ଆଙ୍ଗୁଠି ଅଗରେ ବିଷ

ଆଙ୍ଗୁଠି ଅଗରେ ବିଷ

Share :

ହରିହର ତ୍ରିପାଠୀ ଆାମେ ଯଦି କହୁ ଏବେ ମଣିଷର ମସ୍ତିଷ୍କ ହାତରେ ବୋଲି ତେବେ କଥାଟା ଅନେକଙ୍କୁ ଅବାଗ ଲାଗି ପାରେ | ତେବେ ଏକଥା ବହୁଳାଂଶରେ ସତ୍ଯ | ମଣିଷର ବୁଦ୍ଧି ବା ପ୍ରଜ୍ଞା ଆାଉ ମଣିଷର ମୁଣ୍ଡ ଭିତରେ ନାହିଁ | ଏହା ଚାଲିଆାସିଛି ଆାଙ୍ଗୁଠିର ଅଗକୁ | ଏବେ ଯେକେଣସି ପ୍ରଶ୍ନ ଯାହାଙ୍କୁ ବି ପଚାର, ଉତ୍ତର ଲାଗି ସେ ଆାଉ ମୁଣ୍ଡ ଖଟାଉନି | ସଙ୍ଗେ ସଙ୍ଗେ ଆାଙ୍ଗୁଠି ଚଲାଉଛି ହାତରେ ଧରିଥିବା ସ୍ମାର୍ଟଟଫୋନ୍ ଉପରେ | ଗୋଟିଏ ସ୍ମାର୍ଟଫୋନ ମଣିଷ ପାଇଁ ଅନେକ କାର୍ଯ୍ୟ କରୁଛି | ଫୋନ୍, କ୍ଯାମେରା, ଫ୍ଯାକ୍ସ, ଅଡିଓ, ଭିଡିଓ ସର୍ବୋପରି ଏକ ପୂର୍ଣ୍ଣାଙ୍ଗ କଂପ୍ୟୁଟରର କାର୍ଯ୍ୟ କରୁଛି | ସ୍ମାର୍ଟଫୋନ୍ ଏବେ ବିଶ୍ବକୁ ପରିଣତ କରିଛି ଗୋଟିଏ ଗ୍ରାମରେ | ଇଣ୍ଟରନେଟ୍ ଏ କ୍ଷେତ୍ରରେ ପ୍ରମୁଖ ଭୂମିକା ନିର୍ବାବାହ କରୁଛି | ଦିନକୁ ଦିନ ମୋବାଇଲ ଇଣ୍ଟରନେଟ୍ ବ୍ଯବହାରକାରୀଙ୍କ ସଂଖ୍ଯା ବଢିବାରେ ଲାଗିଛି |  ୧୯୯୮ ମସିହାରେ ପ୍ରାୟ ୨୦ କୋଟି ବ୍ଯକ୍ତି ଇଣ୍ଟରନେଟ୍ ବ୍ଯବହାର କରୁଥିବା ବେଳେ ବର୍ତ୍ତମାନ ସମଗ୍ର ବିଶ୍ବରେ ପ୍ରାୟ ୨୫୦ କୋଟି ଲୋକ ଅନଲାଇନରେ କାର୍ଯ୍ୟ କରୁଛନ୍ତି | ପ୍ରତି ଦିନ ପ୍ରତି ମୁହୂର୍ତ୍ତରେ ଏହି ସଂଖ୍ଯା ଆଶାତୀତ ଭାବେ ବଢିଚାଲିଛି | ଚାଇନାରେ ସର୍ବାଧିକ ୫୭ କୋଟି ଲୋକ ଇଣ୍ଟରନେଟ୍ ବ୍ଯବହାର କରୁଥିବା ବେଳେ ଆାମେରିକାରେ ୨୫ କୋଟି ଲୋକ ଇଣ୍ଟରନେଟ୍ ବ୍ଯବହାର କରନ୍ତି | ଭାରତରେ ୨୦ କୋଟି ଲୋକ ଅନଲାଇନରେ ବିଭିନ୍ନ କାର୍ଯ୍ୟ କରିଥାନ୍ତି| ଜାପାନରେ ଇଣ୍ଟରନେଟ୍ ବ୍ଯବହାରକାରୀଙ୍କ ସଂଖ୍ଯା ୧୦ କୋଟି | ଇଣ୍ଟରନେଟର ସର୍ବାଧିକ ବ୍ଯବହାର ଶିକ୍ଷାକ୍ଷେତ୍ରରେ ହେବା ଆାବଶ୍ଯକ ବୋଲି ବିଶେଷଜ୍ଞମାନେ କହନ୍ତି | ତେବେ ସମସ୍ଯା ହେଉଛି ଯେଉଁ ଛାତ୍ରଛାତ୍ରୀମାନେ କଂପ୍ୟୁଟର ଓ ଇଣ୍ଟରନେଟ୍ ବ୍ଯବହାର କରନ୍ତି ସେମାନେ ତହିଁରୁ ସେମାନଙ୍କ ପଢା ସଂପର୍କୀୟ କାର୍ଯ୍ୟ ବା ଜ୍ଞାନ ଆାହରଣ କାର୍ଯ୍ୟ କମ୍ କରୁଥିବା ବେଳେ ଅଧିକ ମନୋରଞ୍ଜନ କରିଥାନ୍ତି | ଏକ  ଆକାକଳନରୁ ଜଣାପଡିଛି ସଂପ୍ରତି କଂପ୍ୟୁଟର ବ୍ଯବହାର କରୁଥିବା ପିଲାମାନଙ୍କ ଭିତରୁ ୯୦ ଶତାଂଶ ଇଣ୍ଟରନେଟ୍ ବ୍ଯବହାର କରନ୍ତି | ଯହିଁରୁ ୬୦ ଶତାଂଶ ପିଲା କେବଳ ସୋସିଆାଲ ନେଟ୍ବାର୍କିଂ ଓ ଚାଟିଂ ପାଇଁ ଅନଲାଇନ ହୁଅନ୍ତି | ପ୍ରତି ୫ ଜଣ ପିଲାଙ୍କ ଭିତରୁ ଜଣେ ଅନଲାଇନରେ ଠକାମୀ ଓ ଯୌନ ଶୋଷଣ ଶିକାର ହୋଇଥାନ୍ତି | ସତୁରି ଶତାଂଶ ଝିଅ ଚାଟିଂ ସମୟରେ ଯୌନ ନିରର୍ଯତନାର ଶିକାର ହୋଇଥାନ୍ତି | ଏମାନଙ୍କ ମଧ୍ୟରୁ ୪୭ ଶତାଂଶ ଭୟ ଓ ଲାଜରେ ଏକଥା ବାହାରେ ପ୍ରକାଶ କରନ୍ତି ନାହିଁ | ଫେସବୁକ ପରି ସୋସିଆାଲ ନେଟ୍ବାର୍କଂ ଓ ହ୍ବାଟସ୍ଆପ୍ ପରି ଆପ୍ଲିକେସନରେ ପରସ୍ପର ସହ କଥାହେବା ଏବେ ଏକ ନିଶାରେ ପରିଣତ ହୋଇଯାଇଛି | ସୋସିଆାଲ୍ ନେଟ୍ବାର୍କିଂରେ ରହିବା, ଚାଟ୍ କରିବାରେ ପିଲାମାନଙ୍କର କେବଳ ସମୟ ହିଁ ନଷ୍ଟ ହୋଇଥାଏ | କାରଣ କୌଣସି ପିଲା ଗୁରୁତ୍ବପୂର୍ଣ୍ଣ ବିଷୟକୁ ନେଇ ଚାଟ୍ କରିନଥାନ୍ତି | ବିଶେଷକରି ଟେକ୍ସଟ୍ ଚାଟରେ ପିଲାମାନଙ୍କର ଘଣ୍ଟା ଘଣ୍ଟା ସମୟ ବରବାଦ ହେଉଥିବାବେଳେ ସେମାନେ ନିଶାଗ୍ରସ୍ତ ପରି ଏହା କରିଚାଲୁଛନ୍ତି | ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଅତ୍ଯାଧୁନିକ ସ୍ମାର୍ଟଫୋନ ଏବେ ଦିନକୁ ଦିନ ଶସ୍ତା ହେବାରେ ଲାଗିଛି ଓ ସବୁଠିଁ ଇଣ୍ଟରନେଟ୍ ସୁବିଧା ଯୋଗାଇ ଦେବାରେ ସରକାରଙ୍କ ବ୍ଯାକୁଳତା ଯୋଗୁଁ ଏବେ ସବୁଠାରେ ସବୁ ସମୟରେ ଆଉ ଅତି ସହଜରେ ପିଲାଟିଏ ନିଜର ସ୍ମାର୍ଟଫୋନ୍ ଜରିଆରେ ଯୋଡି ହୋଇଯାଉଛି ଇଣ୍ଟରନେଟର ବିଶ୍ବଜାଲରେ| ଫଳରେ ଅଧିକାଂଶ ପିଲା ଏବେ ସବୁ ସମୟରେ ଅନଲାଇନ୍ ରହୁଛନ୍ତି ଯାହାକି ସେମାନଙ୍କର ପାଠପଢା ବରବାଦ୍ କରୁଛି | କେବଳ ପିଲାମାନେ ନୁହଁନ୍ତି ବହୁତ ଯୁବକଯୁବତୀ, ଏପରିକି ବୟସ୍କ ବୁଦ୍ଧିଜୀବୀ ଶ୍ରେଣୀୟ ଲୋକେ ମଧ୍ୟ ଏହି ପ୍ରକାର ଇଣ୍ଟରନେଟ୍ ଚାଟିଂର ଶିକାର ହୋଇଚାଲିଛନ୍ତି ଓ ସେମାନଙ୍କ ଅମୂଲ୍ଯ ସମୟ ବରବାଦ କରୁଛନ୍ତି | ପିଲାଟି କଲେଜ ଗଲାମାନେ ବାପାମା ଏବେ ତାକୁ ଧରାଇଦେଉଛନ୍ତି ସ୍ମାର୍ଟଫୋନ |  ଟାବ ଅଥବା ସ୍ମାର୍ଟଫୋନ୍ ଏବେ ଆାଉ କେବଳ ଧନୀଘରର ପିଲାମାନଙ୍କ ବ୍ଯବହାର ସାମଗ୍ରୀ ହୋଇନି ଅତି ସାଧାରଣ ଘରର ପିଲାମାନେ ମଧ୍ୟ ଅତ୍ଯାଧୁନିକ ସ୍ମାର୍ଟଫୋନ ଧରି ବୁଲୁଛନ୍ତି | ତେବେ ଏହିସବୁ ଡିଜିଟାଲ ସାମଗ୍ରୀକୁ ପିଲାମାନେ କିପରି ବ୍ଯବହାର କରୁଛନ୍ତି ସେଥିପ୍ରତି ଅଭିଭାବକମାନଙ୍କର ନିଘା ଥିଲା ପରି ଲାଗୁନି | ଇଣ୍ଟରନେଟରେ ବିଭିନ୍ନ ଯୌନ ଉତ୍ତେଜକ ଚିତ୍ର, ଭିଡିଓ ଆଦି ଦେଖିବା, ସେ ପ୍ରକାର କାହାଣୀ ପଢିବା ଏବେ ପିଲାମାନଙ୍କର ପ୍ରଥମ ସଉକ ହୋଇଛି | ଗୁଗୁଲ, ୟୁଟ୍ୟୁବ ସାଧାରଣ ବ୍ଯବହୃତ ପରି ସାଇଟ୍ ଗୁଡିକରେ ପର୍ଣ୍ଣୋଗ୍ରାଫି ବା ଯୌନ କାମନା ସୃଷ୍ଟି କରୁଥିବା ଚିତ୍ର ଓ ଦୃଶ୍ଯ ସବୁବେଳେ ଓ ସହଜରେ ଉପଲବ୍ଧ ହେଉଥିବାରୁ ପିଲାମାନଙ୍କ ଲାଗି ଇଣ୍ଟରନେଟ୍ ଆଉ ଆଦୌ ସୁରକ୍ଷିତ ନୁହେଁ | ଏହା ବ୍ଯତୀତ ବିଭିନ୍ନ ପର୍ଣ୍ଣୋଗ୍ରାଫି ସାଇଟ୍ ଓ ଭିଡିଓ କ୍ଲିପ୍ ମଧ୍ୟ ସହଜରେ ଉପଲବ୍ଧ ହେଉଛି | ଏସବୁ ସାଇଟକୁ ପିଲାମାନେ ଯେପରି ନଦେଖିପାରିବେ ସେଥିପାଇଁ ଏକ ବ୍ଯବସ୍ଥା ବି ଅଛି | ତେବେ ଏହି ବ୍ଯବସ୍ଥା  ଧର୍ମକୁ ଆଖିଠାର ଭଳି | ମନେକରାଯାଉ ଗୋଟିଏ ପର୍ଣ୍ଣୋଗ୍ରାଫି ସାଇଟ୍ ଖୋଲିଲାବେଳେ ଏହା ଯଦି ‘ବ୍ଯବହାରକାରୀ ୧୮ ବର୍ଷରୁ ଉର୍ଦ୍ଧ୍ବତେବେ ବୟସ ଓ ଏକ ବୈଧ ଇ-ମେଲ ପ୍ରଦାନ କରନ୍ତୁ’  ବାର୍ତ୍ତାଟିଏ ଦେଲା   ଏ କ୍ଷେତ୍ରରେ ଜଣେ କିଶୋର ବା ନୂଆ କରି କଲେଜ ଯାଉଥିବା ପିଲା ଯଦି ନିଜର ବୟସ ୪୦ ଲେଖେ ଓ ଏକ ଇ-ମେଲ ଆଡ୍ରେସ୍ ଦିଏ ତେବେ ଅସୁବିଧା କେଉଁଠି ? କଂପ୍ୟୁଟର କିପରି ଜାଣିବ ବ୍ଯବହାରକାରୀର ବୟସ କେତେ ? ଆଗରୁ ଅଶ୍ଳୀଳତା ଏକ ଖରାପ ଜିନିଷ ଥିଲା | ଏହା ସମ୍ବନ୍ଧରେ ଆଲୋଚନା କରିବାକୁ ପିଲାମାନଙ୍କୁ ଲାଜ ଲାଗୁଥିଲା | କଲେଜ ପଢୁଆ ପିଲାଏ କୌଣସି ଏକ ଅଶ୍ଳୀଳ ଚଳଚ୍ଚିତ୍ର ଦେଖିବାକୁ ଲୁଚି ଲୁଚି ହଲକୁ ଯାଉଥିଲେ ଅଥବା କେଉଁ ଲୁଚାଣିଆ ଜାଗାରେ ଭିଡିଓ ମାଧ୍ୟମରେ ଏକାଧିକ ପିଲା ଏକତ୍ରିତ ହୋଇ ଏହାର ମଜା ନେଉଥିଲେ | ହେଲେ ଏବେ ଅଶ୍ଳୀଳତା ଏକ ସୂଚନାରେ ପରିଣତ ହୋଇଛି ଓ ପାଲଟିଛି ମନୋରଞ୍ଜନର ସର୍ବୋତ୍ତମ ସାଧନ | ଏଥିଲାଗି କୁଆଡେ ଯିବାକୁ ପଡୁନି | ହାତରେ ଥିବା ସ୍ମାର୍ଟଫୋନ୍ ଆାଉ ଆଙ୍ଗୁଠିର ଟିପ ମୁହୂର୍ତ୍ତକ ମଧ୍ୟରେ ନେଇଯାଉଛି ବ୍ଯବହାରକାରୀକୁ ଏଇ ରଙ୍ଗୀନ ଦୁନିଆାକୁ | ସ୍ମାର୍ଟଫୋନର ଅନେକ ସଦୁପଯୋଗିତା ଅଛି | ହେଲେ ଆାମର ତରୁଣ ଓ ଯୁପପିଢିଙ୍କ ଲାଗି ଏହା କେତେଦୂର ଉପଯୋଗୀ ସେକଥା ଆାମକୁ ବିଚାରିବାକୁ ହେବ | ପିଲାଏ ଏବେ ଆଉ ଡିକ୍ସନାରୀ ଦେଖୁନାହାନ୍ତି, ହିସାବ କରିପାରୁନାହାନ୍ତି, ସାଧାରଣ ଗୁଣନଟିଏ ଲାଗି କାଲ୍କୁଲେଟର ଉପରେ ନିର୍ଭର କରୁଛନ୍ତି | ଖବରକାଗଜ ପଢୁ ନାହାନ୍ତି, ଗପବହି ବା ଅନ୍ଯାନ୍ଯ ସୁଖପାଠ୍ଯ ପୁସ୍ତକ ପଢୁନାହାନ୍ତି | ମୁଣ୍ଡି ବୁଦ୍ଧି ଧୀରେ ଧୀରେ ଫାଙ୍କା ହେବାରେ ଲାଗିଛି | ଅନ୍ଯପକ୍ଷରେ ହାତରେ ଧରିଥିବା ଏହି ଯନ୍ତ୍ରଟି ଉପରେ ନିର୍ଭରଶୀଳତା ବଢୁଛି | ସବୁଠାରୁ ବଡକଥା ହେଉଛି ଖୁବ୍ କମ ବୟସରୁ ଏହା ପିଲାମାନଙ୍କୁ ଯେଉଁକଥା ଶିଖାଇଦେଉଛି ତାହା ସେମାନେ ଜାଣିବା ଦରକାର କି ନାହିଁ ସେକଥା ଏବେବି ବିତର୍କର ବିଷୟ | ବାପାମାଆ ବା ଅଭିଭାବକମାନେ ସେମାନଙ୍କ ପିଲାଙ୍କ ହାତକୁ ଦାମିକା ସ୍ମାର୍ଟଫୋନ୍ଟିଏ ବଢାଇଦେବା ବେଳେ ଚିନ୍ତା କରିବା ଦରକାର ସେମାନେ ଏଥିରେ କଣ କରିବେ ? ଏହି ଯନ୍ତ୍ରଟି ବିଜ୍ଞାନର ଏକ ବରଦାନ ହୋଇପାରେ ମାତ୍ର ଏହା ବିଷକୁମ୍ଭ ପୟୋମୁଖମ୍ ପରି |ମୋବାଇଲ - 9439903220

Share :