ଆଉ ଏଣିକିରେ ମନ

ଆଉ ଏଣିକିରେ ମନ

Share :

ଜଗନ୍ନାଥ ଦାସ (୧୫ଶ-୧୬ଶ ଶତାବ୍ଦୀ)   ଆଉ ଏଣିକିରେ ମନ ଭୁଲୁ କାହିଁକି? ଉଡୁଛି କାଳ ଛଞ୍ଚାଣ ମନେ ନାହିଁକି?   ଅଇରି ତୋ କଳପଣା ଛେଦିପକା ବେନି ଡେଣା ଶୂନ୍ୟରେ ବାଜୁଛି ବୀଣା ଶୁଣା ନାହିଁକି?   ହାଟରେ ପାଞ୍ଚ ପାଇକ ହେଉଛନ୍ତି ଡାକହାକ ହାଟ ସରିଲେ ବଣିକ ଆଉ ଥାଇ କି?   ସୁନା ପଞ୍ଜୁରିରେ ଶୁଆ ଦିନା କେତେ ନୂଆ ନୂଆ ଉଡ଼ିଗଲେ ଶାରୀ ଶୁଆ ଧରା ପାଇ କି?   ଭ୍ରୁଲତା ମଧ୍ୟରେ ଅନା ତ୍ରିକୂଟେ ଉଡୁଛି ବାନା ହଜିଲେ ପରମ ସୁନା ଆଉ ପାଇ କି?   ଓଁ କାର ମଧ୍ୟରେ ଦେଖ ଓଲଟି ରହିଛି ହଂସ କହେ ଜଗନ୍ନାଥ ଦାସ ଅନୁସରି କି?

Share :