ଅଥଃ ମହାଭାରତୀୟ ପଲିଟିକ୍ସ ପର୍ବ!

ଅଥଃ ମହାଭାରତୀୟ ପଲିଟିକ୍ସ ପର୍ବ!

Share :

ସୂର୍ଯ୍ୟମଣି ମିଶ୍ର ପ୍ରଥମେ ବିପ୍ଳବୀ ଏବଂ ଦେଶଭକ୍ତଙ୍କ ଜନ୍ମ ପନ୍ଦରରୁ ପଚିଶ ବର୍ଷ ମଧ୍ୟରେ ହୋଇଯାଉଥିଲା । ଆଜିକାଲି ଏହି ବୟସ ସୀମା ବୃଦ୍ଧି ପାଇ ଚାଳିଶ ହୋଇଯାଇଛି । ଏବଂ ଏହି ଦେଶଭକ୍ତି ଗତ ଦିନରେ ଦେଶ ଓ ରାଜ୍ୟରେ ଦ୍ରୁତ ବୃଦ୍ଧି ପାଇଥିଲା । ଯାହାକୁ ଦେଖି ଆତ୍ମବଳି ଦେବାକୁ ପ୍ରେରଣା ମିଳୁଥିଲା । ସେବକଙ୍କ ସଂଖ୍ୟା ମଧ୍ୟ ଅପ୍ରତ୍ୟାଶିତ ଭାବେ ବୃଦ୍ଧି ପାଇଲା । ନାମଧାରୀ ଗାୟକ, ନୃତ୍ୟାଙ୍ଗନା, ସାମ୍ବାଦିକ, ଆଇଏଏସ୍, ଆଇପିଏସ୍ ସମସ୍ତେ ନହେଲେ ବି ଅଧିକରୁ ଅଧିକ ସମସ୍ତେ ‘ଫୁଲର ଇଚ୍ଛା ବା ଅଭିଳାଷ’ ଉପରେ ଲେଖି ସେବକ ହେବା ପାଇଁ ଆବେଦନ ପତ୍ରର ଫର୍ମ ପୂରଣ କରିବାରେ ଲାଗିଲେ । ସେଲିବ୍ରିଟି ଝାଡ଼ୁନେଇ ସଡ଼କ ସଫା କରିବାକୁ ପ୍ରସ୍ତୁତ । ସତରେ ନିଜର ବାସ୍ତବ ଜୀବନରେ ବାସ୍ତବ ଝାଡ଼ୁ ଦି’ମୁଠା ହାତରେ ନଧରିଥିଲେ କ’ଣ ହେଲା, ସ୍ୱଚ୍ଛତା ଅଭିଯାନର ଝାଡ଼ୁ ତ ସାର୍ଟିଫାଏଡ୍ ଏବଂ ଶୟନ-ସପନ-ଜାଗରଣରେ ଝାଡ଼ୁ ପାଖରେ ରହିଛି । ସ୍ୱଚ୍ଛତା ମନରେ ନଥିଲା ନାହିଁ, ଚରିତ୍ର, ସ୍ୱଭାବରେ ନଥିଲେ ବେଦ ଅଶୁଦ୍ଧ ହୋଇଯିବନି, ସାଧାରଣରେ ସ୍ୱଚ୍ଛତା ଅଭିଯାନ ଚାଲୁରହିବ । ନଦୀ-ନାଳ, ସ୍କୁଲ-କଲେଜ, ସଚିବାଳୟ, ପ୍ରେକ୍ଷାଳୟ, ଚିକିତ୍ସାଳୟ, ବସ୍ତ୍ରାଳୟ, ଭୂଷଣାଳୟ ସବୁକୁ ଝାଡୁରେ ସ୍ୱଚ୍ଛ କରାଯିବ । ସାର୍ଟିଫିକେଟ୍ ପ୍ରାପ୍ତ ସେବକଙ୍କ ସହ ଗାୟକ-ବାୟକ-ଘୋଷକ ପ୍ରସ୍ତୁତି ମୁଦ୍ରାରେ ରାତି ପାହିଲେ ସମର୍ପଣ ଭାବରେ । ସ୍ୱଚ୍ଛତା ଦେଖାଇବା ପାଇଁ ମିଡିଆର ଅଭାବ ନାହିଁ । ଅଭାବ ନାହିଁ ଟଙ୍କାର । ଏଥିପାଇଁ କବି ସମ୍ମିଳନୀ-ସଚେତନତା କାର୍ଯ୍ୟକ୍ରମକୁ ଟାଣ କରିବା ପାଇଁ ଶପଥର କର୍ମଶାଳା ଏବଂ ବକ୍ତୃତାମାଳାର ଆୟୋଜନ ସରିଛି । ନରେନ୍ଦ୍ର-ନବୀନ, ମାୟା-ମମତା, ବିଜୟ-ବୈଜୟନ୍ତ, ଧର୍ମେନ୍ଦ୍ର-ଭୂପେନ୍ଦ୍ର, ଅରୁଣ-ତରୁଣ, ପ୍ରଣବ-ପ୍ରତାପ, ସମସ୍ତେ ନାମୀ-ଦାମୀ । ଗାଡ଼ି-ବାଡ଼ି-ଫୋନ୍-ପିଅନ । ହୁଣ୍ଡା-ଗୁଣ୍ଡା ଚାମ୍ଚା ଥିବା ସମସ୍ତ ସେବକଙ୍କର ସମର୍ଥନ ରହିଛି । ‘ନମୋ’ ‘ନପ’ଙ୍କ ଆଦେଶ ଅନ୍ୟଥା ହେବନି । ଦୁର୍ନୀତି ଯେପରି ଚାଲୁଥିଲା-ଚାଲୁଛି ତାହା ଅବ୍ୟାହତ ରହିବ । ସମସ୍ତେ ଖୁସିରେ ନରୁହନ୍ତୁ, କିଏ ରୋଗରେ ପଡ଼ି ଚିକିତ୍ସା ପାଇ ମରୁଛନ୍ତି ତ ମରନ୍ତୁ, ସଂଘ ଶିକ୍ଷା ମମ ଦୀକ୍ଷାଧାରୀ ଇନ୍ଦ୍ରେଶ କୁମାର ତ କହିଦେଇଛନ୍ତି ଦେଶରେ ୨୦ କୋଟି ଲୋକଙ୍କ ପାଇଁ ସ୍ୱୟଂ ଭଗବାନ ତ ଭିକ ମାଗିବା ଭଳି ନିଯୁକ୍ତି ସୁଯୋଗ ସୃଷ୍ଟି କରିଛନ୍ତି । ଆଉ ନରଶ୍ରେଷ୍ଠ ନରେନ୍ଦ୍ର ତ ପକୋଡ଼ା ତିଆରକୁ ଶିଳ୍ପର ମାନ୍ୟତା ଦେବା ସହ ଆତ୍ମନିଯୁକ୍ତିର ବ୍ୟାପକ ସୁଯୋଗ ଏ କ୍ଷେତ୍ରରେ ଥିବା ଜଣାଇସାରିଛନ୍ତି । କେବଳ ସମସ୍ତ ପାଞ୍ଚବର୍ଷିଆ ରେଜିଷ୍ଟର୍ଡ ସେବକଙ୍କର ଚିନ୍ତା ଅଳିଆ-ଆବର୍ଜନା ଚିନ୍ତା- ଏଥିପାଇଁ ଜାତୀୟ ଆହ୍ୱାନ ‘ସ୍ୱଚ୍ଛତା ଅଭିଯାନ’ । ଝାଡ଼ୁଧରି ସ୍ୱଚ୍ଛତା ଅଭିଯାନକୁ ନିଜ ଆଖ-ପାଖରେ ସଫଳ କରିଥିବା ସେବକ ନବୀନ ‘ରେଡ୍ ଲାଇଟ୍’ ଏରିଆକୁ ସ୍ୱଚ୍ଛତା କରିବାକୁ ଯାଇ ବଦନାମ ହୋଇଛନ୍ତି । ଏହିଭଳି ବଦନାମ ଦିନେ ସେବକ ଶିରୋମଣୀ ଶଙ୍ଖବାହକ-ତୁଣ୍ଡ ସମ୍ରାଟ କୁତ୍ରାରେ ବଦନାମ ହୋଇଥିଲେ । ଏହିଭଳି ଅନନ୍ତକୋଟି ବ୍ରହ୍ମାଣ୍ଡ ଭୁବନେଶ୍ୱର ପୀଠକୁ ସଫା କରୁକରୁ ବଦନାମ ହୋଇଥିଲେ ଅନ୍ତହୀନ ସେବକ ଅନନ୍ତ । ଲକ୍ଷ୍ୟ ସ୍ୱଚ୍ଛତା ଅଭିଯାନକୁ ପବିତ୍ର କରିବା; କିନ୍ତୁ ବଦନାମ ହେବାକୁ ପଡ଼ୁଛି । ଏହାକୁ ବିଚାର ଧାରାର ଶେଷ ବା ଅନ୍ତ ବୋଲି ଧର୍ମଧାରୀ ‘ନମୋ’ ଭକ୍ତ ଧର୍ମେନ୍ଦ୍ର ତ ଦୋଷଦର୍ଶୀ ଭୂମିକାରେ । କିଏ ରେଡ୍ ଲାଇଟ୍ ଏରିଆକୁ ପାଦଦେଇଦେଲା ବୋଲି ତାଙ୍କ ଭଳି ସେବକଙ୍କୁ ସସପେଣ୍ଡ । ଏହା ସମାନୁପାତିକ ନ୍ୟାୟ ବ୍ୟବସ୍ଥାର ବିରୁଦ୍ଧାଚରଣ ନିଶ୍ଚୟ । ପବିତ୍ର-ମହତ-ଉନ୍ନତ ତଥା ମହାନ କାମ ‘ସ୍ୱଚ୍ଛତା ଅଭିଯାନ’କୁ ସଫଳ କରିବାକୁ ଯାଇଥିବା ସେବକଙ୍କୁ ପୁଣି ବ୍ୟଭିଚାରୀ ତଲିକାରେ! ଏହାକୁ କଳିଯୁଗର ବିପରୀତ ବାଣୀ ବୋଲି କହିଛନ୍ତି ନନ୍ଦପୁରର ନବୀନ । ଭୋଟରେ ନୋଟ୍, ପ୍ରଚାର କଲେ ସୁରା ଯାହାକୁ ଯେତେ, ଏହା ତ ଆଜିର ପଲିଟିକାଲ୍ ସ୍ୱଚ୍ଛତା । ଭୋଟ ପାଖେଇ ଆସୁଥିବାରୁ ନନ୍ଦପୁରର ସେବକ ନବୀନଙ୍କୁ ନିଜେ ନିଜର ସ୍ୱଚ୍ଛତା ରକ୍ଷା କରିପାରିନଥିବାରୁ ହାଇକମାଣ୍ଡ ‘ନପ’ ନିଜର ସ୍ୱଚ୍ଛତାକୁ ଜନ ଦରବାରରେ ସାବ୍ୟସ୍ତ କରିବାକୁ ଯାଇ ସସ୍ପେଣ୍ଡ୍ ଭଳି ଦଣ୍ଡବିଧାନ କରିଛନ୍ତି । ସ୍ୱଚ୍ଛତା ଅଭିଯାନକୁ ସଫଳ ଏବଂ ବାସ୍ତବ ରୂପାୟନ କରିବା ଦିଗରେ ସଂକଳ୍ପବଦ୍ଧ ପ୍ରୟାସ ଜାରିରଖି ନିଜ ଯଜ୍ଞପୁର ମାଟିରେ ଓଁକାର ବା ପ୍ରଣବର ମହିମାକୁ ନିକଟ ଅତୀତରେ ଦେଖାଇ ଦେଇଥିôବା ପ୍ରଣବ ବଦନାମ ଗଳିରେ ପଶିଥିବା, ସ୍ୱଚ୍ଛତା ନାମରେ ଗୁଡ଼ାଏ ଖାଇ ଦେଇଥିବାର ଅଭିଯୋଗକୁ ନେଇ ବିଚଳିତ । ଯଜ୍ଞପୁରକୁ ସ୍ୱଚ୍ଛତା ଅଭିଯାନ ଦ୍ୱାରା ଚମକାଇ ଦେଇଥିବା-ସଜେଇ ଦେଇଥିôବା-ହାଇକମାଣ୍ଡଙ୍କୁ ମନେଇ ଦେଇଥିବା ଜନତାଙ୍କୁ ମୋହି ଦେଇଥିôବା ସେବକ ପ୍ରଣବଙ୍କ ପବିତ୍ର ନାମକୁ ବଦନାମ କରାଯାଇଥିବା ଗାଁ ଦାଣ୍ଡରେ-ହାଟରେ-ଘାଟରେ-ବାଟରେ ଗୌତମଙ୍କ ଆଶ୍ରମରେ, ଦାମୋଦରଙ୍କ ଭଳି ସେବକଙ୍କ ଜନତା ଦରବାରରେ ଚାଲିଛି ଚର୍ଚ୍ଚା । ନଅବର୍ଷ ତଳର ସ୍ୱଚ୍ଛତା ଅଭିଯାନରେ ଜଡ଼ିତ ହୋଇଥିବା ପ୍ରଣବ ଏବେ ବଦନାମରେ ପୀଡ଼ିତ । ସ୍ୱଚ୍ଛତା ଅଭିଯାନର ତଦନ୍ତର, ପ୍ରଚାରର, ଚଉକିପ୍ରାପ୍ତି ନିଶାର ଏହାକୁ କହିବା