କଥା

News Story - Posted on 2016-05-15

ମୂଳ ରଚନା- ଅମୃତା ପ୍ରୀତମ

ଅନୁବାଦ- ସୁଧୀର କୁମାର ସାହୁ

 

ଆ ସାଙ୍ଗ, ଆଏଜ କଥାହେଇ ଯିମା...

ତୋର ଦିଲ ବଗିଚାନ

ସାଗୁଆ ଇଚ୍ଛାର ପତର ଲେଖେନ

ଯେନ କଥା ଯେଭେଁ ବି ଉଗଲା

ତୁଇ ସେ କଥାକେ ଛିଡ଼େଇନେଲୁ

ସବୁ କଅଁଲି କଥାକେ ଲୁକେଇଦେଲୁ

ସବୁ ପତରକେ ଶୁଖବାକେ ଛାଡ଼ିଦେଲୁ

ମାଟିର ଇ ଚୁଲହାନୁ

ଆମେ କେନ ଚିଙ୍ଗାରୀ ଖୁଜିନେମା

ଫୁଁକେ ଦୁଇଫୁଁକ ମାରିଦେମା

ଲିଭି ଯାଉଥିବାର କାଠକେ

ଫେର ପହଁଟେଇଦେମା

ମାଟିର ଇ ଚୁଲହାନୁ

ପ୍ରେମର ଆଁଚ କହିଉଠବା

ମୋର ଦିହର ଇ ହାଁଡ଼ିନ

ଦିଲର ପାଏନ ଖଲଖଲାଇ ଫୁଟବା

ଆ ସାଙ୍ଗ, ଆଏଜ ଖୋଲ ପୁଟଲି...

ସାଗୁଆ ଚାହାର ପତ୍ତି ବାଗିର

ସେ ଭଙ୍ଗା-ବିସରା କଥା

ସେ ସମ୍ଭାଲ ସୁଖାର କଥା

ଇ ପାନିନ ଢାଲିକରି ଦେଖ

ଇତାର ରଙ୍ଗ ବଦଲେଇକରି ଦେଖ

ଗରମ ଘୁଁଟ ଗୁଟେ ତୁଇ ବି ପିଇବୁ

ଗରମ ଘୁଁଟ ଗୁଟେ ମୁଇଁ ବି ପିଇମି

ବୟସର ଖରା ଆମେ ବିତେଇଦେଲାଁ

ବୟସର ଶୀତ ନାଇଁ ବିତେ

ଆ ସାଙ୍ଗ, ଆଏଜ କଥା ହେଇଯିମା ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top