ଜାତୀୟ ଦୁର୍ନୀତିର ଇତିହାସ

ଜାତୀୟ ଦୁର୍ନୀତିର ଇତିହାସ

Share :

ବିଘ୍ନେଶ୍ୱର ସାହୁ   ୧) ଜିପ‌୍‍ କିଣା ଦୁର୍ନୀତି (୧୯୪୮)   ସ୍ୱାଧୀନତା ପର ଭାରତବର୍ଷରେ ଦୁର୍ନୀତିର ଇତିହାସ ଲିପିବଦ୍ଧ ହେବାକୁ ଆରମ୍ଭିଲା ୧୯୪୮ ମସିହାରେ। ଲଣ୍ଡନରେ ଅବସ୍ଥାପିତ ତତ୍କାଳୀନ ଭାରତୀୟ ହାଇକମିଶନ ଭି.କେ. କ୍ରିଷ୍ଣା ମେନନ‌୍‍ ସେତେବେଳେ ଏକ ବିଦେଶୀ ଫାର୍ମ ସହିତ କାଶ୍ମୀରରେ ଥିବା ଭାରତୀୟ ସ୍ଥଳସେନା ଲାଗି ୮୦ ଲକ୍ଷ ଟଙ୍କାର ଜିପ‌୍‍ କିଣା ନିମନ୍ତେ ଏକ ସୌଦାରେ ଦସ୍ତଖତ କରିଥିଲେ। ସେତେବେଳେ ତାହା ସାଧାରଣ ନିୟମ ବହିର୍ଭୁତ ଥିଲାବୋଲି ଆଲୋଚିତ ହୁଏ। ସେତେବେଳକାର ବିରୋଧୀ ଦଳ ଏହି ଘୋଟାଲାର ଏକ ନ୍ୟାୟିକ ଯାଞ୍ଚ ଦାବି କରିଥିଲେ। ଅନନ୍ତଶୟନମ‌୍‍ ଆୟାଙ୍ଗାର‌୍‍ଙ୍କ ନେତୃତ୍ୱରେ ଗଠିତ ତଦନ୍ତ କମିଟିର ପରାମର୍ଶକୁ ବାଆଁରେଇ ସରକାର ୧୯୫୫ ମସିହା ସେପ୍ଟେମ୍ୱର ୩୦ ତାରିଖରେ ଏହି ଜିପ‌୍‍ କିଣା ସ୍କାଣ୍ଡାଲ‌୍‍ କେଶ‌୍‍ର ପରିସମାପ୍ତି ଘୋଷଣା କରିଥିଲେ। କେନ୍ଦ୍ରମନ୍ତ୍ରୀ ଗୋବିନ୍ଦ ବଲ୍ଲଭ ପନ୍ଥ କହିଥିଲେ ଯେ, ଏହି କେଶ‌୍‍ର ପରିସମାପ୍ତି ପାଇଁ ସରକାର ମନସ୍ଥ କଲେ ଏବଂ ଯଦି ବିରୋଧୀଦଳ ଏଥିରେ ସନ୍ତୋଷ ପ୍ରକାଶ ନକରନ୍ତି, ତେବେ ସେମାନେ  ଏହି ଘୋଟାଲାକୁ ଏକ ନିର୍ବାଚନୀ ପ୍ରସଙ୍ଗ ମଧ୍ୟ କରିପାରନ୍ତି। ୧୯୫୬ ମସିହା ଫେବୃୟାରୀ ୩ ତାରିଖରେ ଉଚ୍ଚାୟୁକ୍ତ ଥିବା କୃଷ୍ଣମେନନ‌୍‍ ନେହେରୁ ମନ୍ତ୍ରିମଣ୍ଡଳରେ ବିଭାଗବିହୀନ ମନ୍ତ୍ରୀ ଭାବେ ଶପଥ ନେଇଥିଲେ।   ୨) ମୁନ୍ଧ୍ରା ଘୋଟାଲା (୧୯୫୭)   ଗଣମାଧ୍ୟମର ପ୍ରତ୍ୟୁତ୍ପନମତିତା ଯୋଗଁୁ ଭାରତୀୟ ଜୀବନ ବୀମା ନିଗମ (ଏଲ‌୍‍ଆଇସି)କୁ ବିଭିନ୍ନ ଅଂଶଧନ ବିକ୍ରି କ୍ଷେତ୍ରରେ ଏକ ଘୋଟାଲା ହୋଇଥିବା ଜଣାପଡ଼ିଥିଲା। ସେ ସମୟର ତତ୍କାଳୀନ ଅର୍ଥମନ୍ତ୍ରୀ ଟି.ଟି. କ୍ରିଷ୍ଣାମାଚାରୀ ଏବଂ ତାଙ୍କର ପ୍ରମୁଖ ଅର୍ଥ ସଚିବ ଏବଂ ଇନ୍ଦିରା ଗାନ୍ଧୀଙ୍କ ସ୍ୱାମୀ ଫିରୋଜ ଗାନ୍ଧୀ ମଧ୍ୟସ୍ଥତା କରି କଲିକତା ନିବାସୀ ଜଣେ ମାରୁୱାଡ଼ି ବ୍ୟବସାୟୀ ହରିଦାସ ମୁନ୍ଧ୍ରାଙ୍କ ମାଧ୍ୟମରେ ଏଲ‌୍‍ଆଇସିକୁ ଏହି ଘୋଟାଲା ଅଂଶଧନ ବିକ୍ରି କରିଥିବା ନେଇ ସଂସଦରେ ଝଡ଼ ଉଠିଥିଲା। ପ୍ରଧାନମନ୍ତ୍ରୀ ନେହେରୁ ଜଷ୍ଟିସ ଏମ‌୍‍.