ମୌସୁମୀ ବିଜ୍ଞାନ ସମିତିର ମୁଖ୍ୟ ଓଡ଼ିଆ

News Story - Posted on 2018-04-13

ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକନୋଲୋଜି ଦିଲ୍ଲୀର ଅବସରପ୍ରାପ୍ତ ପ୍ରଫେସର ଡ. ସୁଶୀଲ କୁମାର ଦାଶ ପ୍ରଥମ ଓଡ଼ିଆ ଭାବରେ ଭାରତୀୟ ମୌସୁମୀ ବିଜ୍ଞାନ ସମିତିର ସଭାପତି ଭାବରେ ୨୦୧୮ରୁ ୨୦୨୦ ମସିହା ପାଇଁ ନିର୍ବାଚିତ ହେଇଛନ୍ତି । ଭାରତୀୟ ମୌସୁମୀ ବିଜ୍ଞାନ ସମିତି ଏକ ସମ୍ମାନାଷ୍ପଦ ଷାଠିଏ ବର୍ଷ ପୂରୁଣା ସମିତି । ସମଗ୍ର ଭାରତରେ ଏହାର ତିରିଶଟି ଶାଖା ବା ଚାପ୍ଟର ଅଛି ।

 

ଏହା ପୂର୍ବରୁ ପ୍ରଫେସର ଡ. ସୁଶୀଲ କୁମାର ଦାଶ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକନୋଲୋଜି ଦିଲ୍ଲୀରେ ଜଳବାୟୁ ବିଜ୍ଞାନ କେନ୍ଦ୍ରର ମୁଖ୍ୟ ଭାବରେ ଦକ୍ଷତାର ସହ କାର୍ଯ୍ୟ ତୁଳାଇଛନ୍ତି । ପ୍ରଫେସର ଡ. ଦାଶ ଜଣେ ବିଖ୍ୟାତ ବୈଜ୍ଞାନିକ ଅଟନ୍ତି । ତାଙ୍କର ୧୨୫ରୁ ଉଦ୍ଧ୍ୱର୍ ସନ୍ଦର୍ଭ ଭାରତ ଓ ଭାରତ ବାହାରେ ବିଭିନ୍ନ ପ୍ରଖ୍ୟାତ ପତ୍ରପତ୍ରିକାରେ ପ୍ରକାଶିତ । ଏହାଛଡ଼ା ସେ ଚାରିଟି ବିଜ୍ଞାନଭିତ୍ତିକ ପୁସ୍ତକର ରଚୟିତା ।

 

ଅତୀତରେ ସେ ଦେଶ ଓ ବିଦେଶର ଅନେକ ସଂସ୍ଥା ଓ ସରକାର ଦ୍ୱାରା ସମ୍ମାନୀତ ଓ ପରସ୍କୃତ ମଧ୍ୟ ହେଇଛନ୍ତି । ଦେଶ ବିଦେଶର ଅନେକ ବିଜ୍ଞାନଭିତ୍ତିକ ସଂସ୍ଥା ସହିତ ସେ ଜଡ଼ିତ । ପ୍ରଫେସର ଡ. ଦାଶ ଅନୁଗୁଳ ନିବାସୀ ସ୍ୱର୍ଗତ ଚନ୍ଦ୍ରକଳା ଦାଶ ଓ ସ୍ୱର୍ଗତ ନାରାୟଣ ଚନ୍ଦ୍ର ଦାଶଙ୍କର କନିଷ୍ଠ ପୁତ୍ର ଓ ଖଡି଼ଆଳ ନିବାସୀ ସ୍ୱର୍ଗତ ଶ୍ୟାମକୁମାର ପାଢ଼ୀ ଓ ଶ୍ରୀମତି କୁମୁଦିନୀ ପାଢ଼ୀଙ୍କ ଜ୍ୟେଷ୍ଠ ଜାମାତା । ଅଧୁନା ସେ ନୂଆଦିଲ୍ଲୀରେ ଗବେଷଣାରତ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top