ଓଡ଼ିଶାରେ କେନ୍ଦ୍ର ଖଟେଇଛି ୨.୮୬ ଲକ୍ଷ କୋଟି

ଓଡ଼ିଶାରେ କେନ୍ଦ୍ର ଖଟେଇଛି ୨.୮୬ ଲକ୍ଷ କୋଟି

Share :

କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ପରିଚାଳିତ ଏନଡିଏ ସରକାର ଗତ ୪ ବର୍ଷ ମଧ୍ୟରେ ଓଡିଶାରେ ବିଭିନ୍ନ କ୍ଷେତ୍ରରେ ମୋଟ ୨,୮୬,୮୩୬ କୋଟି ଟଙ୍କାର ପୁଂଜି ନିବେଶ ଲାଗି ପ୍ରତିବଦ୍ଧ ହୋଇଛନ୍ତି। ସେଥିମଧ୍ୟରୁ କେବଳ ପେଟ୍ରୋଲିୟମ ଉଦ୍ୟୋଗରେ ୧,୩୪,୭୮୦ କୋଟି ଟଙ୍କାର ପୁଂଜି ବିନିଯୋଗ କରାଯାଉଛି। ଭୁବନେଶ୍ୱରଠାରେ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ ପତ୍ର ସୂଚନା କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ସମ୍ପାଦକ ଓ ବରିଷ୍ଠ ପତ୍ରକାରମାନଙ୍କ ସମ୍ମିଳନୀରେ ମତ ବିନିମୟ କାଳରେ କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ବାଷ୍ପ, ଦକ୍ଷତା ବିକାଶ ଓ ଉଦ୍ୟମୀତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସୂଚନା ଦେଇଥିଲେ। ସେ କହିଛନ୍ତି ଯେ, ଜାତୀୟ ରାଜପଥ ଓ ରେଳପଥ ଭଳି ଭିତ୍ତିଭୂମି କ୍ଷେତ୍ରରେ ୬୦ ହଜାର କୋଟିରୁ ଅଧିକ ପୁଂଜି ବିନିଯୋଗ କରାଯାଉଛି। କେବଳ ଜାତୀୟ ରାଜପଥ ବିକାଶ ପାଇଁ ୪୦,୧୦୩ କୋଟି ଟଙ୍କା ଏବଂ ରେଳବାଇର ଭିତ୍ତିଭୂମି ବିକାଶ ଲାଗି ୨୦,୨୧୩ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ଗତ ୪ ବର୍ଷ ମଧ୍ୟରେ ଓଡିଶା ପାଇଁ ୮,୦୧୫ କୋଟି ଟଙ୍କା ମଂଜୁର କରାଯାଇଛି। ଯାହାଦ୍ୱାରା ୧୮,୨୦୩ କିଲୋମିଟର ଗ୍ରାମ୍ୟ ସଡକ ନିର୍ମାଣ କରାଯାଉଛି। ଗତ ୪ ବର୍ଷ ମଧ୍ୟରେ ୫,୪୯୯ କିଲୋମିଟର ରାସ୍ତା ନିର୍ମାଣ ହୋଇଛି। ପୂର୍ବରୁ ୟୁପିଏ ସରକାର ଅମଳରେ ୨୦୦୪ ରୁ ୨୦୧୪ ମଧ୍ୟରେ ୧,୩୫୮ କିଲୋମିଟର ରାସ୍ତା ନିର୍ମାଣ ହୋଇଥିଲା। କେନ୍ଦ୍ର ସରକାର ଓଡିଶାର ଉପକୂଳବର୍ତୀ ଜିଲ୍ଲାଗୁଡିକୁ ନେଇ ଏକ ରାଜପଥ ସର୍କିଟ ଓ ବାହ୍ୟ ରିଙ୍ଗରୋଡର ବିସ୍ତୃତ ଯୋଜନା ପ୍ରସ୍ତୁତ କରୁଛନ୍ତି। ସେହିପରି ଏକ ଆଧୁନିକ ଶିଳ୍ପ ଓ ପର୍ଯ୍ୟଟନ ସର୍କିଟ ପ୍ରତି। ଲାଗି ମଧ୍ୟ ଯୋଜନା କରାଯାଇଛି। ଏହି ଯୋଜନାରେ ଗୋପାଳପୁର, ସାତପଡା, ପୁରୀ, କୋଣାର୍କ, ଅସ୍ତରଙ୍ଗ, ପାରାଦୀପ, ଧାମରା, ସାତଭାୟା, ଚାନ୍ଦିପୁଟ ଦେଇ ତଲସାରି ପର୍ଯ୍ୟନ୍ତ ବୃହତ ଉପକୂଳ ସଡକ ସର୍କିଟ ନିର୍ମାଣ କରାଯିବ। ଏହା ପର୍ଯ୍ୟଟନ ଉଦ୍ୟୋଗକୁ ବିକଶିତ କରିବା ସହ ଶିଳ୍ପ ପୁଂଜଗୁଡିକ ଗଢ଼ିଉଠିବ। ଓଡିଶାରେ ପେଟ୍ରୋଲିୟମ ଶିଳ୍ପର ବିକାଶ ସମ୍ପର୍କରେ ଅବତାରଣା କରି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ଯେ, ପାରାଦୀପ ତୈଳ ବିଶୋଧନାଗାରରେ ଏବେ ଇଣ୍ଡମାକ୍ସ ଟେକ୍ନୋଲଜିର ବ୍ୟବହାର କରାଯାଉଛି ଯାହାକି ଏଲପିଜି ଉପିାଦନକୁ ବହୁ ପରିମାଣରେ ବଢ଼ାଇବ। ବିଶୋଧନ କ୍ଷମତାକୁ ବାର୍ଷିକ ୨୧ ନିୟୁତ ଟନକୁ ବୃଦ୍ଧି କରିବା ଲାଗି ଆଉ ୨୦ ହଜାର କୋଟି ଟଙ୍କାର ପୁଂଜି ନିବେଶ ହେବ। ସେହିପରି ପେଟକୋକ ବାଷ୍ପିକରଣ ଏବଂ ଆନୁସଙ୍ଗିକ ସିନ୍ଥେଟିକ ଇଥାନଲ ପ୍ରସ୍ତୁତି ପାଇଁ ୧୧ ହଜାର କୋଟି ଟଙ୍କା ନିବେଶ କରାଯିବ। ଏବେ ପାରାଦୀପ ପ୍ଲାଷ୍ଟିକ ପାର୍କରେ ୮୦ଟି ବିନିର୍ମାଣ ୟୁନିଟ ଚାଲିଛି ଏବଂ ଏହାଦ୍ୱାରା ୧୫ ହଜାର ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୃଷ୍ଟି ହୋଇଛି ବୋଲି ଶ୍ରୀ ପ୍ରଧାନ ସୂଚନା ଦେଇଥିଲେ। ପୂର୍ବ ଭାରତରେ ବୟନ ଉଦ୍ୟୋଗର ବିକାଶ କାର୍ଯ୍ୟକ୍ରମର ଅଂଶ ସ୍ୱରୂପ ଭଦ୍ରକଠାରେ ବୟନ ପାର୍କ ପ୍ରତି। କରାଯାଉଛି। ପାରାଦୀପରେ ଚାଲିଥିବା ବିଭିନ୍ନ ପଲିମର ଓ ୟାର୍ରନ ୟୁନିଟରୁ ଏଥିଲାଗି କଂଚାମାଲ ଯୋଗାଇ ଦିଆଯିବ। ଏହା ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଲେ ୨ ଲକ୍ଷ ପରୋକ୍ଷ ଓ ପ୍ରତ୍ୟକ୍ଷ ନିଯୁକ୍ତି ସୃଷ୍ଟି ହେବ ବୋଲି ମନ୍ତ୍ରୀ କହିଥିଲେ। ଓଡିଶାରେ ଏଲଏନଜି ଟର୍ମିନାଲ ପ୍ରତି। ସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା କାର୍ଯ୍ୟକ୍ରମ ଅଧିନରେ ଧାମରା ଏଲଏନଜି ଟର୍ମିନାଲ ଓଡିଶା ପାଇଁ ପ୍ରାକୃତିକ ବାଷ୍ପ ଯୋଗାଣାର ବୃହତ ଉସି ହେବ। ଏହାର ପୁନଃ ବାଷ୍ପିକରଣ କ୍ଷମତା ବାର୍ଷିକ ୫ ନିୟତ ମେଟ୍ରିକ ଟନ ହେବ ଏବଂ ଏଥିରେ ୫,୫୦୦ କୋଟି ଟଙ୍କା ବିନିଯୋଗ କରାଯାଉଛି। କେବଳ କଟକ ଓ ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ସିଟି ଗ୍ୟାସ ବିତରଣ ନେଟୱାର୍କ ପ୍ରତି। ଲାଗି ୮୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏବେ ୨ଟି ଜିଲ୍ଲା ସିଟି ଗ୍ୟାସ ବିତରଣ ନେଟୱାର୍କ ଅଧିନରେ ଆସୁଥିବା ବେଳେ ଆଉ ୧୭ଟି ଜିଲ୍ଲାକୁ ଏହା ସମ୍ପ୍ରସାରିତ କରାଯିବ। ଏଥିଲାଗି ଆଗାମୀ ୫ ରୁ ୭ ବର୍ଷ ମଧ୍ୟରେ ୩ ହଜାର କୋଟି ଟଙ୍କା ବିନିଯୋଗ ହେବ। ଉର୍ଜା ଗଙ୍ଗା ଯୋଜନା ଅଧିନରେ ଓଡିଶାର ୧୩ଟି ଜିଲ୍ଲା ଦେଇ ୭୬୯ କିଲୋମିଟର ଗ୍ୟାସ ପାଇପ ଲାଇନ ବିଛା ଯାଉଛି। ଏହି ଜିଲ୍ଲାଗୁଡିକ ହେଲା ସୁନ୍ଦରଗଡ, ଝାରସୁଗୁଡା, ଦେବଗଡ, ସମ୍ୱଲପୁର, ଅନୁଗୁଳ, ଢ଼େଙ୍କାନାଳ, ଯାଜପୁର, ଭଦ୍ରକ, କଟକ, ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡା ଏବଂ ଜଗତସିଂହପୁର। ସେହିପରି ଏହି ଗ୍ୟାସ ପାଇପ ଲାଇନ ନେଟୱାର୍କ ୧୧ଟି ଶିଳ୍ପାଂଚଳକୁ ସ୍ପର୍ଶ କରିବ। ଏହି ଶିଳ୍ପାଂଚଳଗୁଡିକ ହେଲା ଖୋର୍ଦ୍ଧା, ଝାରସୁଗୁଡା, ରାଉରକେଲା, ସମ୍ୱଲପୁର, ଭୁବନେଶ୍ୱର, କଟକ, ଅନୁଗୁଳ, ଢ଼େଙ୍କାନାଳ, କଳିଙ୍ଗନଗର, ଯାଜପୁର ଏବଂ ପାରାଦୀପ। ଏଥିଲାଗି ୩,୮୫୧ କୋଟି ଟଙ୍କାର ପୁଂଜି ନିବେଶ ହେବ। ତାଳଚେର ସାର ପ୍ରକଳ୍ପ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ଯେ, କୋଇଲା ବାଷ୍ପିକରଣ ଭିତିକ ସାର କାରଖାନା ଲାଗି ପେଟକୋକ ମିଶ୍ରଣ ଉପଯୋଗ କରାଯିବ। ଏହା ପରିବେଶ ଅନୁକୂଳ ମଧ୍ୟ। ଏଥିରେ ୧୧,୬୧୧ କୋଟି ଟଙ୍କା ବିନିଯୋଗ କରାଯାଇ ବାର୍ଷିକ ୧.୨୭ ନିୟୁତ ମେଟ୍ରିକ ଟନ ୟୁରିଆ ଉପିାଦନର ଲକ୍ଷ୍ୟ ରଖାଯାଇଛି। ଏହି ପ୍ରକଳ୍ପ ଦ୍ୱାରା ୪,୫୦୦ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୃଷ୍ଟି ହେବ। ପାରାଦୀପକୁ ଏକ ବନ୍ଦର ଭିତିକ ସ୍ମାର୍ଟ ସିଟି କରିବା ଲାଗି କେନ୍ଦ୍ର ସରକାର ବିଧିବଦ୍ଧ ଯୋଜନା ପ୍ରସ୍ତୁତ କରିଛନ୍ତି। ୨୦୨୦ ସୁଦ୍ଧା ବନ୍ଦର କ୍ଷମତା ୩୩୨ ନିୟୁତ ଟନକୁ ବୃଦ୍ଧି କରାଯିବ ଏବଂ ୯ଟି ବନ୍ଦର ସଂଯୋଗୀକରଣ ପ୍ରକଳ୍ପ କାର୍ଯ୍ୟକାରୀ ହେବ। ଯେଉଁଥି ସହ ଜାତୀୟ ରାଜପଥ, ଜାତୀୟ ଜଳପଥର ବିକାଶ ସାଧନ ସଙ୍ଗେ ମହାନଦୀ ମୂହାଣର ବିକାଶ କରାଯିବ। ଏଥିରେ ପ୍ରାୟ ୧୩,୬୯୦ କୋଟି ଟଙ୍କା ବିନିଯୋଗ କରାଯିବ। ଏହି କାର୍ଯ୍ୟକ୍ରମ ଅଧିନରେ ପାରାଦୀପ ଆଖପାଖ ଅଂଚଳରେ ଏକ ବହୁମୂଖୀ ଲଜିଷ୍ଟିକ ପାର୍କ, କାଠ ପାର୍କ ଏବଂ ଖାଦ୍ୟ ପାର୍କ ନିର୍ମାଣ କରାଯିବ। ପାରାଦୀପର କ୍ରମବର୍ଦ୍ଧିଷ୍ଣୁ ସହରାଂଚଳକୁ ଦୃଷ୍ଟିରେ ରଖି ୪୦୦ ଶଯ୍ୟା ବିଶିଷ୍ଟ ଏକ ହସ୍ପିଟାଲ ନିର୍ମିତ ହେବ। ତା’ଛଡା ଦୈନିକ ୧୦୦ନିୟୁତ ଲିଟର କ୍ଷମତା ବିଶିଷ୍ଟ ଏକ ଲବଣ ପରିଷ୍କରଣ ପ୍ଲାଂଟ ତଥା ୧୦ଟି ଉପକୂଳ ଗୋ ୀ ବିକାଶ ପ୍ରକଳ୍ପ ହାତକୁ ନିଆଯିବ। ଏଥିରେ ପ୍ରାୟ ୪,୭୯୩ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ମନ୍ତ୍ରୀ କହିଥିଲେ। କେନ୍ଦ୍ର ସରକାର ଓଡିଶାକୁ ଅଧିକ ଗୁରୁତ୍ୱ ଦେଉଥିବା ସୂଚନା