ମନ କଢ଼ାଏ ବାଟ

News Story - Posted on 2016-08-09

ରବି ଦାସ

 

କ୍ଲାନ୍ତ କାୟା ଶ୍ରାନ୍ତ ମାୟା ଧରି

ବିପଣୀ ଖୋଜିଲି ବୁଲି ସପନ ସଉଦା।

ଘୂରିଲି ବଳୟମାନ, ଛୁଇଁଚି ମଳୟ

ନିଦ ଭାଙ୍ଗେ -

ଅଲେଖା କାଗଜସବୁ ଦେଖାଯାଏ ସାଦା।ା

 

ଅପରତେ ପରତରେ ରହି

ସେ ଇଲାକା - ଅବିଶ୍ୱାସ ବଢ଼ିଯାଏ ଶକ୍ତ।

ଅନ୍ଧାରର ଭୟ ଥାଏ ନିଶ୍ଚେଁ

କିନ୍ତୁ, ଆଲୋକର ପଥ ସେଠି ମୁକ୍ତ।ା

 

ପରୀ ରାଣୀ ଟାଣିନିଏ କାହିଁ କେତେ ଦୂର

କାଳ ଲାଗେ ରତିକ୍ଳାନ୍ତ ପରି ମଧୁର ମଧୁର

ଝରଣାରୁ ମହୁ ଝରେ - 

ଚାରିଆଡେ଼ ଦେଖାଯାଏ ହୀରାର ପାହାଡ଼

ଶୁଭର ଲହଡ଼ି ଉଠେ

ଦୁଃଖ ସବୁ ରହିଯାଏ ଉହାଡ଼ ଉହାଡ଼।ା

 

କ୍ଲାନ୍ତ କାୟା ଶାନ୍ତ ହୁଏ, ମାୟା-ଚିତ୍ର ଉଭେଇ ବି ଯାଏ

ନଥାଏ ବିପଣୀ ସେଠି ମିଳେନି ସଉଦା।

ଘୂରିନି ବଳୟ କିଛି, ଛୁଇଁଚି ମଳୟ,

 ନିଦ ଭାଙ୍ଗେ -

ଅଲେଖା କାଗଜସବୁ ଦେଖାଯାଏ ସାଦା।ା

 

 ଦି ବେଷ୍ଟ‌୍‍, ରାଉରକେଲା - ୭୬୯୦୦୧.

ମୋବାଇଲ: ୦୯୪୩୭୦-୪୨୦୭୯


ପ୍ରତିକ୍ରିୟା

Smarak Das - Email: smarakdas89@gmail.com - Posted on 2016-08-10 17:28:21

comwonderful feeling Wonderful feeling Wonderful feeling

TRINATH SINGH - Email: trinathsingh.odisha@gmail.com - Posted on 2017-03-08 17:28:23

Rabi Bhai, just wonderful. Bahut sundar o marmasparshi.

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top