ସରିଲା ସର୍ଫିଂ ଫେଷ୍ଟିଭାଲ

ସରିଲା ସର୍ଫିଂ ଫେଷ୍ଟିଭାଲ

Share :

  କୋଣାର୍କ-ପୁରୀ ବେଳାରେ ପଞ୍ଚମ ଆନ୍ତର୍ଜାତିକ ସର୍ଫିଂ ଫେଷ୍ଟିଭାଲ ୨୦୧୬ ନଭେମ୍ବର ୧୫ ତାରିଖ ସୋମବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି। ରଙ୍ଗାରଙ୍ଗ ସଂଗୀତ କାର୍ଯ୍ୟକ୍ରମ ମାଧ୍ୟମରେ ଅନ୍ତର୍ଜାତୀୟ ଇଣ୍ଡିଆ ସର୍ଫିଂ ଫେଷ୍ଟିଭାଲ-୨୦୧୬କୁ ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ଅତିଥି, ପ୍ରତିଯୋଗୀ ଓ ଆୟୋଜକଙ୍କ ଗହଣରେ ଉଦଯାପିତ ହୋଇ ଯାଇଛି। ରେଞ୍ଜର ଆଡଭେଞ୍ଚରସ ଫାଉଣ୍ଡେସନର ନିର୍ଦ୍ଦେଶକ ତଥା ଉତ୍ସବ ଆୟୋଜକ ସଞ୍ଜୟ ସାମନ୍ତରାୟ ଉପସ୍ଥିତ ରହି ଉତ୍ସବକୁ ଉଦଯାପିତ କରିଥିଲେ।   ରେଞ୍ଜରସ‌୍‍ ଆଡଭେଞ୍ଚର ଫାଉଣ୍ଡେସନ ଓ ସର୍ଫିଙ୍ଗ ଯୋଗୀସ ପକ୍ଷରୁ ଆୟୋଜିତ ତ୍ରିଦିବସୀୟ ଉତ୍ସବକୁ ଗତ ୧୨ ତାରିଖ ଶନିବାର ଅପରାହ୍ନରେ ପୁରୀ ଆରକ୍ଷୀ ଅଧିକାରୀ ଡଃ ସାର୍ଥକ ଷଢଙ୍ଗୀ, କଳିଙ୍ଗ କୁସୁମର ପରିଚାଳନା ନିର୍ଦ୍ଦେଶକକ ସୁଜିତ କୁମାର, ଏସିଆନ ସର୍ଫିଂ ଚମ୍ପିଆନସିପର ମେମ୍ୱର ବେଲ୍ଲି‌୍‍ ହାଞ୍ଜଲେଟିନ‌୍‍, ଫିଲିପାଇନସର ସିନିଅର ମେଣ୍ଟେସ‌୍‍ ଆପଲ ଫାଲକନ‌୍‍ ପ୍ରମୁଖ ଉପସ୍ଥିତରହି ଉତ୍ସବକୁ ଉଦଘାଟନ କରିଥିଲେ ଉଦଘାଟନ କରିଥିଲେ। ଏହି ଉତ୍ସବରେ ଭାରତର ବିଭିନ୍ନ ରାଜ୍ୟରୁ ୭୦ରୁ ଅଧିକ ଓ ବିଦେଶର ୧୧ଟି ଦେଶରୁ ୩୦ ଜଣ ସର୍ଫର ପ୍ରତିଯୋଗୀତାରେ ଅଶଂ ଗ୍ରହଣ କରିଥିଲେ। ସର୍ଫରମାନେ ଉତ୍ସବର ଦ୍ୱିତୀୟ ଦିବସରେ ବଙ୍ଗୋପସାଗରରେ ଉଚ୍ଚ ଜୁଆର ଅଞ୍ଚଳରେ ସର୍ଫିଙ୍ଗ ପ୍ରଦର୍ଶନ କରିଥିବା ବେଳେ କୁଶଭଦ୍ରା ନଦୀର ସ୍ଥିର ଜଳରାଶିରେ ୩ ଦିନ ଧରି ୧୦ଫୁଟ ଉଚ୍ଚତା ବିଶିଷ୍ଟ ଷ୍ଟାଣ୍ଡ ଅପ ପ୍ୟାଡ଼ଲ ଉପରେ ଜଳଯୋଗ, ସପ କପ, ସପ ବଲ, ସର୍ଫିଙ୍ଗ, ଲଙ୍ଗ ବୋର୍ଡ େସ୍କଟିଙ୍ଗ ଓ ବିଭିନ୍ନ ପ୍ରକାରର ଜଳକ୍ରୀଡା ପ୍ରଦର୍ଶନ କରିଥିଲେ।   ତ୍ରିଦିବସୀୟ ଏହି ଉତ୍ସବର ଦ୍ୱିତୀୟ ଦିବସରେ ୮ଟି ଦେଶର ୨୨ ଜଣ ସର୍ଫରଙ୍କୁ ନେଇ ବଙ୍ଗୋପସାଗରରେ ଉଚ୍ଚ ଜୁଆର ଅଞ୍ଚଳରେ ସର୍ଫିଙ୍ଗ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ବିଜୟୀ ସର୍ଫରଙ୍କୁ  ଯଥାକ୍ରମେ ୫୦ ହଜାର, ୩୦ ହଜାର, ୧୦ ହଜାର ଟଙ୍କା ପ୍ରଦାନ କରାଯାଉଥିବା ବେଳେ  ଅନୁରୂପ ଭାବେ କୁଶଭଦ୍ରା ନଦୀର ସ୍ଥିର ଜଳରାଶୀରେ ସପ କପ ପ୍ରତିଯୋଗୀତା ଅନୁଷ୍ଟିତ ହୋଇଥିଲା। ଏହି ସପ‌୍‍କପ‌୍‍ ପ୍ରତିଯୋଗୀତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ଯଥାକ୍ରମେ ୩୦ ହଜାର, ୨୦ ହଜାର ଓ ୧୦ ହଜାର ଟଙ୍କା ଉଦଯାପୀନ ସନ୍ଧ୍ୟାରେ ପ୍ରଦାନ କରାଯାଇ ଉତ୍ସାହିତ କରାଯାଇଥିବା ବେଳେ ଅଶଂଗ୍ରହଣ କରିଥିବା ସମସ୍ତ ପ୍ରତିଯୋଗୀ ସର୍ଫରଙ୍କୁ ମାନପତ୍ର ପ୍ରଦାନ କରାଯାଇ ସମ୍ମାନୀତ କରାଯାଇଥିଲା।   ଏହି ଉତ୍ସବକୁ ଦେଖିବା ପାଇଁ ଉତ୍ସବ ପରିସରରେ ତିନିଦିନ ବ୍ୟାପି ପର୍ଯ୍ୟଟକ ଓ ସ୍ଥାନୀୟ ଜନସାଧାରଣଙ୍କ ଭିଡ଼ ଲାଗିରହିଥିଲା। ସାଧାରଣ ଲୋକଙ୍କୁ ସର୍ଫିଙ୍ଗ କରିବା ପାଇଁ ଆୟୋଜକଙ୍କ ପକ୍ଷରୁ ସୁଯୋଗ ଦିଆଯାଇଥିଲା। ଉତ୍ସବ ସମୟରେ ନ୍ୟାସନାଲ ଆଡେଭେଞ୍ଚର୍ସ ଫାଉଣ୍ଡେସନ ପକ୍ଷରୁ ଜର୍ଗୀଙ୍ଗ ଓ ଆକାଶଛତାରେ ଉଡିବାର କୌଶଳ କରାଯାଇଥିବା ବେଳେ ସର୍ଫ ମିୟୁଜିକ, ଦେଶ ବିଦେଶର ଚିତ୍ର ଶୀଳ୍ପିଙ୍କ ନିଖୁଣ କଳାକୃତି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥିଲା। ଉତ୍ସବର ଆୟୋଜକ ସାମନ୍ତରାୟ ଓ ରେଞ୍ଜର ଆଡେଭେଞ୍ଚରସ‌୍‍ର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Share :