ଦେଇ ପେଟ୍ରୋଲିୟମ ମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ଯେ, ଏବେ ଓଡିଶାର ୧୦ଟି ଜିଲ୍ଲାକୁ ଅତିବ ମହତ୍ୱାକାଂକ୍ଷୀ ଅଭିଳାଷୀ ଜିଲ୍ଲା ବିକାଶ କାର୍ଯ୍ୟକ୍ରମରେ ସାମିଲ କରାଯାଇଛି। ଏହି ଜିଲ୍ଲାଗୁଡିକ ହେଲା ଲ୍କ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡା, ବଲାଙ୍ଗିର, କଳାହାଣ୍ଡି, ରାୟଗଡା, ଗଜପତି, କନ୍ଧମାଳ ଏବଂ ଢ଼େଙ୍କାନାଳ। ପ୍ରଧାନମନ୍ତ୍ରୀ ନିଜେ ଏହି ଜିଲ୍ଲାଗୁଡିକର ବିକାଶ କାର୍ଯ୍ୟର ଅଗ୍ରଗତିକୁ ନିୟମିତ ପ୍ରଗତି କାର୍ଯ୍ୟକ୍ରମ ଜରିଆରେ ସମୀକ୍ଷା କରୁଛନ୍ତି। ଓଡିଶାରେ ତଫସିଲଭୁକ୍ତ ଜାତିର ବିକାଶ ପାଇଁ କେନ୍ଦ୍ର ସରକାର ନେଇଥିବା ପଦକ୍ଷେପ ସମ୍ପର୍କରେ ସେ କହିଥିଲେ ଯେ, ଏନଡିଏ ସରକାର ଗତ ୪ ବର୍ଷ ମଧ୍ୟରେ ରାଜ୍ୟ ପାଇଁ ୧୧୭୮.୬୨ କୋଟି ଟଙ୍କା ମଂଜୁର କରିଛନ୍ତି। ଅପରପକ୍ଷରେ ୨୦୦୪ ରୁ ୨୦୧୪ ମଧ୍ୟରେ ଓଡିଶାକୁ ୧,୮୫୯.୫୮ କୋଟି ଟଙ୍କା ୟୁପିଏ ସରକାର ଅମଳରେ ମିଳିଥିଲା। ପ୍ରଧାନମନ୍ତ୍ରୀ ଜନ-ଧନ ଯୋଜନା ଅଧିନରେ ଓଡିଶାରେ ୩.୭୧ କୋଟି ଜମା ଖାତା ଖୋଲାଯାଇ ମୋଟ ୩୧୧୯.୬୬ କୋଟି ଟଙ୍କା ଜମା ସଂଚୟ କରାଯାଇଛି। ସେହିପରି ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାରେ ୩୬,୧୨,୬୧୧ ହିତାଧିକାରୀ, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାରେ ୯,୨୭,୮୪୧ ହିତାଧିକାରୀ ଏବଂ ଅଟଳ ପେନସନ ଯୋଜନାରେ ୬, ୫୯, ୯୨୬ ହିତାଧିକାରୀ ସାମିଲ ହୋଇଛନ୍ତି। ଏପରିକି ମୁଦ୍ରା ଯୋଜନା ଅଧିନରେ ଓଡିଶାର ୮୪,୨୦,୩୪୨ ଛୋଟ ଓ ନାମମାତ୍ର ଉଦ୍ୟୋଗୀଙ୍କୁ ୨୫,୧୪୫.