ଦଶା ବା ପରିଣାମ । ପ୍ରଚାର ନିଜ ବିଚାର ବିରୁଦ୍ଧରେ କରାଯାଇପାରେ । ପଲିଟିକାଲ୍ ମାଇଲେଜ୍ ଦେଉଥିବା ସେବକଙ୍କ ପାଇଁ ଏହାକୁ କହିବା ପଲିଟିକାଲ୍ ଷଡ଼ଯନ୍ତ୍ର । ସଜ ମାଛରେ ପୋକ ପକାଇଦେବାର ଦକ୍ଷତା-ଯୋଗ୍ୟତା-ଅନୁଭବୀ, ଅଭିଜ୍ଞତା ସଂପନ୍ନ ସେବକ ଏପରି ନିଜେ ନିଜକୁ ସ୍ୱଚ୍ଛ ବୋଲି ଶପଥପାଠ କରି ପ୍ରତିଦ୍ୱନ୍ଦ୍ୱୀ ସେବକଙ୍କୁ ଅସ୍ୱଚ୍ଛ ବୋଲି ପ୍ରଚାର କରିବାର ତାକତ ଥିବା ସେବକ ତ ବୈଜୟନ୍ତ ବାନା ଉଡ଼ାଉଛନ୍ତି । ଅଚ୍ୟୁତମ୍-ଦାମୋଦରମ୍ ଅଷ୍ଟୋତ୍ତର ଶତନାମ ଗାଉଛନ୍ତି । ଭଗବାନଙ୍କ ନାମ ଧାରୀ ସେବକ ନିଜକୁ ଅଚ୍ୟୁତ-ଦାମୋଦର ବୋଲି ଦାବି କଲେ କ’ଣ ହେବ ସ୍ୱଚ୍ଛତା-ସମର୍ପିତ ସେବା ନାମରେ ବେଶ୍ ଖାଇଥିବା ବିଚାରକ୍ରାନ୍ତି କଥା କହି ନିଜର ଡେଙ୍ଗୁରା ପିଟୁଥିବା ସୌମ୍ୟ-ସୁଦର୍ଶନ-ନିରଂଜନ ପେଟ-ଥାଟ-ପଲିଟିକାଲ୍ ଘାଟର ଉନ୍ନତି ପାଇଁ ଖାଇଛନ୍ତି-ଖୋଇଛନ୍ତି । ସ୍ୱଚ୍ଛତାର ବିଚାର ଖାଇବା ନୁହେଁ ଖୋଇବା, ସେବକ ମହାତ୍ମା ଗାନ୍ଧି ସ୍ୱଚ୍ଛତାର ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ ଆଧୁନିକ ଗାନ୍ଧିମାର୍ଗୀ, ଦକ୍ଷିଣମାର୍ଗୀ-ବାମମାର୍ଗୀ ଗାନ୍ଧିଙ୍କ ସ୍ୱଚ୍ଛତାର ବିଚାରକୁ ଖାଇ-ଖାଇ ଦୂଷିତ କରିଦେଇଛନ୍ତି । ଏମନ୍ତ ଦୋଷ ସେବକଙ୍କର ବୋଲି କହିବା । ପ୍ରଚାର କରିବା ଦ୍ୱାରା ରାଷ୍ଟ୍ର ଧର୍ମ- ରାଜ ଧର୍ମ କଳୁଷିତ ହେଉଛି । ସ୍ୱଚ୍ଛତା ଭଳି ଲକ୍ଷ୍ୟ ତ ମହାନ । ତେବେ ସେବକଙ୍କର ଲକ୍ଷ୍ୟଚ୍ୟୁତି ଘଟୁଛି ନା ସେବକମାନେ ପଲିଟିକାଲ୍‍ ଘାଟର ସାଆନ୍ତ ଭାବେ ରହିବା ପାଇଁ ଏମନ୍ତ ପଥଭ୍ରଷ୍ଟ ହୋଇଛନ୍ତି । ଏହାତ ତଦନ୍ତ ପରେ ସ୍ପଷ୍ଟ ହେବ । ଆଇନ ତା ବାଟରେ ଯିବ ନିଶ୍ଚୟ ବୋଲି ‘ନମୋ’- ‘ନପ’ଙ୍କ ପକ୍ଷରୁ ବଜ୍ର ଘୋଷଣା । ସେବକଙ୍କର କାମ ସେବାକରିବା ସ୍ୱଚ୍ଛତାକୁ- ବଜାୟ ରଖିବା । କିନ୍ତୁ ସ୍ୱଚ୍ଛତାକୁ ଧଳା କରିବା ଅର୍ଥ ରାଜ ଧର୍ମ-ରାଜ ବି·ରକୁ ନଷ୍ଟ କରିଦେବା । ନିଆଁ ନ ଥିଲେ ତ ଧୂଆଁ ବାହାରିବ ନାହିଁ । ‘ଯିଏ ନିଆଁ ଖାଇବ ସେ ନିଶ୍ଚୟ ଅଙ୍ଗାର ହଗିବ ବୋଲି ସେବକ କମ୍‍ ପଣ୍ଡିତ ଦାମ-ଦାମୀ କଥା ଶୁଣାଇ ରାଜନୀତି ଶିବିରରେ ବ୍ୟଥାଭରା ହଇଚଇ ଅବସ୍ଥାକୁ ଜନ୍ମ ଦେଇଥିବା ପଣ୍ଡିତଙ୍କ ଶିଷ୍ୟମାନେ ଦାବୀ କରିଛନ୍ତି । ସେବକଙ୍କ ବିଚାର ସହ-ଅଭିଯୋଗ, ତର୍କ ସହ ଏକମତ ନହେଲେ କ’ଣ ହେବ ସେବକଙ୍କ ଦ୍ୱାରା ପ୍ରତିଷ୍ଠିତ କାଗଜ- ଚ୍ୟାନେଲରେ ତାଙ୍କ ବିଚାରକୁ- ଅଭିଯୋଗ, ତର୍କକୁ ଶୁଣିବାକୁ ବାଧ୍ୟ । ଜୀବନ ଚାଲିଯିବ ବରଂ ସେବକଙ୍କ ପ୍ରଚାରକୁ ଶୁଣିବାକୁ ହେବ । ସେବକଙ୍କ ମଧ୍ୟରେ ମୁଖିଆ, ହାଇକମାଣ୍ଡ, ପ୍ରେସିଡେଣ୍ଟ, ଡିସିଡେଣ୍ଟ, ପାୱାରଫୁଲ, ପୋଜିସନ, ଅପୋଜିସନ ମାର୍କା ସେବକ ଅଛନ୍ତି । ଅସାଧାରଣ-ସାଧାରଣ, ବାହୁବଳୀ, ଅର୍ଥବଳୀ ସେବକଙ୍କ ପାଖରେ ଲୋକ କାହିଁରେ କେତେ । ସେବକଙ୍କ ସ୍ୱଚ୍ଛତା ଅଭିଯାନ ସଂପର୍କରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ଆଲୋଚନ ଭାବେ ଉତ୍ତରର ମଧ୍ୟ ମାର୍ଗ ହଲ୍‍ରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ଆଲୋଚକ ଭାବେ ଯୋଗ ଦେଇଥିବା ବାବୁ ଭିକାରୀ ଚରଣ, କ୍ଷୀରୋଧ ଚନ୍ଦ୍ର, ବୈଦ୍ୟନାଥ ବାବୁଙ୍କ ଭଳି ସମୀକ୍ଷକଙ୍କ କହିବା କଥା ଆଗକୁ ଭୋଟ, ସେଥିପାଇଁ ମନ୍ଦିରରେ ଦାନ-ଦକ୍ଷିଣାକୁ ନେଇ ପଣ୍ଡାଙ୍କ ନାଟ-ବିଭ୍ରାଟ ଭଳି ସ୍ୱଚ୍ଛତା ଅଭିଯାନକୁ ନେଇ ଏମନ୍ତ୍ର ପଲିଟିକାଲ୍‍ ବିଭ୍ରାଟ । ଏହାକୁ କହିବା ରାଜଆକ୍ରୋଷ । ସେ ‘ନମୋ’ ‘ନପ’ଙ୍କ ଭଳି ମହାନ ସେବକ ହୁଅନ୍ତୁ କି ନନ୍ଦପୁରର ‘ନବୀନ’ ଯଜ୍ଞପୁରର ବବି- ଜଣେ ସେବକ ଆଉ ଜଣେ ସେବକଙ୍କୁ ବଦନାମ କରିବା ପାଇଁ ଦଳୀୟ ଟିକେଟ କାଟି ଦେବାପାଇଁ ଚାଲିଛି ଦୋଷଦର୍ଶୀ ପ୍ରଚାର । ଦୋଷଦର୍ଶୀ ଭୂମିକାରେ ଏବେ ଦେବେନ୍ଦ୍ର ତନୟ- ଏହାଙ୍କ କଣ୍ଟ୍ରୋଲ ଏବଂ କଣ୍ଟାକ୍ଟରେ ଚାଲୁଥିବା କାଗଜ- ଚ୍ୟାନେଲ, ସାଇଟ୍‍ରେ ନିଜ ବିରୋଧୀ ପକ୍ଷକୁ ବଦନାମ କରି ଖୁଆଡ଼ରେ ଭର୍ତ୍ତି କରିବା ପାଇଁ ଚାଲିଛି ପ୍ରଚାର । ବିଜୁନନ୍ଦନଙ୍କ ସମର୍ଥନ ଏବଂ ନିୟନ୍ତ୍ରଣରେ ଚାଲୁଥିବା ପ୍ରଚାର ଯନ୍ତ୍ରଗୁଡ଼ିକ ଦେବେନ୍ଦ୍ର ତନୟଙ୍କ ଗ୍ରୁପ୍‍କୁ କାଉଣ୍ଟର କରିବା ପାଇଁ ସୋସିଆଲ୍‍ ମିଡ଼ିଆକୁ ହାତ ଛଡା କରୁନାହାନ୍ତି । ଖାଲି ଆମ ରାଇଜ ନୁହେଁ ଦିଲ୍ଲୀରେ ‘ନମୋ’ ଏବଂ ରାଜୀବ ନନ୍ଦନଙ୍କ ସମର୍ଥନ ଏବଂ ବିରୋଧରେ ମିଡ଼ିଆ ଭାଗ-ଭାଗ । ପ୍ରସଙ୍ଗ କେବଳ ସ୍ୱଚ୍ଛତା ରକ୍ଷା, ସ୍ୱଚ୍ଛତା ଅଭିଯାନକୁ ସଫଳ କରିବା ନାମରେ ଖାଇଯିବା, ସୌମ୍ୟ ସୁନ୍ଦର ବଳିଷ୍ଠ-ଜ୍ଞାନୀ-ତପସ୍ୱୀ ସମର୍ପିତ ସେବକ ପୁଣି ଭୋକିଲା । ସ୍ୱଚ୍ଛତା ନାମରେ ଅର୍ଥାତ୍‍ ସ୍ୱଚ୍ଛ ପିଇବାପାଣି, ସ୍ୱଚ୍ଛ ପରିବେଶ, ସ୍ୱଚ୍ଛ ଶିକ୍ଷା, ସ୍ୱଚ୍ଛ ସ୍ୱାସ୍ଥ୍ୟ, ସ୍ୱଚ୍ଛ ଖାଦ୍ୟ, ସ୍ୱଚ୍ଛ ଡାଲି, ସ୍ୱଚ୍ଛ ବିକାଶ ନାମରେ ଖାଇ ଚାଲିଛନ୍ତି ସେବକ । କେବଳ ପାୱାର ଚେୟାରର ଭୋକ, ଟଙ୍କାର ଭୋଗର ଭୋକ । ଏମିତି ମାଲ୍ୟାଙ୍କ ଭଳି ସେବକ ଧରାଧାମରେ ଆମ ଗାଁ- ତୁମ ସହରରେ ଅଛନ୍ତି ଯେତେ ଖାଇଲେ ବି ଭୋକିଲା ବୋଲି କହିଥିଲେ । ଆଲୋଚନା ନରୋତ୍ତମ ମହାପାତ୍ର ଏହି ପ୍ରସଙ୍ଗ ଉପରେ ଆଲୋଚନା କରି ନୀଳଗିରିର ହେମନ୍ତ ମଲ୍ଲିକ, ନିଆଳିର କୃଷ୍ଣଚନ୍ଦ୍ର ବେହେରା କହିଲେ ସ୍ୱଚ୍ଛତା ନାମରେ ଏପରି ଚିତ୍ର ସୂଚାଇ ଦେଉଛି ବିଚାରର-ବିଚାରଧାରାର ଶେଷ ଦୃଷ୍ୟ ଦେଖିବାର ଦିନ ପାଖେଇ ଆସୁଛି । କାରଣ ଆଉ ବିପ୍ଲବୀ ଦେଶଭକ୍ତଙ୍କ ଜନ୍ମ ନେବାର ଦିନ ଚାଳିଶବର୍ଷ ବାକି ରହିଛି । ବାବୁ ନରୋତ୍ତମ ମହାପାତ୍ର