ୱିତ ପିଏଚଡି ସ୍ତରରେ ଉଚ୍ଚ ମାନର ବିଜ୍ଞାନ ଶିକ୍ଷା ପ୍ରଦାନ କରାଯିବ । ଉଭୟ ସଂସ୍ଥାନ ବିଜ୍ଞାନର ଅଗ୍ରଣୀ କ୍ଷେତ୍ରରେ ଗବେଷଣା କାର୍ଯ୍ୟ କରିବେ । ଆଇଜର ଶ୍ରେ ବୈଜ୍ଞାନିକ ପ୍ରତିଭା ଫାକଲ୍ଟି ଭାବେ ଭାରତକୁ ଜ୍ଞାନ ଅର୍ଥବ୍ୟବସ୍ଥା ଦିଗରେ ନେଇଯିବାରେ ସହାୟକ ହେବ ଏବଂ ଭାରତରେ ବୈଜ୍ଞାନିକ ମାନବ ଶକ୍ତିର ଦୃଢ଼ ଭିତ୍ତିଭୂମି ପ୍ରସ୍ତୁତ କରିବ । ସୂଚନାଯୋଗ୍ୟ ଯେ ୨୦୧୫ରେ ଆନ୍ଧ୍ର ପ୍ରଦେଶ ପୁନର୍ଗଠନ ଅଧିନିୟମ, ୨୦୧୪ ଅନୁଯାୟୀ ଆଇଜର ତିରୁପତି ପ୍ରତିଷ୍ଠା କରାଯାଇଥିଲା । ଅନ୍ୟପକ୍ଷରେ ୨୦୧୬ରେ ଆଇଜର ବ୍ରହ୍ମପୁରର ପ୍ରତିଷ୍ଠା ହୋଇଥିଲା । ୨୦୧୫ରେ ନିଜ ବଜେଟ ଅଭିଭାଷଣରେ କେନ୍ଦ୍ର ଅର୍ଥମନ୍ତ୍ରୀ ଏହାର ପ୍ରତିଷ୍ଠା ଲାଗି ଘୋଷଣା କରିଥିଲେ । ଉଭୟ ସଂସ୍ଥାନ ଏବେ ଅସ୍ଥାୟୀ କ୍ୟାମ୍ପସରେ ଚାଲୁଛି ।

Share :