ପ୍ରଜ୍ଞା ପ୍ରବର୍ତ୍ତିକା ଦାଶ କିଛି ଯନ୍ତ୍ରଣାକୁ ଲୁଚେଇ ହୁଏନି କିଛି ଆପେ ଯାଏ ଲୁଚି। ଲୁହର ପ୍ରାଚୀର ସେପାଖେ ସପନ ମୁଦିଦିଏ ତା’ର ଆଖି। ଝଡ଼ ବତାସରେ ନୀଡ଼ ଭାଙ୍ଗିଯାଏ ନୀଡ଼ ଗଢ଼େ ପୁଣି ପକ୍ଷୀ। ପାରେ ନାହିଁ କିନ୍ତୁ ଅବୁଝା ହୃଦୟ ଆଉ ଥରେ ଆଶା ରଖି। ସମୟ ସୁଅରେ ଭାସିଯାଏ ଯେବେ ସତ ମିଛ ପ୍ରତିଶ୍ରୁତି। ଫେରି ତ ପାରେନି ଲୁହ ଆଉଥରେ ଥରେ ଗଲେ ଆଖି ଟପି। ନିରନ୍ତର...ଅବିରତ। ଜୀବନ ପାଲଟେ ଯନ୍ତ୍ରଣାର ଯୁଇ ଜଳେ ମିଛ ଜଳେ ସତ! ଲହରୀ ଚୋଟରେ ଲିଭିଯାଏ ସିନା ଯନ୍ତ୍ରଣାକ୍ତ ପଦ ଚିହ୍ନ। ହୃଦୟ ବେଳାରୁ କେମିତି ଲିଭିବ ଯନ୍ତ୍ରଣାର ଯେତେ ଚିହ୍ନ? ଫିକା ପଡ଼ିଥିବା କାନ୍ଭାସ୍ ଦେହେ ଦୁଃଖ ଢାଳେ ରଙ୍ଗ ନୂଆ। ପୁଣି ଉଜ୍ଜୀବୀତ ହଜିଲା ଅତୀତ ପୁଣି ଯନ୍ତ୍ରଣାର ଚୁଆଁ। ମିଳେ କମ୍..ହଜେ ବେଶି। ସୁଖ ସାଜେ ଏଇ ଜୀବନେ ଅତିଥି ଦୁଃଖ ତ ବାରମାସୀ! ଅଧ୍ୟାପିକା, ବ୍ୟାସନଗର ସ୍ବୟଂଶାସିତ ମହାବିଦ୍ୟାଳୟ