ଆଇନଜୀବୀ କଲ୍ୟାଣ ପାଣ୍ଠି ୫ କୋଟିକୁ ବଢ଼ିବ

ଆଇନଜୀବୀ କଲ୍ୟାଣ ପାଣ୍ଠି ୫ କୋଟିକୁ ବଢ଼ିବ

Share :

୨୦୧୮ ମେ ୨୦ ତାରିଖରେ ବିଜୁ ଜନତା ଦଳ ଆଇନ୍‍ଜୀବୀ ସାମ୍ମୁଖ୍ୟର ରାଜ୍ୟ ପରିବର୍ଦ୍ଧିତ କାର୍ଯ୍ୟକାରୀ କମିଟି ଭୁବନେଶ୍ୱରସ୍ଥିତ ହୋଟେଲ୍‍ କ୍ରାଉନର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟର ସମସ୍ତ ଜିଲ୍ଲାରୁ ପ୍ରାୟ ୧୫୦ରୁ ଊଦ୍ଧ୍ୱର୍ ବାର୍‍ ଆସୋସିଏସନରୁ ଆଇନଜୀବୀମାନେ ଯେଗାଦେଇ ୮ଟି ଜୋନର ଜୋନାଲ୍‍ ଆବାହକ ଓ ଜିଲ୍ଲା ଆବାହକମାନେ ଯୋଗଦେଇ ବିସ୍ତୃତ ଆଲୋଚନା କରିଥିଲେ । ଲିଗାଲ୍‍ ଫ୍ରଣ୍ଟର ସଭ୍ୟମାନେ ରାଜ୍ୟରେ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଚାଲିଥିବା ବିକାଶ ମୂଳକ କାର୍ଯ୍ୟକ୍ରମରେ ସାମିଲ ହୋଇ ରାଜ୍ୟର ପ୍ରଗତିକୁ ଆଗେଇ ନେବା ସଂଗେ ସଂଗେ ରାଜ୍ୟର କୋଣ ଅନୁକୋଣରେ ଗରିବ, ଅସହାୟ ମହିଳା, ଅନୁସୂଚୀତ ଜାତି ଓ ଜନଜାତିଙ୍କ ନିକଟରେ ଆଇନ୍‍ ସାକ୍ଷରଣ ସୃଷ୍ଟି କରିବା ସହିତ ସେମାନଙ୍କ ନିକଟରେ ନ୍ୟାୟ ପହଞ୍ଚାଇବାରେ ଆଇନ୍‍ଜୀବୀ ସାମ୍ମୁଖ୍ୟ କାର୍ଯ୍ୟ କରିବା ପାଇଁ ସିଦ୍ଧାନ୍ତ ହୋଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏହି ବୈଠକରେ ଯୋଗଦେଇ ଉଦବୋଧନ ଦେବା ଅବସରରେ ଆଇନଜୀବୀ କଲ୍ୟାଣ ପାଣ୍ଠି ୩ କୋଟିରୁ ୫ କୋଟିକୁ ବୃଦ୍ଧି କରିବା, ମଧୁସୂଦନ ଆଇନ ମହାବିଦ୍ୟାଳୟକୁ ଆଇନ ବିଶ୍ୱବିଦ୍ୟାଳୟର ମାନ୍ୟତା, ଆଇନଜୀବୀମାନଙ୍କର ଟ୍ରେନିଂ ଓ ଦକ୍ଷତା ବିକାଶ ପାଇଁ ଆଡଭୋକେଟ୍‍ ଏକାଡେମୀ ପ୍ରତିଷ୍ଠା ଏବଂ ଖୁବଶୀଘ୍ର ମଧୁବାବୁ ଆଇନ ସହାୟକ ପ୍ରତି ପଞ୍ଚାୟତରେ ନିଯୁକ୍ତିର ଘୋଷଣା କରିଥିଲେ । ତତସଂଗେ ସଂଗେ ଲିଗାଲ୍‍ ଫ୍ରଣ୍ଟର ସଭ୍ୟମାନେ ଆଇନ ସଚେତନତା ଓ ନ୍ୟାୟ ପ୍ରଦାନ କ୍ଷେତ୍ରରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ମାନ୍ୟବର ଆଇନ ଓ ସ୍ୱାସ୍ଥ୍ୟମନ୍ତ୍ରୀ ସରକାରଙ୍କ ଦ୍ୱାରା