ଧଳା ଆପ୍ରୋନରେ କଳଙ୍କ ଛିଟା

ଧଳା ଆପ୍ରୋନରେ କଳଙ୍କ ଛିଟା

Share :

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର ବଡ଼ ମେଡ଼କାଲ୍ ପୁନଶ୍ଚ ଜୀବନଦାନ ଦେଇଛି ସାଂଘାତିକ ସମସ୍ୟା ଓ ଅବ୍ୟବସ୍ଥାର ଚିତ୍ରକୁ । ଗତ ବର୍ଷ ପ୍ରସୂତିକୁ ଖଟିଆ ନମିଳି ଆସନ୍ନ ପ୍ରସୂତା ବାରଣ୍ଡାରେ ସନ୍ତାନ ପ୍ରସବ କରିବା ଏବଂ କର୍ମଚାରୀର ପୁଅର ଜନ୍ମଦିନ ପ୍ରସୂତି ବିଭାଗ ନୂଆ କୋଠାରେ ପାଳନ କରିବା ନେଇ ଚର୍ଚ୍ଚା ଧରିଥିଲା । ସହରରେ ଦେଖା ଦେଇଥିଲା ତୀବ୍ର ପ୍ରତିକ୍ରିୟା । ଆରମ୍ଭ ହେଲା ତଦନ୍ତର ଦାନ୍ତହୀନ ଦିଗ । ଦଣ୍ଡର ବ୍ୟବସ୍ଥା ଶୁଣାଇବା ପରେ କିଏ କି ଦଣ୍ଡ କେବେ ପାଇଲେ ତା’ର ହିସାବ ଆଜି ଯାଏଁ ମଳୁନିି । ଏଇ ଭିତରେ କିଛି ସଂଗଠନ ମଧ୍ୟ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ବଡ଼ ମେଡ଼ିକାଲ୍ରେ ଦେଖି ସମ୍ଭାଳି ପାରିଲେନି । ବିଚଳିତ ହୃଦୟକୁ ଅଟକାଇ ନପାରି ପ୍ରଥମ ପାଳିରେ ଫୋରମ୍ ଫର୍ ଗଂଜାମ ଆରମ୍ଭ କଲା ଦସ୍ତଖତ ଅଭିଯାନ ଏବଂ ଭେଟିବାକୁ ଗଲା ମୁଖ୍ୟ ଶାସନ ସଚିବଙ୍କୁ ଭୁବନେଶ୍ୱରରେ । ତା’ପରେ ୧୪୭ ବିଧାୟକଙ୍କୁ ମଧ୍ୟ ପତ୍ର ଲେଖି ଜଣାଇଲେ ବଡ଼ ମେଡ଼ିକାଲ୍ ସମସ୍ୟାର ପ୍ରତିକାର ପାଇଁ । ଶେଷରେ ବଦଳିଲେ ଅଧୀକ୍ଷକ ଓ ଅଧ୍ୟକ୍ଷା ଡ. ଚରଣ ପଣ୍ଡା ଓ ରାଧାମାଧବ ତ୍ରିପାଠୀଙ୍କ ନୂତନ ନିଯୁକ୍ତି ପରେ କିଛି ପରିସ୍ଥିତି ଶାନ୍ତ ହେବା ପୂର୍ବରୁ ଘଣ୍ଟ ବାଡ଼େଇବାର ଚିତ୍ର ସହ ପରିଚିତ ହେଲେ ସହରବାସୀ । ପ୍ରତି ସୋମବାର ଶିବଙ୍କ ଦିନରେ ଅବନୀ ଗୟା ହାତରେ ଘଣ୍ଟ ବାଡ଼େଇବାର ଲାଗି ପଡ଼ିବା ପରେ ଗଣ ଓ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଲା ଅନେକ ସପ୍ତାହ ଧରି । ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ପ୍ରତିକାର ପାଇଁ ଘଣ୍ଟୁଆମାନଙ୍କ ଲକ୍ଷ୍ୟପଥ କିନ୍ତୁ ବଦଳିଗଲା । ବିଧାୟକଙ୍କ ଦ୍ୱାରା ତହସିଲ୍ ଅଫିସ୍, ସିଡ଼ିଏମ୍ଓ ଅଫିସ ବାଟ ଦେଇ ସିନେମା ହଲ୍ ଛକ । ଶେଷରେ ବିଜୁ ପଟ୍ଟନାୟକ ହୋମିଓ କଲେଜରେ ଘଣ୍ଟନାଦ ଦସ୍ତଖତ ହେଲାପରେ ଶେଷରେ ଜଣା ପଡ଼ିଲା ଯେ ଘଣ୍ଟ ଧ୍ୱନି କାହାର ସ୍ୱାର୍ଥ ରହିତ ବିଚାରର ହେତୁ ଘଣ୍ଟର କାହାଣୀ ମଧ୍ୟ ପ୍ରଭାବଶୂନ୍ୟ । କିଛି ମୁଷ୍ଟିମେୟ ନର୍ସିଂହୋମ୍ ମାଲିକଙ୍କଠାରୁ ଅର୍ଥ ମଧ୍ୟ ଆଦାୟକାରି ଘଣ୍ଟ ଅଭିଯାନ ନିଜର ଲକ୍ଷ୍ୟ ପୂରଣ କରିଛି ବୋଲି ସହରରେ ଚର୍ଚ୍ଚା । ସଂଗଠନର ବିଚାରକ ମାନେ କ୍ରମଶଃ ଦୁର୍ବଳ ହୋଇଯିବା କିଛି ଆଶ୍ଚର୍ଯ୍ୟ ନୁହେଁ, ନିଜ ନିଜର ଆତ୍ମ ବିଜ୍ଞାପନର ବାଟ ଫିଟାଇ ଗଣମାଧ୍ୟମରେ କିଛି ଦିନ ରହିଲା ପରେ ଝଡ଼ପରି ଝଡ଼ିଯାଏ ସଂଗଠନର ବିଚାରଗୁଡ଼ିକ । ସଂପ୍ରତି ବ୍ରହ୍ମପୁର ବଡ଼ ମେଡ଼ିକାଲ୍ର କୋଠାର ଜୀବନ ଦେଉଦେଉ ପୁନଶ୍ଚ ଦୁଇଟି କାହାଣୀର ଦିଗ ପରିବର୍ତ୍ତନ କରିଦେଇଛି ଘଣ୍ଟ ଏବଂ ଫୋରମ୍ ଫର ଗଂଜାମର ବିଚାରର ପାଣିପାଗକୁ । ଦୁହେଁ ଦୁହିଁଙ୍କୁ ପ୍ରତିଯୋଗିତାରେ ଛନ୍ଦି ଦେଇ ନିଜର ପ୍ରଶସ୍ତି ପାଇ ଆସୁଧିବା ସମୟରେ ଦୁଇଟି ହାତଭାଗା ରୋଗୀର କାହାଣୀ ଭାଙ୍ଗିଦେଇଛି ଘଣ୍ଟୁଆର, ଫୋରମ୍ ଫର ଗଂଜାମର ଆଣ୍ଟପଣ । ଏଇ ଦୁଇଟି ସଂଗଠନ କହି ବୁଲୁଥିଲେ ଆମ ସ୍ୱର ଉଠିବାରୁ ସ୍କେନିଂ ଆସିଲା, ଆଇସିୟୁ ଖୋଲିଲା, ଡ଼ାକ୍ତର ଆସିଲେ, ପ୍ରଫେସରମାନେ ଅଟକିଲେ, ଏହାର କିଛି ଅଂଶ ଗ୍ରହଣୀୟ ଓ ଅଭିନନ୍ଦନୀୟ । କିନ୍ତୁ ମାତ୍ର ଚାରିଦିନ ଭିତରେ ଗୋଟିଏ ରୋଗୀର ମୃତ୍ୟୁ ଡ଼ାକ୍ତରଙ୍କ ଚିକିତ୍ସା ଅବହେଳାରୁ ବା ଲାଂଚ ମାଗିବାରୁ ଯେତିକି ସ୍ପର୍ଶକାତର ବିଷୟ ତା’ଠାରୁ ବଳି ଯାଇଛି ଅନ୍ୟ ରୋଗୀଟିର ଅର୍ଥ ନେଇ ହାତ ଭିତରେ ପ୍ଲେଟ ନଦେଇ ନୟାନ୍ତ କରିବାକୁ ନେଇ । ସହରର ତଥାକଥିତ ବୁଦ୍ଧିଜୀବୀ ଗୋଷ୍ଠୀ ଆଜି ଚିନ୍ତାରେ । ରାଜନେତାମାନେ ମଧ୍ୟ ନୀରବ । ଡ଼ାକ୍ତରଙ୍କ ଦାଦାଗିରି ସ୍ୱାସ୍ଥ୍ୟସେବାରେ କିଏ ଅଟକାଇବାରେ ସମର୍ଥ ନୁହଁନ୍ତି । ଆର୍ଡ଼ିସ ଓ ଜିଲ୍ଲାପାଳଙ୍କ ଦ୍ୱାରରେ ଦାବିପତ୍ରର ମଧ୍ୟ ଅଭାବ ନାହିଁ । କିନ୍ତୁ ଭୟଙ୍କର ଚରିତ୍ରର ଡ଼ାକ୍ତରଙ୍କ ଦୌରାତ୍ମ୍ୟ କିଏ ବଦଳାଇବ? ଅସହାୟ ଅବସ୍ଥାରେ ରୋଗୀଟିକୁ ଖଟରେ ପକାଇ ଶୋଷଣର ସମସ୍ତ ସୀମା ଟପିବାରେ ବ୍ରହ୍ମପୁର ବଡ଼ ମେଡ଼ିକାଲ୍ ଏକ ସଦ୍ୟତମ ରୋଡ଼ ମଡ଼େଲ୍ । ଏଇ ଡ଼ାକ୍ତରମାନେ ଯେ ଆଉ ଧର୍ମ ଅଧର୍ମ ବିବେକ ଅବିବେକି କ’ଣ ନବୁଝି ନ ବିଚାରି ଧଳା ଆପ୍ରୋନ୍ ଦେହରେ କଳାର ଦାଗ ଦେଇ ଏକ ଶିଳ୍ପପରି ସ୍ୱାସ୍ଥ୍ୟ ସେବାର ସାମ୍ରାଜ୍ୟର ଅପକୀର୍ତ୍ତିରେ ମହୀୟାନ । ଘଣ୍ଟ ବାଡ଼େଇଲେ କ’ଣ ହେବ ଡ଼ାକ୍ତରର ବିବେକର ଘଣ୍ଟି ଆଜି ବଜାଇବାରେ ସଭ୍ୟ ମଣିଷଟିର ବିଚାରର ବିସ୍ମୟ ।

Share :