ଆରଏସ‌୍‍ଏସ‌୍‍ର ମହାନଗର କବାଡି

ଆରଏସ‌୍‍ଏସ‌୍‍ର ମହାନଗର କବାଡି

Share :

  ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ଭୁବନେଶ୍ୱର ମହାନଗର ତରଫରୁ ତରୁଣ ଓ ବାଲ କବାଡି ପ୍ରତିଯୋଗିତା ସ୍ଥାନୀୟ ୟୁନିଟ-୨, ବାଳିକା ଉଚ୍ଚ ବିଦ୍ୟାଳୟ ପଡିଆରେ ଅନୁଷ୍ଠିତ ହୋଇ ଯାଇଛି। ତରୁଣ ବର୍ଗରେ ଚନ୍ଦ୍ରଶେଖରପୁରର ଲୁମ୍ୱିନ ପ୍ରଭାତ ଶାଖା ୨୬-୯ରେ ବରମୁଣ୍ଡାର ମାଧବ ପ୍ରଭାତ ଶାଖାକୁ ଏବଂ ବାଲ ବର୍ଗରେ ୟୁନିଟ-୮ର ବିବେକାନନ୍ଦ ସାୟଂ ଶାଖା, ୨୦-୧୬ରେ ଭୀମେଶ୍ୱରପାଟଣାର ଭୀମେଶ୍ୱର ପ୍ରଭାତ ଶାଖାକୁ ପରାସ୍ତ କରି ବିଜେତା ହୋଇଛନ୍ତି।   ତରୁଣ ସେମି ଫାଇନାଲରେ ଲୁମ୍ୱିନ ପ୍ରଭାତ ଶାଖା ୨୧-୧୧ରେ  ସୁନ୍ଦରପଦାର ଶିବାଜୀ ପ୍ରଭାତ ଶାଖାକୁ  ଏବଂ  ମାଧବ ପ୍ରଭାତ ଶାଖା ୨୧-୧୬ରେ  ସହିଦ ନଗରର ସହିଦପ୍ରଭାତ ଶାଖାକୁ ହରାଇ ଫାଇନାଲରେ ନିଜ ସ୍ଥାନ ସୁରକ୍ଷିତ କରିଥିଲେ। ସେହିପରି ବାଲ ବର୍ଗରେ ବିବିକାନନ୍ଦ ସାୟଂ ଶାଖା ୩୯-୧୧ରେ  ଧର୍ମବିହାରର ଧର୍ମପଦ ସାୟଂ ଶାଖା ଏବଂ ଭୀମେଶ୍ୱର ପ୍ରଭାତ ଶାଖା ବରଗଡ ବ୍ରିଟ କଲୋନୀର ଏକଲବ୍ୟ ସାୟଂ ଶାଖାକୁ ୩୧-୦୭ରେ ହରାଇ ଫାଇନାଲକୁ ଉନ୍ନିତ ହୋଇଥିଲେ।   ଉଦ‌୍‍ଘାଟନୀ ଉତ୍ସବରେ ଆରଏସ‌୍‍ଏସ‌୍‍ର ମହାନଗର ସଂଘଚାଳକ ଡ. ବସନ୍ତ କୁମାର ପତି, ପୂର୍ବପ୍ରାନ୍ତର ସହପ୍ରାନ୍ତ କାର୍ଯ୍ୟବାହ ସୁଦର୍ଶନ ଦାଶ ଏବଂ ଜୟଦେବ ମହାପାତ୍ର ଅତିଥିରୂପେ ଯୋଗଦେଇ କ୍ରୀଡାକୁ ଉଦ‌୍‍ଘାଟନ କରିଥିଲେ। ଶେଷରେ ଆରଏସ‌୍‍ଏସ‌୍‍ର କ୍ଷେତ୍ର କାର୍ଯ୍ୟବାହ ଗୋପାଳ ପ୍ରସାଦ ମହାପାତ୍ର, ବିଭାଗ ପ୍ରଚାରକ ଅସିତ କୁମାର ସାହୁ ଉଦ‌୍‍ଯାପନୀ ଉତ୍ସବରେ ଯୋଗଦେଇ ବିଜୟୀ ଦଳଙ୍କ ନାମ ଘୋଷଣା କରିଥିଲେ। ମହାନଗର କାର୍ଯ୍ୟବାହ ପ୍ରସନ୍ନ କୁମାର ସେନାପତି, ଅସିତ‌୍‍ ବରେଣ୍ୟ ମହାପାତ୍ର, ଜୟକୃଷ୍ଣ ପୃଷ୍ଟି, ଦେବୀ ପ୍ରସାଦ ମହାପାତ୍ର, ରାଜେଶ୍ୱର ରାଉତ, ବିଭୂତି ରଞ୍ଜନ ବିଶ୍ୱାଳ ପ୍ରମୁଖ ଏହି କ୍ରୀଡାକୁ ପରିଚାଳନା କରିଥିଲେ। କ୍ରୀଡା ଶେଷରେ ୪୦ଟି ଦଳର ସମସ୍ତ ଖେଳାଳୀ ଖିରୀ ଖାଇ ଘରକୁ ଫେରିଥିଲେ।

Share :