୧୧ କୋଟି ଟଙ୍କା ଋଣ ସହାୟତା ମଂଜୁର କରାଯାଇଛି ବୋଲି ମନ୍ତ୍ରୀ କହିଥିଲେ। ସେ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମାଂଚଳ)ରେ ୟୁପିଏ ସରକାର ବେଳେ ୬,୬୭,୨୫୬ ଘର ନିର୍ମାଣ ପାଇଁ ୩,୮୩୭ କୋଟି ଟଙ୍କା ମଂଜୁର ହୋଇଥିବା ବେଳେ ଚଳିତ ଏନଡିଏ ସରକାରଙ୍କ ୪ ବର୍ଷ ସମୟରେ ୮,୯୨,୧୭୭ ଘର ନିର୍ମାଣ ପାଇଁ ୬,୨୮୫.୪୪ କୋଟି ଟଙ୍କା ମଂଜୁର ହୋଇଛି। ସହରାଂଚଳ ପାଇଁ ଗତ ୪ ବର୍ଷ ମଧ୍ୟରେ ୧,୩୬୭ କୋଟି ଟଙ୍କା ମଂଜୁର କରାଯାଇଛି, ଯେଉଁଥିରେକି ୮୫,୪୫୧ ଘର ନିର୍ମାଣ କରାଯାଉଛି। ୟୁପିଏ ସରକାର ବେଳେ ଏହି ସଂଖ୍ୟା ମାତ୍ର ୨୩,୯୪୦ ଥିଲା । ଓଡିଶାରେ ଗ୍ରାମ୍ୟ ବିଦ୍ୟୁତକରଣର ଚିତ୍ର ପ୍ରଦାନ କରି ପେଟ୍ରୋଲିୟମ ମନ୍ତ୍ରୀ କହିଥିଲେ ଯେ, ରାଜ୍ୟର ୪୦ ଲକ୍ଷ ଗରିବ ପରିବାରକୁ ପ୍ରଧାନମନ୍ତ୍ରୀ ସୌଭାଗ୍ୟ ଯୋଜନାରେ ବିଜୁଳି ସଂଯୋଗ ଦିଆଯିବ। ଦୀନ ଦୟାଲ ଉପାଧ୍ୟାୟ ଗ୍ରାମ ଜ୍ୟୋତି ଯୋଜନାରେ ୧୪,୨୨୨ ଗ୍ରାମକୁ ଆଲୋକିତ କରାଯାଇଛି। ସେହିପରି ଉଜ୍ଜଳା ଯୋଜନାରେ ରାଜ୍ୟରେ ୧.୩ କୋଟି ଏଲଇଡି ବଲ୍ୱ ଓ ଫ୍ୟାନ ବଂଟନ କରାଯାଇଛି। ରାଜ୍ୟରେ ଉଜ୍ଜଳା ଯୋଜନାର ଅଗ୍ରଗତି ନେଇ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ଯେ, ୨୦୧୪ରେ ଏନଡିଏ କ୍ଷମତାକୁ ଆସିବା ବେଳେ ଦେଶରେ ୬୦ ବର୍ଷ ମଧ୍ୟରେ ମାତ୍ର ୨୦ ଲକ୍ଷ ଏଲପିଜି ସଂଯୋଗ ରହିଥିଲା। ଏବେ ଗତ ୪ ବର୍ଷ ମଧ୍ୟରେ ଏନଡିଏ ସରକାର ୬୨ ଲକ୍ଷ ଏଲପିଜି ସଂଯୋଗ ପ୍ରଦାନ କରିଛନ୍ତି। ଏହାଫଳରେ ଏଲପିଜି ସଂଯୋଗ ହାତ ୫୮.୫ ପ୍ରତିଶତକୁ ବୃଦ୍ଧି ପାଇଛି। ଏଥିମଧ୍ୟରୁ କେବଳ ଉଜ୍ଜଳା ଯୋଜନାରେ ଗତ ବର୍ଷକ ମଧ୍ୟରେ ୨୫.୫ ଏଲପିଜି ସଂଯୋଗ ପ୍ରଦାନ କରାଯାଇଛି। ତଫସିଲଭୁକ୍ତ ଜାତି ଓ ଉପଜାତିର ଲୋକଙ୍କୁ ୧୨.୮ ଲକ୍ଷ ଏଲପିଜି ସଂଯୋଗ ପ୍ରଦାନ କରାଯାଇଛି। ସ୍ୱଚ୍ଛ ଭାରତ ଅଭିଯାନ ଜରିଆରେ ୩୬.