ସ୍ତ୍ରୀ- ଏକ ହ୍ବାଟ୍‌ସଆପ୍‌ ଗପ

ସ୍ତ୍ରୀ- ଏକ ହ୍ବାଟ୍‌ସଆପ୍‌ ଗପ

Share :

  ଜଣେ ଲୋକର ଚାରିଜଣ ସ୍ତ୍ରୀ ଥିଲେ। ସେ ତା’ର ଶେଷ ବା ଚତୁର୍ଥ ସ୍ତ୍ରୀକୁ ବହୁତ ଭଲ ପାଉଥିଲା ଏବଂ ତା’ର ଭଲ ଭାବେ ଯତ୍ନ ନେଉଥିଲା। ତାକୁ ସେ ସର୍ବଶ୍ରେଷ୍ଠ ମାନୁଥିଲା।   ସେ ତା’ର ତୃତୀୟ ସ୍ତ୍ରୀକୁ ବି ଭଲ ପାଉଥିଲା, କିନ୍ତୁ ସେ ଭୟ କରୁଥିଲା କେବେ ଯଦି ସେ ଅନ୍ୟ କାହାର ପ୍ରେମରେ ପଡି ତାକୁ ଭୁଲିଯିବ ଓ ତା’ଠାରୁ ଦୂରେଇ ଯିବ! ତୃତୀୟ ସ୍ତ୍ରୀ ଉପରେ ତା’ର ବିଶ୍ବାସ ନଥିଲା।   ସେ ତା’ର ଦ୍ବିତୀୟ ସ୍ତ୍ରୀକୁ ଅନ୍ୟମାନଙ୍କ ଠାରୁ ବହୁତ କମ୍ ଭଲ ପାଉଥିଲା। ହେଲେ ଅସୁବିଧା ସମୟରେ ତା’ର ଦ୍ବିତୀୟ ସ୍ତ୍ରୀ ତାକୁ ସର୍ବଦା ସାହାଯ୍ୟ କରି ଆସୁଥିଲା। କୌଣସି ପରିସ୍ଥିତି ଆସିଲେ ବି ଦ୍ବିତୀୟ ସ୍ତ୍ରୀ ତାକୁ ସର୍ବଦା ସାହାଯ୍ୟ କରୁଥିଲା।   ସେ ତା’ର ପ୍ରଥମ ସ୍ତ୍ରୀକୁ କେବେ ବି ଭଲ ପାଏନାହିଁ। ତଥାପି ପ୍ରଥମ ସ୍ତ୍ରୀ ସବୁ ସ୍ତ୍ରୀଙ୍କଠାରୁ ସେ ଲୋକକୁ ଅଧିକ ଭଲ ପାଉଥିଲା ଓ ତାର ସେବା ଯତ୍ନ କରୁଥିଲା।   କିଛି ଦିନ ଅନ୍ତେ ଲୋକଟି ରୋଗରେ ପଡିଲା ଓ ସେ ଜାଣିପାରିଲା ତା’ର ମୃତ୍ୟୁ ସମୟ ପାଖେଇ ଆସୁଛି। ସେ ନିଷ୍ପତ୍ତି ନେଲା ମୋର ଚାରୋଟି ସ୍ତ୍ରୀ। ମୁଁ ମରିଗଲେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ନିଶ୍ଚିତ ରୁପେ ସାଙ୍ଗରେ ମୃତ୍ୟୁଲୋକକୁ ନେଇଯିବି ଓ ସେ ସେଠାରେ ମୋର ଦେଖାଶୁଣା କରିବ।   ସେ ତା’ର ଚତୁର୍ଥ ସ୍ତ୍ରୀକୁ ଅନୁରୋଧ କଲା ତା’ ସହିତ ମୃତ୍ୟୁଲୋକକୁ ଯିବା ପାଇଁ। ଚତୁର୍ଥ ସ୍ତ୍ରୀ ମନା କରିଦେଲା, ମୁଁ ତୁମ ସହିତ ଯାଇ ପାରିବି ନାହିଁ।   ପରେ ସେ ତା’ର ତୃତୀୟ ସ୍ତ୍ରୀକୁ ଅନୁରୋଧ କଲା ତା ସହିତ ଯିବା ପାଇଁ। କିନ୍ତୁ ସେ କହିଲା ମୁଁ ତୁମ ସହିତ ଯାଇ ପାରିବ ନାହିଁ, କାରଣ ତୁମେ ମରିଗଲେ ମୁଁ ଆଉ କାହାକୁ ବିବାହ କରି ଖୁସିରେ ରହିବି।   