ତିଥି ବାର ବେଳା- ନଭେମ୍ବର ୨୮-ଡିସେମ୍ବର ୪, ୨୦୧୬

ତିଥି ବାର ବେଳା- ନଭେମ୍ବର ୨୮-ଡିସେମ୍ବର ୪, ୨୦୧୬

Share :

୨୮.୧୧.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ବିଛା ଦି୧୩ନ, ଇଂରାଜୀ ୨୦୧୬ ମସିହା, ନଭେମ୍ୱର ୨୮ ତାରିଖ, ସୋମବାର, ମାର୍ଗଶୀର କୃଷ୍ଣପକ୍ଷ, ଚତୁର୍ଦ୍ଦଶୀ ତିଥି, ତୁଳା ଚନ୍ଦ୍ର, ବିଶାଖା ନକ୍ଷତ୍ର। ଅଦ୍ୟ ଶ୍ରୀମନ୍ଦିରେ ଦେବଦୀପାବଳୀ ଉତ୍ସବ ଆରମ୍ଭ ଓ ଚନ୍ଦ୍ରକ୍ଷୟ। ରିକ୍ତାତିଥି-ମାଙ୍ଗଳିକ ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - ତୁଳା, ଧନୁ, ମକର, ମେଷ, ବୃଷ ଓ ସିଂହ ରାଶି। ମିଥୁନ ଓ ଧନୁ ରାଶିର ଘାତବାର। ଦିବା ଘ୨ା୪୭ ଗତେ ବିଛା, ମକର, କୁମ୍ଭ, ବୃଷ, ମିଥୁନ ଓ କନ୍ୟା ରାଶିର ଚନ୍ଦ୍ରଶୁଦ୍ଧି। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଦେବତାମାନଙ୍କ ଉଦ୍ଦେଶ୍ୟରେ ଦୀପଦାନର ଦ୍ୱିତୀୟ ଦିନ। ଚତୁର୍ଦ୍ଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୫୫ରୁ ଘ୧୧ା୧, ରାତ୍ରି ଘ୧୨ା୮ରୁ ଘ୨ା୧, ଘ୨ା୪୧ରୁ ଘ୩ା୫୮। ଅମୃତ ସୂର୍ଯ୍ୟୋଦୟରୁ ଘ୭ା୪୮, ଦିବା ଘ୧୨ା୩୫ରୁ ଘ୨ା୫୫, ଘ୪ା୪୮ରୁ ଘ୮ା୮, ରାତ୍ରି ଘ୪/୪୮ରୁ ନିଶାନ୍ତ।   ୨୯.୧୧.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ବିଛା ଦି୧୪ନ, ଇଂରାଜୀ ୨୦୧୬ ମସିହା, ନଭେମ୍ୱର ୨୯ ତାରିଖ, ମଙ୍ଗଳବାର, ମାର୍ଗଶୀର କୃଷ୍ଣପକ୍ଷ, ଅମାବାସ୍ୟା ତିଥି, ବିଛା ଚନ୍ଦ୍ର, ଅନୁରାଧା ନକ୍ଷତ୍ର। ଅଦ୍ୟ ମହୋଦଧି ଅମାବାସ୍ୟା, ବ୍ୟତିପାତ (ଗୋସହସ୍ରୀ) ସ୍ନାନଯୋଗ, ଦେବଦୀପାବଳୀ ମଧ୍ୟଦିବସ। ମାଙ୍ଗଳିକ ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - ବିଛା, ମକର, କୁମ୍ଭ, ବୃଷ, ମିଥୁନ ଓ କନ୍ୟା ରାଶି। ମକର ରାଶିର ଘାତବାର, କର୍କଟ ରାଶିର ଘାତନକ୍ଷତ୍ର। ମୃତେ ପୁଷ୍କର ୧ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ମହୋଦଧି ଅମାବାସ୍ୟରେ ଦୀପଦାନ କଲେ ସର୍ବଦେବତା ଓ ପିତୃପୁରୁଷ ତୃପ୍ତ ହୁଅନ୍ତି।। ଅମାବାସ୍ୟାର ନିତ୍ୟଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୨ା୪୧ରୁ ଘ୪ା୪୮, ରାତ୍ରି ଘ୧୦ା୪୧ରୁ ଘ୧୨ା୪୮। ଅମୃତ ଦିବା ଘ୭ା୪୧ରୁ ଘ୧୦ା୧, ଘ୧୧ା୫୫ରୁ ଘ୧ା୩୫, ରାତ୍ରି ଘ୧୨/୪୮ରୁ ଘ୪ା୪୮।   ୩୦.୧୧.