୨୮ ଲକ୍ଷରୁ ଅଧିକ ବ୍ୟକ୍ତିଗତ ଶ୍ଭୈାଚାଳୟ ଓ ୨,୩୫୭ ଗୋ ୀ ଶୈାଚାଳୟ ନିର୍ମାଣ କରାଯାଇଛି। ରାଜ୍ୟରେ ପରିମଳ କଭରେଜ ମଧ୍ୟ ୧୦.୬୧ ପ୍ରତିଶତରୁ ୫୪.୦୧ ପ୍ରତିଶତକୁ ବୃଦ୍ଧି ପାଇଛି ଏବଂ ସ୍ୱଚ୍ଛ ଭାରତ ମିଶନ ଅଧିନରେ ଓଡିଶାକୁ ୨,୩୧୦.୪୫ କୋଟି ଟଙ୍କା ମଂଜୁର କରାଯାଇଛି ବୋଲି ମନ୍ତ୍ରୀ କହିଥିଲେ। ମନରେଗା ଅଧିନରେ ମଧ୍ୟ ଓଡିଶାକୁ ଗତ ୪ ବର୍ଷ ମଧ୍ୟରେ ୭,୭୬୨ କୋଟି ଟଙ୍କା ମଂଜୁର ହୋଇଛି। ପୂର୍ବରୁ ୟୁପିଏ ସରକାର ଅମଳରେ ୨୦୧୦ ରୁ ୨୦୧୪ ମଧ୍ୟରେ ୩,୯୮୧ କୋଟି ଟଙ୍କା ମଂଜୁର ହୋଇଥିଲା। ପ୍ରଧାନମନ୍ତ୍ରୀଙ୍କ ପ୍ରେରଣା କ୍ରମେ ଆରମ୍ଭ କରାଯାଇଥିବା ଆୟୁଷ୍ମାନ ଭାରତ କାର୍ଯ୍ୟକ୍ରମ ବିଶ୍ୱର ସର୍ବବୃହତ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା ବୋଲି ବର୍ଣ୍ଣନା କରି କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଦାନ କହିଥିଲେ, ଓଡିଶାରେ ଏହାଦ୍ୱାରା ୪୮ ଲକ୍ଷ ଗରିବ ପରିବାର ଉପକୃତ ହେବାକୁ ଯାଉଛନ୍ତି। ପୋଷଣ ଅଭିଯାନରେ ମଧ୍ୟ ରାଜ୍ୟର ୨୫ଟି ଜିଲ୍ଲାରେ ୨୮୨ଟି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛ। ଏହ ଅଭିଯାନ ମାଧ୍ୟମରେ ୯୦୪୬ କୋଟି ଟଙ୍କା ବିନିଯୋଗ ହୋଇ ଅପପୃଷ୍ଟି, ରକ୍ତହିନତା ଏବଂ କମ୍ ଓଜନର ଶିଶୁ ଜନ୍ମ ସମସ୍ୟାର ପ୍ରତିକାର ଲାଗି ପ୍ରୟାସ କରାଯାଉଛି। କୃଷି କ୍ଷେତ୍ର ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ, ଓଡିଶାରେ ଏପର୍ଯ୍ୟନ୍ତ ୩୧,୫୦,୧୮୬ ଟି ମୃତିକା ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରାଯାଇଛି ଏବଂ ପ୍ରଧାନମନ୍ତ୍ରୀ କୃଷି ସିଂଚାଇ ଯୋଜନାରେ ୧୯୬.