ନୂତନ କୋର୍ଟ ପ୍ରତିଷ୍ଠା ଓ ଭିତ୍ତିଭୂମି ଉପରେ ନିଆଯାଇଥିବା ପଦକ୍ଷେପ ସଂପର୍କରେ ଘୋଷଣା କରିବା ସଂଗେ ସଂଗେ ଆଗାମୀ ଦିନରେ ଆଇନଜୀବୀମାନଙ୍କର ଯେ କୌଣସି ସମସ୍ୟାକୁ ନିଜେ ବ୍ୟକ୍ତିଗତ ଭାବେ ଗ୍ରହଣ କରି ତା’ର ସମାଧାନ ଦିଗରେ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ରାଜ୍ୟ ଉପଦେଷ୍ଟା ଶ୍ରୀ ଅସିମ ଅମିତାଭ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ଆବାହକ ମିଲନ୍‍ କାନୁନ୍‍ଗୋ, ମାନ୍ୟବର ବିଧାୟକ ଶ୍ରୀ ଦେବାଶିଷ ସାମନ୍ତରାୟ, ଶ୍ରୀ ପ୍ରିୟଦର୍ଶୀ ମିଶ୍ର, ଜୋନାଲ୍‍ ଆବାହକ ସର୍ବଶ୍ରୀ ଗୋପାଳ ପାଣିଗ୍ରାହୀ, ପ୍ରବୀର ପଟ୍ଟନାୟକ, ସୌମେନ୍ଦ୍ର ଘୋଷ, ବିଷ୍ଣୁ ପାତ୍ର, ନିରଞ୍ଜନ ପଣ୍ଡା, ସନ୍ତୋଷ ନାୟକ, ଅଶୋକ ମହାନ୍ତି, ଜିଲ୍ଲା ଆବାହକ ସର୍ବଶ୍ରୀ ଗଗନ ଚନ୍ଦ୍ର ମେହେର, ପବନ କୁମାର ଶର୍ମା, ଭୀମସେନ ସାହୁ, ରାଜକିଶୋର ଖଟୁଆ, ବସନ୍ତ ମିଶ୍ର, ତାପସ ରାୟ ଚୌଧୁରୀ, ପ୍ରତାପ ପାତ୍ର, ଦିଲ୍ଲୀପ ମଲ୍ଲିକ, ସୁଷମା ସାହୁ, ବିଶ୍ୱେଶ୍ୱରୀ ମହାନ୍ତି, ଭିକାରୀ ମହାନ୍ତି, ଗୋପାଳ ଚନ୍ଦ୍ର ପାତ୍ର, ବାର୍‍ କାଉନ୍‍ସିଲର ଭାଇସ୍‍ ଚେୟାରମ୍ୟାନ୍‍ ଶ୍ରୀ ଦେବଦତ୍ତ ମିଶ୍ର, ରାଉରକେଲା ବାର୍‍ ସଭାପତି ଶ୍ରୀ ସତ୍ୟ ଶର୍ମା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ କଂଗ୍ରେସ ଆଇନ୍‍ ସେଲ୍‍ର ଶ୍ରୀ ବିଜ୍ଞାନ ମହାପାତ୍ର ଓ ଶ୍ରୀ ଦେବେନ୍ଦ୍ର ବେହେରା ବିଜେଡି ଲିଗାଲ୍‍ ଫ୍ରଣ୍ଟରେ ଯୋଗ ଦେଇଥିଲେ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ସେମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ରାଜ୍ୟ ସଂଯୋଜକ ଶ୍ରୀ ଶୁଭ୍ରାଂଶୁ ମହାନ୍ତି ପରିଶେଷରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ଅନ୍ୟ ନେତୃବୃନ୍ଦଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

Share :