ସୁଶାସନ ପାଇଁ ପ୍ରଯୁକ୍ତି ବିଦ୍ୟା

News Story - Posted on 2016-06-01

ରୁଦ୍ର ପ୍ରସନ୍ନ ରଥ

 

ଶାସନର ମୁଖ୍ୟ ଲକ୍ଷ୍ୟ ହେଉଛି ଶାସିତ ହେଉଥିବା ନାଗରିକମାନଙ୍କୁ ସୁଶାସନ ପ୍ରଦାନ କରିବା। ଏଥିପାଇଁ ବିଭିନ୍ନ ସ୍ତରରେ ପ୍ରଶାସନିକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ପଲ୍ଲୀ ସ୍ତରଠାରୁ ଆରମ୍ଭ କରି ଦିଲ୍ଲୀ ଯାଏ ଏକାଧିକ ସ୍ତରରେ କର୍ମସ୍ଖରୀଙ୍କୁ ନିଯୁକ୍ତି ଦିଆଯାଇଛି। ଏହି କର୍ମସ୍ଖରୀମାନଙ୍କର ମୁଖ୍ୟ ଲକ୍ଷ୍ୟ ଏବଂ କାର୍ଯ୍ୟ ହେଉଛି ସାଧାରଣ ନାଗରିକଙ୍କ ପାଖରେ ଏକ ସ୍ୱଚ୍ଛ, ଉତ୍ତରଦାୟିତ୍ୱପୂର୍ଣ୍ଣ ଏବଂ ପ୍ରଭାବଶାଳୀ ଶାସନ ବ୍ୟବସ୍ଥାକୁ ତ୍ୱରିତ ଢ଼ଙ୍ଗରେ ଉପଲବ୍ଧ କରାଇବା। ଏଥିପାଇଁ ବିଭିନ୍ନ ବିଭାଗ ମଧ୍ୟରେ ସଂହତି ଓ ସମନ୍ୱୟ ରକ୍ଷା ପାଇଁ ଅନେକ ନୀତିନିୟମ ଏବଂ ମାର୍ଗଦର୍ଶିକା ପ୍ରଣୟନ କରାଯାଇଛି।

 

ପ୍ରଶାସନର ବିଭିନ୍ନ ବିଭାଗରେ ନିଯୁକ୍ତିର କ୍ଷେତ୍ର ସଙ୍କୁଚିତ ହେବା ଫଳରେ ଗତ କିଛି ବର୍ଷ ଧରି ଓଡ଼ିଶା ପରି ରାଜ୍ୟରେ ଏକ ଭିନ୍ନ ପରିସ୍ଥିତି ସୃଷ୍ଟି ହୋଇଛି। ଦ୍ରୁତ଼ ଜନସଂଖ୍ୟା ବୃଦ୍ଧି ଘଟୁଥିବା ବେଳେ ସରକାରୀ ସ୍ତରରେ ଆବଶ୍ୟକ ସଂଖ୍ୟକ ଚାକିରୀର ଆବଶ୍ୟକତା ଥିଲେ ମଧ୍ୟ ଏହା ସୃଷ୍ଟି କରାଯାଇ ପାରିନାହିଁ। ଏଣୁ ଚାହିଦା ଏବଂ ଯୋଗାଣ ମଧ୍ୟରେ ବିରାଟ ପାର୍ଥକ୍ୟ ଥିବା ଯୋଗୁଁ ଜଣେ ଜଣେ କର୍ମଚାରୀ ଅନେକ ଅଫିସରେ ଏକାଧିକ ଦାୟିତ୍ୱ ମୁଣ୍ଡାଇ ବସୁଛନ୍ତି। ଏପରି ସ୍ଥଳେ ସଂପୃକ୍ତ କର୍ମଚାରୀ ଜଣକ ନିଜ ଦାୟିତ୍ୱକୁ ଠିକ‌୍‍ ଭାବେ ନ୍ୟାୟ ଦେଇ ପାରୁଥିବେ କି ନାହିଁ ତାହା ସେ ହିଁ କହିପାରିବେ। ପୁଣି ପ୍ରାୟ ସମସ୍ତ ବିଭାଗର ନିଯୁକ୍ତି ପ୍ରକ୍ରିୟା ଅଦାଲତରେ ବିଭିନ୍ନ କାରଣ ପାଇଁ ଚାଲିଥିବା ମକଦ୍ଦମାର ବିଚାରର ଶେଷ ଉପରେ ନିର୍ଭର କରୁଥିବାରୁ ଏଠାରେ ଇଛା ଥିଲେ ବି ନୂତନ ନିଯୁକ୍ତି ଦେବାର ଉପାୟ ନାହିଁ।

