ବୁଲୁଛି ଜଙ୍ଗଲ ବିଭାଗର କ୍ଲୋନ୍!!

ବୁଲୁଛି ଜଙ୍ଗଲ ବିଭାଗର କ୍ଲୋନ୍!!

Share :

ସାଇବର ଲୁଟ୍ର ସାଙ୍ଘାତିକ ତରିକା । ଟାର୍ଗେଟ୍ରେ ବେକାର ଯୁବକ-ଯୁବତୀ। ଆଉ ମାଧ୍ୟମ ସାଜିଛି ଖୋଦ୍ ସରକାରଙ୍କ ବିଭିନ୍ନ ବିଭାଗର େୱବସାଇଟ୍ । ସରକାର େୱବସାଇଟର କ୍ଲୋନ୍ କରି ମାର୍କେଟରେ ନିଯୁକ୍ତି ବିଜ୍ଞାପନ ଛାଡ଼ିଛନ୍ତି ଦୁର୍ବୃତ୍ତ । ଏଭଳି ଠକେଇର ଶିକାର ହୋଇଛନ୍ତି ଓଡ଼ିଶା ସରକାରଙ୍କର ଜଙ୍ଗଲ ବିଭାଗ। ରାଜ୍ୟ ସରକାରଙ୍କ ଜଙ୍ଗଲ ବିଭାଗର ଅସଲି େୱବ୍ ଠିକଣା ହେଉଛି ଓଡ଼ିଶାଫରେଷ୍ଟ.ଇନ। ହେଲେ ଏହି ଠିକଣାରେ ଗୋଟିଏ ଏସ ଯୋଡ଼ି ଅର୍ଥାତ୍ ଓଡ଼ିଶାଫରେଷ୍ଟସ.ଇନରେ ସରକାରୀ େୱବସାଇଟର ଅବିକଳ ନକଲ େୱବସାଇଟ୍ ତିଆରି କରିଛନ୍ତି ସାଇବର ଦୁର୍ବୃତ୍ତ । ମୁଖ୍ୟମନ୍ତ୍ରୀ, ଜଙ୍ଗଲ ସଚିବ ପିସିସିସିଏଫଙ୍କ ଫଟୋ ଲଗାଇ େୱବସାଇଟକୁ ଏମିତି ତଆରି କରାଯାଇଛି ଲାଗିବ ଯେମିତି ଏଇଟା ହିଁ ଅସଲି। ଏଭଳି େୱବସାଇଟ୍ ତିଆରି ପଛରେ ରହିଛି ବଡ଼ଧରଣର ଠକେଇ ଉଦ୍ଦେଶ୍ୟ। କ୍ଲୋନ୍ େୱବସାଇଟରେ ନିଯୁକ୍ତି ବିଜ୍ଞାପନ ପ୍ରକାଶ କରାଯାଉଛି। ଗତ ଏପ୍ରିଲରେ ଫରେଷ୍ଟ ଗାର୍ଡ଼ ପାଇଁ ସରକାର ଆବେଦନ ଆହ୍ୱାନ କରିଥିବା ଏହି େୱବସାଇଟରେ ଦର୍ଶାଯାଇଥିଲା। ଆଉ ପ୍ରତି ଆବେଦନକାରୀଙ୍କ ପିଛା ୧୦୦ ଟଙ୍କା ମଧ୍ୟ ନିଆଯାଇଛି। ରାଜ୍ୟରେ ବେକାରୀ ସମସ୍ୟା ଉତ୍କଟରୂପ ନେଇଥିବା ବେଳେ ସରକାରୀ ନିଯୁକ୍ତିର ବିଜ୍ଞାପନର ପ୍ରଲୋଭନରେ ହଜାର ହଜାର ଯୁବକ ଯୁବତୀ ଆବଦେନ ମଧ୍ୟ କରିଛନ୍ତି। ବଡ଼ ଚଞ୍ଚକତାର ସହ ଏହି େୱବସାଇଟକୁ ତିଆରି କରାଯାଇଛି। ଯାହାକୁ ଜଣେ ସହଜରେ ବିଶ୍ୱାସ କରିନେବ। ହେଲେ ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଏହା ସରକାରଙ୍କ ୱେବସାଇଟ ନୁହେଁ। ଏହାର କଣ୍ଟାକ୍ଟ ଅପସନ ଗଲେ ନଟ୍ ଫାଉଣ୍ଡ ଲେଖା ଆସୁଛି। ଏହି ନକଲି େୱବସାଇଟର କାରନାମା ଗଲା ୪ ମାସ ହେଲା