ଖର୍ଚ୍ଚ ହୋଇନି ସାମାଜିକ ବଜେଟ

News Story - Posted on 2018-04-06

ଚତୁର୍ଦ୍ଦଶ ଅର୍ଥ କମିଶନଙ୍କ ପରାମର୍ଶ ଅନୁଯାୟୀ ସାମାଜିକ କ୍ଷେତ୍ରରେ ବ୍ୟୟ ବରାଦର ଆକାର ବିଗତ ଚାରି ବର୍ଷ ମଧ୍ୟରେ ବଢ଼ିଥିଲେ ମଧ୍ୟ ସ୍ୱାସ୍ଥ୍ୟ, ଶିକ୍ଷା ଓ ଜଳ ପରିମଳ ଭଳି ପ୍ରାଥମିକତା ଥିବା କ୍ଷେତ୍ରରେ ଖର୍ଚ୍ଚ ହୋଇ ନପାରିବା ଓ ଖର୍ଚ୍ଚରେ ସ୍ଥିରତା ନିହାତି ଭାବେ ଚିନ୍ତାଜନକ ବୋଲି ପୂର୍ବ ଭାରତର ରାଜ୍ୟ ବିଶେଷ ଭାବେ ଓଡିଶା ଉପରେ ଚତୁର୍ଦ୍ଦଶ ଅର୍ଥ କମିଶନଙ୍କ ପ୍ରଭାବ ସମ୍ପର୍କିତ ଆୟୋଜିତ ଏକ ଆଲୋଚନା ଚକ୍ରରେ ଉପସ୍ଥିତ ବକ୍ତାମାନେ ଉଦବେଗ ପ୍ରକାଶ କରିଛନ୍ତି । ପଚିଶଟି ରାଜ୍ୟକୁ ନେଇ କରାଯାଇଥିବା ଏକ ଅନୁଶୀଳନରୁ ଜଣାଯାଏ ଯେ ସାମାଜିକ କ୍ଷେତ୍ରରେ ବାସ୍ତବ ଖର୍ଚ୍ଚ ୨୦୧୪-୧୫ ଆର୍ôଥକ ବର୍ଷରେ ପୂର୍ବ ବର୍ଷ ଅପେକ୍ଷା କମ୍‍ ରହିଛି । ଚତୁର୍ଦ୍ଦଶ ଅର୍ଥ କମିଶନଙ୍କ ସମୟ ଭିତରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ୨୦୧୮-୧୯ ଆର୍ôଥକ ବର୍ଷକୁ ମିଶାଇ ଚାରୋଟି ବଜେଟ୍‍ ଆଣି ସାରିଛନ୍ତି ।

 

ଏହି ପରିପ୍ରେକ୍ଷୀରେ ଓଡ଼ିଶା ସମେତ ଦେଶର ଅପେକ୍ଷାକୃତ ଗରୀବ ରାଜ୍ୟଗୁଡିକରେ ଅର୍ଥ ବ୍ୟୟ ବରାଦର ଆକାର ବୃଦ୍ଧି ପାଇଛି; ମାତ୍ର ସାମାଜିକ କ୍ଷେତ୍ରରେ ଭିତରେ ଥିବା ସ୍ୱାସ୍ଥ୍ୟ, ଶିକ୍ଷା, କୃଷକ କଲ୍ୟାଣ, ସାମାଜିକ ନିରାପତ୍ତା ଏବଂ ଜଳ ଓ ପରିମଳ କ୍ଷେତ୍ରରେ ସଠିକ୍‍ ଭାବେ ସମ୍ବଳର ବିନିଯୋଗ ହୋଇପାରି ନାହିଁ । ସେହିପରି ସ୍ୱାସ୍ଥ୍ୟ, ଶିକ୍ଷା, ପଞ୍ଚାୟତ ରାଜ, ଗ୍ରାମ୍ୟ ଉନ୍ନୟନ ଆଦି ଭଳି ପ୍ରାଥମିକତା ଥିବା କ୍ଷେତ୍ରଗୁଡିକରେ ବଜେଟ୍‍ ଅର୍ଥ ଶତ ପ୍ରତିଶତ ଖର୍ଚ୍ଚ ହୋଇ ନପାରିବା, ବ୍ୟୟବରାଦ ଓ ବାସ୍ତବ ଖର୍ଚ୍ଚ ମଧ୍ୟରେ ଅସମାନତା ରାଜ୍ୟ ପାଇଁ ଅହିତକର ବୋଲି ବକ୍ତା ମାନେ ମତପୋଷଣ କରିଛନ୍ତି ।

