Breaking News
ବସନ୍ତଙ୍କୁ ଖୋଜୁଛି ଉତ୍କଳ ଆଶ୍ରମ

ବସନ୍ତଙ୍କୁ ଖୋଜୁଛି ଉତ୍କଳ ଆଶ୍ରମ

ହେମାଙ୍ଗ ପ୍ରସାଦ ରାଉଳ ଦକ୍ଷିଣ ଓଡ଼ିଶା କଳା ସାହିତ୍ୟ ସାଂସ୍କୃତିକ ଚିନ୍ତା ଓ ଚେତନାର ଅନନ୍ୟ କ୍ଷେତ୍ର ବ୍ରହ୍ମପୁର ଦେହରେ ୬୦ ବର୍ଷ ତଳେ ଯେଉଁ ସମୃଦ୍ଧ ବିଚାର ନେଇ ଜଣେ ସଂସ୍କୃତ କଳା ପ୍ରେମୀ ଆଗକୁ ଆସି କଳାକାର, ଲେଖକ ସାହିତ୍ୟିକଙ୍କ ପାଇଁ ମଣ୍ଡପଟିଏ ପରିକଳ୍ପନା କରିଥିଲେ ସେ ହେଉଛନ୍ତି ବସନ୍ତ କୁମାର ପାଣିଗ୍ରାହୀ। ରାଜଗୋବିନ୍ଦ ବୋଷ ତତ୍କାଳୀନ ଆରକ୍ଷୀ ଅଧିକ୍ଷକ (ବିଶିଷ୍ଟ ସିନେ ଅଭିନେତା ଦେବୁ ବୋଷଙ୍କ ପିତା)ଙ୍କ ବାସ ଭବନରୁ ଗଂଜାମ କଳା ପରିଷଦର ଯାତ୍ରାର ଆରମ୍ଭ କରିଥିଲା। ବସନ୍ତ ବାବୁ ଥିଲେ ମୁଖ୍ୟ ପୁରୋଧା ସଂଗଠକ, ବସନ୍ତ ବାବୁ କହୁଥିଲେ ଆଇନ ମୋର ସୃଷ୍ଟି ବୃତ୍ତି ହେଲେ ମଧ୍ୟ କଳା ହିଁ ମୋର ନିଶା। କଳାର ପୂଜାରୀଙ୍କ ମାର୍ଗଦର୍ଶନରେ ପ୍ରଥମ ଅର୍ଘ୍ୟ ଗଂଜାମ କଳା ପରିଷଦରେ ୧୯୫୪ ବିଷୁବ ମିଳନର ଅବସରରେ ଭେଟି ଦେଇଥିଲା କଳାପ୍ରେମୀକୁ। ସେଇ ନାଟକର ନାମ ଥିଲା ଚକ୍ରୀ। ଚକ୍ରୀ ପରଠାରୁ ଗଂଜାମ କଳା ପରିଷଦର କଳା ସଂସ୍କୃତର ଏକ ଅନୁପମ ସୃଜନ ଶକ୍ତିର ପ୍ରୟୋଗଶାଳା ଥିଲା ସମଗ୍ର ଓଡ଼ିଶା ପାଇଁ। ଯେଉଁ ମଞ୍ଚରୁ ପ୍ରତି ିତ କଳାକାରମାନେ ରାଜ୍ୟ ତଥା ଦେଶରେ ସୁନାମ ଅର୍ଜନ କରୁଛନ୍ତି। ଡ. ଫିରୋଜ ଅଲ୍ଲୀ, କେସି ପରିଜା ବସନ୍ତ ବାବୁ ଏକ ରୁଦ୍ଧିମନ୍ତ କାର୍ଯ୍ୟକ୍ରମ ଭେଟି ଦେଇଥିଲେ ଯେଉଁ କାର୍ଯ୍ୟକ୍ରମରେ ଚିତ୍ରତାରକା ୱାହିଦା ରହମାନ୍, ସଂଗୀତଜ୍ଞ ଶ୍ୟାମଲ୍ ମିତ୍ର ଓ କଣ୍ଠଶିଳ୍ପୀ ମାନ୍ନଡେ଼ଙ୍କ ପରି ପ୍ରତି ିତ କଳାକାରମାନେ ଯୋଗ ଦେଇଥିଲେ। ଉତ୍କଳ ଆଶ୍ରମ ଥିଲା ପ୍ରକୃଷ୍ଟ ପ୍ରାଣକେନ୍ଦ୍ର ଯେଉଁଠି କଳାର ପୂଜାରୀମାନେ ଏକ୍ରତିତ ହୋଇ ଗଂଜାମ କଳା ପରିଷଦର ଭାଗ୍ୟ ଓ ଭବିଷ୍ୟତକୁ ନିୟନ୍ତ୍ରଣ କରୁଥିଲେ। ସରକାରଙ୍କ ପ୍ରଥମ ଅନୁଦାନ ୧୦ ହଜାର ଓ ଶୁଭେଚ୍ଛୁଙ୍କ ଠାରୁ ୨୫ ହଜାର ସଂପୂର୍ଣ୍ଣ ଅଟକଳରେ ଗଂଜାମ କଳା ପରିଷଦର ଭାଗ୍ୟ ତିଆରି କରି ଆଗକୁ ଆଗକୁ ନେଇ ଚାଲିଥିଲେ ବସନ୍ତ ବାବୁ। କିନ୍ତୁ ବଡ଼ ବିପତ୍ତି ମାଡ଼ି ଆସିଲା ୧୯୯୯ ମହାବାତ୍ୟାରେ । ଗଂଜାମ କଳା ପରିଷଦ ହତଶ୍ରୀ ହେଲା। ଜନପ୍ରତିନିଧି ଓ ସରକାରଙ୍କ ସହଯୋଗରେ ଗଂଜାମ କଳା ପରିଷଦ ମୁଣ୍ଡ ଟେକି ଠିଆ ହେଲେ ସୁଦ୍ଧା ସମୟ ଉପଯୋଗୀ ଆବଶ୍ୟକତାକୁ ନେଇ ବସନ୍ତ ବାବୁ ଚିନ୍ତିତ ଥିଲେ। ଇତି ଅବସରରେ ୨୦୧୨ରେ ଫାଇଲିନ୍ର ଶିକାର ଗଂଜାମ କଳା ପରିଷଦ ଜରାଜୀର୍ଣ୍ଣ ହୋଇ ନିଜର ଅସ୍ତିତ୍ୱ ହଜାଇବାକୁ ବସିଲା। ବିଭିନ୍ନ ସଂଗଠନ ବିଭିନ୍ନ ଅନୁ।ନ ବୁଦ୍ଧିଜୀବୀଙ୍କ ସ୍ୱରଶାଣିତ ହେବା ପରେ ରାଜ୍ୟ ସରକାର ଚିନ୍ତା ପ୍ରକଟ କରି ୫ କୋଟି ଟଙ୍କା ବ୍ୟୟରେ ଗଂଜାମ କଳା ପରିଷଦକୁ ନବକଳେବର ପାଇଁ ସ୍ଥିର କଲେ । ଯା’ର ନିର୍ମାଣ କାର୍ଯ୍ୟ ଅବ୍ୟାହତ ରହିଛି। ଆଶା କରାଯାଉଥିଲା ବସନ୍ତ ବାବୁଙ୍କ ହାତରେ ହସି ଉଠିବ ନବ ନିର୍ମାଣ ଭବନ। ବସନ୍ତ ବାବୁ ଗଂଜାମ କଳା ପରିଷଦର ଶୈଶବ, ଯୌବନ ଓ ଜରାଜୀର୍ଣ୍ଣ ଅବସ୍ଥାକୁ ନିକଟରୁ ଦେଖିବାର ବଳି ଅନୁଭବୀ ମଣିଷ, ମାର୍ଗଦର୍ଶକ, ଅନୁରାଗ ତଥା ହାତରେ ଗଢ଼ିଥିବା ପରିଷଦର ଭାଗ୍ୟକୁ ଯାର ଅଭଭାବକ ଆଜି କାଳ ଆଗରେ ହାରମାନି ବିଦାୟ ନେଇଗଲେ ଇହଧାମରୁ। ଅନେକ ସଂଘର୍ଷମୟ କାହାଣୀ ସହ ପରିଷଦର ବିପୁଳ ସମ୍ଭାବନାକୁ ବାସ୍ତବ ରୂପ ଦେଇଥିବା ବସନ୍ତ ବାବୁଙ୍କ ଅବର୍ତ୍ତମାନରେ ନିଶ୍ଚୟ ଅନେକ ପ୍ରଶ୍ନ ଉଙ୍କି ମାରିବ। ସରକାର ଗଢ଼ିଦେବେ ପରିଷଦ କୋଠା, କିନ୍ତୁ ବର୍ତ୍ତମାନ ଯେଉଁମାନେ ଗଂଜାମ କଳା ପରିଷଦ ଓ ଉତ୍କଳ ଆଶ୍ରମର ମୁରବୀ ବନିବେ ସେମାନଙ୍କ ବିଚାର, କାର୍ଯ୍ୟଶୈଳୀ, ଦକ୍ଷତା, ପରିଚାଳନାରେ ବସନ୍ତ ବାବୁଙ୍କ ପରି ସମର୍ପଣ ଭାବ କାହିଁ? ଏଠାରେ ଯେଉଁମାନେ ପରିଷଦ ଉତ୍କଳ ଆଶ୍ରମର ଭାଗ୍ୟ ଗଢ଼ିବେ ସେମାନେ କେବଳ ଅହଁକାର ବଳରେ ନିଜର କର୍ତ୍ତୃତ୍ୱ ହାସଲ ପାଇଁ ପ୍ରତିଯୋଗିତାର ଅଂଶ ପାଲଟିଯିବେ। ଦିନେ ଥିଲା ସାଧାରଣ କଳାକାର, ନାଟ୍ୟକାର, ନାଟକ ଅନୁଷ୍ଠାନ, ସାହିତ୍ୟ ଅନୁଷ୍ଠାନ, ସଂଗଠନମାନେ ଅତି ସହଜରେ ବସନ୍ତ ବାବୁଙ୍କ ବିଚାରରେ ଗ୍ରହଣ ହୋଇ କଳା ସାହିତ୍ୟ ସଂସ୍କୃତିର ଆଲୋଚନା ପାଇଁ ମଂଚ ପାଉଥିଲେ। କିନ୍ତୁ ଆଜି ଯେଉଁ ଚରିତ୍ରମାନେ ଏଇ ଷାଠିଏ ବର୍ଷର ଅନୁଷ୍ଠାନ ତତ୍ ସଂଲଗ୍ନ ଉତ୍କଳ ଆଶ୍ରମର ଲଗାମ ଧରିବେ, ସେମାନେ ବସନ୍ତ ବାବୁଙ୍କ ପଦାନୁସରଣ କରିବେ କି ନିଜର ବିଚାର ଲଦି ଦେଇ ଐତିହ୍ୟ ସଂପନ୍ନ ଅନୁ।ନର ବ୍ୟବସ୍ଥାକୁ କବର ଦେବେ ସମୟ କହିବ। ବସନ୍ତ କୁମାର ପାଣିଗ୍ରାହୀ ଥିଲେ ଜଣେ ସ୍ୱୟଂ ସଂପୂର୍ଣ୍ଣ ଚଳନ୍ତି ଅନୁଷ୍ଠାନ। ଏକାଧାରରେ ଜଣେ ସାହିତ୍ୟ ଅନୁରାଗୀ, କବି, ଚଳଚ୍ଚିତ୍ର ଅଭିନେତା, ଦକ୍ଷ ସଂଗଠକ, ସଂସ୍କୃତିପ୍ରେମୀ, ରାଜନେତା, ବରି ଆଇନଜୀବୀ। ବ୍ରହ୍ମପୁର ସଂସ୍କୃତି କଳା ସାହିତ୍ୟ ସାରଣୀରେ ସେ ଥିଲେ ପାରିଜାତ। ତାଙ୍କର ବିୟୋଗରେ ଗଂଜାମ କଳା ପରିଷଦର ଅପୂରଣୀୟ କ୍ଷତି। କବିସୂର୍ଯ୍ୟ ମଂଚ ଓ ଉତ୍କଳ ଆଶ୍ରମ ସଭା କକ୍ଷର ବୁକୁ ଚିରୁ ଝୁରି ହୋଇ ଖୋଜୁଛନ୍ତି ବସନ୍ତ ବାବୁଙ୍କୁ। ଯେଉଁମାନେ ବସନ୍ତ ବାବୁଙ୍କ ସହଯୋଗୀ ଥିଲେ ସମସ୍ତେ ଗଂଜାମ କଳା ପରିଷଦର ଭବିଷ୍ୟତ ପାଇଁ ସଂକଳ୍ପ ନେଇ ଅମଳିନ ବିଚାର ଓ ଅତୁଟ ବନ୍ଧନରେ ବାନ୍ଧି ହୋଇଗଲେ ଗଂଜାମ କଳା ପରିଷଦର ଗୌରବମୟ ଅଧ୍ୟାୟ ଅକ୍ଷୁର୍ଣ୍ଣ ରହିବ। ଆଜି ବସନ୍ତ ବାବୁଙ୍କ ଅନୁଗାମୀମାନେ ପଦପଦବୀ ସହ ନିଜର ଶୁଦ୍ଧପୁତ ମନରେ ଗଂଜାମ କଳା ପରିଷଦର ଉତ୍ତୋରତ୍ତୋର ଉନ୍ନତିରେ ଠିଆ ହେଲେ ବସନ୍ତ ବାବୁଙ୍କ ପ୍ରତି ଶ୍ରେ ଶ୍ରଦ୍ଧାଞ୍ଜଳି ହେବ।

Share :