୫୩ କୋଟି ଟଙ୍କା ବିନିଯୋଗ ହେବ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ଯେ, ଏନଡିଏ ସରକାର ସଙ୍ଘିୟ ଗଣତନ୍ତ୍ରରେ ବିଶ୍ୱାସ କରି ଟିକସ ବଂଟନ ଢ଼ାଂଚାକୁ ଅଧିକ ରାଜ୍ୟମୂଖୀ କରିଛନ୍ତି। ଚତୁର୍ଦ୍ଦଶ ଅର୍ଥ ଆୟୋଗଙ୍କ ସୁପାରିଶ ଆଧାରରେ ରାଜ୍ୟମାନଙ୍କୁ ୪୨ ପ୍ରତିଶତ ଟିକସ ରାଜସ୍ୟ ଆବଂଟନ କରାଯାଇଛି। ୨୦୧୧ ରୁ ୨୦୧୪ ମଧ୍ୟରେ ୟୁପିଏ ସରକାର ରାଜ୍ୟମାନଙ୍କୁ ୮୨,୧୮୫ କୋଟି ଟଙ୍କାର ଅନୁଦାନ ଦେଇଥିବା ବେଳେ ଏନଡିଏ ସରକାର ୨୦୧୬ ରୁ ୨୦୧୯ ମଧ୍ୟରେ ରାଜ୍ୟମାନଙ୍କୁ ଚତୁର୍ଦ୍ଦଶ ଅର୍ଥ ଆୟୋଗଙ୍କ ଆଧାରରେ ୧,୯୬,୬୩୨ କୋଟି ଟଙ୍କା ବଂଟନ କରିବେ। ଏହାଛଡା ଖଣି ଇ-ନିଲାମି ଦ୍ୱାରା ଓଡିଶାକୁ ୭୧,୭୮୩ କୋଟି ଟଙ୍କା ମିଳିବ। ଅଧିକନ୍ତୁ ଜିଲ୍ଲା ମିନେରାଲ ଫାଉଣ୍ଡେସନ ପ୍ରତି। ମାଧ୍ୟମରେ ଓଡିଶାରେ ଏପର୍ଯ୍ୟନ୍ତ ୪୩୦୦ କୋଟି ଟଙ୍କାର ଡିଏମଏଫ ପାଣ୍ଠି ପ୍ରତିଷ୍ଠା କରାଯାଇଛି। ପୂର୍ବରୁ ଓଡିଶା କେବଳ ଏ ବାବଦରେ ରୟାଲିଟି ପାଉଥିଲା ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ। ଭୁବନେଶ୍ୱର ବିମାନ ବନ୍ଦରର ସମ୍ପ୍ରସାରଣ ପାଇଁ କେନ୍ଦ୍ର ସରକାର ବ୍ୟାପକ ଯୋଜନା କରିଥିବା ସୂଚନା ଦେଇ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ଯେ, ଖୋର୍ଦ୍ଧା ନିକଟରେ ଆନ୍ତର୍ଜାତିକସ୍ତରର ବିମାନ ବନ୍ଦର ଲାଗି ଜାଗା ଚିହ୍ନଟ ହୋଇଛି ଏବଂ ସେ ଏ ବିଷୟରେ ବିମାନ ବନ୍ଦର ପ୍ରାଧିକରଣ ସହ ଆଲୋଚନା କରିଛନ୍ତି। ଉଡାଣ ଯୋଜନାରେ ୨୮୮ କୋଟି ଟଙ୍କା ବିନିଯୋଗ ହୋଇ ଝାରସୁଗୁଡା, ରାଉରକେଲା, ଉତ୍କେଲା ଓ ଜୟପୁରଠାରେ ବର୍ତମାନର ଏୟାରଷ୍ଟ୍ରିପଗୁଡିକୁ ଉନ୍ନତି କରାଯିବ। ସେହିଭଳି ଝାରସୁଗୁଡାରେ ନୂଆ ବିମାନ ବନ୍ଦର ରନ୍େୱ ନିର୍ମାଣ କରାଯିବ। ଓଡିଶାର ବିଭିନ୍ନ ଅଂଚଳକୁ ଶସ୍ତାରେ ବିମାନ ସେବା ଯୋଗାଇଦେବା ଲାଗି ଉଡାଣ ଯୋଜନା ଅଧୀନରେ ପଦକ୍ଷେପ ନିଆଯାଉଛି ବୋଲି ମନ୍ତ୍ରୀ କହିଥିଲେ।

Share :