ଚାଳିଥିଲେ ବି ଜଙ୍ଗଲ ବିଭାଗ ଚୁପ୍। ଅସଲି େୱବସାଇଟରେ କେବଳ ଏହା ଆଲର୍ଟ େସ୍କ୍ରାଲ୍ ଛାଡ଼ିଦେଇ ହାତ ବାନ୍ଧି ବସିଛି ବିଭାଗ। ଏ ନେଇ ପିସିସିଏଫ୍ ଦେବବ୍ରତ ସ୍ୱାଇଁଙ୍କ ସହ ଯୋଗାଯୋଗ କରିବାରୁ ସେ ଏ ନେଇ ଅବଗତ ଥିବା କହିଛନ୍ତି। କିଭଳି ସେ କ୍ଲୋନ୍ େୱବସାଇଟକୁ ବନ୍ଦ କରାଯିବ ସେ ନେଇ ଆଲୋଚନା ଚାଲିଥିବା କହିଛନ୍ତି। ତେବେ ଯେଉଁ ପ୍ରାର୍ଥୀ ନକଲି େୱବସାଇଟ୍ ଆଧାରରେ ଚାକିରି ଲାଗି ଆବେଦନ କରିଛନ୍ତି ସେମାନଙ୍କ ଲାଗି ଜଙ୍ଗଲ ବିଭାଗ ଦାୟୀ ରହିବନି ବୋଲି ସେ ନିଜ ହାତ ଝାଡ଼ି ଦେିଛନ୍ତି। ତେବେ ବଡ଼ ପ୍ରଶ୍ନ ହେଉଛି ଗତଲା ୪ ମାସ ହେଲା ଏଭଳି କ୍ଲୋନ୍ େୱବସାଇଟ ଚାଲିଥିଲେ ବି କାହିଁକି ଏହା ଉପରେ ରୋକ୍ ଲାଗିନି? ଜଙ୍ଗଲ ବିଭାଗର ବରିଷ୍ଠ ଅଧିକାରୀମାନେ ପୋଲିସ୍ ଡିଜିଙ୍କୁ ଏ ସଂପର୍କରେ ଅବଗତ କରିଛନ୍ତି କି? ସରକାରୀ େୱବସାଇଟର କ୍ଲୋନ୍ ହେବା ଭଳି ଏକ ସମ୍ୱେଦନଶୀଳ ପ୍ରସଙ୍ଗକୁ ହାଲୁକା ଭାବେ ନେଉଛି କି ଜଙ୍ଗଲ ବିଭାଗ। ରାଜ୍ୟର ସାଇବର ଥାନା ଏଭଳି ଠକେଇରେ ରୋକ୍ ଲଗାଇ ପାରିବାରେ ବିଫଳ କାହିଁକି? ଯେଉଁ ଯୁବକଯୁବତୀ ଚାକରି ଆଶାରେ େୱବସାଇଟର ବିଜ୍ଞାପନ ଆଧାରରେ ଆବେଦନ କରୁଛନ୍ତି ଆଉ ଠକେଇ ଶିକାର ହେଉଛନ୍ତି ସେମାନଙ୍କୁ କିଭଳି ନ୍ୟାୟ ମିଳିବ? ରାଜ୍ୟର ସାଇବର ଥାନା ଏଭଳି ଠକେଇରେ ରୋକ୍ ଲାଗାଇବାରେ ବିଫଳ କାହିଁକି? ତେବେ ଏଭଳି କ୍ଲୋନ୍ େୱବସାଇଟର କାରନାମା କେବଳ ଜଙ୍ଗଲ ବିଭାଗ ସହ ହୋଇଛି ନା ଅନ୍ୟ କୌଣସି ବିଭାଗ ବି ଏହାର ଶିକାର ହୋଇଛି ତାହାର ଅନୁସନ୍ଧାନ ହେବା ଦରକାର। ଏହା ସହ କ୍ଲୋନ୍ େୱବସାଇଟ ପ୍ରସ୍ତୁତକାରୀଙ୍କ ବିରୋଧରେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ ରହିଛି। ଅନ୍ୟପକ୍ଷରେ, କୌଣସି ନିଯୁକ୍ତି ଲାଗି ଆବେଦନ ପୂର୍ବରୁ ପ୍ରାର୍ଥୀ ମଧ୍ୟ େୱବସାଇଟର ବୈଧତାକୁ ଯାଞ୍ଚ କରିବା ଦରକାର।

Share :