ସି.ଚଗଲାଙ୍କ ନେତୃତ୍ୱରେ ଏକ ଜଣିକିଆ କମିଶନ ଉକ୍ତ ଘଟଣାର ତଦନ୍ତ ପାଇଁ ବସାଇ ଘଟଣାର ସତ୍ୟାସତ୍ୟ ସମ୍ପର୍କରେ ପ୍ରମାଣ ପାଇଥିଲେ। ଚଗଲା  କମିଶନ ତାଙ୍କ ରିପୋର୍ଟରେ ଦର୍ଶାଇଥିଲେ ଯେ, ଏଲ‌୍‍ଆଇସିକୁ ମୁନ୍ଧ୍ରା ମିଛ ଅଂଶଧନ ବିକ୍ରି କରିଥିଲେ ଯାହାର ମୂଲ୍ୟ ପାଖାପାଖି ୧.୨୫ କୋଟି ଟଙ୍କା। ଏହି ଘଟଣାରେ ମାରୁୱାଡ଼ି ବ୍ୟବସାୟୀ ମୁନ୍ଧ୍ରାଙ୍କୁ ୨୨ ବର୍ଷ କାରାଦଣ୍ଡ ଆଦେଶ ହୋଇଥିବା ବେଳେ ବାଧ୍ୟବାଧକତା ଭାବେ ଟି.ଟି. କ୍ରିଷ୍ଣାମାଚାରି ଅର୍ଥମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।   ୩) ଆନ୍ତୁଲେ ଟ୍ରଷ୍ଟ (୧୯୮୧)   ଏକ ସିମେଣ୍ଟ କିଣା କାରବାରରୁ ମହାରାଷ୍ଟ୍ରର ତତ୍କାଳୀନ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏଆର‌୍‍ ଆନ୍ତୁଲେ ପାଖାପାଖି ୩୦ କୋଟି ଟଙ୍କା ଉତ୍କୋଚ ପାଇ ତାହାକୁ ଏକ ବେସରକାରୀ ଟ୍ରଷ୍ଟରେ ଜମା ରଖିଥିଲେ। ଏହି ଘଟଣାର ତଦନ୍ତ କରି ବମ୍ୱେ ହାଇକୋର୍ଟ ୧୯୮୨ ମସିହା ଜାନୁଆରୀ ୧୩ ତାରିଖରେ ଆନ୍ତୁଲେଙ୍କୁ ଦୋଷୀ ସାବ୍ୟସ୍ତ କରିବା ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦରୁ ଆନ୍ତୁଲେ ଇସ୍ତଫା ଦେଇଥିଲେ। କୋର୍ଟ ଆହୁରି ମଧ୍ୟ କହିଥିଲେ ଯେ, ବେଆଇନ ଭାବେ ବମ୍ୱେର ବିଲ‌୍‍ଡରମାନଙ୍କୁ ଆନ୍ତୁଲେ ଅଯାଚିତ ଅନୁଗ୍ରହ ଦେଖାଇ ସେମାନଙ୍କ ଠାରୁ ହିସାବ ବହିର୍ଭୁତ କୋଟି କୋଟି ଟଙ୍କା ଆଦାୟ କରି ଇନ୍ଦିରା ଗାନ୍ଧୀ ପ୍ରତିଷ୍ଠାନ ଟ୍ରଷ୍ଟ ନାମକ ଏକ ଟ୍ରଷ୍ଟକୁ ସେସବୁ ଅର୍ଥ ଡୋନେସନ‌୍‍ ଆକାରରେ ଦେଇଥିଲେ। କେବଳ ଏତିକି ନୁହେଁ ସଂଖ୍ୟାଧିକ ଟ୍ରଷ୍ଟ ଗଠନ କରି ଆନ୍ତୁଲେ ତାହାର ନିୟନ୍ତ୍ରକ ରହିଥିଲେ। ସରକାରୀ ନିର୍ଦ୍ଦେଶ ବାହାରେ ଅତ୍ୟଧିକ ସିମେଣ୍ଟ କୋଟା ଉଠାଇବା ଏବଂ ସେସବୁର କଳାବଜାର ପାଇଁ ନିଜର ପରୋକ୍ଷ ନିର୍ଦ୍ଦେଶରେ ତାହାର ବିକ୍ରିବଟା ଓ ବିକ୍ରିଲବ୍ଧ ଅର୍ଥକୁ ନିଜ ନିୟନ୍ତ୍ରିତ ଟ୍ରଷ୍ଟରେ ବିନିଯୋଗ କରୁଥିଲେ।   ୪) ବୋଫର୍ସ ଘୋଟାଲା (୧୯୮୭)   ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଏବଂ ତାଙ୍କ ଅନ୍ୟ କିଛି ବନ୍ଧୁ ବୋଫର୍ସ ତୋପ କିଣାରେ ଉତ୍କୋଚ (କିକ‌୍‍ ବ୍ୟାକ‌୍‍) ଗ୍ରହଣ କରିଥିବା ନେଇ ଏକ ଚମକପ୍ରଦ ଘୋଟାଲାର ଖବର ସେତେବେଳେ ସମଗ୍ର ଭାରତବର୍ଷକୁ ଦୋହଲାଇ ଦେଇଥିଲା। ଏହା ପୂର୍ବରୁ ଘଟିଥିବା ଅନେକ ଘୋଟାଲାର ପରିମାଣ ଠାରୁ ବୋଫର୍ସ ଘୋଟାଲାର ଅର୍ଥ ପରିମାଣ କାହଁି କେତେ ଗୁଣ ଅଧିକ ଥିଲା। ଏଥିଯୋଗଁୁ ପରବର୍ତ୍ତୀ ୧୯୮୯ ସାଧାରଣ ନିର୍ବାଚନରେ ରାଜୀବ ଗାନ୍ଧୀଙ୍କ ନେତୃତ୍ୱାଧୀନ କଂଗ୍ରେସ ଦଳ ପରାଜୟର ମୁହଁ ଦେଖିଥିଲା। ଏହି ଘୋଟାଲାର ପରିମାଣ ପ୍ରାୟ ୪୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଥିଲା। ଦିଲ୍ଲୀ ହାଇକୋର୍ଟ ୨୦୦୪ ମସିହା ଫେବୃୟାରୀ ୫ ତାରିଖରେ ଏହି ଉତ୍କୋଚ ମାମଲାରେ ରାଜୀବ ଗାନ୍ଧୀଙ୍କୁ ଦୋଷମୁକ୍ତ କରିଥିଲା। ଅବଶ୍ୟ ସେତେବେଳକୁ ରାଜୀବ ଗାନ୍ଧୀ ଆଉ ଇହଧାମରେ ନଥିଲେ। ୨୦୦୫ ମସିହା ମେ ୩୧ ତାରିଖରେ ବୋଫର୍ସ ଘୋଟାଲାର ଅନ୍ୟତମ ଅଭିଯୁକ୍ତ ହିନ୍ଦୁଜା ଭ୍ରାତୃତ୍ରୟ (ଶ୍ରୀଚନ୍ଦ, ଗୋପିଚାନ୍ଦ ଓ ପ୍ରକାଶ)ଙ୍କ ବିରୋଧରେ ମାମଲା ଖାରଜ କରିଥିଲା। ଏହି କାରବାରରେ ମଧ୍ୟସ୍ଥି ଥିବା ରାଜୀବ ଓ ସୋନିଆଙ୍କ ବନ୍ଧୁ ଓଟ୍ଟାଭିଓ କ୍ୟାଟ୍ରୋଚିଙ୍କୁ ମଧ୍ୟ ତାଙ୍କ ବିରୋଧରେ ଆପାତତଃ ପ୍ରମାଣଯୋଗ୍ୟ ତଥ୍ୟ ପେଶ‌୍‍ ନହୋଇ ପାରିବାରୁ ମାମଲାଟି ଖାରଜ ହୋଇଯାଇଥିଲା।   ୫) ହର୍ଷଦ ମେହେଟ୍ଟା (୧୯୯୨)   ଏକ ସାଧାରଣ ବ୍ରୋକରରୁ ଅନ୍ୟତମ ବିତ୍ତଶାଳୀ ବ୍ୟକ୍ତିତ୍ୱ ପାଲଟିଥିବା ଏବଂ ନିଜର ବ୍ୟୟବହୁଳ ଜୀବନଶୈଳୀ ପାଇଁ ଚର୍ଚ୍ଚିତ ହର୍ଷଦ ମେହେଟ୍ଟା ବମ୍ୱେ ଷ୍ଟକ‌୍‍ ଏକ୍ସଚେଞ୍ଜର ଏକ ନାମୀଦାମୀ ବ୍ରୋକର‌୍‍ ହୋଇ ଯାଇଥିଲେ। ରାଜକୀୟ ଜୀବନଯାପନ କରୁଥିବା ହର୍ଷଦ ମେହେଟ୍ଟା ୧୫ ହଜାର ବର୍ଗଫୁଟ ପରିମିତ ଏକ ଆପାର୍ଟମେଣ୍ଟରେ ସନ୍ତରଣାଗାର ସହିତ ଏକ ଗଲଫ ପଡ଼ିଆ ମଧ୍ୟ ରହିଥିଲା। ଷ୍ଟକ‌୍‍ ମାର୍କେଟରେ ୧୯୯୦ ବେଳକୁ ଏକ ଚର୍ଚ୍ଚିତ ବ୍ରୋକର ଭାବେ ସମସ୍ତଙ୍କ ଦୃଷ୍ଟିକୁ ଆସିଥିଲେ। ବିଭିନ୍ନ କମ୍ପାନୀର ଅଂଶଧନକୁ ଆଖିବୁଜା କିଣିବା ତାଙ୍କ ବ୍ୟବସାୟର ନିତିଦିନିଆ କାରନାମା ଥିଲା। ୧୯୯୧ ମସିହାର ମଧ୍ୟଭାଗରେ ଷ୍ଟକ‌୍‍ ମାର୍କେଟ‌୍‍ର ବିଗ‌୍‍ ବଲ‌୍‍ ହେବା ତାଙ୍କ ଭାଗ୍ୟରେ ଜୁଟିଥିଲା। ୧୯୯୨ ମସିହା ଏପ୍ରିଲ ୨୩ ତାରିଖରେ ସାମ୍ୱାଦିକା ସୁଚେତା ଦଲାଲ ଟାଇମ୍ସ ଅଫ‌୍‍ ଇଣ୍ଡିଆ ଖବରକାଗଜରେ ହର୍ଷଦ ମେହେଟ୍ଟାଙ୍କ ବେନିୟମ ଭାବେ ଅର୍ଥ ଉପାର୍ଜନ ସମ୍ପର୍କରେ ସ୍ତମ୍ଭ ଲେଖିବା ଆରମ୍ଭକରି ଏପରି ଆର୍ଥିକ ଦୁର୍ଗତି ଓ ବେନିୟମ କିଣାବିକା ସମ୍ପର୍କରେ ପର୍ଦ୍ଦାଫାଶ କଲେ। ଷ୍ଟକ‌୍‍ର ମୂଲ୍ୟବୃଦ୍ଧି ସାଙ୍ଗକୁ ହର୍ଷଦ ମେହେଟ୍ଟାଙ୍କ କୌଶଳ ସମ୍ପର୍କରେ କେହି ଜାଣିପାରୁ ନଥିଲେ। ଏ ଘଟଣା ପ୍ରଘଟ ପରେ ପାଖାପାଖି ୪୦୦୦ କୋଟି ଟଙ୍କାର ବ୍ୟବସାୟରେ ଘାଟା ଆସିଲା। ବିଜୟା ବ୍ୟାଙ୍କ‌୍‍ର ଅଧ୍ୟକ୍ଷ ନିଜ ଅଫିସ‌୍‍ ଛାତରୁ ତଳକୁ ଡେଇଁ ଆତ୍ମହତ୍ୟା କରିଥିଲେ ଉକ୍ତ ଘଟଣାର ପର୍ଦ୍ଦାଫାଶ ପରେ। ସେ ଜାଣିଥିଲେ ସେ ସେ ହର୍ଷଦ ମେହେଟ୍ଟାଙ୍କ ସହ ଉକ୍ତ କାରବାରରେ ସମ୍ପୃକ୍ତ ରହିବା ଏବଂ ମେହେଟ୍ଟାଙ୍କୁ ଚେକ‌୍‍ ଇସ୍ୟୁ କରିବା ନେଇ ସେ ନିହାତି ଦୋଷୀ ସାବ୍ୟସ୍ତ ହେବେ।  ୧୯୯୮ ବେଳକୁ ଷ୍ଟକ୍‌ ମାର୍କେଟର ଜଣେ ଡନ୍‌ ବା ବିରାଟ ଦଲାଲ ଭାବେ ସେ ଉଭା ହୋଇସାରିଥିଲେ। ପରେପରେ ସେ ଜଣେ ସ୍ତମ୍ଭକାର ଭାବେ ଖବରକାଗଜରେ ଷ୍ଟକ‌୍‍ମାର୍କେଟ ସମ୍ପର୍କିତ ସ୍ତମ୍ଭ ଲେଖିବା ଆରମ୍ଭ କଲେ। ଏପରିକି ଅନେକ କମ୍ପାନୀର ବୋର୍ଡ ଅଫ‌୍‍ ଡାଇରେକ୍ଟର୍ସ‌୍‍ରେ ସେ ବିମଣ୍ଡିତ ହୋଇଥିଲେ। ସଂଖ୍ୟାଧିକ କେଶ‌୍‍ରେ ଫଶିଥିବା ଏବଂ ଦୋଷୀ ସାବ୍ୟସ୍ତ ହୋଇଥିବା ହର୍ଷଦ ମେହେଟ୍ଟାଙ୍କର ଶେଷରେ ହୃଦ‌୍‍ଘାତରେ ପରଲୋକ ଘଟିଥିଲା। ଭାରତୀୟ ସେୟାର‌୍‍ ମାର୍କେଟରେ ଏପରି ଘୋଟାଲାର ବିଶ୍ୱ ସମୁଦାୟରେ ଏକ କୁଖ୍ୟାତି ଆଣିଥିଲା।   ୬. ଟେଲିକମ‌୍‍ ସ୍କାମ‌୍‍ ( ୧୯୯୬)   ୨୦୦୯ ମସିହାରେ ଦିଲ୍ଲୀର ଏକ କୋର୍ଟ ପୂର୍ବତନ ଟେଲି ଯୋଗାଯୋଗ ମନ୍ତ୍ରୀ ସୁଖରାମଙ୍କୁ ନିଜର ମନ୍ତ୍ରୀତ୍ୱ ସମୟରେ (୧୯୯୩-୯୬) ବିଭିନ୍ନ କମ୍ପାନୀକୁ ଲାଇସେନ୍ସ ଦେବା ଓ କମ୍ପାନୀମାନଙ୍କ ଠାରୁ ଯନ୍ତ୍ରାଂଶ କିଣିବା ବାବଦରେ ଲାଞ୍ଚ ଗ୍ରହଣ କରିଥିବା ନେଇ ଦୋଷୀ ସାବ୍ୟସ୍ତ କରିଥିଲେ। ୧୯୯୬ ମସିହାରେ ସୁଖରାମଙ୍କର ଦିଲ୍ଲୀ ଓ ହିମାଚଳ ପ୍ରଦେଶ ବାସଭବନରେ ସିବିଆଇ ତରଫରୁ ହୋଇଥିବା ଚଢ଼ାଉରେ ନଗଦ ସାଢ଼େ ତିନି କୋଟି ଟଙ୍କା ଏବଂ ସୁଟ‌୍‍କେଶ ଓ ବସ୍ତା ଭର୍ତ୍ତି ଅନେକ ମୂଲ୍ୟବାନ ଅଳଙ୍କାର ଜବତ କରାଯାଇଥିଲା। ୧୪ ବର୍ଷ ପୂର୍ବରୁ ସିବିଆଇ ଦ୍ୱାରା ଦୁର୍ନୀତି ଅଭିଯୋଗରେ ଚାର୍ଜସିଟ‌୍‍ କରାଯାଇଥିବା ୮୪ ବର୍ଷ ବୟସ୍କ ସୁଖରାମ ଏବେ ସୁଦ୍ଧା ବିଭିନ୍ନ କୋର୍ଟେ ହାଜିରା ଦେଉଛନ୍ତି। ନରସିଂହ ରାଓ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ଥିବା ସୁଖରାମ ନିଜ କାର୍ଯ୍ୟକାଳ ମଧ୍ୟରେ ୪ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ବେନାମୀ ସମ୍ପତ୍ତି କରିଥିବା ବେଳେ ୨୦୦୯ ମସିହାର ଆଉ ଏକ ଅପିଲ‌୍‍ରେ ସେ ପୁଣି ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏହି ଦ୍ୱିତୀୟ ଅପିଲ‌୍‍ରେ ଏଆର‌୍‍ଏମ‌୍‍ ପ୍ରାଇଭେଟ‌୍‍ ଲିଃ‌୍‍ ନାମକ ଏକ କମ୍ପାନୀକୁ ଟେଲିକମ‌୍‍ ଯନ୍ତ୍ରାଂଶ କିଣିବା ବାବଦରେ ଅନୁଗ୍ରହ ଦେଖାଇବା ଯୋଗଁୁ ପ୍ରାୟ ୧.୬୮ କୋଟି ଟଙ୍କା କ୍ଷତି ସହିଥିବା ଜଣାଯାଇଥିଲା। ୨୦୦୨ ଜୁଲାଇ ୫ରେ ଦୋଷୀ ସାବ୍ୟସ୍ତ ଯୋଗଁୁ ଜେଲ‌୍‍ ଯାଇଥିବା ସୁଖରାମ ଏବେ ମଧ୍ୟ ଆଇନର କଷଟି ପଥରରେ ଯୁଝି ହେଉଛନ୍ତି।   ୭) ଲାଲୁପ୍ରସାଦ ଯାଦବ ଓ ଗୋଖାଦ୍ୟ ଦୁର୍ନୀତି (୧୯୯୬)   ବିହାର ରାଜକୋଷରୁ ଗୋଖାଦ୍ୟ ବାବଦରେ ହୋଇଥିବା ପାଖାପାଖି ୯୫୦ କୋଟି ଟଙ୍କାର ଘୋଟାଲା ଦେଶର ଏକ ପ୍ରମୁଖ ଘୋଟାଲା ରୂପେ ଜଣାଯାଏ। ଏହି ଘୋଟାଲାରେ ବିହାର ରାଜ୍ୟ ପ୍ରଶାସନର ଅନେକ ଅଧିକାରୀ ଏବଂ ରାଜନୈତିକ ନେତୃବୃନ୍ଦ ଜଡ଼ିତ ଥିଲେ। ଗୋଖାଦ୍ୟ ସହିତ ଔଷଧ, ପଶୁସମ୍ପଦ ସମ୍ପର୍କିତ ଯନ୍ତ୍ରାଂଶ ଇତ୍ୟାଦି ମିଥ୍ୟା ବିଲ‌୍‍ ଦେଇ ଭାଉଚର‌୍‍ କରାଯାଇଥିଲା। ୧୯୯୬ରେ ପର୍ଦ୍ଦାଫାସ‌୍‍ ହୋଇଥିବା ଏତେବଡ଼ ଘୋଟାଲା ନିମନ୍ତେ ଅଭିଯୁକ୍ତ ମାନେ ସତେ ଯେପରି ଅନୁତପ୍ତ ନଥିଲେ; ତାହା ଜଣାଯାଉଥିଲା। ଦୀର୍ଘ ୨୦ ବର୍ଷ ମଧ୍ୟରେ ପ୍ରଶାସନିକ ଅଧିକାରୀମାନଙ୍କ ଜ୍ଞାତସାରରେ ହୋଇଥିବା ଏତେବଡ଼ ଦୁର୍ନୀତି ସମ୍ପର୍କରେ ପ୍ରଥମେ ଗଣମାଧ୍ୟମ ଚତୁରତାର ସହ ପ୍ରକାଶ କରିଥିଲା। ମୁଖ୍ୟମନ୍ତ୍ରୀ ଥିବା ଲାଲୁପ୍ରସାଦ ଯାଦବ ଏଥିରେ ପକ୍ଷଭୁକ୍ତ ହୋଇଯାଇଥିଲେ ଏବଂ କୋର୍ଟର ସମ୍ମୁଖୀନ ହୋଇଥିଲେ। ଘଟଣା ଏପରି ହେଲା ନିଜ ରାଜ୍ୟ ବିହାର ଏବଂ ସମଗ୍ର ଦେଶରେ ପ୍ରବଳ ଚାପ ଯୋଗଁୁ ୧୯୯୭ ଜୁଲାଇ ୨୫ରେ ଲାଲୁ ଯାଦବ ଇସ୍ତଫା ଦେବାକୁ ବାଧ୍ୟହେଲେ। କିନ୍ତୁ ଚତୁରତାର ସହ ନିଜ ସ୍ତ୍ରୀ ରାବଡ଼ି ଦେବୀଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇ ଦେଇଥିଲେ। ସଂଖ୍ୟାଧିକ କେଶ‌୍‍ରେ ଫସିଥିବା ଯୋଗଁୁ ଲାଲୁ ଯାଦବ ୭୦ ଦଶକର ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ର (ଗୋଖାଦ୍ୟ ଘୋଟାଲାରେ ସମ୍ପୃକ୍ତି ଥିବା) ଏବଂ କିଛି ପ୍ରଶାସନିକ ଅଧିକାରୀଙ୍କ ସମେତ ପାଖାପାଖି ୨୦୦ ବ୍ୟକ୍ତି ବିଶେଷଙ୍କୁ ୨୦୦୨ ମସିହା ପର୍ଯ୍ୟନ୍ତ ବିଭିନ୍ନ ସମୟରେ କାରାଦଣ୍ଡ ହୋଇଥିଲା। ଏହି ଘୋଟାଲା ଭାରତୀୟମାନଙ୍କ ମଧ୍ୟରେ ଦୁର୍ନୀତିର ଏକ ପ୍ରତୀକ ଭାବେ ସ୍ଥାପିତ ହେବା ସହ ପ୍ରଶାସନିକ ସ୍ତରରେ ଦୁର୍ନୀତି ଏବଂ ରାଜନୀତିର ଅପରାଧୀକରଣ ସମ୍ପର୍କରେ ଖୋରାକ ଯୋଗାଇଥିଲା। ଜଣେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଏପରି କାରନାମାରେ ଲୋକସଭାର ସମ୍ପୂର୍ଣ୍ଣ ଏକ ଅଧିବେଶନ ଅଫିସିଆଲ ଏଜେଣ୍ଡା ହୋଇ ସରଗରମ ହୋଇ ଚାଲିଥିଲା।   ୮) ହାୱାଲା ଡାଏରୀ (୧୯୯୬)   ରାଜନୈତିକ ନେତୃବୃନ୍ଦଙ୍କ ଦ୍ୱାରା ହାୱାଲା ବ୍ରୋକର ଜୈନ ଭାଇମାନଙ୍କ ମାଧ୍ୟମରେ ଘୋଟାଲାର ପରିମାଣ ଗ୍ରହଣ କରିବା ୧୯୯୬ ମସିହାର ଘୋଟାଲା ଇତିହାସର ଆଉ ଏକ ଫର୍ଦ୍ଦ। ଦେଶର ଆଗଧାଡ଼ିର ଅନେକ ନେତା ଏହି ସ୍କାଣ୍ଡାଲରୁ ପାଖାପାଖି ୭୦ କୋଟି ଟଙ୍କା ଗ୍ରହଣ କରିଥିବା ଜଣାପଡ଼ିଥିଲା। ଏପରିକି କାଶ୍ମୀରରେ ଥିବା ଆତଙ୍କବାଦୀ ସଙ୍ଗଠନ ହିଜ‌୍‍ବୁଲ‌୍‍ ମୁଜାହିଦ୍ଦିନକୁ ମଧ୍ୟ ଏହି ହାୱାଲା ଟଙ୍କା ଯାଇଥିବା ପ୍ରଘଟ ହୋଇଥିଲା। ଏହି ନେତୃବୃନ୍ଦଙ୍କ ମଧ୍ୟରେ ଥିଲେ ଲାଲକୃଷ୍ଣ ଆଡ଼ଭାନୀ, ବିଦ୍ୟାଚରଣ ଶୁକ୍ଳା, ପି. ଶିବଶଙ୍କର, ଶରଦ ଯାଦବ, ବଳରାମ ଝାଖଡ଼ ଏବଂ ମଦନଲାଲ ଖୁରାନା ପ୍ରମୁଖ। ୧୯୯୭-୯୮ମଧ୍ୟରେ ଉକ୍ତ ନେତାମାନଙ୍କ ମଧ୍ୟରୁ ଅନେକେ ଦୋଷମୁକ୍ତ ହୋଇଥିଲେ। ତେବେ ସିବିଆଇର ଚାର୍ଜସିଟ‌୍‍ କରିବାରେ ବିଫଳତା ଯୋଗଁୁ ଉକ୍ତ କେଶ‌୍‍ର ଗୁରୁତ୍ୱ ରହିଲାନି। ଫଳରେ ଦେଶବ୍ୟାପୀ ସିବିଆଇକୁ ନିନ୍ଦିତ ହେବାକୁ ହେଲା।   ୯) କେତନ ପାରିଖ ଓ ଷ୍ଟକ‌୍‍ମାର୍କେଟ‌୍‍ (୨୦୦୧)   ଜଣେ ଚାର୍ଟାର୍ଡ଼ ଆକାଉଣ୍ଟାଣ୍ଟ ଭାବେ ପରିଚିତ କେତନ ପାରିଖ ବିଶେଷଷତଃ ଏକ ଷ୍ଟକ‌୍‍ ବ୍ରୋକର ପରିବାରରୁ ଆସିଛନ୍ତି। ୧୯୯୯-୨୦୦୧ ବେଳକୁ ବିଶ୍ୱରେ ବୈଷୟିକ ଜ୍ଞାନକୌଶଳ ଅଭିବୃଦ୍ଧି ଫଳରେ ଭାରତରେ ଷ୍ଟକ‌୍‍ ମାର୍କେଟର ବ୍ୟାପାର ସେତିକି ହାରରେ ବଢ଼ି ଚାଲିଲା।  ଅଂଶଧନ ଖଟାଇବା କ୍ଷେତ୍ରରେ ବିଶେଷ କରି କିଛି କମ୍ପାନୀ ଏ କାମ କରୁଥିଲେ ହେଁ କିଛି ପ୍ରମୋଟର, ଦରିଆପାରି କର୍ପୋରେଟ ହାଉସ‌୍‍, କିଛି ସମବାୟ ବ୍ୟାଙ୍କମାନଙ୍କ ଦ୍ୱାରା ହିଁ ନିୟନ୍ତ୍ରିତ ରହୁଥିଲା। ଏବଂ ଏ ସମସ୍ତେ ପାରିଖଙ୍କୁ ଟଙ୍କା ଦେବାକୁ କୁଣ୍ଠାବୋଧ କରୁ ନଥିଲେ। ନିଜର ପାରିବା ପଣରେ ସେ ଏପରିକି ଭିଜୁଆଲ‌୍‍ ସଫ୍ଟ ନାମକୁ କମ୍ପାନୀର ଅଂଶଧନ (ସେୟାର) ୬୨୫ ଟଙ୍କାରୁ  ୮୪୪୮ ଟଙ୍କାକୁ ଏବଂ ସୋନାଟା ସଫ୍ଟ୍ଟେୱରର ସେୟାର ୯୦ ଟଙ୍କାରୁ ୨୧୫୦ ଟଙ୍କାକୁ ବଢ଼ାଇ ଦେଇଥିଲେ। ଏପ୍ରକାର ଚାଲାକି ଦୀର୍ଘଦିନ ପର୍ଯ୍ୟନ୍ତ ତିଷ୍ଠି ରହିପାରିଲା ନାହିଁ। ଏ ମଧ୍ୟରେ ପାରିଖଙ୍କ  କାରବାର ଯୋଗୁଁ ଏକ ଲକ୍ଷ ୧୫ ହଜାର କୋଟି ଟଙ୍କା ମାର୍କେଟରୁ ଉଭାନ‌୍‍ ହୋଇସାରିଥିଲା। ଏଇ ଗୋଷ୍ଠୀରେ କିଛି ବେସରକାରୀ ବ୍ୟାଙ୍କ ଓ ଅର୍ଥଲଗାଣ ପ୍ରତିଷ୍ଠାନ ମଧ୍ୟ ଥିଲେ। ଏ ଘଟଣାରେ ପାରିଖ ଗିରଫ ହୋଇ ପ୍ରଥମେ ୫୩ ଦିନ ଜେଲରେ ରହିଲେ।  ଷ୍ଟକ ଏକ୍ସଚେଞ୍ଜ ତରଫରୁ ଏଥିପାଇଁ ୨୦୧୭ ପର୍ଯ୍ୟନ୍ତ ପାରିଖଙ୍କୁ କାରବାର ଲାଗି ନିଷେଧ କରାଯାଇଛି। ପାରିଖଙ୍କ ଗିରଫଦାରି ପରେ ବହୁ କୋଟି ଟଙ୍କାର ଘୋଟାଲା ସମ୍ପର୍କରେ ଖବରମାନ ଜଣାପଡ଼ିଲା। ବେପାରର ଗତି ସପ୍ତାହେରୁ ଖସି ଆସି ଗୋଟିଏ ଦିନରେ ସୀମିତ ହୋଇଗଲା। ଷ୍ଟକ‌୍‍ ଏକ୍ସଚେଞ୍ଜମାନଙ୍କରେ ବ୍ରୋକରମାନଙ୍କର  ନିୟନ୍ତ୍ରଣ ପ୍ରାୟତଃ ଖତମ‌୍‍ ହେଲା ସେହିଦିନ ଠାରୁ।  