ସେ ତା’ର ଦ୍ବିତୀୟ ସ୍ତ୍ରୀକୁ କହିଲା ସାଙ୍ଗରେ ଯିବା ପାଇଁ। ଦ୍ବିତୀୟ ସ୍ତ୍ରୀ କହିଲା, ମୁଁ ତୁମର ସମସ୍ତ ଅସୁବିଧାରେ ସାହାଯ୍ୟ କରେ, କିନ୍ତୁ ଏସମୟରେ ମୁଁ ତୁମକୁ ସାହାଯ୍ୟ କରି ପାରିବି ନାହିଁ। ଯଦି କହିବ ମୁଁ ତୁମ ସହିତ ଶ୍ମଶାନ ପର୍ଯ୍ୟନ୍ତ ଯିବି।   ଏବେ ଲୋକଟିର ଆଖିରୁ ଲୁହ ଝରୁଥିଲା ଓ ସେ ଭାବୁଥିଲା ମୁଁ ସେମାନଙ୍କ ପାଇଁ ଜୀବନ ସାରା ବହୁତ କିଛି କଲି, ହେଲେ କେହି ମୋ ସାଥୀରେ ଆସିବାକୁ ରାଜି ନାହାନ୍ତି। ଠିକ୍ ଏହି ସମୟରେ ତାର ପ୍ରଥମ ସ୍ତ୍ରୀ କହିଲା ମୁଁ ତୁମ ସହିତ ଯିବା ପାଇଁ ରାଜି ଅଛି।   ଲୋକଟି ଦେଖିଲା ତାର ପ୍ରଥମ ସ୍ତ୍ରୀ ଖାଦ୍ୟପେୟ ଓ ଦେଖାଶୁଣା ଅଭାବରୁ ବହୁତ ଶୁଖି ଯାଇଛି। ତା’ର ଶରୀର ଦୁର୍ବଳ ଓ ନିର୍ଜୀବ ସମାନ ଦୃଶ୍ୟ ହେଉଛି। ସେ ନିଜକୁ ନିଜେ ଧିକ୍କାର କରି କହିଲା, ମୁଁ ତୁମ ପ୍ରତି ଅନ୍ୟାୟ କରିଛି। ମୁଁ ତୁମର ଦେଖାଶୁଣା କରିବା କଥା, କିନ୍ତୁ ସର୍ବଦା ତୁମେ ଅବହେଳାର ଶିକାର ହୋଇଛ।   ପ୍ରକୃତରେ ଆମ ସମସ୍ତଙ୍କ ଜୀବନରେ ଚାରୋଟି ସ୍ତ୍ରୀ ଅଛନ୍ତି।   ୧-: ଚତୁର୍ଥ ସ୍ତ୍ରୀ ହେଲା ଆମ ଶରୀର। ଆମେ ତାକୁ ଯେତେ ସଜେଇବା ଓ ଯେତେ ଯତ୍ନ ନେଲେ କ’ଣ ହେବ, ସେ ଆମ ସାଥୀରେ କେବେ ବି ଯିବ ନାହିଁ।   ୨-: ତୃତୀୟ ସ୍ତ୍ରୀ ହେଲା ଆମ ଜମା ପୁଞ୍ଜି, ଧନ ସମ୍ପତ୍ତି ଓ କୋଠାବାଡି। ଆମର ମୃତ୍ୟୁ ପରେ ସେ ଅନ୍ୟ କାହାର ଅଧୀନରେ ହୋଇଯିବ।   ୩-: ଦ୍ବିତୀୟ ସ୍ତ୍ରୀ ହେଲା ଆମ ଭାଇବନ୍ଧୁ କୁଟୁମ୍ବ, ସାଙ୍ଗସାଥୀ ଓ ପ୍ରିୟଜନ। ଏମାନେ ଅଧିକରୁ ଅଧିକ ଆମ ସହିତ ଶ୍ମଶାନ ପର୍ଯ୍ୟନ୍ତ ଯାତ୍ରା କରିବେ।   ୪-: ଆମର ପ୍ରଥମ ସ୍ତ୍ରୀ ହେଲା ଆମ ଆତ୍ମା। ଯାହାକୁ ଆମେ ସଂସାରର ମୋହମାୟାରେ ଭୁଲି ଯାଇଥାନ୍ତି। ଆମେ ସବୁବେଳେ ଉପେକ୍ଷା କରିଥାନ୍ତି। ଯିଏ କି ସବୁ ସମୟରେ ଆମ ପାଖେ ପାଖେ ରହେ। ସେ ହିଁ ଆମର ଜନ୍ମରୁ ଆମ ସହିତ ଆସିଥିଲା ଓ ଆମ ସହିତ ଫେରିଯାଏ। 

Share :