ଏସାର ପାଚେରୀକୁ ଲୋକଙ୍କ ବିରୋଧ

ଏସାର ପାଚେରୀକୁ ଲୋକଙ୍କ ବିରୋଧ

Share :

  ପାରାଦୀପ ଲକ‌୍‍ ଥାନା ଅନ୍ତର୍ଗତ ଉଦୟବଟ ମୌଜା ନୂଆଗଡ ପଞ୍ଚାୟତର ଦୁଇଟି ଗ୍ରାମ ଭୀମାନାସୀ ଓ ଗୋରଡିର ଅଧିବାସୀମାନେ ଏସାର କମ୍ପାନୀର ମନୋମୁଖୀ କାର୍ଯ୍ୟ ଓ ଏଠାରେ ଜବରଦସ୍ତ ପାଚେରୀ ନିର୍ମାଣକୁ ଘୋର ବିରୋଧ କରିଛନ୍ତି।   ଏସାର କମ୍ପାନୀ ଏଠାରେ ତାର ଷ୍ଟିଲ‌୍‍ କାରଖାନା କରିବା ନିମନ୍ତେ ୨୦୦୬-୦୭ ମସିହାଠାରୁ ଆରମ୍ଭ କରି ଅଦ୍ୟାବଧି ଦୁଇଗୋଟି ପେଲେଟ‌୍‍ ପ୍ଳାଣ୍ଟ କାର୍ଯ୍ୟକ୍ଷମ କରି ଉତ୍ପାଦନ କରୁଅଛି। ଏହି ଦୁଇ ଗ୍ରାମ ଏସାର କମ୍ପାନୀର ଏକଦମ ନିକଟତମ ଏବଂ ଏହାର ବାସିନ୍ଦାମାନେ କମ୍ପାନୀଦ୍ୱାରା କ୍ଷତିଗଗ୍ରସ୍ତ ଜମିହରା ଓ ବିସ୍ଥାପିତ ପରିବାରର। ଏହି ଅଞ୍ଚଳର ଅଧିବାସୀମାନଙ୍କର ବିଭିନ୍ନ ସମସ୍ୟା ଥିଲେ ମଧ୍ୟ ଏସାର କର୍ତ୍ତୃପକ୍ଷ କୌଣସି କଥା ଶୁଣୁନାହାଁନ୍ତି। ଏହି ସବୁ ସମସ୍ୟା ମଧ୍ୟରେ ବିସ୍ଥାପିତଙ୍କୁ ଥଇଥାନ, କମ୍ପାନୀରେ ନିଯୁକ୍ତି, ପାନୀୟ ଜଳ, ବର୍ଷାଜଳ ନିଷ୍କାସନ, ପାରିପାର୍ଶ୍ୱକ ଉନ୍ନତି, ପ୍ରଦୂଷଣ ଇତ୍ୟାଦି ଅନ୍ତଭୁର୍କ୍ତ।   ଏହିସବୁ ସମସ୍ୟାର ସମାଧାନ ନିମନ୍ତେ ବିଭିନ୍ନ ସମୟରେ ଆସିଥିବା ପାରାଦୀପର ଅତିରିକ୍ତ ଜିଲ୍ଳାପାଳଙ୍କ ସହିତ ଏସାର କର୍ତ୍ତୃପକ୍ଷ ଓ ଗ୍ରାମବାସୀଙ୍କ ଦ୍ୱାରା ପ୍ରତିଷ୍ଠିତ ‘ମା’ ଶୀତଳା ଗ୍ରାମ୍ୟ ସୁରକ୍ଷା କମିଟି ମଧ୍ୟରେ ତ୍ରିପାକ୍ଷିକ ଆଲୋଚନା ଅନେକ ଥର ଅତିରିକ୍ତ ଜିଲ୍ଲାପାଳଙ୍କ ପାରାଦୀପସ୍ଥିତ କାର୍ଯ୍ୟାଳୟଠାରେ ହୋଇଅଛି। ଆଲୋଚନା ସମୟରେ ଏସାର କର୍ତ୍ତୃପକ୍ଷ ଗ୍ରାମବାସୀ ଓ ଏହି କମିଟିର ସମସ୍ତ ଦାବୀ ଅତିରିକ୍ତ ଜିଲ୍ଲାପାଳ ଉପସ୍ଥିତିରେ ମାନିନିଅନ୍ତି। କିନ୍ତୁ ପରେ କୌଣସି କାର୍ଯ୍ୟ କରନ୍ତି ନାହିଁ ବା ଏ ଦିଗରେ ପଦକ୍ଷେପ ଗ୍ରହଣ କରନ୍ତି ନାହିଁ।   ଏହି ସବୁ ସମସ୍ୟା ସମ୍ୱନ୍ଧରେ ଗତ୨୯/୧୧/୨୦୧୬ ତାରିଖରେ ଜଗତସିଂହପୁର ଜିଲ୍ଲାପଳଙ୍କ ଉଦ୍ଦେଶ୍ୟରେ ପାରାଦୀପ ଅତିରିକ୍ତ ଜିଲ୍ଲାପାଳଙ୍କୁ ୬ ଦଫା ଦାବି ସମ୍ୱଳିତ ଏବଂ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏସମ୍ୱନ୍ଧରେ ଜିଲ୍ଲା ପ୍ରଶାସନ ସମାଧାନ ଦିଗରେ ସମୟ ନେଇଥିବା ବେଳେ ଏସାର କମ୍ପାନୀ ଏହାକୁ ବେଖାତିର କରି ପାଚେରୀ ନିର୍ମାଣ କାର୍ଯ୍ୟ ଆରମ୍ଭ କରୁଥିବା ବେଳେ ଦୁଇଗ୍ରାମର ଗ୍ରାମବାସିମାନେ ଏହାର ପ୍ରବଳ ବିରୋଧ କରିଥିଲେ। ଯାହା ଫଳରେ କି ପାଚେରୀ ନିର୍ମାଣ କାର୍ଯ୍ୟ ବନ୍ଦ ହୋଇଥିଲା।

Share :