ଆଜି ଅନ୍ତତଃପକ୍ଷେ ଭାରତୀୟ ଷ୍ଟକମାର୍କେଟ ବସ୍ତୁତଃ ସୁରକ୍ଷିତ ରହିପାରିଛି। ପାରିଖଙ୍କ କାରନାମା ପରେ ଅନେକ ସଂସ୍କାରର ଅଣାଯାଇପାରିଲା।   ୧୦. ପ୍ରତିରକ୍ଷା ବିଭାଗର ଖୁଲାସା ଓ ତେହଲକା (୨୦୦୧)   ଏହି ଘଟଣାକୁ ଭାରତର ୱାଟରଗେଟ‌୍‍ ବୋଲି ଅଭିହିତ କରାଯାଉଛି। ତେହଲକା ଏହାର ଅପରେସନ‌୍‍-େୱଷ୍ଟ ଏଣ୍ଡ‌୍‍ ଆରମ୍ଭ କରିଥିଲା। େୱଷ୍ଟ ଏଣ୍ଡ‌୍‍ ହେଉଛି ଏକ ଷ୍ଟିଙ୍ଗ‌୍‍ ଅପରେସନ ଯାହାକି ପ୍ରତିରକ୍ଷା ସାମଗ୍ରୀ କିଣାଚୁକ୍ତିରେ ହୋଇଥିବା ବିଭିନ୍ନ ପ୍ରକାର ଦୁର୍ନୀତିର ପର୍ଦ୍ଦାଫାସ କରିଥିଲା। ୨୦୦୧ ମସିହାରେ ତେହେଲକା ଗ୍ରୁପ‌୍‍ଦ୍ୱାରା ଏହି ଅପରେସନ ଆରମ୍ଭ ହୋଇଥିଲା ଯାହାକି ଅଟଳବିହାର ବାଜପେୟୀଙ୍କ ନେତୃତ୍ୱାଧୀନ ଏନ‌୍‍ଡିଏ ସରକାରର କିଛି ମନ୍ତ୍ରୀଙ୍କର ସମ୍ପୃକ୍ତି ପ୍ରମାଣିତ ହୋଇଥିଲା। କିଛି ରାଜନୈତିକ ନେତୃତ୍ୱ, ପ୍ରତିରକ୍ଷା ବିଭାଗର ଉଚ୍ଚ ପଦାଧିକାରୀ, ପ୍ରତିରକ୍ଷା ସାମଗ୍ରୀ କିଣାରେ ୪ପ୍ରତିଶତ ଲାଞ୍ଚନେବା ଘଟଣାରୁ ଏହା ଅଭିଯାନ ଆରମ୍ଭ କରିଥିଲା। ପ୍ରତିରକ୍ଷା ମନ୍ତ୍ରାଳୟର କିଛି ବରିଷ୍ଠ ଅଧିକାରୀ ସୁରା, ସାକୀ (ଦେହଜୀବୀ) ବଦଳରେ ଚୁକ୍ତି କରିଥିଲେ। ୨୦୦୧ ସେପ୍ଟେମ୍ୱରରେ ଏହି ଘଟଣା ଯୋଗଁୁ ତେହେଲକାର ମୁଖ୍ୟ ସମ୍ପାଦକ ତରୁଣ ତେଜ‌୍‍ପାଲ‌୍‍ଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ସେତେବେଳକାର ପ୍ରତିରକ୍ଷା ମନ୍ତ୍ରୀ ଜର୍ଜ ଫର୍ଣ୍ଣାଣ୍ଡେଜ‌୍‍ ଲାଞ୍ଚ ସମ୍ପର୍କିତ ଭିଡ଼ିଓ ଟେପ‌୍‍ ପ୍ରଘଟ ହେବା ଯୋଗଁୁ ତୁରନ୍ତ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ। ଅବଶ୍ୟ କିଛିଦିନ ପରେ ପୁଣି ସେହି ମନ୍ତ୍ରାଳୟରେ ସେ ଯୋଗ ଦେଇଥିଲେ। ଫର୍ଣ୍ଣାଣ୍ଡିଜ‌୍‍ଙ୍କ ସମତା ପାର୍ଟି ଅସ୍ତ୍ରଶସ୍ତ୍ର ଡିଲର ପୂର୍ବତନ ନୌସେନା ଅଧିକାରୀ କମୋଡ଼ର ସୁରେଶ ନନ୍ଦଙ୍କ ଠାରୁ ପାଖାପାଖି ୧ କୋଟି ଟଙ୍କାର ଲାଞ୍ଚ ଗ୍ରହଣ କରିଥିବା ଭିଡ଼ିଓ ଟେପ‌୍‍ରୁ ଜଣାଯାଇଥିଲା। ଏହି ଘଟଣାର ପାଞ୍ଚ ବର୍ଷ ପରେ ଉକ୍ତ ଦୁର୍ନୀତିକୁ ଆଧାର କରି ସିବିଆଇ ଜର୍ଜ ଫର୍ଣ୍ଣାଣ୍ଡେଜ‌୍‍, ପୂର୍ବ ନୌସେନାଧ୍ୟକ୍ଷ ଆଡ଼

Share :