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ବିଛା ଦି୧୫ନ, ଇଂରାଜୀ ୨୦୧୬ ମସିହା, ନଭେମ୍ୱର ୩୦ ତାରିଖ, ବୁଧବାର, ମାର୍ଗଶୀର ଶୁକ୍ଳପକ୍ଷ, ପ୍ରତିପଦ ତିଥି, ବିଛା ଚନ୍ଦ୍ର, ଜ୍ୟେଷ୍ଠା ନକ୍ଷତ୍ର। ଅଦ୍ୟ ଦେବଦୀପାବଳୀ ଅନ୍ତିମ ଦିବସ। ତିଥ୍ୟମୃତ ଯୋଗ। ଚନ୍ଦ୍ରଶୁଦ୍ଧି - ବିଛା, ମକର, କୁମ୍ଭ, ବୃଷ, ମିଥୁନ ଓ କନ୍ୟା ରାଶି। କର୍କଟ ରାଶିର ଘାତବାର। ରାତ୍ରି ଘ୪ା୧୦ ଗତେ ଧନୁ, କୁମ୍ଭ, ମୀନ, ମିଥୁନ, କର୍କଟ ଓ ତୁଳା ରାଶିର ଚନ୍ଦ୍ରଶୁଦ୍ଧି। ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ପ୍ରତିପଦର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୮ା୨, ଦିବା ଘ୪ା୪୯ରୁ ଘ୮ା୨, ରାତ୍ରି ଘ୮ା୪୨ରୁ ଘ୧୦ା୪୯, ଘ୪ା୪୯ରୁ ନିଶାନ୍ତ। ଅମୃତ ଦିବା ଘ୮ା୨ରୁ ଘ୯ା୪୨, ଘ୨ା୨୯ରୁ ଘ୪ା୪୯, ରାତ୍ରି ଘ୧୨/୨୯ରୁ ଘ୨ା୪୯   ୧.୧୨.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ବିଛା ଦି୧୬ନ, ଇଂରାଜୀ ୨୦୧୬ ମସିହା, ଡିସେମ୍ୱର ୧ ତାରିଖ, ଗୁରୁବାର, ମାର୍ଗଶୀର ଶୁକ୍ଳପକ୍ଷ, ଦ୍ୱିତୀୟା ତିଥି, ଧନୁ ଚନ୍ଦ୍ର, ମୂଳା ନକ୍ଷତ୍ର। ଅଦ୍ୟ ଦ୍ୱିତୀୟା ଚନ୍ଦ୍ରଦର୍ଶନ ଓ ପୂଜା, ଗୁରୁବାର ମାଣବସା ଓଷା ତୃତୀୟ ପାଳି। ଯମଘଣ୍ଟକ ଯୋଗ-ଯାତ୍ରାଦି ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - ଧନୁ, ମୀନ, ମିଥୁନ, କର୍କଟ ଓ ତୁଳା ରାଶି। ତୁଳା ଓ କୁମ୍ଭ ରାଶିର ଘାତବାର, ସିଂହ ରାଶିର ଘାତନକ୍ଷତ୍ର, ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ବିହିତ ଚନ୍ଦ୍ରଦର୍ଶନ ଓ ପୂଜା। ଦ୍ୱିତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୮ା୧୬, ଦିବା ଘ୧୨ା୯ରୁ ଘ୨ା୨, ସଂଧ୍ୟା ଘ୬ା୯ରୁ ଘ୮ା୧୬, ରାତ୍ରି ଘ୨ା୧୬ରୁ ଘ୪ା୯, ଘ୪ା୪୯ରୁ ନିଶାନ୍ତ। ଅମୃତ ଦିବା ଘ୨ା୨ରୁ ଘ୩ା୪୨, ରାତ୍ରି ଘ୮/୧୬ରୁ ଘ୧୨ା୧୬।   ୨.୧୨.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ବିଛା ଦି୧୭ନ, ଇଂରାଜୀ ୨୦୧୬ ମସିହା, ଡିସେମ୍ୱର ୨ ତାରିଖ, ଶୁକ୍ରବାର, ମାର୍ଗଶୀର ଶୁକ୍ଳପକ୍ଷ, ତୃତୀୟା ତିଥି, ଧନୁ ଚନ୍ଦ୍ର, ପୂର୍ବାଷାଢା ନକ୍ଷତ୍ର। ଅଦ୍ୟ ରମ୍ଭାତୃତୀୟା। ବାଣିଜ୍ୟ ବିକ୍ରୟ ଶୁଭ। ଚନ୍ଦ୍ରଶୁଦ୍ଧି - ଧନୁ, ମୀନ, ମିଥୁନ, କର୍କଟ ଓ ତୁଳା ରାଶି। ବିଛା ଓ ମୀନ ରାଶିର ଘାତବାର, ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ବିହିତ ରମ୍ଭାବ୍ରତ। ତୃତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୩୦ରୁ ଘ୧୦ା୨୩, ଘ୧ା୧୦ରୁ ଘ୩ା୧୭। ଅମୃତ ସୂର୍ଯ୍ୟୋଦୟରୁ ଘ୮ା୩୦, ସଂଧ୍ୟା ଘ୬ା୧୦ରୁ ଘ୯ା୫୦, ରାତ୍ରି ଘ୩/୧୦ରୁ ନିଶାନ୍ତ।   ୩.୧୨.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ବିଛା ଦି୧୮ନ, ଇଂରାଜୀ ୨୦୧୬ ମସିହା, ଡିସେମ୍ୱର ୩ ତାରିଖ, ଶନିବାର, ମାର୍ଗଶୀର ଶୁକ୍ଳପକ୍ଷ, ଚତୁର୍ଥୀ ତିଥି, ଧନୁ ଚନ୍ଦ୍ର, ଉତ୍ତରାଷାଢା(ମଳ) ନକ୍ଷତ୍ର। ଅଦ୍ୟ ଦିବା ଗ୪ା୫୭ ଗତେ ଶରଣପଞ୍ଚକ। ସିଦ୍ଧିଯୋଗ-ଦିବା ଘ୧୧ା୪୬ ଗତେ ବିବାହ ଓ ଗୃହାରମ୍ଭ, ବାଣିଜ୍ୟ ବିକ୍ରୟ ଶୁଭ। ଚନ୍ଦ୍ରଶୁଦ୍ଧି - ଧନୁ, ମୀନ, ମିଥୁନ, କର୍କଟ ଓ ତୁଳା ରାଶି। ବୃଷ, ସିଂହ ଓ କନ୍ୟା ରାଶିର ଘାତବାର, ବୃଷ ଓ କୁମ୍ଭ ରାଶିର ଘାତତିଥି, ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର। ଦିବା ଘ୪ା୫୨ ଗତେ ମକର, ମୀନ, ମେଷ, କର୍କଟ ଓ ବିଛା ରାଶିର ଚନ୍ଦ୍ରଶୁଦ୍ଧି। ସିଂହ ରାଶିର ଘାତଚନ୍ଦ୍ର। ମୃତେ ପୁଷ୍କର ୧ପାଦ, ଦିବା ଘ୧୧ା୪୬ ଗତେ ୨ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ରାତ୍ରି ଘ୭ା୧୭ରୁ ଘ୯ା୧୦। ଅମୃତ ଦିବା ଘ୧୦ା୫୭ରୁ ଘ୧ା୧୭, ଘ୩ା୧୦ରୁ ଘ୪ା୫୦, ରାତ୍ରି ଘ୧୧/୫୭ରୁ ଘ୩ା୫୭।   ୪.୧୨.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ବିଛା ଦି୧୯ନ, ଇଂରାଜୀ ୨୦୧୬ ମସିହା, ଡିସେମ୍ୱର ୪ ତାରିଖ, ରବିବାର, ମାର୍ଗଶୀର ଶୁକ୍ଳପକ୍ଷ, ପଞ୍ଚମୀ ତିଥି, ମକର ଚନ୍ଦ୍ର, ଉତ୍ତରାଷାଢା ନକ୍ଷତ୍ର।  ଅଦ୍ୟ କୁରାଳପଞ୍ଚମୀ (କୁମ୍ଭକାରମାନଙ୍କ ଉତ୍ସବ)। ତିଥ୍ୟମୃତ ଯୋଗ-ବିବାହ, ଗୃହାରମ୍ଭ, ଦେବତାଗଠନ, ପୁଂସବନ, ସୀମନ୍ତୋନୟନ, ବହିଃନିଷ୍କ୍ରମଣ, ନାମକରଣ, ଅନ୍ନପ୍ରାସନ ଓ ଯାତ୍ରା ଶୁଭ। ଚନ୍ଦ୍ରଶୁଦ୍ଧି - ମକର, ମୀନ, ମେଷ, କର୍କଟ ଓ ବିଛା ରାଶି। ମେଷ ରାଶିର ଘାତବାର, ସିଂହ ରାଶିର ଘାତଚନ୍ଦ୍ର। ମୃତେ ପୁଷ୍କର ୨ପାଦ, ଦିବା ଘ୧୧ା୪୦ ଗତେ ୧ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଚକ୍ରାୟୁଧ ପୂଜା ବିହିତ। ପଞ୍ଚମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୯ା୧୧ରୁ ଘ୧୧ା୪, ଘ୧ା୫୧ରୁ ଘ୩ା୫୮, ସଂଧ୍ୟା ଘ୬ା୫୧ରୁ ଘ୮ା୫୮, ରାତ୍ରି ଘ୨ା୫୮ରୁ ଘ୪ା୫୧। ଅମୃତ ପ୍ରାତଃ ଘ୬ା୫୧ରୁ ଘ୯ା୧୧, ରାତ୍ରି ଘ୮/୫୮ରୁ ଘ୧୦ା୩୮।

Share :