ଆ କା ମା ବୈ

ଆ କା ମା ବୈ

Share :

ରବି କାନୁନ୍‌ଗୋ   ଆ କା ମା ବୈ ... ଆମେ ମେଲିବୁ କଣ୍ଢେଇ ପୋତ, ତମେ ଆମେ ଭାଇ ଭାଇ।   ଆ କା ମା ବୈ ... ଆମେ ଦଉଚୁ ତେଲ ଚାଉଳ, ତମେ ଖାଉଚ ତିଅଣ ରାଇ।   ଆ କା ମା ବୈ ... ପାନ ଗୁଆ ଉଠି ଗଲାଣି, ତମେ ଜିଉଚ ପାଉଚ୍ ପିଇ।   ଆ କା ମା ବୈ ... ଆମେ ଦଉଚୁ ବିଜୁ କୁଡିଆ, ମୁଂଡ ଉପରେ ପାଉଚ ଛାଇ।   ଆ କା ମା ବୈ ... ଚାଷ ନାଶ ସର୍ବ ନାଶ, ବିଲରେ ତମେ ଓଟାର ମହି।   ଆ କା ମା ବୈ ... ଆମେ ଡେଉଁଚୁ ଶଙ୍ଖ ନାଦେ, ତମେ କୁଦୁଚ ବାଇଆ ହେଇ।   ଆ କା ମା ବୈ ... ବଜାରୁ କିଣି ଶୋଲ ନଉକା. ବୀର ଓଡିଆ ଜଗତଜୟୀ!

Share :