ଓଡ଼ିଶା ସାଂସଦ କେତେ ଦକ୍ଷ?

ଓଡ଼ିଶା ସାଂସଦ କେତେ ଦକ୍ଷ?

Share :

ୟୁଥ ଫର ସୋସିଆଲ ଡେଭଲପମେଣଟର ସହାୟତା କ୍ରମେ ଷୋଡଶ ଲୋକସଭା ସାଂସଦମାନଙ୍କର କାର୍ଯ୍ୟ, ଲୋକସଭାରେ ବିଭିନ୍ନ ବିତର୍କରେ ସେମାନଙ୍କ ଭାଗିଦାରିତା, ସଂସଦ ଚାଲିଥିବା ସମୟରେ ସୋମାନଙ୍କର ଉପସ୍ଥିତି ସଂସଦର ବିଭିନ୍ନ ଅଧିବେସନରେ ସୋମାନେ ପଚାରିଥିବା ପ୍ରଶ୍ନ ଓ ଆଂଚଳିକ ଉନ୍ନୟନ ପାଣ୍ଠି ଖର୍ଚ୍ଚ କରିଥିବା ବିଷୟକୁ ଆଧାର କରି ଏହି ଅଧ୍ୟୟନ କରାଯାଇଥିଲା । ରାଜ୍ୟର ମୋଟ ୨୧ଟି ଲୋକସଭା ଆସନ ରହିଛି । ସେ ଭିତରୁ ଭଦ୍ରକ, ଜଗତସିଂହପୁର ଓ ଯାଜପୁର ଆସନଗୁଡିକ ଅନୁସୂଚୀତ ଜାତିର ବର୍ଗଙ୍କ ନିମନ୍ତେ ସଂରକ୍ଷିତ ରହିଥିଲା ବେଳେ କେନ୍ଦୁଝର, ମୟୁରଭଞ, ନବରଙ୍ଗପୁର, ସୁନ୍ଦରଗଡ ଓ କୋରାପୁଟ ଆସନଗୁଡିକ ଅନୁସୂଚୀତ ଜନଜାତି ବର୍ଗଙ୍କ ନିମନ୍ତେ ସଂରକ୍ଷିତ ରହିଛି । ଓଡ଼ିଶାରେ ଏହି ଷୋଡ଼ଶ ଲୋକସଭାକୁ ୧୨ ଜଣ ସାଂସଦ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଛନ୍ତି (ଆସ୍କା, ବାଲେଶ୍ୱର, ବରଗଡ଼, ଜଗତସିଂହପୁର, ଯାଜପୁର, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, ମୟୁରଭଞ, ନବରଙ୍ଗପୁର, କୋରାପୁଟ ଓ ସମ୍ବଲପୁର) । ଏହି ଷୋଡ଼ଶ ଲୋକସଭାକୁ ମୋଟ ୨୧ ଜଣ ସାଂସଦଙ୍କ ମଧ୍ୟରୁ ୩ ଜଣ ମହିଳା ସାଂସଦ (ପ୍ରତିନିଧି) ନିର୍ବାଚିତ ହୋଇଛନ୍ତି । ଯାଜପୁର ନିର୍ବାଚନ ମଣ୍ଡଳୀରୁ ଶ୍ରୀମତି ରୀତା ତରାଇ, କନ୍ଧମାଳ ଆସନରୁ ଶ୍ରୀମତି ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ ଓ କେନ୍ଦୁଝର ଆସନରୁ ଶ୍ରୀମତି ଶକୁନ୍ତଳା ଲାଗୁରି । ଓଡ଼ିଶାର ୨୧ ଜଣ ସାଂସଦଙ୍କ ମଧ୍ୟରୁ ଜଣେ ସାଂସଦ ମାଟ୍ରିକ ଶିକ୍ଷାଗତ ଥିଲାବେଳେ, ଜଣଙ୍କର ଆଇ.ଏ, ଜଣଙ୍କର ଇଲେକ୍ଟ୍ରିକାଲ ଇଞିନିୟରିଂରେ ଡିପ୍ଲେମା, ଜଣେ ବି.ଏ, ଜଣେ ବି.ଏସସି, ଜଣେ ଏମ.ଏ, ଜଣେ ଏମ.ଏ ସହିତ ଏଲ.ଏଲ.ବି, ଦୁଇ ଜଣ ଏମ.ବି.ଏ, ଦୁଇ ଜଣ ଏମ.ବି.ବି.ଏସ, ଜଣେ ଇଞିନିୟରିଂ ଓ ମେନେଜମେଣ୍ଟରେ ଦୁଇଟି ଡିଗ୍ରି ହାସଲ କରିଥିଲାବେଳେ ଦୁଇଜଣ ପି.ଏଚ.ଡି ଡିଗ୍ରୀ ଧାରୀ ଅଛନ୍ତି । ଓଡ଼ିଶାକୁ ୪ଟି ଭୌଗୋଳିକ ଅଂଚଳରେ ବିଭକ୍ତ କଲେ ଉତର ଦିଗରେ କେନ୍ଦୁଝର, ମୟୁରଭଞ, ବାଲେଶ୍ୱର ଓ ଭଦ୍ରକ ଲୋକସଭା ନିର୍ବାଚନ ମଣ୍ଡଳୀ ଆସେ, ଠିକ୍ ସେହିପରି ଦକ୍ଷିଣ ଦିଗରେ ଆସ୍କା, ବ୍ରହ୍ମପୁର, କନ୍ଧମାଳ, ନବରଙ୍ଗପୁର ଓ କୋରାପୁଟ ନିର୍ବାଚନ ମଣ୍ଡଳୀ ରହିଛି । କେନ୍ଦ୍ର ଓଡିଶାରେ ଭୂବନେଶ୍ୱର, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଢେଙ୍କାନାଳ ନିର୍ବାଚନ ମଣ୍ଡଳୀ ରହିଛି । ସଂସଦରେ ଉପସ୍ଥାନ ଲୋକସଭା ୱେବସାଇଟ ତଥ୍ୟକୁ ଆଧାର କଲେ ଜଣାପଡ଼େ ଯେ ଗତ ୪ ବର୍ଷରେ ମୋଟ ୨୮୭ଟି କାର୍ଯ୍ୟ ଦିବସ ହୋଇଥିଲା । ସେ ମଧ୍ୟରୁ ଡଗତସିଂହପୁର ସାଂସଦ ଡ. କୁଳମଣି ସାମଲ ସମସ୍ତ କାର୍ଯ୍ୟ ଦିବସରେ ଦସ୍ତଖତ କରିଥିଲେ । ବାଲେଶ୍ୱର ସାଂସଦ ରବୀନ୍ଦ୍ର ଜେନା ୨୭୪ଟି କାର୍ଯ୍ୟ ଦିବସରେ, କଟକ ସାଂସଦ ଭର୍ତ୍ତୃହରି ମହତାବ୨୬୯ଟି କାର୍ଯ୍ୟ ଦିବସରେ, ସମ୍ବଲପୁର ସାଂସଦ ନରେନ୍ଦ୍ର ପ୍ରଧାନ ମହତାବ୨୬୭ଟି କାର୍ଯ୍ୟ ଦିବସରେ ଓ ଆସ୍କା ସାଂସଦ ଶ୍ରୀ ଲଡୁକିଶୋର ସ୍ୱାଇଁ ୨୬୬ଟି କାର୍ଯ୍ୟ ଦିବସରେ ଦସ୍ତଖତ କରିଛନ୍ତି । ଏଣୁ ଉପସ୍ଥାନ କ୍ଷେତ୍ରରେ ଉପରୋକ୍ତ ୫ ଜଣ ସାଂସଦ ଆଗରେ ଅଛନ୍ତି । ସଂସଦରେ ପ୍ରଶ୍ନ ଗତ ଚାରି ବର୍ଷ ମଧ୍ୟରେ ଓଡିଶାର ସାଂସଦମାନେ ପ୍ରାୟ ୩୮୬୦ଟି ପ୍ରଶ୍ନ ପଚାରିଛନ୍ତି । ସେମାନଙ୍କ ମଧ୍ୟରୁ ସମ୍ବଲପୁର ସାଂସଦ ନରେନ୍ଦ୍ର ପ୍ରଧାନ ସର୍ବାଧିକ ୫୪୦ଟି ପଚାରିଥିଲା ବେଳେ, କଟକ ସାଂସଦ ଭର୍ତ୍ତୃହରି ମହତାବ ୫୦୫ଟି ପ୍ରଶ୍ନ, କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ୪୫୮ଟି, ବାଲେଶ୍ୱର ସାଂସଦ ରବୀନ୍ଦ୍ର କୁମାର ଜେନା ୪୪୮ଟି, ବଲାଙ୍ଗିର ସାଂସଦ କଳିକେଶ ନାରାୟଣ ସିଂହଦେଓ ୪୦୦ଟି ପ୍ରଶ୍ନ ପଚାରିଛନ୍ତି । ଏଣୁ ସର୍ବାଧିକ ପ୍ରଶ୍ନ ପଚାରିବାରେ ଏହି ୫ ଜଣ ସାଂସଦ ଆଗରେ ରହିଛନ୍ତି । ସଂସଦରେ ବିତର୍କ ଗତ ଚାରି ବର୍ଷ ମଧ୍ୟରେ ଓଡ଼ିଶାର ସାଂସଦମାନେ ମିଶି ମୋଟ ୧୧୩୨ଟି ବିତର୍କରେ ଭାଗ ନେଇଥିଲେ । ତା ମଧ୍ୟରୁ କଟକ ସାଂସଦ ଭର୍ତ୍ତୃହରି ମହତାବ ସର୍ବାଧିକ ୨୮୮ଟି ତର୍କରେ ଭାଗ ନେଇଥିଲା ବେଳେ ବାଲେଶ୍ୱର ସାଂସଦ ରବୀନ୍ଦ୍ର ଜେନା ୨୭୧ଟି ତର୍କରେ, ଡଗତସିଂହପୁର ସାଂସଦ ଡ. କୁଳମଣି ସାମଲ ୧୧୮ଟି ତର୍କରେ, ଢେଙ୍କାନାଳ ସାଂସଦ ତଥାଗତ ସତପଥୀ ୮୨ଟି ଓ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝି ୬୭ଟି ତର୍କରେ ଭାଗ ନେଇଛନ୍ତି । ଏଣୁ ବିତର୍କରେ ଭାଗ ନେବାରେ ଉପରୋକ୍ତ ୫ ଜଣ ସାଂସଦ ଆଗରେ ଅଛନ୍ତି । ସାଂସଦ ଆଂଚଳିକ ଉନ୍ନୟନ ପାଣ୍ଠି ସାରା ଭାରତ ପାଇଁ ୧୯୯୩ ମସିହା ଡିସେମ୍ବର ୨୩ ତାରିଖ ଦିନ ସାଂସଦଙ୍କ ଆଂଚଳିକ ଉନ୍ନୟନ ପାଣ୍ଠି ନାମରେ ଏକ କାର୍ଯ୍ୟକ୍ରମ ଘୋଷଣା ହୋଇଥିଲା । ୧୯୯୪ ମସିହା ଫେବୃୟାରୀ ମାସରେ ଏଥିପାଇଁ ଏକ ଗାଇଡଲାଇନ ପ୍ରସ୍ତୁତ ହୋଇଥିଲା । ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଥିଲା ଯେ ଏହି ଆଂଚଳିକ ଉନ୍ନୟନ ପାଣ୍ଠି ମାଧ୍ୟମରେ ମାନ୍ୟବର ସାଂସଦମାନେ ନିଜ ଅଂଚଳର ବିକାଶ ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମମାନ ହାତକୁ ନେବା ପାଇଁ ଜିଲ୍ଲା ପ୍ରଶାସନକୁ ଜଣାଇବେ ଓ ସେଥି ନିମନ୍ତେ ସେ ନିଜ ଆଂଚଳିକ ଉନ୍ନୟନ ପାଣ୍ଠିରୁ ଅର୍ଥ ଅନୁଦାନର ସୁପାରିଶ କରିବେ । ଜିଲ୍ଲା ପ୍ରଶାସନ ଏହି ସୁପାରିଶ ଆଧାରରେ ନିଜ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣୀତ ଆର୍ଥିକ, ବୈଷୟିକ ଓ ପ୍ରଶାସନିକ ନିୟମ ଆଧାରରେ କାର୍ଯ୍ୟକାରୀ କରିବେ । ଏହି ଆଂଚଳିକ ଉନ୍ନୟନ ପାଣ୍ଠିର ମୂଳ ଉଦ୍ଦେଶ୍ୟ ହେଲା ଲୋକମାନଙ୍କର ବା ଗୋଷ୍ଠୀର ନିହାତି ଆବଶ୍ୟକତା ଥିବା କାର୍ଯ୍ୟଗୁଡିକୁ ଯେପରିକି, ରାସ୍ତାଘାଟ, ବିଦ୍ୟୁତ, ପାନୀୟ ଜଳ, ସ୍ୱାସ୍ଥ୍ୟ ଓ ଶିକ୍ଷା ଭଳି ସମସ୍ୟା ଗୁଡିକୁ ଦୂର କରି ଏକ ଦୀର୍ଘ ମିୟାଦି ଗୋଷ୍ଠୀ ସ୍ତରୀୟ ସଂପତ୍ତି ସୃଷ୍ଟି କରିବା । ଏହି କାର୍ଯ୍ୟକ୍ରମର