ଶେଷରେ ସ୍ୱଚ୍ଛତାର ପ୍ରତିଷ୍ଠାକୁ ସୁନିଶ୍ଚିତ କରିବା ପାଇଁ ଲୋକଙ୍କୁ ନିଜର ସ୍ୱଚ୍ଛତା ନେଇ ଗ୍ୟାରେଣ୍ଟି ଦେବାପାଇଁ ସେବକ ଜଣେ ନିଜ ଚ୍ୟାନେଲ ମାଧ୍ୟମରେ ପାର୍ଟିକାମ କରୁଛନ୍ତି । ଆଗ ମାଟି ପରେ ପାର୍ଟି କଥା ଉପରେ ଗୁରୁତ୍ୱ ଦେଉଛନ୍ତି । ଏହି ସୌମ୍ୟ ସୁଦର୍ଶନଙ୍କ ବିଚାର ସଂପର୍କିତ ପ୍ରଚାର ହେଲା- ଭଗତ ସିଂହ ୧୮ବର୍ଷ ବୟସରେ ଭବିଷ୍ୟତକୁ ପଛରେ ଠେଲିଦେଇ ସେବା କରିବା ପାଇଁ ଡେଇଁ ପଡ଼ିଥିଲେ । ଖୁଦିରାମ ବୋଷ ୧୬ ବର୍ଷ ବୟସରେ ଫାଶି ଉପରେ ଚଢ଼ିଥିଲେ । ସମସ୍ତେ ମାନନ୍ତି ସୁବାଷ ଚନ୍ଦ୍ର ଯିଏ କି ଆଜୀବନ ଯୁଦ୍ଧ କରିଥିଲେ । ସମସ୍ତେ ମାନନ୍ତି ଲକ୍ଷ୍ମଣ ନାୟକ, ଧରଣୀଧର ଭୂୟାଁ, ଗାନ୍ଧୀ, ବିସମିଲ୍ଲା ଏବଂ ଆଜାଦଙ୍କୁ । କ୍ଷୀରୋଦ ଚନ୍ଦ୍ର ନରୋତ୍ତମ ଏମନ୍ତ କହିଲେ କଣ ସେବକଙ୍କ ବି·ର- ଶୁଦ୍ଧ, ସ୍ୱଚ୍ଛତା ଉପରେ ଆଲୋଚନା କରିବାକୁ ଯାଇ ଏପରି ଭାଷଣ କଣ ଦେଉଛ । ମଡର୍ଣ୍ଣ ବିପ୍ଲବୀ, ସଂଗ୍ରାମୀଙ୍କୁ ଦେଖ, ତାଙ୍କ ଖାଦ୍ୟ, ବସ୍ତ୍ର, ତାଙ୍କ ପିଲାଙ୍କ ଇଂରାଜୀ ମାଧ୍ୟମରେ ପାଠ ପଢ଼ାକୁ ଅନୁଧ୍ୟାନ କର । ଚିହ୍ନ ଗାନ୍ଧୀବାଦୀ, ମାଓବାଦୀ, ମାର୍କ୍ସବାଦୀ, ଲେନିନବାଦୀଙ୍କୁ, ଚିହ୍ନିରଖ ଗେରୁଆ ବହୀନିର ସେବକମାନଙ୍କୁ । ଏହି ସେବକମାନେ ସ୍ୱଚ୍ଛତା ନାମରେ ନିଜର ସଂପତ୍ତି ବଢ଼ାନ୍ତି । କାହିଁକି ନା ଚାଳିଶ ବର୍ଷପରେ ସେବକ ଭାବରେ ଅବତୀର୍ଣ୍ଣ ହୋଇଛନ୍ତି । ଏହି ସେବକଙ୍କର ସ୍ୱଚ୍ଛତା ନାମରେ ଅବଦାନ ହେଲା ଟୁ-ଜି ସ୍ପେକ୍ଟ୍ରମ୍‍, ଖଣି, ଜମି, ଜଙ୍ଗଲ, ପାଣି, ଡାଲି ଭଳି ପ୍ରାକୃତିକ ସଂପଦ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ବଣ୍ଟନ-ହରଣ, ଗୁଣନ କରି ଟଙ୍କା ଗିଳନ୍ତି । ଭଗତ ସିଂହ, ଖୁଦିରାମ ବୋଷ, ଲକ୍ଷ୍ମଣ ନାୟକଙ୍କ ଭଳି ସେ କାଳର ସେବକ ହେବାକୁ ଆଜିର ସେବକଙ୍କର ‘ନା’ । ଆଜି ଦିନରେ ସେବକ ପିତାଙ୍କ ଉତ୍ତରାଧିକାରୀ ଭାବେ ୨୦ ବର୍ଷ ବୟସରେ ଦଳରେ ଯୋଗଦେଇ ସେବକ ଭୂମିକାରେ କ୍ଷମତା ହାସଲ ପାଇଁ ଧର୍ମ-ଜାତିର ଅସ୍ତ୍ର ଧରି ରକ୍ତପାତ କରୁଛନ୍ତି । ସ୍ୱଚ୍ଛତା ନାମରେ ଟଙ୍କା ଖାଉଛନ୍ତି । ଏହା ସ୍ୱଚ୍ଛତାର ନୂଆ ସଂସ୍କରଣ । ଗେମ୍‍ ଖେଳିବାରେ ପାରିବାର ସେବକ । ସେବକ-ସେବକଙ୍କ ନେତା ବିଶ୍ୱସ୍ତ-ସ୍ୱଚ୍ଛ ଜନତାଙ୍କ ନିକଟରେ ଉତ୍ତରଦାୟୀ ବୋଲି ତ ବଦନାମର କଳଙ୍କ ମୁଣ୍ଡାଉଛନ୍ତି । ଦେଶର ସେବା କରିବା ପାଇଁ ଜୀବନକୁ ବାଜି ଲଗାଇ ଟଙ୍କା ଖାଉଛନ୍ତି । ଯଦିଓ ସ୍ଥାନେ ସ୍ଥାନେ ରକ୍ତପାତ କରାଉଛନ୍ତି; କିନ୍ତୁ ନିଜେ ରକ୍ତ ପିଉ ନାହାନ୍ତି । ହଣା କଟା କରାଉଛନ୍ତି କିନ୍ତୁ ନିଜେ ଅସ୍ତ୍ର ଧରୁନାହାନ୍ତି । କେବଳ ବିରୋଧୀଙ୍କ ପାଇଁ ନିଜ ନାମ ବଦନାମ୍‍ ହେଉଛି । ଟଙ୍କା ଖାଇବା ଭଷ୍ଟ-ଭଷ୍ଟତମ କାର୍ଯ୍ୟ ନୁହେଁ । କାରଣ ଏହି ଭଗତ ସିଂହ, ଗାନ୍ଧୀ, ଗୋପବନ୍ଧୁ, ନବକୃଷ୍ଣଙ୍କ ଭଳି ସ୍ୱଚ୍ଛତା ଅଭିମାନର ସ୍ୱଚ୍ଛ ସେବକ ନୁହଁନ୍ତି । ସେବକ ହେବା ପୁଣି ରେଜିଷ୍ଟର୍ଡ ସେବକ ହେବାପାଇଁ ଟଙ୍କା, ମଦ ଖୋଇଛନ୍ତି- ଦେଇଛନ୍ତି । ଟଙ୍କା ଖୋଇ ଟଙ୍କା ଖାଉଥିବା ଦୋଷାବହ ନୁହଁ, ବରଂ ଯୋଗ-ଦକ୍ଷ ସେବକ ହୋଇଥିବା ନିଜ କାଗଜ-ଚାନାଲ ସାଇଟ୍‍ ଏବଂ ନିଜର ପୋଷା ହୁଣ୍ଡା-ଗୁଣ୍ଡାଙ୍କ ମାଧ୍ୟମରେ ପ୍ରଚାର କରିଚାଲିଛନ୍ତି । ତଦନ୍ତ କମିସନ ତଦନ୍ତ କାର୍ଯ୍ୟ କେବଳ ପଲିଟିକାଲ୍‍ ମେଜିକ୍‍-ମିରାକଲ ଜାଣ । କାରଣ ନୈତିକତା ମୂଲ୍ୟବୋଦକୁ ଶେଷ କରିବା ପାଇଁ ଆଜିର ସ୍ୱଚ୍ଛତା ଅଭିଯାନ ସେବକଙ୍କୁ ଟଙ୍କା ଖାଇବା- ଚୌକିରେ ବସିବାର ସୁଯୋଗ ଦେଇଛି । ଅଥଃ ମହାଭାରତୀୟ ବିଚାରପର୍ବର ଶେଷ- ଦୃଶ୍ୟ!! ସାମ୍ବାଦିକ, ଭୁବନେଶ୍ୱର ଫୋନ୍‍: ୯୪୩୮୦୦୬୨୧୫

Share :