ଚିନି ଏବେ ପିତା!

ଚିନି ଏବେ ପିତା!

Share :

ଚିନି କେବଳ ମଧୁମେହ ରୋଗୀଙ୍କ ପାଇଁ ପିତା ନୁହେଁ ଏବେ ଅନେକ କାରଖାନା ପାଇଁ ମଧ୍ୟ ପିତା ଲାଗିଲାଣି! ଉପିାଦନ ବଢ଼ିବା ସହିତ ଚାହିଦା କମୁଥିବାରୁ ଚିନି ଶିଳ୍ପର ଅନେକ ମାଲିକ ଏବେ ଚିନ୍ତାରେ। ସ୍ୱାସ୍ଥ୍ୟ ଉପରେ ଚିନିର କୁପ୍ରଭାବ ନେଇ ଲୋକମାନେ ଅଧିକ ସଚେତନ ହେଉଥିବାବେଳେ କେନ୍ଡ-ଫ୍ରୁଟ ନିର୍ମାତା ଡେଲ ମଣ୍ଟେ ଫୁଡ୍ସରୁ ଆରମ୍ଭ କରି ସ୍ନାକ୍ ବିକ୍ରେତା ମଣ୍ଡେଲେଜ୍ ଇଣ୍ଟର୍ନେସନାଲ ଯାଏଁ ଅନେକ କମ୍ପାନୀ ଏବେ ସେମାନଙ୍କ ଉପିାଦନରେ ବହୁତ କମ୍ ଚିନି ବ୍ୟବହାର କରୁଛନ୍ତି ବୋଲି ପ୍ରଚାର କରୁଛନ୍ତି। ଜନସଂଖ୍ୟା ବୃଦ୍ଧି ଦୃଷ୍ଟିରୁ ଚିନି ବିକ୍ରି ବଢ଼ୁଥିଲେ ବି ଗତ ଦଶନ୍ଧି ତୁଳନାରେ ଏହି ବୃଦ୍ଧି ହାର ହ୍ରାସ ପାଇଛି। ପୂର୍ବ ଦଶନ୍ଧିରେ ଚିନି ବିକ୍ରି ଅଭିବୃଦ୍ଧି ୧.୭ ପ୍ରତିଶତ ଥିଲାବେଳେ ଏବେ ଏହା ୧.୪ ପ୍ରତିଶତକୁ ଖସି ଆସିଛି। ଭାରତ ଏବେ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଆଖୁ ଉପିାଦକ। ଥାଇଲାଣ୍ଡର ଚାଷୀମାନେ ମଧ୍ୟ ଆଖୁ ଅମଳ କରୁଛନ୍ତି। ଆଖୁ ଉପିାଦନ ବଢ଼ୁଥିବାରୁ ବିଶ୍ୱରେ ଚିନି ଉପିାଦନ ମଧ୍ୟ ବୃଦ୍ଧି ପାଇଛି। ଆସନ୍ତା ବର୍ଷ ମଧ୍ୟ ଏହି ଧାରା ଜାରି ରହିବ। କିନ୍ତୁ ଚିନ୍ତା ବିଷୟ ହୋଇଛି ଆମେରିକାରେ ଚିନିର ଚାହିଦା କମିବା। ଆମେରିକା କୃଷି ବିଭାଗର ସୂଚନା ଅନୁସାରେ ୨୦୧୮ ମସିହାରେ ଚିନିର ଭବିଷ୍ୟତ ୨୫ ପ୍ରତିଶତ କମିଗଲାଣି। ସେଥିପାଇଁ ବ୍ଲୁମବର୍ଗ କମୋଡିଟି ଇଣ୍ଡେକ୍ସରେ ଚିନିର ସ୍ଥାନ ତଳକୁ ଖସିବାରେ ଲାଗିଛି। ନିଉୟର୍କସ୍ଥିତ ନିଉବ୍ରିଜ୍ ସିକ୍ୟୁରିଟିଜ କର୍ପୋରେସନର ମୁଖ୍ୟ ମାର୍କେଟ ଷ୍ଟ୍ରାଟେଜିଷ୍ଟ ଡୋନାଲ୍ଡ ସେଲକିନ୍ଙ୍କ ମତରେ ପାଗ ଖରାପ ନହେଲେ ଚିନି ଶିଳ୍ପ ପାଇଁ ଆଶା କରିବାର