କାର୍ଯ୍ୟକାରିତା ପାଇଁ ବିଭିନ୍ନ ଗାଇଡଲାଇନ୍ ପ୍ରସ୍ତୁତ ହୋଇଆସିଛି । ଡିସେମ୍ବର ୧୯୯୪, ଫେବୃୟାରୀ ୧୯୯୭, ସେପ୍ଟେମ୍ବର ୧୯୯୯, ଏପ୍ରିଲ ୨୦୦୨, ନଭେମ୍ବର ୨୦୦୫, ଅଗଷ୍ଟ ୨୦୧୨, ମେ ୨୦୧୪ ଓ ଜୁନ୍ ୨୦୧୬ରେ ଶେଷଥର ପାଇଁ ଗାଇଡଲାଇନରେ ପରିବର୍ତ୍ତନ ହୋଇଥିଲା । ୧୯୯୩-୯୪ ମସିହାରେ ଯେତେବେଳେ ଏହି ଯୋଜନା ଆରମ୍ଭ ହୋଇଥିଲା ପ୍ରତ୍ୟେକ ସାଂସଦଙ୍କ ପାଇଁ ବାର୍ଷିକ ୫ ଲକ୍ଷ ଟଙ୍କା ଅନୁମୋଦିତ ହୋଇଥିଲା । କିନ୍ତୁ ୧୯୯୪-୯୫ ମସିହାରେ ଏହା ପ୍ରତ୍ୟେକ ସାଂସଦଙ୍କ ନିଜର ନିର୍ବାଚନ ମଣ୍ଡଳୀ ପାଇଁ ଏକ କୋଟି ଟଙ୍କା ନିର୍ଦ୍ଧାରଣ କରାଯାଇଥିଲା । ଠିକ୍ ସେହିପରି ୧୯୯୮-୯୯ ମସିହା ବେଳକୁ ଏହା ୨ କୋଟି ଟଙ୍କା ଏବଂ ୨୦୧୧-୧୨ ମସିହାର୍ୁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରତ୍ୟେକ ସାଂସଦଙ୍କ ପାଇଁ ୫ କୋଟି ସ୍ଥିର କରାଯାଇଅଛି । କେନ୍ଦ୍ର ସ୍ତରରେ ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ମନ୍ତ୍ରଣାଳୟ ଏହି ଯୋଜନା ସଂପର୍କୀତ ନୀତି ପ୍ରସ୍ତୁତ, ପାଣ୍ଠି ଯୋଗାଣ ଓ କାର୍ଯ୍ୟକ୍ରମର ତଦାରଖ କରିବା ପାଇଁ ବ୍ୟବସ୍ଥା ପ୍ରସ୍ତୁତ ପାଇଁ ଦାୟିତ୍ୱ ନେଇଛନ୍ତି । ଠିକ୍ ସେହିପରି ରାଜ୍ୟ ସ୍ତରରେ ଏହି ସାଂସଦ ଆଂଚଳିକ ଉନ୍ନୟନ ପାଣ୍ଠିର କାର୍ଯ୍ୟକାରୀତା, ତଦାରଖ ଓ ସଂଯୋଜନା ପାଇଁ ଏକ ବିଭାଗକୁ ଦାୟିତ୍ୱ ଦିଆଯାଇଛି । ଜିଲ୍ଲା ପ୍ରଶାସନିକ ଅଧିକାରୀ ସାଂସଦ ଆଂଚଳିକ ଉନ୍ନୟନ ପାଣ୍ଠିର ସ୍ଥିତି ବିଷୟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଅବଗତ କରାନ୍ତି । ଜିଲ୍ଲାପାଳ ପ୍ରାୟତଃ ଜିଲ୍ଲା ପ୍ରଶାସନିକ ଅଧିକାରୀ ଭୂମିକା ତୁଲାଇଥାନ୍ତି । ଯେଉଁ ଜିଲ୍ଲାରେ ଜିଲ୍ଲା ଯୋଜନା କମିଟି ଅଛି ସେହି କ୍ଷେତ୍ରରେ ଜିଲ୍ଲା ଯୋଜନା କମିଟିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ଦାୟିତ୍ୱ ତୁଲାଇଥାନ୍ତି । ମହାନଗରନିଗମ କ୍ଷେତ୍ରରେ କମିଶନର ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ଦାୟିତ୍ୱ ତୁଲାଇଥାନ୍ତି । ଓଡ଼ିଶାର ୨୧ ଜଣ ସାଂସଦଙ୍କ ଆଂଚଳିକ ଉନ୍ନୟନ ପାଣ୍ଠି ନିମନ୍ତେ ଗତ ୪ ବର୍ଷରେ ମୋଟ ୩୫୦ କୋଟି ଟଙ୍କା ମଂଜୁର ହୋଇଥିଲା । ମଂଜୁର ଙ୍କାରୁ ୨୬୫ କୋଟି ୨୧ ଲକ୍ଷ ଟଙ୍କା ଖର୍ଚ୍ଚ ହେଇଛି । ଏହି କ୍ଷେତ୍ରରେ ଢେଙ୍କାନାଳ ସାଂସଦଙ୍କୁ ଦିଆଯାଇଥିବା ୧୦ କୋଟି ଟଙ୍କାରୁ ସମସ୍ତ ଟଙ୍କା ଖର୍ଚ୍ଚ କରିଦେଇଥିଲା ବେଳେ, ଜଗତସିଂହପୁର ସାଂସଦ ଡ. କୁଳମଣି ସାମଲଙ୍କୁ ଦିଆଯାଇଥିବା ୨୦ କୋଟି ଟଙ୍କାରୁ ୧୮ କୋଟି ୨୮ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । ଠିକ୍ ସେହିପରି କଟକ ସାଂସଦ ଭର୍ତ୍ତୃହରି ମହତାବ ପାଇଥିବା ୧୫ କୋଟି ଟଙ୍କାରୁ ୧୩ କୋଟି ୧୬ ଲକ୍ଷ, ବରଗଡ ସାଂସଦ ଡ. ପ୍ରଭାସ କୁମାର ସିଂହ ପାଇଥିବା ୨୦ କୋଟି ଟଙ୍କାରୁ ୧୬ କୋଟି ୭୬ ଲକ୍ଷ ଟଙ୍କା ଓ ଭଦ୍ରକ ସାଂସଦ ଅର୍ଜୁନ ଚରଣ ସେଠୀ ପାଇଥିବା ୨୦ କୋଟିରୁ ୧୫ କୋଟି ୮୩ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । ଏଣୁ ସାଂସଦ ଆଂଚଳିକ ଉନ୍ନୟନ ପାଣ୍ଠି ଖର୍ଚ୍ଚ କରିବାର ହାରକୁ ଦେଖିଲେ, ଏହି ସାଂସଦମାନେ ଆଗରେ ଅଛନ୍ତି । ଉପରୋକ୍ତ ୪ଟି ଦିଗକୁ ଆଧାର କରି ଆଲୋଚନା କଲେ ଜଣାପଡ଼େ ଯେ କଟକ ସାଂସଦ ଭର୍ତ୍ତୃହରି ମହତାବ, ଜଗତସିଂହପୁର ସାଂସଦ ଡ. କୁଳମଣି ସାମଲ, ବାଲେଶ୍ୱର ସାଂସଦ ରବୀନ୍ଦ୍ର ଜେନା, ଢେଙ୍କାନାଳ ସାଂସଦ ତଥାଗତ ସତପଥୀ ଓ ସମ୍ବଲପୁର ସାଂସଦ ନରେନ୍ଦ୍ର ପ୍ରଧାନ ସାମଗ୍ରିକ ଭାବେ ୨୧ ଜଣ ସାଂସଦଙ୍କ ଭିତରୁ ପ୍ରଥମ ପାଂଚ ଜଣ ଭାବେ ସ୍ଥାନ ପାଇଛନ୍ତି । ଠିକ୍ ସେହିପରି ମୟୂରଭଞ୍ଜ ସାଂସଦ ରାମଚନ୍ଦ୍ର ହାଁସଦା, ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ, କୋରାପୁଟ ସାଂସଦ ଝିନ ହିକକା, ବ୍ରହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ର ଓ ଯାଜପୁର ସାଂସଦ ଶ୍ରୀମତୀ ରୀତା ତରାଇ ଯଥାକ୍ରମେ ୨୧,୨୦,୧୯,୧୮ ଓ ୧୭ ତମ ସ୍ଥାନରେ ରହିଛନ୍ତି ।

Share :