 

ପୁଣି ଏପରି ସବୁ ବିଭାଗର ନିଯୁକ୍ତି ପାଇଥିବା ଅଫିସର ଏବଂ କିରାଣୀମାନେ ଚାକିରୀ ସମୟରୁ ଯାହା ଯେମିତି ତାଲିମ‌୍‍ ପାଇଥାନ୍ତି। ପରେ ନିର୍ଦ୍ଦିଷ୍ଟ ଅନ୍ତରରେ ଏମାନଙ୍କୁ ନିୟମିତ ତାଲିମ‌୍‍ ଦେବାର ଆବଶ୍ୟକତା ଥିଲେ ମଧ୍ୟ ଏମାନଙ୍କୁ ତାଲିମ‌୍‍ ଦିଆଯାଇନଥିବାରୁ ଏମାନଙ୍କର କର୍ମ ଉପିାଦିକା ଶକ୍ତି ବଢ଼ିପାରୁ ନାହିଁ।

 

ଏପରି ଏକ ଘଡିସନ୍ଧି ମୁହୂର୍ତ୍ତରେ ପ୍ରଯୁକ୍ତି ବିଦ୍ୟା ବା ଟେକ୍ନୋଲୋଜିର ସାହାଯ୍ୟ ନିଆଯାଆନ୍ତା ସବୁ ନହେଲେ ବି ସମସ୍ୟାର ସିଂହଭାଗ ଏହି ପ୍ରଯୁକ୍ତି ବିଦ୍ୟା ଦ୍ୱାରା ନିୟନ୍ତ୍ରଣ କରାଯାଇ ପାରିବ। ମାତ୍ର ସୁଶାସନ ପାଇଁ ଯେ ପ୍ରଯୁକ୍ତି ବିଦ୍ୟାର ଆବଶ୍ୟକତା ରହିଛି ଏକଥା ଶାସକ ପ୍ରଥମେ ହୃଦୟଙ୍ଗମ କରିବା ଦରକାର। ଉପର ଠାଉରିଆ ଭାବେ ପ୍ରଯୁକ୍ତି ବିଦ୍ୟାକୁ କାମରେ ଲଗାଇଲେ ଏହା କୌଣସି ଫଳ ଦେବ ନାହିଁ ତାହା ତଳ ଲିଖିତ ଗୋଟିଏ ଯୋଡିଏ ଉଦାହରଣରୁ ଜାଣିହେବ।

 

