ମୋଦୀଙ୍କ ପାଇଁ ଆହ୍ୱାନ ଅଧିକ, ବିପଦ କମ୍!

ମୋଦୀଙ୍କ ପାଇଁ ଆହ୍ୱାନ ଅଧିକ, ବିପଦ କମ୍!

Share :

ସୂର୍ଯ୍ୟମଣି ମିଶ୍ର ୨୦୧୮ ମେ ୨୩ ତାରିଖରେ ଅନୁଷ୍ଠିତ ହୋଇଥିବା ଗୋଟିଏ ଶପଥ ଗ୍ରହଣ ଉତ୍ସବକୁ ନେଇ ଦେଶ ବ୍ୟାପି ଚର୍ଚ୍ଚା। ଜନତା ଦଳ (ଧର୍ମ ନିରପେକ୍ଷ)ର ନେତା ଏଚ୍ଡି କୁମାର ସ୍ୱାମୀ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ପଦରେ ଶପଥ ନେବା ଜରୁରୀ ଥିଲା। କିନ୍ତୁ ସମସ୍ତଙ୍କ ଦୃଷ୍ଟି ଥିଲା ଉତ୍ସବରେ ଉପସ୍ଥିତ ଡଜନେରୁ ଅଧିକ ବିରୋଧୀ ନେତାଙ୍କ ଉପରେ। ଏହା ହୁଏତ ଅସ୍ୱାଭାବିକ ନଥିଲା। ବେଙ୍ଗାଲୁରରେ ଅଧିକାଂଶ ଆଗଧାଡ଼ିର ବିଜେପି ବିରୋଧୀ ନେତା ଏକାଠି ହୋଇଥିଲେ। ଏହି ବିରୋଧୀ ନେତା ଏକାଠି ହେବାକୁ ନେଇ ପ୍ରଥମ ଚର୍ଚ୍ଚା ସମ୍ଭାବନାର ୪ ବର୍ଷ ମଧ୍ୟରେ ଏହା ପ୍ରଥମ ସୁଯୋଗ। ଯେତେବେଳେ କି ବାର୍ତ୍ତା ଗମ୍ଭୀରତାର। ୨୦୧୯ରେ ସମସ୍ତ ଅଣ ବିଜେପି ବିରୋଧୀ ଦଳ ଏକାଠି ହେବେ! ୪ ବର୍ଷ ଧରି ବିରୋଧୀ ଦଳ ମଧ୍ୟରେ ନିରାଶଭାବ ଦେଖିବାକୁ ମିଳିଥିଲା। କେହି କେହି ବିଜେପି ବିରୋଧୀନେତା ସ୍ୱୀକାର କରି ଆସୁଥିଲେ ଯେ ନରେନ୍ଦ୍ର ମୋଦୀ ପୁଣି ଶାସନ କ୍ଷମତାକୁ ଫେରିବେ। ଅର୍ଥାତ୍ ୨୦୧୯ରେ ପୁଣି ବିଜେପି ନେତୃତ୍ୱରେ ଏନ୍ଡ଼ିଏ ସରକାର ଗଠନ କରିବେ। ମୋଦୀ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ। କାରଣ ବିଜେପି କ୍ୟାଡ଼ର ପଡ଼ିଆ ଛାଡି ପଳାଇ ନାହାଁନ୍ତି। କଂଗ୍ରେସ ବିରୋଧୀ ବାତାବରଣ ସୃଷ୍ଟି କରିବା ଦିଗରେ ଦେଶ ବ୍ୟାପି ଲାଗିପଡ଼ିଛନ୍ତି। କର୍ଣ୍ଣାଟକର ବାଙ୍ଗାଲୋରରେ ବିରୋଧୀ ନେତା ଏକାଠି ହେବା ପରେ ପରିବର୍ତ୍ତନର ଭରସା ସୃଷ୍ଟି ହୋଇଛି। କର୍ଣ୍ଣାଟକ ପଡ଼ିଆରୁ ବିଜେପିକୁ ପରାଜିତ କରିବା ପରେ ଏହାକୁ ପ୍ରୟୋଗ କେନ୍ଦ୍ରଭାବରେ ଗ୍ରହଣ କରି ସମସ୍ତ ବିରୋଧୀ ଦଳ ଏକାଠି ହୋଇ ପାରିବେ। ବିଜେପିକୁ ପରାଜିତ କରିପାରିବେ ବୋଲି ଏହି ଦିନ ବାଙ୍ଗାଲୋରରେ ବିରୋଧୀ ନେତାମାନେ ମତ ପ୍ରକାଶ କରିଛନ୍ତି। ବିରୋଧୀ ନେତାଙ୍କ ଏହି ଆକଳନ ଭୁଲ ପ୍ରମାଣିତ ହେବାର ସମ୍ଭାବନା ଅଧିକ। ୨୦୧୪ ଲୋକସଭା ନିର୍ବାଚନରେ ବିଜେପି ୨୮୨ ଆସନରେ ବିଜୟୀ ହୋଇଥିଲା। ବିଜେପି ଖାତାରେ ୩୧ ପ୍ରତିଶତ ଭୋଟ ଥିଲା। ଏନ୍ଡ଼ିଏ ସହଯୋଗୀ ଦଳର ମତ ପ୍ରତିଶତକୁ ଯୋଡ଼ିଲେ ଏହି ଭୋଟ ପ୍ରତିଶତର ପରିସଂଖ୍ୟାନ। ପାଖାପାଖି ୪୦ ପ୍ରତିଶତରେ ପହଞ୍ଚିଥିବ। ଏଥିରୁ ସ୍ପଷ୍ଟ ହେଉଛି ଦେଶର ୬୦ ପ୍ରତିଶତ ଭୋଟର ଅଣ ଏନ୍ଡ଼ିଏ ଦଳ ଉପରେ ଭରଷା ରଖିଥିଲେ। ଅଣ ଏନ୍ଡ଼ିଏ ଦଳ ଏକାଠି ହେଲେ ବିଜେପି ନେତୃତ୍ୱାଧୀନ ଏନ୍ଡ଼ିଏକୁ ପରାଜିତ କରାଯାଇପାରିବ। କର୍ଣ୍ଣାଟକର ସଫଳତା ପୂର୍ବରୁ ଉତ୍ତର ପ୍ରଦେଶରେ ବିଏସ୍ପି-ଏସ୍ପିର ମେଣ୍ଟ ଉପନିର୍ବାଚନରେ ବିଜେପିକୁ ପରାଜିତ କରିପାରିଲା ବୋଲି ବିରେଧୀ ଦଳ ନେତା ମତ ଦେଇଛନ୍ତି। ଉତ୍ତରପ୍ରଦେଶ, ବିହାର, ମହାରାଷ୍ଟ୍ର, ଝାଡ଼ଖଣ୍ଡ ଏବଂ କର୍ଣ୍ଣାଟକର ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ବିରୋଧୀଦଳ ଏକାଠି ହୋଇପାରିଲେ ବିଜେପିକୁ ପରାଜିତ କରିପାରିବେ। ଏଭଳି ଆକଳନ କରୁଛନ୍ତି ଅଣ ବିଜେପି ଦଳର ନେତାମାନେ। କର୍ଣ୍ଣାଟକ ଥିଲା ବିଜେପି ପାଇଁ ଗେଟ୍େୱ ଟୁ ଦ ସାଉଥ୍ (ଦକ୍ଷିଣ ରାଜ୍ୟର ଦ୍ୱାର। ଏହା ହୋଇଗଲା/ ଗେଟ୍ େୱ ଟୁ ଅପୋଜିସନ ୟୁନିଟ (ବିରୋଧୀ ଏକତାର ଦ୍ୱାର)। କିନ୍ତୁ ବିରୋଧୀ ଦଳ (୧୩)ର ନେତାମାନଙ୍କର ହାତ ଧରାଧରି ଫଟୋ ଚିତ୍ର ଏକତାର ସଂକେତ ଦେଉଥିଲେ ହେଁ ଦେଶର ଜନଗଣ ଏକ ଖେଚ୍ଡି ସରକାର ଆଦୌ ଚାହିଁବେନି। କାରଣ ଖେଚ୍ଡି ସରକାର କିପରି ଗଠନ ହୋଇଛି ଏବଂ ଭାଙ୍ଗିଛି। କଂଗ୍ରେସ ଦଳ କିପରି ଭଙ୍ଗିଛି ତାହାର ଏକାଧିକ ପୂର୍ବ ଉଦାହରଣ ରହିଛି। ଏହା ବ୍ୟତିତ ଭୋଟରଙ୍କ ମଧ୍ୟରେ ଏବେ ବି ମୋଦୀଙ୍କ ପ୍ରତି ଭଲ ଧାରଣା ରହିଛି। ଯଦିଓ ବିଜେପି ଏବଂ କେନ୍ଦ୍ର ସରକାରଙ୍କ ଅସନ୍ତୋଷ ସୃଷ୍ଟି ହୋଇଛି। ସାଧାରଣ ନିର୍ବାଚନ ପୂର୍ବରୁ ବିରୋଧୀ ୧୩ ଦଳ ଏକାଠି ହୋଇ ମୋଦୀଙ୍କ ବିକଳ୍ପ ଭାବେ ମେଣ୍ଟର ସର୍ବମାନ୍ୟ ନେତା ଠିକ କରିବାକୁ ହେବ। ଏହା କଠିନ। ଯେହେତୁ ସାଧାରଣ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ ତାହା ଠିକ୍ କରି ଘୋଷଣା ନକଲେ ମୋଦୀ ପୁନର୍ବାର ବିଜୟୀ ହେବା ସମ୍ଭାବନା ଅଧିକ। ୧୩ ଦଳର ସର୍ବମାନ୍ୟ ନେତା ଚିହ୍ନଟ ହୁଏତ ମେଣ୍ଟରେ ମତଭେଦ ସୃଷ୍ଟି କରିପାରେ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମର୍ଥକଙ୍କ ମତ ଦିଦି ହେବେ ପ୍ରଧାନମନ୍ତ୍ରୀ। ମମତାଙ୍କର ଲକ୍ଷ୍ୟ ପ୍ରଧାନମନ୍ତ୍ରୀ ପଦ ଉପରେ। ଏଥିପାଇଁ ସେ ନିର୍ବାଚନରେ ୱାନ୍ ଟୁ ୱାନ ଟକ୍କରର ଫର୍ମୁଲା ଦେଇଛନ୍ତି। ଅର୍ଥାତ ଜଣେ ଏନ୍ଡ଼ିଏ ପ୍ରାର୍ଥୀଙ୍କ ବିରୋଧରେ ଜଣେ ଅଣ ଏନ୍ଡ଼ିଏ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରିବେ। ଏହାଦ୍ୱାରା ବିରୋଧୀ ଭୋଟ ଭାଗ ହେବନି। ଆଉ ଏକ ଫର୍ମୁଲା ହେଲା କର୍ଣ୍ଣାଟକରେ କଂଗ୍ରେସ ଭଳି ବୃହତ୍ତର ଦଳ ଆଞ୍ଚଳିକ ଦଳ ପଛରେ ରହିବ। ଜନତା ଦଳ (ଧର୍ମ ନିରପେକ୍ଷ)ଠାରୁ ଦୁଇଗୁଣା ଅଧିକ ଭୋଟ ପାଇ ମଧ୍ୟ ମୁଖ୍ୟମନ୍ତ୍ରୀ ପଦ ଜନତାଦଳ ଏସ୍ କୁ ସମର୍ପି ଦେଲା। ଦେଶବ୍ୟାପି କଂଗ୍ରେସ ଆଞ୍ଚଳିକ ଦଳ ପଛରେ ରହିବ କି? ପଛରେ ନରିହିଲେ ହୁଏତ ବିରୋଧୀ ଏକତା ଭାଙ୍ଗିଯିବ। ବିହାରର ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ସମୟରେ ଅନୁଷ୍ଠିତ ଉତ୍ସବରେ ଅଣ ବିଜେପି ବିରୋଧୀ ନେତାମାନେ ଏକାଠି ହୋଇଥିଲେ। କିନ୍ତୁ ନୀତୀଶ ଅପୋଜିସନ ଏକତାର ସ୍ୱପ୍ନକୁ ଭାଙ୍ଗିଦେଲେ। କର୍ଣ୍ଣାଟକରେ ପୁଣି ଏକତାର ସ୍ୱର। ବିଜେପି ବିରୋଧରେ ଏକାଠି ହୋଇ ଲଢ଼ିବେ। ସମସ୍ତ ବିରୋଧୀଦଳ ରାହୁଳ ଗାନ୍ଧୀଙ୍କ ନେତୃତ୍ୱକୁ ଗ୍ରହଣ କରିବା ଉଚିତ୍ ବୋଲି ଜଣେ କଂଗ୍ରେସ ନେତା ମତ ଦେଇଛନ୍ତି। ପ୍ରଶ୍ନ ହେଉଛି କଂଗ୍ରେସ ନେତୃତ୍ୱକୁ ମମତା ବାନାର୍ଜୀ, ଅରବିନ୍ଦ କେଜିର ୱାଲ ଏବଂ ଶରଦ ପାୱାର ଆଖି ବୁଜି ଗ୍ରହଣ କରିବେକି? ସମାଜବାଦୀ ପାର୍ଟିର ଅଖିଳେଶ ଯାଦବ ଅଳ୍ପ କିଛିଦିନ ପୂର୍ବରୁ କହିଥିଲେ ଯେ ମୁଲାୟମ୍ ସିଂହ ଯାଦବ ଆଗାମୀ ପ୍ରଧାନମନ୍ତ୍ରୀ ହୋଇପାରନ୍ତି। ତେଣୁ ରାହୁଳ ଗାନ୍ଧୀଙ୍କର ନେତୃତ୍ୱକୁ ସର୍ବମାନ୍ୟ ବୋଲି ସମସ୍ତ ବିରୋଧୀ ଦଳ ଗ୍ରହଣ କରିନେବାରେ ସମ୍ଭାବନା କମ୍। ୨୦୧୯ରେ ଦେଶର ରାଜନୈତିକ ଚିତ୍ର ବଦଳିଯିବ ବୋଲି ସିପିଆଇ ଏମ୍ ସାଧାରଣ ସଂପାଦକ ସୀତାରାମ ୟେଚୁରୀ ଯେଉଁ ସୂଚନା ଦେଇଛନ୍ତି ତାହା ଭୁଲ ପ୍ରମାଣିତ ହେବ। କାରଣ କଂଗ୍ରେସ ଦଳ ଉପରେ ସମସ୍ତ ବିରୋଧୀଦଳ ଭରସା କରିପାରୁ ନାହାଁନ୍ତି। ଅତୀତରେ ଦେଶବାସୀ ବିରୋଧୀ ଏକତାର ଐତିହାସିକ ଚିତ୍ର ଦେଖିଛନ୍ତି। କୌଣସି ଜଣେ ବ୍ୟକ୍ତି ବା ଦଳ ପରମ ଶକ୍ତିଶାଳୀ ହେବାପରେ ବିରୋଧୀଦଳ ଏକାଠି ହୁଅନ୍ତି- ରାଜନୈତିକ ଚିତ୍ର ବଦଳିଯାଏ। ଜରୁରୀ କାଳୀନ ପରିସ୍ଥିତିପରେ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ବିରୋଧରେ ଦେଶର ଦକ୍ଷିଣ ପନ୍ଥୀ, ସମାଜବାଦୀ ଏକାଠି ହୋଇଥିଲେ। ମୋରାରଜୀ ଦେଶାଇଙ୍କ ନେତୃତ୍ୱରେ ଜନତାପାର୍ଟି ସରକାର ଗଠନ ହେଲା ଏହି ସମୟରେ କଂଗ୍ରେସର ବିପର୍ଯ୍ୟୟ ଅବସ୍ଥା ଦେଖିବାକୁ ମିଳିଥିଲା। ଦ୍ୱିତୀୟ ଥର ପାଇଁ ୧୯୮୯ରେ ଏତାଦୃଶ ବିରୋଧୀ ଏକତା ଦେଖିବାକୁ ମିଳିଥିଲା। ୪୧୯ ସାଂସଦ ଥିିବା ରାଜୀବ ଗାନ୍ଧୀଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାର ବିରୋଧରେ ଦକ୍ଷିଣପନ୍ଥୀ, ବାମପନ୍ଥୀ- ସମାଜବାଦୀ ଏକାଠି ହୋଇଥିଲେ। କିନ୍ତୁ ଏହି ଥରର ବିରୋଧୀ ଏକତା ଏବଂ ସରକାର ପରିବର୍ତ୍ତନର ଦୃଶ୍ୟ କିପରିଥିଲା ତାହାକୁ ମନେ ପକାଇବା ଉଚିତ୍ ହେବ। ଜରୁରୀ ପରିସ୍ଥିତି ପରେ ଗଠନ ହେଉଥିବା ଅଣକଂଗ୍ରେସ ଜନାତା ପାର୍ଟି ସରକାର ମାତ୍ର ୨ ବର୍ଷରେ ଭାଙ୍ଗି ଯାଇଥିଲା। ୧୯୮୯ରେ ବୋଫର୍ସ ଦୁର୍ନୀତିକୁ ପ୍ରସଙ୍ଗ କରି ଏକାଠି ହେଉଥିବା ବିରୋଧିଦଳ ଭିପି ସିଂହଙ୍କୁ ପ୍ରଧାନମନ୍ତ୍ରୀ ପଦରେ ବସାଇବାରେ ସଫଳ ହୋଇଥିଲେ। କିନ୍ତୁ ଭିପି ମାତ୍ର ୧୧ ମାସରେ କ୍ଷମତାରୁ ବାହାର ହୋଇଗଲେ। ଏଇ ନିକଟରେ ବାଙ୍ଗାଲୋରରେ ଏକାଠି ହେଉଥିବା ଅଣ ବିଜେପି ଦଳର ନେତାମାନେ କଣ କରିବାର ହିତ, ଜଳ ହିତ, ଟଙ୍କା ପଇସାର ହିତକୁ ଛାଡି ମେଣ୍ଟ ହିତରେ ସମର୍ପିତ ହେବେ। ଏନେଇ ଦୃଢ଼ ଆଶା କରାଯାଇପାରେ ନାହିଁ। ଶ୍ରୀମତୀ ସୋନିଆ ଗାନ୍ଧୀ, ରାହୁଳ ଗାନ୍ଧୀ, ମମତା ବାନାର୍ଜୀ, ମାୟାବତୀ, ଅଖିଳେଶ ଯାଦବ, ତେଜସ୍ୱୀ ଯାଦବ, ଅରବିନ୍ଦ କେଦିରୱାଲ, ଚନ୍ଦ୍ରବାବୁ ନାଇଡୁ, ଉମର ଅବଦୁଲ୍ଲା, ସୀତାରାମ ୟେଚୁରୀ, ପିନ୍ନାରାୟୀ ବିଜୟନଙ୍କ ଭଳି ନେତା ଏକାଠି ହେବା ଗଣତନ୍ତ୍ର ପ୍ରତି ଶୁଭଙ୍କର। ଏହା ମଧ୍ୟ ହୋଇପାରେ ବର୍ତ୍ତମାନର ସଂକଟ ଗ୍ରସ୍ତର ଆଦର୍ଶ ଚିତ୍ର। ସମସ୍ତ ବିରୋଧୀଦଳ ଏକାଠି ହେଲେ ବିଜେପିର ୨୦୧୯ ମିଶନ ଫେଲ୍ ହୋଇଯାଇପାରେ। ବର୍ତ୍ତମାନ ୧୧ ରାଜ୍ୟରେ ଅଣ ବିଜେପି ସରକାର। ୧୯ ମୁଖ୍ୟ ବିରୋଧୀ ଦଳ ମୋଦୀଙ୍କୁ ହରାଇବା ପାଇଁ ଏକାଠି ହୋଇପାରନ୍ତି। କିନ୍ତୁ ପରିସଂଖ୍ୟାନ ଏବଂ ଆଶଙ୍କା ଯାହା ତାହା ହେଲା କର୍ଣ୍ଣାଟକରେ ସମସ୍ତ ଉଦ୍ୟମ ସେତ୍ତ୍ୱ ଏଠାରେ କ୍ଷମତାରୁ ଦୂରରେ ରହିଥିବା ବିଜେପି ବର୍ତ୍ତମାନ ଭାରତର ୬୪ ପ୍ରତିଶତ ଜନସଂଖ୍ୟାକୁ ନେଇ ସରକାରରେ। ଏହାର ଅର୍ଥ ହେଉଛି ଅବଶିଷ୍ଟ ୧୩ ଦଳ। ଏଥିରେ ଛୋଟ ଛୋଟ ଆଞ୍ଚଳିକ ଦଳ ମଧ୍ୟ ବର୍ତ୍ତମାନ ଦେଶର ୩୬ ପ୍ରତିଶତ ଜନ ସଂଖ୍ୟାର ପ୍ରତିନିଧିତ୍ୱ କରୁଛନ୍ତି। ଏହି ୩୬ ପ୍ରତିଶତ ଜନସଂଖ୍ୟାକୁ ବିରୋଧୀ ମେଣ୍ଟରେ ଏକାଠି କରିବା ସମ୍ଭବ ହୋଇପାରେ। ୨୦୧୯ ନିର୍ବାଚନଯାଏ ଏହି ବାଙ୍ଗାଲୁର ଏକତା ରହିବା ନେଇ ସନ୍ଦେହ। କାରଣ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତୃତୀୟ ସହମୁଖ୍ୟ ସପକ୍ଷରେ। ଉତ୍ତର ପ୍ରଦେଶରେ ସମାଜବାଦୀ ପାର୍ଟି- ବହୁଜନ ସମାଜପାର୍ଟି ପ୍ରଥମରୁ କହିସାରିଛନ୍ତି କଂଗ୍ରେସ ସହ କୌଣସି ମେଣ୍ଟ କରିବୁ ନାହିଁ। ଅଧିକରୁ ଅଧିକ ହେଲେ ପରିବାରର ଦୁଇ ଆସନ ଆମେଥି ଏବଂ ରାୟ ବରେଲି ଛାଡିଦିଆଯିବ। ବାଙ୍ଗାଲୁରରେ ସୋନିଆ ଏବଂ ରାହୁଳଙ୍କ ମଞ୍ଚରେ ଥିବା ଅରବିନ୍ଦ କେଜ୍ରିୱାଲ ପଞ୍ଜାବ ଏବଂ ଦିଲ୍ଲୀରେ ଦୁଇଦଳ ଏକ ଦ୍ୱିତୀୟର ପଟ୍ଟର ବିରୋଧୀ, ପଞ୍ଜାବରେ କଂଗ୍ରେସ ମୁକାବିଲାରେ ଆଗଦଳ। ଏ ପରିସ୍ଥିତିରେ ୧୩ ଦଳର ମେଣ୍ଟର ଆୟୁଷ କେତେଦିନ-କେତେ ବାଟ ଯାଏ ସେ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ୍। ନିଶିଶ କୁମାର ଆଜି ଦିନରେ ଜଣେ ପ୍ରଭାବି ନେତା। ୨୦୧୪ରେ ତାଙ୍କ ବିନା ସହଯୋଗରେ ୪୦ ଲୋକସଭା ଆସନ ମଧ୍ୟରୁ ୩୧ଟିର ବିଜୟୀ ହୋଇଥିଲା, ଏବେତ ନିତିଶ କୁମାର ବିଜେପି ସହ। ବିଜେପି ଏବଂ ଏନ୍ଡ଼ିଏ ଏଠାରେ ଶକ୍ତିଶାଳୀ ସ୍ଥିତିରେ। ମହାରାଷ୍ଟ୍ରର ୨୦୧୪ରେ ଏନ୍ସିପି କଂଗ୍ରେସ ମେଣ୍ଟ ପରେ ବି ଏନ୍ଡ଼ିଏକୁ ୪୮ ରୁ ୪୨ ଆସନ ମିଳିଥିଲା। ଏବେ ଯଦିଓ ଶିବସେନା ବିଜେପି ସହ ମେଣ୍ଟ କରିବ ନାହିଁ ବୋଲି ଘୋଷଣା କରିଛି। ବିଧାନସଭା ନିର୍ବାଚନରେ ଶିବସେନା ଅଲଗା ହୋଇଥିଲେ ମଧ୍ୟ ନିର୍ବାଚନରେ ବିଜେପି ବୃହତ୍ତର ଦଳ ଭାବେ ଠିଆ ହୋଇଥିଲା। ଜାମୁକାଶ୍ମୀର କଂଗ୍ରେସ ଏବଂ ନେସନାଲ କନଫରେନ୍ସ ଏକାଠି ହୋଇଥିଲେ ୨୦୧୪ରେ। କିନ୍ତୁ ବିଜେପି ବିଜୟ ହେଲା। ପଶ୍ଚିମବଂଗରେ ମମତା ବାନାର୍ଜୀଙ୍କ ଏକଛତ୍ରବାଦୀ ଶାସନ ବିରୋଧରେ ଜନଅସନ୍ତୋଷ ଅଧିକ ଦେଖାଦେଇଛି। ବିଜେପି ଏବେ ଏଠାରେ ଦ୍ୱିତୀୟ ସ୍ଥାନରେ। ସହଜରେ ଟିଏମ୍ସି - ବାମଦଳ ମଧ୍ୟରେ ମେଣ୍ଟ ହୋଇ ପାରିବ ନାହିଁ। କେବଳ ଓଡ଼ିଶାକୁ ବାଦ୍ ଦେବାପରେ ବିଜେପିର ସ୍ଥିତି ଅନ୍ୟରାଜ୍ୟରେ ଦୃଢ ରହିଛି। କେରଳ ତ୍ରିପୁରାର ପ୍ରଥମରୁ ବିଶେଷ ସମର୍ଥନ ନଥିଲା। ଝାଡ଼ଖଣ୍ଡରେ ମଧ୍ୟ ମେଣ୍ଟକୁ ଚଳାଇ ରଖିବାର ଗଣିତ - ବ୍ୟାକରଣ ସଂପର୍କରେ ଅତୀତ ପ୍ରମାଣ ଦିଏ। ୧୯୯୭ରେ ଦେବଗୌଡା ଯେଉଁ କଂଗ୍ରେସ ଦଳ ସମର୍ଥନରେ ପ୍ରଧାନମନ୍ତ୍ରୀ ହୋଇଥିଲେ। ସେହି ଦଳ ସ୍ଖପରେ ୭ ମାସରେ ଇସ୍ତପା ଦେଇଥିଲେ। କଂଗ୍ରେସ ସହମେଣ୍ଟ ଏବଂ ଏହାର ସ୍ଥାୟିତ୍ୱ ନେଇ ସନ୍ଦେହ। ସହଜରେ ମୂଲାୟମ ସିଂହ ଯାଦବ, ମମତା ବାନାର୍ଜୀ, ଅରବିନ୍ଦ କେଜିର ୱାଲ, ଶରଦ ପାୱାରଙ୍କର ପ୍ରଧାନମନ୍ତ୍ରୀ ହେବାର ଆଶା ରହିଛି। ଏହାକୁ ଲକ୍ଷ୍ୟ କଲେ ବାଙ୍ଗାଲୋର ଅଣ ବିଜେପି ମେଣ୍ଟର ଗଣିତ ଭୁଲ ହୋଇଯାଇପାରେ। ସାମ୍ୱାଦିକ, ଭୁବନେଶ୍ୱର ମୋ- ୯୪୩୮୦୦୬୨୧୫

Share :