ହେ ଫଗୁଣ ତୁମେ ଗଲା ପରେ...

ହେ ଫଗୁଣ ତୁମେ ଗଲା ପରେ...

Share :

ବିଭାବତୀ ଦାଶ ସତରେ କ'ଣ ରଙ୍ଗକୁ ପୋଛିଦେଇହୁଏ ? ଚଉଦରେ ଲାଗିଥିବା ରଙ୍ଗ ଅଠରରେ ବି ଦାଉଦାଉ ଝଟକୁଛି ମନ ଭିତରେ, ଅକ୍ତିଆର କରିଛି ସମଗ୍ର ମୁଁ ପଣିଆକୁ ସବୁରି ଅଲକ୍ଷରେ । ତମେ କେଉଁ ଅତ୍ୟାଧୁନିକ ଉପାୟରେ ପୋଛିଲ କେଜାଣି? ଲୁହଲହୁ ହାର୍ ମାନି ହାତ ଟେକିଦେଲେଣି ମୁଁ ଏବେ ଜାଣିଜାଣି ଅନ୍ୟମନସ୍କ ହେବାର ଅଭିନୟ ଶିଖୁଛି ବାହୁନିବାହୁନି ଶୋଇ ପଡ଼ିଥିବା କପୋତୀଠାରୁ । ହସିବା ଶିଖେଇଥିଲ, କାନ୍ଦି କାନ୍ଦି ହସିବା ମୁଁ ଆପେ ଶିଖିଗଲି ମୁଖା ଖୋଲି ବଂଚିବାକୁ କହୁଥିଲ, ଶେଷ ଉପହାରରେ ମୁଖାଟିଏ ଦେଇଗଲ । ରଙ୍ଗ ଆଉ ମୁଁ ଏବେ ଶତ୍ରୁ ତମେ ଆଣି ଦେଇଥିବା କୃଷ୍ଣଚୂଡାର ରଙ୍ଗ ତାକୁ ଫେରେଇ ଦେଲା ପରେ ସବୁ ଦିଶେ ଧୂସର ତମ ପ୍ରିୟ ରଙ୍ଗ କଳା ବୋଲି ଖୁବ୍ ନିଜର ଲାଗେ ଆଜି ସବୁ ଅନ୍ଧାର, କାଳିଆ ଠାକୁର । ଖୋକାଭାଇ ପାଖେ ମୁଁ, ସେ ଗଳା ଫଟେଇ ଗାଉଚି ମୁଁ ନିବିଷ୍ଟ ହୋଇ ଶୁଣୁଚି ସେଇ ଗୋଟାଏ ଗୀତ ବାରମ୍ବାର ହେ ଫଗୁଣ ତୁମେ ଗଲା ପରେ ପରେ... ।

Share :