ପ୍ରଥମ ଉଦାହରଣ-ରାଜ୍ୟ ସରକାରଙ୍କର ପ୍ରତ୍ୟେକ ବିଭାଗର ନିଜସ୍ୱ େୱବସାଇଟ‌୍‍ ରହିଛି। ନିଜର େୱବସାଇଟ‌୍‍ ନିର୍ମାଣ କରିବା ପାଇଁ ଓକାକ‌୍‍ ପରି ସଂସ୍ଥା ରହିଥିଲେ ବି ଅନେକ ବିଭାଗ ଏହାକୁ ପ୍ରାଇଭେଟ‌୍‍ ସଂସ୍ଥାଙ୍କ ଦ୍ୱାରା ନିର୍ମାଣ କରିଛନ୍ତି। ଏଥି ପାଇଁ ସରକାରଙ୍କ ତହବିଲ‌୍‍ରୁ ମୋଟା ଅଙ୍କର ଅର୍ଥ ନିଶ୍ଚୟ ଯାଇଥିବ ମାତ୍ର ଦୁଃଖର ବିଷୟ ଏଇଠି ଯେ ଏ େୱବସାଇଟ‌୍‍ ଗୁଡିକୁ ନିୟମିତ ରୂପେ ଅପଡେଟ‌୍‍ କରିବା କିମ୍ୱା ପୃଷ୍ଠା (ୱେବ‌୍‍ ପେଜ‌୍‍)ର ପରିବର୍ତ୍ତନ କରିବା ଦେଖାଯାଇ ନାହିଁ। ଏହି କାମ କରିବା ଆଉ ଇଚ୍ଛା କରିବା ମଧ୍ୟରେ ଯେଉଁ ବିରାଟ ପାର୍ଥକ୍ୟ ରହିଛି ତାହା ସୁଶାସନ ଏବଂ ପ୍ରଯୁକ୍ତି ବିଦ୍ୟାର ଯୁକ୍ତାମିକ ସଂଯୋଗକୁ ଠିକ‌୍‍ ରୂପେ ଦର୍ଶାଉ ନାହିଁ।

 

ଦ୍ୱିତୀୟ ଉଦାହରଣଟି ଆମେ ନେବା ବାୟୋମେଟ୍ରିକ‌୍‍ ଆଟେଣ୍ଡାନ୍ସ ସିଷ୍ଟମରୁ। ରାଜ୍ୟ ସରକାରଙ୍କର ଏକାଧିକ ଅଫିସ ବାୟୋମେଟ୍ରିକ ଉପସ୍ଥାନ ବ୍ୟବସ୍ଥା ନିଜ ନିଜ ଦପ୍ତରରେ ଲଗାଇଛନ୍ତି। ମାତ୍ର ବିଳମ୍ୱରେ ଆସି ବାୟୋମେଟ୍ରିକ‌୍‍ରେ ଉପସ୍ଥାନ ଦେଇ ଶୀଘ୍ର ଘରକୁ ଯାଇଥିବା କର୍ମଚାରୀଙ୍କ ସଂଖ୍ୟା କିଛି କମ‌୍‍ ନୁହେଁ। ଏହି ବ୍ୟବସ୍ଥା ପାଖା ପାଖି ୩ରୁ ୪ ବର୍ଷ ତଳେ କାର୍ଯ୍ୟକ୍ଷମ ହୋଇଥିଲେ ମଧ୍ୟ ବାୟୋମେଟ୍ରିକ‌୍‍ ଉପସ୍ଥାନ ଭିତ୍ତିରେ କେହି ଦଣ୍ଡିତ କିମ୍ୱା ପୁରସ୍କୃତ ହୋଇଥିବା ଲୋକଙ୍କ ନାମ କିମ୍ୱା ପଦବୀର ନାମ ଖବରକାଗଜରେ ପଢ଼ିଥିବା ଅନ୍ତତଃ ଏ ଲେଖକର ମନେ ନାହିଁ। ଏହି କାର୍ଯ୍ୟକ୍ରମରେ ମଧ୍ୟ ସାରକାରୀ ରାଜକୋଷରୁ କୋଟି କୋଟି ଟଙ୍କା ବ୍ୟୟ ହୋଇଥିବ ବୋଲି ଏ ଲେଖକର ଅନୁମାନ।

 

ଏ ଦୁଇଟି ଉଦାହରଣ ବୋଧହୁଏ ପ୍ରଯୁକ୍ତି ବିଦ୍ୟା ଏବଂ ଏହାର ଉପକାରିତାକୁ ଗ୍ରହଣ କରିବାକୁ ରାଜି ନଥିବା ଶାସକ ବର୍ଗ କିମ୍ୱା ଏହାର କର୍ମଚାରୀଙ୍କର ମାନସିକତାକୁ ସୂଚାଏ। ନିଜର ପୁଅଝିଅଙ୍କୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ବାହାରେ ପାଠ ପଢ଼ାଇବାକୁ ସାହାସ ଜୁଟାଇ ପାରିଥିବା କର୍ମଚାରୀ ଜଣକ ଁମୁଁ କମ୍ପ୍ୟୁଟର ଶିଖି ନାହିଁ ଏ କାମ କରିପାରିବି ନାହିଁଁର ଯୁକ୍ତି ବାଢ଼ନ୍ତା ନାହିଁ ଯଦି ସେ ପ୍ରଯୁକ୍ତି ବିଦ୍ୟର ସୁଫଳକୁ ନିଜ ଜୀବନରେ ଲଗାଇବାକୁ ସ୍ଖହାଁନ୍ତି। ତେବେ ନିଜେ ସହଜରେ କମ୍ପ୍ୟୁଟର ଶିଖିବା ସହ ଅନ୍ୟକୁ ସୁଶାସନ ଦେବାରେ ସହଯୋଗ କରିପାରନ୍ତେ।

 

ସୁଶାସନ ଦେବାକୁ ପ୍ରଯୁକ୍ତି ବିଦ୍ୟା ସମର୍ଥ ଏକଥା ବୁଝି ମଧ୍ୟ ଅନେକ ସମୟରେ ପ୍ରଯୁକ୍ତି ବିଦ୍ୟାକୁ ଶାସନର କାୟାକଳ୍ପରେ ପ୍ରବେଶକୁ ବିରୋଧ କରାଯାଏ। ବୋଧହୁଏ ଏଥିପାଇଁ ଯେ ନିୟମିତତା, ସ୍ୱଚ୍ଛତା ଏବଂ ସମସ୍ତଙ୍କ ପାଇଁ ସମାନ ପ୍ରକାର ଶାସନ ଦୃଷ୍ଟିକୋଣ ଆଦି କାରଣ ପାଇଁ ପ୍ରଯୁକ୍ତି ବିଦ୍ୟାର ଆଖିରେ ଅଫିସର ‘ବଡବାବୁ ଏବଂ ବଡ ଅଫିସର’ ସବୁ ସମାନ। ମାତ୍ର ଭାରତୀୟ ଅଫିସରର ବଡବାବୁ ଏବଂ ବଡ ଅଫିସର ଅନ୍ୟମାନଙ୍କଠାରୁ ଅଧିକ ସ୍ୱାଛନ୍ଦ୍ୟ ଏବଂ ଅଧିକାର ଉପଭୋଗ କରନ୍ତି କିମ୍ୱା ଉପଭୋଗ କରିବାର ଆଶା କରନ୍ତି। ଯେହେତୁ ପ୍ରଯୁକ୍ତି ବିଦ୍ୟ ପ୍ରଭାବ ଦ୍ୱାରା ଏମାନଙ୍କର ବ୍ୟକ୍ତିଗତ ସଚ୍ଚୋଟ ପଣିଆ କିମ୍ୱା କର୍ମ ଦକ୍ଷତା ଧରାପଡିଯିବାର ସମ୍ଭାବନା ଥାଏ ସେଥିପାଇଁ ବିଭିନ୍ନ ବାହାନାରେ ପ୍ରଯୁକ୍ତି ବିଦ୍ୟାର ଶାସନରେ ପ୍ରବେଶକୁ ରୋକି ଦିଆଯିବାର ବ୍ୟବସ୍ଥା କରାଯାଏ।

 