 

ରାଜ୍ୟମାନେ ନିଜସ୍ୱ ଆବଶ୍ୟକତା ଅନୁସାରେ ସାମାଜିକ କ୍ଷେତ୍ରର ପ୍ରମୁଖ ବିଭାଗଗୁଡିକରେ ବିଭିନ୍ନ ଲୋକାଭିମୁଖୀ ଯୋଜନା ପ୍ରସ୍ତୁତି ଓ ପାଣ୍ଠି ବିନିଯୋଗ ପାଇଁ ଚତୁର୍ଦ୍ଦଶ ଅର୍ଥ କମିଶନ୍‍ ଅବକାଶ ସୃଷ୍ଟି କରିଛନ୍ତି ବୋଲି ଚତୁର୍ଦ୍ଦଶ ଅର୍ଥ କମିଶନ୍‍ ସଦସ୍ୟ ତଥା ଭାରତର ପ୍ରାକ୍ତନ ଯୋଜନା କମିଶନଙ୍କ ସଦସ୍ୟ ପ୍ରଫେସର୍‍ ଅଭିଜିତ୍‍ ସେନ୍‍ କହିଛନ୍ତି । ଯୋଜନାର ସଫଳ ରୂପାୟନ ପାଇଁ ତୃଣମୂଳ ସ୍ତରରୁ ଉଚ୍ଚ ପଦସ୍ତ କର୍ମଚାରୀଙ୍କ ପର୍ଯ୍ୟନ୍ତ ଦକ୍ଷତା, ଉତ୍ତରଦାୟିତ୍ୱ, ଫଳଦାୟୀ ଓ ବଜେଟ୍‍ର ସଫଳ ସଂଚାଳନ ନିହାତି ଆବଶ୍ୟକ ବୋଲି ରାଜ୍ୟ ଅର୍ଥ ସଚିବ ତୁହିନ୍‍ କାନ୍ତ ପାଣ୍ଡେ ଏହି ଆଲୋଚନା ଚକ୍ରରେ ଭାଗନେଇ କହିଛନ୍ତି । ରାଜ୍ୟରେ ଅନେକ ବିକାଶ୍ନୋମୁଖୀ ପଦକ୍ଷେପ ପରେ ବି ଗ୍ରାମାଂଚଳରେ ସ୍ୱାସ୍ଥ୍ୟ ଓ ଶିକ୍ଷା ବ୍ୟବସ୍ଥାରେ ଅନେକ ସୁଧାର ଆଣୀବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ପାଣ୍ଡେ ମତ ପୋଷଣ କରିଛନ୍ତି ।

 

ଓଡିଶା ବଜେଟ୍‍ ଆଣ୍ଡ ଏକାଉଣ୍ଟେବିଲିଟି ସେଣ୍ଟର ଦ୍ୱାରା ରାଜ୍ୟ ବଜେଟ୍‍ ୨୦୧୮-୧୯କୁ କରାଯାଇଥିବା ଅନୁଶୀଳନ ଅନୁଯାୟୀ ଚଳିତ ଆର୍ôଥକ ବର୍ଷରେ ଯଦିଓ ସରକାର ବଳକା ଟିକସ୍‍ ଆକଳନ କରିଛନ୍ତି ମାତ୍ର ଭିତ୍ତିଭୂମି ବିକାଶ କ୍ଷେତ୍ରରେ ବ୍ୟୟବରାଦ ସେତେଟା ଆଖିଦୃଶିଆ ନୁହେଁ । ମୋଟ ରାଜ୍ୟ ବଜେଟ୍‍ର ମାତ୍ର ୨୧ ପ୍ରତିଶତ, ଋଣ ବାବଦକୁ ଖର୍ଚ୍ଚ ବ୍ୟତୀତ ଭିତ୍ତିଭୂମି ବିକାଶ ଲାଗି ଆକଳନ କରାଯାଇଛି । ଯଦିଓ କେନ୍ଦ୍ରରୁ ରାଜ୍ୟକୁ ସମ୍ବଳର ପ୍ରଦାନ ୨୦୧୭-୧୮ ତୁଳନାରେ ଚଳିତ ଆର୍ôଥକ ବର୍ଷରେ ୭,୧୭୪ କୋଟି ଟଙ୍କା ଅଧିକ ଆସିବାର ଆକଳନ କରାଯାଇଥିବା ବେଳେ ରାଜ୍ୟର ନିଜସ୍ୱ ପାଣ୍ଠି ୨୦୧୪-୧୫ ମସିହାରେ ୪୯ ପ୍ରତିଶତରୁ ଚଳିତ ଆର୍ଥିକ ବର୍ଷରେ ୩୯ ପ୍ରତିଶତକୁ ହ୍ରାସ ପାଇଥିବା ଆକଳନ କରାଯାଇଛି । ସେହିପରି ସାମାଜିକ କ୍ଷେତ୍ର ପାଇଁ ବଜେଟର ଆକାର ୧୪ ପ୍ରତିଶତ ବୃଦ୍ଧି ପାଇଥିବା ଦେଖାଯାଉଥିଲେ ମଧ୍ୟ ବାସ୍ତବତା ହେଉଛି ଭିନ୍ନ ।