କିଛି ନାହିଁ। ଏବେ ପ୍ରାୟ ସମସ୍ତେ ଚିନି ଓ ଚିନିମିଶ୍ରିତ ଖାଦ୍ୟରୁ ଦୂରେଇ ଯିବାକୁ ଚାହୁଁଛନ୍ତି। ପ୍ରାୟ ପ୍ରତ୍ୟେକ ସୁପରମାର୍କେଟ ଓ କିରାନା ଦୋକାନରେ ତାହା ସମସ୍ତେ ଲକ୍ଷ୍ୟ କରୁଛନ୍ତି। ଗତ କିଛି ବର୍ଷ ପରି ଆସନ୍ତା ବର୍ଷଗୁଡ଼ିକରେ ମଧ୍ୟ ଚିନିର ଚାହିଦା ଏହିପରି କମି ଚାଲିବ। ତେଣୁ କିଛି ବର୍ଷ ପାଇଁ ଚିନି ଦର ଓ ଚିନି ଶିଳ୍ପର ଶେୟାର ମୂଲ୍ୟ ଏହିପରି କମି ରହିବ। ଆମେରିକାର କମୋଡିଟି ଫ୍ୟୁଚର ଟ୍ରେଡିଂ କମିଶନର ତଥ୍ୟ ଅନୁସାରେ ଚିନିର ଚାହିଦା କମୁଥିବାରୁ ଏହି ଶିଳ୍ପର ଶେୟାର ଆଉ କେହି ଅଧିକ ଦିନ ପାଇଁ କିଣୁ ନାହାନ୍ତି। ଅଳ୍ପଦିନ ପାଇଁ କିଣାଯାଉଥିବା ଚିନି ଶିଳ୍ପ ଶେୟାର ୧୫ ପ୍ରତିଶତ ବଢ଼ିଥିବାବେଳେ ଅଧିକ ଦିନ ପାଇଁ କିଣାଯାଉଥିବା ଶେୟାର ହାର ୭ ପ୍ରତିଶତ ଖସି ଯାଇଛି। ଏବର୍ଷ ସାରା ବିଶ୍ୱରେ ଚାହିଦାରୁ ୧୯.୬ ନିୟୁତ ଟନ୍ ଅଧିକ ଚିନି ଉପିାଦିତ ହୋଇଛି। ଏହି ଅଧିକ ଚିନି ତକ ଚୀନର ବାର୍ଷିକ ଚାହିଦା ମେଣ୍ଟାଇବାକୁ ଯଥେଷ୍ଟ। ଚୀନ ହିଁ ପୃଥିବୀରେ ସବୁଠୁଁ ଅଧିକ ଚିନି ଆମଦାନୀ କରିଥାଏ। କିନ୍ତୁ ସେଠାରେ ମଧ୍ୟ ଚିନି ଚାହିଦା କମୁଛି। ଭାରତରେ ଚିନି ଚାହିଦା କମୁଥିବାବେଳେ ଉପିାଦନ ବୃଦ୍ଧି ପାଉଛି। ତେଣୁ ଉପିାଦକମାନେ ରପ୍ତାନୀ ପରିମାଣ ୬ ନିୟୁତ ଟନ୍କୁ ବଢ଼ାଇବାକୁ ଦାବି କରୁଛନ୍ତି। ଗତ ବର୍ଷ ତୁଳନାରେ ଭାରତରେ ୫୮ ପ୍ରତିଶତ ଅଧିକ ଚିନି ଉପିାଦିତ ହୋଇଛି। ବ୍ରାଜିଲରେ ବାୟୋଫୁଏଲ ଦର କମିବାବେଳେ ଇଥାନୋଲ ମହଜୁଦ ବଢ଼ୁଛି। ତେଣୁ କାରଖାନାଗୁଡ଼ିକ ଅଧିକ ଆଖୁ ପେଡ଼ିବେ ଓ ଅଧିକ ଚିନି ଉପିାଦନ କରିବେ ବୋଲି ଆକଳନ କରାଯାଉଛି। ଏପରି ସ୍ଥଳେ ସମଗ୍ର ବିଶ୍ୱରେ ଚିନିର ଭଣ୍ଡାରଣ ବଢ଼ିବ, କିନ୍ତୁ ଚାହିଦା ନଥିବାରୁ ତାହା ଅବିକ୍ରି ରହିବାର ଆଶଙ୍କା ରହିଛି।

Share :