ପ୍ରଯୁକ୍ତି ବିଦ୍ୟା ସୁଶାସନ ପାଇଁ କିପରି ବାଟ ଖୋଲିବ? ଏ ପ୍ରଶ୍ନର ଉତ୍ତର ଦେବା ପାଇଁ ଆହୁରି ଅନେକ ଉଦାହରଣ ଦିଆଯାଇ ପାରିବ। ଧରାଯାଉ ନବରଙ୍ଗପୁର କିମ୍ୱା ମାଲାକାନଗିରିର କୌଣସି ବ୍ୟକ୍ତି ତାର ଜିପିଏଫ‌୍‍ ବା ଅନ୍ୟ କୌଣସି କାଗଜପତ୍ର ଠିକ‌୍‍ କରିବାକୁ ଭୁବନେଶ୍ୱର ଆସୁଛି। ଥରେ ଯିବା ଆସିବା ବାବଦକୁ ତା’ର ଖାଲି ରାସ୍ତାଖର୍ଚ୍ଚ ୧୫୦୦ ଟଙ୍କା ପାଖାପାଖି ହୋଇଯାଉଛି। ପୁଣି ଯଦି ଭୁବନେଶ୍ୱରରେ ତାର ଚିହ୍ନା କେହି ନାହାନ୍ତି ତେବେ ଛୋଟ ହୋଟେଲରେ ଦିନ ପିଛା ୫୦୦-୭୦୦ ଦେଇ ଦୁଇ ତିନି ଦିନ ଭୁବନେଶ୍ୱରରେ ଅଫିସରେ ଫାଇଲ‌୍‍ ପଛରେ ଗୋଡାଇ ଘରକୁ ଫେରୁଛି। ଏମିତି ଥରେ କିମ୍ୱା ଦୁଇଥର କାମ ନହେଲେ ସେ ବିରକ୍ତ ହୋଇ ଯେଉଁ ଉପାୟଟିକୁ ବାଛୁଚି ତାହା ଦୁର୍ନୀତିକୁ ଜନ୍ମ ଦେଉଛି। ସମ୍ପୃକ୍ତ ଅଫିସର ବଡବାବୁଙ୍କୁ ଭୋଗ ଲାଗାଇ ସେ ଫେରି ଯାଉଛି ତା ଭାଗ୍ୟକୁ ଅପେକ୍ଷା କରି। ଏପରି କ୍ଷେତ୍ରରେ ଯଦି ମୋବାଇଲ ନେଟ‌୍‍ୱାର୍କକୁ ବ୍ୟବହାର କରାଯାଇ ତାକୁ ତା ଫାଇଲ ପ୍ରତିସ୍ତରରରେ କେତେଦିନ ଯାଏ ପଡି ରହିଲା, କାହା ପାଖରେ ପଡିରହିଲା, କେଉଁ କାରଣ ଯୋଗୁଁ ସେ ଫାଇଲ ଆଡକୁ ଗଲା ନାହିଁ ଆଦି ସୂଚନା ତା ମୋବାଇଲରେ ଦିଆଯାଇ ପାରନ୍ତା, ତାହା ହେଲେ ଏତିକି ତଥ୍ୟ ପାଇବା ପାଇଁ ସେ ବ୍ୟକ୍ତି ଜଣକୁ ବାରମ୍ୱାର ଖର୍ଚ୍ଚନ୍ତ ହୋଇ ଭୁବନେଶ୍ୱର ଆସିବାକୁ ପଡନ୍ତା ନାହିଁ। ପ୍ରଯୁକ୍ତି ବିଦ୍ୟା ଏହିପରି ଅନେକ ଉପକାର କରି ସୁଶାସନ ଦେବାରେ ସାହାଯ୍ୟ କରି ପାରନ୍ତା।

 

