ବ୍ରହ୍ମପୁରରେ ଗୁଣ୍ଡା ପ୍ୟାରେଡ଼

News Story - Posted on 2018-04-16

ବ୍ରହ୍ମପୁର ପୋଲିସ୍ ଜିଲ୍ଲାରେ ନୂତନ ଏସପି ଭାବେ କାର୍ଯ୍ୟଭାର ସମ୍ଭାଳିଥିବା ପିନାକ ମିଶ୍ର ଅପରାଧ ରୋକିବାକୁ ବ୍ରହ୍ମପୁର ପୋଲିସ୍ ଜିଲ୍ଲାରେ ଏକ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି । ବ୍ରହ୍ମପୁର ପୋଲିସ୍ ଜିଲ୍ଲାରେ ସମସ୍ତ ଥାନାରେ ଆରମ୍ଭ କରାଯାଇଛି ଗୁଣ୍ଡା ପ୍ୟାରେଡ଼୍ । ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ଥିବା କିମ୍ବା ଜାମିନରେ ଆସିଥିବା ଅପରାଧୀମାନଙ୍କୁ ଥାନାକୁ ଡ଼କାଇ ଅପରାଧିକ କାର୍ଯ୍ୟକଳାପରୁ ଦୂରେଇ ରହିବାକୁ ସେମାନଙ୍କୁ ପରାମର୍ଶ ଦେବା ସହିତ ଆଗାମୀ ଦିନରେ କିପରି ଏକ ସରଳ ଜୀବନଯାପନ କରିବେ ଏ କ୍ଷେତ୍ରରେ ପ୍ରେରଣା ଦେଇଛନ୍ତି ଖୋଦ୍ ଏସପି ।

 

ପ୍ରଥମ ଗୁଣ୍ଡା ପ୍ୟାରେଡ଼୍ରେ ମୋଟ ୮୬ ଜଣ ଗୁଣ୍ଡା ସାମିଲ ହୋଇଥିଲେ । ଏଭଳି ବ୍ୟକ୍ତିବିଶେଷଙ୍କ ଉପରେ ନଜର ରଖିବା ଓ ଅପରାଧୀକ କାର୍ଯ୍ୟକଳାପରୁ ସେମାନଙ୍କୁ ଦୂରେଇ ରଖିବା ହେଉଛି ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଏସପି ସୂଚନା ଦେଇଛନ୍ତି । ପ୍ରତ୍ୟେକ ସପ୍ତାହରେ ଜିଲ୍ଲାର ସମସ୍ତ ଥାନାରେ ଏହିପରି କାର୍ଯ୍ୟକ୍ରମ ଚାଲିବା ସହ ଅପରାଧୀମାନଙ୍କୁ ମୁଖ୍ୟସ୍ରୋତକୁ ଫେରିବା ପାଇଁ ଉତ୍ସାହିତ କରିବା ସହ ସେମାନଙ୍କର ଜୀବନଶୈଳୀ ଏବଂ ସମସ୍ୟାଗୁଡ଼ିକ ପ୍ରତି ଧ୍ୟାନ ଦେଇ ପୋଲିସ୍ ଏବଂ ସାଧାରଣରେ ସୁସଂପର୍କ ସ୍ଥାପନ କରିବା ଏହା ଏକ ପ୍ରୟାସ ।

 

ଏହି ପଦକ୍ଷେପକୁ ବ୍ରହ୍ମପୁର ପୋଲିସ୍ ଜିଲ୍ଲାର ସମସ୍ତ ବୁଦ୍ଧିଜୀବୀ ତଥା ସାଧାରଣ ଜନତା ଏସ୍ପିଙ୍କୁ ସାଧୁବାଦ ଜଣାଇବା ସହ ଭୂୟସୀ ପ୍ରଶଂସା କରିଛନ୍ତି । ଅପରେନସ କ୍ଲିନକୁ ନେଇ ଅପରାଧୀଙ୍କ ମଧ୍ୟରେ ଯେଉଁ କୋକୁଆ ଭୟ ଖେଳିଯାଇଥିଲା ଏବଂ ଅନେକ ଅପରାଧୀ ପୋଲିସକୁ ଭୟକରି ମୁଖ୍ୟସ୍ରୋତକୁ ଫେରିବାକୁ ଇଚ୍ଛା ଥିଲେ ମଧ୍ୟ ସେମାନେ ଆଗକୁ ଆସୁନଥିଲେ । ଇତିମଧ୍ୟରେ ବ୍ରହ୍ମପୁର ଏବଂ ଗଂଜାମ ଜିଲ୍ଲାରେ ୪୨ଟି ଏନକାଉଣ୍ଟର ହୋଇଯାଇଛି । ଏହା ପୋଲିସ୍ ପାଇଁ ଏକ ବଡ଼ ସଫଳତା ହୋଇପାରେ, କିନ୍ତୁ ଜନସାଧାରଣ ଏବଂ ବୁଦ୍ଧିଜୀବୀରେ ଏକ ମିଶ୍ର ପ୍ରତିକ୍ରିୟା ପ୍ରତିଫଳିତ ହୋଇଥିଲା । ଏସ୍ପି ଶ୍ରୀ ମିଶ୍ରଙ୍କ ଅପରେସନ କ୍ଲିନ୍ ଆହୁରି ସଫଳ ହେବ ଏବଂ ଆଶା କରାଯାଏ ଆଗାମୀ ଦିନରେ ପ୍ରତ୍ୟେକ ଥାନାରେ ଏହିପରି କାର୍ଯ୍ୟକ୍ରମ ଚାଲିବା ଦ୍ୱାରା ଅପରାଧୀମାନଙ୍କୁ ଏକ ସୁଯୋଗ ଆସିଗଲା ଯେକି ମୁଖ୍ୟସ୍ରୋତକୁ ଫେରିବା ସହିତ ନିଜ ପରିବାର ଏବଂ ସମାଜରେ ବଂଚିବା ପାଇଁ ଏକ ସୁଯୋଗ ଦେବ ।

 

ଆଗରୁ ଏନକାଉଣ୍ଟର ଭୟରେ ବହୁ ଅପରାଧୀ ମୁଖ୍ୟସ୍ରୋତକୁ ଫେରିବାକୁ ସାହସ କରୁନଥିଲେ । ଆଜିର ଏହି ଗୁଣ୍ଡା ପ୍ୟାରେଡ଼୍ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ୮୬ ଜଣ ଗୁଣ୍ଡା ଏସପିଙ୍କୁ ସାଧୁବାଦ ଜଣାଇବା ସହ ଆଗାମୀ ଦିନରେ ସରଳ ଜୀବନ ବିତାଇବା ପାଇଁ ମନସ୍ତ କରିଛନ୍ତି । ଆଗାମୀ ଦିନରେ ଏହା ଯଦି ବଳବତ୍ ରହେ ତେବେ ଏହା ପୋଲିସ୍ ଏବଂ ସମାଜ ପାଇଁ ଶୁଭ ସଂକେତ ହେବବୋଲି ସହରର ବୁଦ୍ଧିଜୀବୀ ତଥା ସାଧାରଣରେ ଚର୍ଚ୍ଚା ହେଉଛି ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top