ମୁଁ ସାମନ୍ତଙ୍କ ୧% ନୁହେଁ-ଗିରିରାଜ

ମୁଁ ସାମନ୍ତଙ୍କ ୧% ନୁହେଁ-ଗିରିରାଜ

Share :

  କେନ୍ଦ୍ର ସୂକ୍ଷ୍ମ, ଲଘୁ ଓ ମଧ୍ୟମ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଗିରିରାଜ ସିଂହ ଶନିବାର କିସ‍୍‌ ଓ କିଟ‍୍‌ ପରିଦର୍ଶନରେ ଆସି ଫେରିଯାଇଛନ୍ତି। ଶ୍ରୀ ସିଂହ କିଟ‍୍‌ର ସମସ୍ତ କ୍ୟାମ୍ପସ ଓ କିସ‍୍‌ର ସମସ୍ତ ବିଭାଗ ପରିଦର୍ଶନ କରିବା ପରେ କିସ‍୍‌ର ୨୫ ହଜାର ଛାତ୍ରଛାତ୍ରୀଙ୍କୁ ସମ୍ୱୋଧିତ କରିଥିଲେ। ଏହି ଅବସରରେ ସେ କିସ‍୍‌ର ଛାତ୍ରଛାତ୍ରୀଙ୍କୁ ନିଜ ମଧ୍ୟରେ ବାଛ ବିଚାର ନକରି କିମ୍ୱା ହୀନମନ୍ୟତା ନରଖି ଆଗକୁ ସକାରାତ୍ମକ ଚିନ୍ତାଧାରା ସହ ଆଗେଇ ଯିବାକୁ ପରାମର୍ଶ ଦେଇଥିଲେ। ସେ ଦେଶର ସଂହତି, ସାର୍ବଭୌମ ଏବଂ ସୁରକ୍ଷା ବଜାୟ ରଖିବା ନେଇ ସମସ୍ତ ଛାତ୍ରଛାତ୍ରୀଙ୍କୁ ଶପଥପାଠ କରାଇଥିଲେ।   ଦେଶରେ ବହୁ ବିତ୍ତଶାଳୀ ବ୍ୟକ୍ତି ଥିଲେ ମଧ୍ୟ କିସ‍୍‌ ଭଳି ଅନୁଷ୍ଠାନ ଗଢ଼ି ଜନଜାତି ଛାତ୍ରଛାତ୍ରୀମାନଙ୍କୁ ନିଶୁଳ୍କ ରହିବା, ଖାଇବା ଓ ସ୍ୱାସ୍ଥ୍ୟସେବା ସହ ଉତ୍ତମ ଶିକ୍ଷାଦାନ ପ୍ରଦାନ କରିବା ଅନ୍ୟ କେଉଁଠି ଦେଖିନାହିଁ ବୋଲି ଶ୍ରୀ ସିଂହ କହିଥିଲେ। ମୁଁ ମୋର ସମଗ୍ର ସାମାଜିକ ଓ ରାଜନୈତିକ ଜୀବନ ମଧ୍ୟରେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଯେଉଁ କାମ କରିଛନ୍ତି ତା’ର ଏକ ପ୍ରତିଶତ ମଧ୍ୟ କରିପାରିନାହିଁ ବୋଲି କିସ‍୍‌ ପରିଦର୍ଶନ ପରେ ମୋର ହୃଦ‍୍‌ବୋଧ ହୋଇଛି ବୋଲି ସେ କହିଥିଲେ। ସେ କହିଲେ, ପ୍ରତ୍ୟେକ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଏପରିକି ଦେଶର ସାଧାରଣ ନାଗରିକ ନିଜ ନିଜର ସଂସ୍କାର ଓ ସଂସ୍କୃତି ପ୍ରତି ସଚେତନ ରହିବା ଉଚିତ।କୌଣସି ବ୍ୟକ୍ତି କେବେ ବି ତାର ଧର୍ମକୁ ଭୁଲିଯିବା ଉଚିତ ନୁହେଁ। ଯେପରିକି ଛାତ୍ରଛାତ୍ରୀମାନେ ଧର୍ମ ହେଉଛି ଅଧ୍ୟୟନ, ଅଧ୍ୟାପକ ଓ ଅଧ୍ୟାପିକାଙ୍କ ଧର୍ମ ହେଉଛି ପିଲାଙ୍କୁ ଉତ୍ତମ ଶିକ୍ଷା ଓ ସଂସ୍କାର ପ୍ରଦାନ କରିବା। ଆମ ଭାରତର ପ୍ରତ୍ୟେକ ନାଗରିକଙ୍କର ଧର୍ମ ହେଉଛି ଦେଶର ସମୃଦ୍ଧି, ସୁରକ୍ଷା ଓ ସଂହତି ବଜାୟ ରଖିବା। ଏହାକୁ କେହି କେବେ ଭୁଲିଯିବା ଉଚିତ ନୁହେଁ ବୋଲି ସେ କହିଥିଲେ।   ଏହି ଅବସରରେ କିଟ‍୍‌ ବିଶ୍ୱବିଦ୍ୟାଳୟ ପରିସରରେ ବିହାର, ଝାଡ଼ଖଣ୍ଡ ଓ ଉତ୍ତରପ୍ରଦେଶ ଆଦି ରାଜ୍ୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ଆୟୋଜିତ ଛଟ‍୍‌ ପର୍ବ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଏହି ସବୁ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଓପେକାର ସଭାପତି ବିନୋଦ ଦାସ, କିଟ‍୍‌ ଓ କିସ‍୍‌ର ସଂପାଦକ ଆର ଏନ‍୍‌ ଦାଶ, କିଟ‍୍‌ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପି ପି ମାଥୁର, କୁଳସଚିବ ଡ. ସସ୍ମିତାରାଣୀ ସାମନ୍ତ, କିସ‍୍‌ ମୁଖ୍ୟ କାର୍ଯ୍ୟନିର୍ବାହୀ ଡ. ପି. କେ. ରାଉତରାୟଙ୍କ ସମେତ କିଟ‍୍‌ ଓ କିସ‍୍‌ର ବହୁ ପଦାଧିକାରୀ ଉପସ୍ଥିତ ଥିଲେ।

Share :