ପ୍ରଶାସନର କାମ କରୁଥିବା ଅନେକ ବ୍ୟକ୍ତି ଏବଂ ଅଫିସରଙ୍କର ଟୁଇଟର ଏବଂ ହ୍ୱାଟସ‌୍‍ ଆପ ଆକାଉଣ୍ଟ ପ୍ରତିଦିନ ଅପଡେଟ ହେଉଛି ମାତ୍ର ଯେତେବେଳେ ଏହି ପ୍ରଯୁକ୍ତି ବିଦ୍ୟାକୁ ସାଧାରଣ ଲୋକଙ୍କର କାମ ଲଗାଇବାର କଥା ଉଠୁଛି ସେତେବେଳେ ପ୍ରଯୁକ୍ତି ବିଦ୍ୟାର ଲାଭଦାୟକ ଦିଗଗୁଡିକୁ ସାଧାରଣରେ ଅଣଦେଖା କରି ଦିଆଯାଉଛି।

 

ଦେଶର ବିଭିନ୍ନ ପ୍ରଦେଶରେ ପ୍ରଯୁକ୍ତ ବିଦ୍ୟାର ସଫଳ ପ୍ରୟୋଗ କରାଯାଇଛି। ଯେମିତି ଅତୀତରେ ବିହାରରେ ଲାଞ୍ଚ ମାଗୁଥିବା ଅଫିସରଙ୍କ ଷ୍ଟିଙ୍ଗ କରି ୟୁଟୁବ‌୍‍ରେ ଅପଲୋଡ କରିବାକୁ ବିଧିବଦ୍ଧ ଭାବେ ସରକାରୀ ଘୋଷଣାନାମ ପ୍ରକାଶ ପାଇଥିଲା ସେମିତି ଦିଲ୍ଲୀର ମୁଖ୍ୟଯନ୍ତ୍ରୀ କେଜରୀୱାଲ ଲାଞ୍ଚ ମାଗୁଥିବା ଲୋକଙ୍କ ଷ୍ଟିଙ୍ଗ କରି ମୁଖ୍ୟମନ୍ତ୍ରୀଙ୍କ ଅଫିସ‌୍‍କୁ ପଠାଇବାକୁ ଜନତାଙ୍କୁ କହୁଛନ୍ତି। ଏ ସମୟ କ୍ଷେତ୍ରରେ ଏକଥା କୁହାଯାଇ ପାରିବ ଯେ ପ୍ରଯୁକ୍ତି ବିଦ୍ୟାର ଶକ୍ତି ଏବଂ ଉପସ୍ଥିତିକୁ ଏ ଦୁଇ ରାଜ୍ୟର ଶାସକ ବର୍ଗ ସ୍ୱୀକାର କରି ନେଇଛନ୍ତି। ଅବଶ୍ୟ ତାହା କାମରେ କେତେ ଲାଗୁଛି ତାହା ଭିନ୍ନ କଥା।

 

ବୋଧ ହୁଏ ଆଜିର ସମୟରେ ପ୍ରଯୁକ୍ତି ବିଦ୍ୟାକୁ ପ୍ରଶାସନରେ ସମ୍ପୂର୍ଣ୍ଣ ଭାବେ ଗ୍ରହଣ କରିନେବାର ଆବଶ୍ୟକତା ରହିଛି। ଆଉ ଏଥିପାଇଁ ପ୍ରଶାସନର ସମସ୍ତ କର୍ମସ୍ଖରୀଙ୍କୁ ମୁକ୍ତ ମାନସିକତାର ଭାବ ଦେଖାଇବା ଉଚିତ। ଏପରି କରି ପାରିଲେ ହିଁ ପ୍ରଶାସନ ସେଇ ମାନଙ୍କ କାଖରେ ପ୍ରକୃତରେ ପହଁଚିପାରିବ ଯେଉଁଠି ଆଜି ପହଁଚିବାର ପ୍ରହସନ କରୁଛି।

ଧବଳଗିରି, ଯାଜପୁର ରୋଡ, ମୋ-୯୮୫୩୨୦୬୧୬୮


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top