ଅଚ୍ୟୁତ ସାମନ୍ତଙ୍କୁ ସମ୍ମାନସୂଚକ ଡକ୍ଟରେଟ‌୍‍

ଅଚ୍ୟୁତ ସାମନ୍ତଙ୍କୁ ସମ୍ମାନସୂଚକ ଡକ୍ଟରେଟ‌୍‍

Share :

  କିଟ‌୍‍ ଓ କିସ‌୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଚେକ‌୍‍ ଗଣରାଜ୍ୟର ପ୍ରାଗ‌୍‍ସ୍ଥିତ ମେଟ୍ରୋପଲିଟାନ‌୍‍ ଷ୍ଟେଟ‌୍‍ ୟୁନିଭର‌୍‍ସିଟିରୁ ସମ୍ମାନସୂଚକ ଡକ୍ଟରେଟ‌୍‍ ଡିଗ୍ରୀ ପ୍ରଦାନ କରାଯାଇଛି। ଶିକ୍ଷା ଓ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ସକାଶେ ଶ୍ରୀ ସାମନ୍ତଙ୍କୁ ଶନିବାର ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଅବସରରେ ଏହି ସମ୍ମାନ ପ୍ରଦାନ କରାଯାଇଛି। ପ୍ରାଗ‌୍‍ର ଐତିହାସିକ ମ୍ୟୁନିସିପାଲଟି ହଲ‌୍‍ରେ ଆୟୋଜିତ ଏକ ବର୍ଣ୍ଣାଢ଼୍ୟ ଉତ୍ସବରେ ନିମନ୍ତ୍ରିତ ବିଭିନ୍ନ ବିଶ୍ୱବିଦ୍ୟାଳୟର ରେକ୍ଟର, ପ୍ରଫେସର, ଦେଶର ବହୁ ଗଣ୍ୟମାନ୍ୟ ବ୍ୟକ୍ତି ବିଶେଷ ଓ ଚେକ‌୍‍ ଗଣରାଜ୍ୟସ୍ଥିତ ଭାରତୀୟ ଦୂତାବାସର ଅଧିକାରୀଙ୍କ ଗହଣରେ ଶ୍ରୀ ସାମନ୍ତଙ୍କୁ ଏହି ସମ୍ମାନସୂଚକ ଡକ୍ଟରେଟ‌୍‍ ଡିଗ୍ରୀ ପ୍ରଦାନ କରାଯାଇଥିଲା।   ସୂଚନାଯୋଗ୍ୟ, ପୂର୍ବରୁ ଶିକ୍ଷା ଓ ସମାଜସେବା ନିମନ୍ତେ ଶ୍ରୀ ସାମନ୍ତ ଚେକ‌୍‍ ଗଣରାଜ୍ୟର ଭିନ୍ନ ଭିନ୍ନ ଦୁଇ ବିଶ୍ୱବିଦ୍ୟାଳୟରୁ ସମ୍ମାନସୂଚକ ଡକ୍ଟରେଟ‌୍‍ ପାଇବା ସହ ଚେକ‌୍‍ ଗଣରାଜ୍ୟରୁ ସର୍ବୋଚ୍ଚ ବେସାମରିକ ସମ୍ମାନ ‘ସିଲ‌୍‍ଭର ମେଡାଲ‌୍‍’ ପାଇଛନ୍ତି। ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବାଠାରୁ ବିଶ୍ୱବିଦ୍ୟାଳୟ ପକ୍ଷରୁ କୌଣସି ଖ୍ୟାତି ସଂପନ୍ନ ବ୍ୟକ୍ତି ବିଶେଷଙ୍କୁ ସମ୍ମାନସୂଚକ ଡକ୍ଟରେଟ‌୍‍ ପ୍ରଦାନ କରିବାରେ ଶ୍ରୀ ସାମନ୍ତ ହେଉଛନ୍ତି ପ୍ରଥମ ବ୍ୟକ୍ତି। ନିଜ ପ୍ରତିକ୍ରିୟାରେ ଶ୍ରୀ ସାମନ୍ତ ମେଟ୍ରୋପଲିଟାନ‌୍‍ ଷ୍ଟେଟ‌୍‍ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ନିଜର କୃତଜ୍ଞତା ଜଣାଇବା ସହ ଭବିଷ୍ୟତରେ ସମାଜସେବା କ୍ଷେତ୍ରରେ ଆହୁରି ଅଧିକ କାମ କରିବାକୁ ଏହା ପ୍ରେରଣା ଦେବ ବୋଲି କହିଛନ୍ତି। ଏହା ସହ ଏହି ସମ୍ମାନକୁ ସେ ବିଶ୍ୱର ସମସ୍ତ ଗରିବ ଓ ଅବହେଳିତ ଶିଶୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି।

Share :