ଜହ୍ନରାତି, ତୁମ ସ୍ମୃତି

ଜହ୍ନରାତି, ତୁମ ସ୍ମୃତି

Share :

ତନ୍ମୟ ଗୁଇଁ   ଜହ୍ନ ଉଇଁଲେ ତୁମେ ମନେପଡ ମନେପଡ ତୁମେ କେତେ, ଅଦୂରେ ବା ଦୂରେ ଥାଅ ଯେଉଁଠାରେ ଥରେ ଚାହିଁ ଦେଖ ମତେ।   ଜଳୁଛି କିପରି ସଞ୍ଜବତୀ ପରି ତୁମ ମନକାନ୍ଥ ତଳେ, ପାଲଟିବ ତୀର୍ଥ ଶରୀର ମୋର ତୁମ ସଙ୍ଗ ଯେବେ ମିଳେ।   ମନର ମନ୍ଦିରେ ଦେବତା ସଜାଇ ଥିବି ତୁମ ପଥ ଚାହିଁ, ତନୁ ମନ ମୋର ସବୁ ଅର୍ପି ଦେବି ତୁମ ଚରଣରେ ନେଇ।   ନିସ୍ତବ୍ଧ ନିଶାରେ ସାଗର କୋଳରେ ଏ ସହର ଯେବେ ଶୋଇଯାଏ, ଦିଗହରା ପାନ୍ଥ ପରି ମୁଁ ସପନ ରାଇଜେ ତୁମକୁ ଖୋଜୁଥାଏ।   ପୂର୍ଣିମା ରାତିର ଜହ୍ନ ଭିତରେ ତୁମକୁ ମୁଁ ଦେଖୁଥିବି, ତୁମ ଓଠର ସେ ମଧୁର ସ୍ପର୍ଶକୁ ସ୍ମୃତି କରି ରଖିଥିବି।

Share :