ବିନାୟକ ଆଚାର୍ଯ୍ୟ କ୍ରିକେଟ

News Story - Posted on 2018-04-16

ତୃତୀୟ ବିନାୟକ ଆଚାର୍ଯ୍ୟ ମେମୋରିବେଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଫାଇନାଲ୍ ମ୍ୟାଚ ରାମେଶ୍ୱର କ୍ରିକେଟ କ୍ଲବ୍ ଏବଂ ଲିଡ଼ସ ସ୍ପୋଟିଂ କ୍ଲବ୍ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଲିଡ଼ସ୍ ସ୍ପୋର୍ଟିଂ କ୍ଲବ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ନିର୍ଦ୍ଧାରିତ ୨୦ ଓଭର୍ରେ ସମସ୍ତ ୱିକେଟ ହରାଇ ୧୧୭ ରନ୍ କରିବାରେ ସକ୍ଷମ ହୋଇଥିଲା । ଦଳ ପକ୍ଷରୁ ସତ୍ୟବ୍ରତ ସାହୁ ୩୩ ବଲରେ ୨୯ ରନ୍, ଈଶ୍ୱର ପ୍ରସାଦ ୨୦ ବଲରେ ୨୨ ରନ, ସୂର୍ଯ୍ୟନାରାୟଣ ଗୌଡ଼ ୨୦ ବଲରେ ୨୦ ରନ୍ କରି ଦଳକୁ ସମ୍ମାନଜନକ ୧୧୭ରେ ପହଂଚାଇଥିଲେ । ତୋଫାନ୍ ଗୌଡ଼ ୪ ଓଭର୍ ବୋଲିଂ କରି ୪ ରନ୍ରେ ୪ଟି ୱିକେଟ ନେଇଥିଲେ, ସନ୍ତୋଷ ସେଠୀ ୪ ଓଭର୍ରେ ୨୮ ରନ୍ ଦେଇ ୪ଟି ୱିକେଟ ନେଇଥିଲେ । ସେହିପରି କାଳିଆ ସାହୁ ୪ ଓଭର ବୋଲିଂ କରି ୨୫ ରନ୍ ଦେଇ ଗୋଟିଏ ୱିକେଟ ନେଇଥିଲେ ।

 

ରାମେଶ୍ୱର ସ୍ପୋଟିଂ କ୍ôଲବ୍ ୧୧୭ ରନ୍ର ପିଛା କରି ୧୮.୫ ଓଭର୍ରେ ୧୧୮ ରନ୍ କରି ସହଜ ବିଜୟ ହାସଲ କରିଥିଲା । ଦଳ ପକ୍ଷରୁ ରାମକୃଷ୍ଣ ସାହୁ ୧୫ ବଲରେ ୨୪ ରନ୍, କାଳିଆ ସାହୁ ୨୩ ବଲରେ ୨୩ ରନ୍, ଚାବସାନ ଅଲ୍ଲି ୧୪ ବଲରେ ୨୩ ରନ୍ କରି ଦଳକୁ ବିଜୟୀ କରିଥିଲେ । ଲିଡ଼ସ୍ ପକ୍ଷରୁ ସତ୍ୟବ୍ରତ ସାହୁ ୪ ଓଭର୍ ବୋଲିଂ କରି ୧୧ ରନରେ ୨ ୱିକେଟ, ସୂର୍ଯ୍ୟନାରାୟଣ ଗୌଡ଼ ଏବଂ ଜିତେନ୍ଦ୍ର ତ୍ରିପାଠୀ ଗୋଟିଏ ଗୋଟିଏ ୱିକେଟ ନେବାରେ ସକ୍ଷମ ହୋଇଥିଲେ । ରାମେଶ୍ୱର ସ୍ପୋଟିଂ କ୍ଳବ୍ ୪ ୱିକେଟରେ ବିଜୟ ହୋଇଥିବାବେଳେ ତୋଫାନ୍ ଗୌଡ଼ ମ୍ୟାନ ଅଫ୍ ଦ ମ୍ୟାଚ ହୋଇଛନ୍ତି । ମ୍ୟାନ ଅଫ୍ ଦ ସିରିଜ ହୋଇଥିଲେ ଚାବସାନ୍ ଅଲ୍ଲି ।

 

ଅମ୍ପାୟାର ଭାବେ ପ୍ରସନ୍ନ କୁମାର ପାଢ଼ୀ ଏବଂ ଡ. ରଜନୀକାନ୍ତ ରେଡ଼ି ମ୍ୟାଚ ପରିଚାଳନା କରିଥିଲେ । ସ୍କୋରର ଭାବେ ସତ୍ୟ ନାରାୟଣ ପରିଡ଼ା ଥିଲେ । ଫାଇନାଲ୍ ମ୍ୟାଚରେ ମୁଖ୍ୟଅତିଥି ଭାବେ ବ୍ରହ୍ମପୁର ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ୫ନଂ ୱାର୍ଡ଼ର କର୍ପୋରେଟର ଆର୍ ମୂରଲୀ ମୋହନ ରହିଥିଲେ । ଏହି ଟୁର୍ଣ୍ଣାମେଣ୍ଟର ନିର୍ଦ୍ଦେଶକ ପବିତ୍ର ମହାନ୍ତି, ସଂପାଦକ ମନୋଜ କୁମାର ବେହେରା ଏବଂ ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top