ଛଦ୍ମବେଶ

ଛଦ୍ମବେଶ

Share :

ଦେବେନ୍ଦ୍ର ପୃଷ୍ଟି   ଆମେ ସବୁ ଛଦ୍ମବେଶୀ ଅନ୍ୟ ପୋଷାକରେ, ଜହ୍ନପରି କଥାକୁହା ରାତିର ସ୍ପର୍ଶରେ ଆମ ଅନିତ୍ୟ କିରଣ ବୁଣିହୋଇ ପଡ଼ିଥାଏ ବିଲରେ, ବଣରେ, ଗାଁରେ ଓ ସହରର ଶୁଭ୍ରାୟିତ କଳାକଳା ରାସ୍ତା ଓ ପାର୍କରେ।   ଏ ଆଲୋକ ନୁହଁଇ ଜହ୍ନର, ଏ ବିଜୁଳି, ନିୟନ୍‌ର ରୋଷଣୀ, ତା’ ପାଖେ ରାତିର ଜହ୍ନ, କିଛି ବୋଲି କିଛି ମୋର ନୁହଁ। ତଥାପି ମୁଁ ଗାର କାଟି ଚାଲିଛି ରାସ୍ତାରେ ତୁମକୁ ସାଥୀରେ ନେଇ, ତୁମେ ବି ତ କେବେ ମୋର ନୁହଁ!   ସହରର ଅନେକ ଦୁଃଖ- କେତେ ହତ୍ୟା, ଧର୍ଷଣ ଓ ଲୁଟ୍‌, ବ୍ୟଭିଚାର, ଠକେଇ ଓ ପ୍ରତାରଣା। ସହର ଗର୍ଭରେ ପୁଣି ସଂସ୍କୃତିର ବିରାଟ ଟ୍ୟୁମର୍‌! ତଥାପି ସହର କେତେ ଶାନ୍ତ ଦେଖ, କେତେ ମୁଗ୍ଧକର! ଲୋକମାନେ ଆମ୍ବତୋଟା, ଧାନବିଲ, ନଈ ଓ ପ୍ରାନ୍ତର, ଆକାଶର ଆରଣ୍ୟକ ଅସୀମତା ଛାଡ଼ି ଏଠି ଏଇ ବସ୍ତିରେ, କଂକ୍ରିଟ୍‌ର କୋଠରୀ ଭିତରେ ଜୀବନକୁ ରଖିଛନ୍ତି ଆଣ୍ଟକରି କିଳି।   ଆମେ ସବୁ ଛଦ୍ମବେଶୀ- ପ୍ରେମ କରୁ, ପୋଷାକ ଉତାରୁ, ସର୍ବଶେଷ ଅନ୍ତର୍ବାସ ଖୋଲିବାକୁ ଭୟକରୁ, ଭୟ ଆମ ସତ୍ତାର ପ୍ରକୃତି!   ଭ୍ରାମ୍ୟଭାଷ-୯୪୩୭୦୩୬୨୭୬

Share :