 

ରାଜ୍ୟରେ ଗୁଣାତ୍ମକ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ପ୍ରଦାନ ରାଜ୍ୟ ଏବେ ବି ଏକ ପ୍ରଶ୍ନବାଚୀ । ଶିକ୍ଷା କ୍ଷେତ୍ରରେ ଗୁଣାତ୍ମକ ମାନର ସେବା ଯୋଗାଇ ଦେବାରେ ରାଜ୍ୟ ସଫଳ ହୋଇପାରୁନଥିବାରୁ ଆଜି ଅଭିଭାବକମାନେ ବେସରକାରୀ ବିଦ୍ୟାଳୟ ମୁହାଁ ହୋଇଛନ୍ତି । ରାଜ୍ୟରେ ଅଧିକାଂଶ ବିଦ୍ୟାଳୟରେ ବିଗତ ପାଂଚ ବର୍ଷ ଭିତରେ ଭିତ୍ତିଭୂମିରେ ଅନେକ ଉନ୍ନତି ଆସିଥିଲେ ମଧ୍ୟ ପ୍ରତି ଶ୍ରେଣୀ ପାଇଁ ଶିକ୍ଷକ/ ଶିକ୍ଷୟିତ୍ରୀଙ୍କ ଅଭାବ ଓ ବର୍ଗୀକରଣ ଅନେକାଂଶରେ ଗୁଣାତ୍ମକ ଶିକ୍ଷା ପ୍ରଦାନରେ ବାଧା ପହଞ୍ଚାଉଛି । ଜଳ ପରିମଳ ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଟଙ୍କା ଖର୍ଚ୍ଚ ହୋଇ ନପାରିବା ଏବଂ ଯୋଜନାର ସଫଳ ରୂପାୟନ ହୋଇ ନପାରିବା ଚିନ୍ତା ଜନକ, ଫଳରେ ରାଜ୍ୟର ଗ୍ରାମାଞ୍ଚଳରେ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ଏହା ପ୍ରତିଫଳିତ ହୋଇପାରୁ ନାହିଁ । ତୃଣମୂଳ ସ୍ତରରେ ସାମାଜିକ କ୍ଷେତ୍ରର ଯୋଜନାଗୁଡିକୁ ସଫଳ ଭାବେ କାର୍ଯ୍ୟକାରୀ କରିବା ପାଇଁ ଗ୍ରାମ ପଂଚାୟତ ସ୍ତରରେ ଲୋକ ପ୍ରତିନିଧିମାନେ ସଚେତନ ହେବା ସହ ଯୋଜନା ରୂପାୟନ ସମୟରେ ସଠିକ୍‍ ତଦାରଖ, ଏହାର ଫଳପ୍ରଦତା ଆଦିଗୁଡିକୁ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ବକ୍ତାମାନେ ମତ ପୋଷଣ କରିଥିଲେ ।

 

ଚତୁର୍ଦ୍ଦଶ ଅର୍ଥ କମିଶନଙ୍କ ପରେ କେନ୍ଦ୍ର ପ୍ରବର୍ତ୍ତୀତ ଯୋଜନା ମାଧ୍ୟମରେ ରାଜ୍ୟମାନଙ୍କ ଟିକସର ବ୍ୟପକତା ବଢ଼ିଛି । ଓଡିଶା ଭଳି ରାଜ୍ୟଗୁଡିକରେ କାମ୍ପା, ଜିଲ୍ଲା ଖଣିଜ ପାଣ୍ଠି ଭଳି ଅତିରିକ୍ତ ପାଣ୍ଠି ନିହାତି ଭାବେ ଏକ ସୁଯୋଗ । ଚଳିତ ଆର୍ଥକ ବର୍ଷରେ ରାଜ୍ୟ ସରକାର ଟିକସ ବାବଦକୁ ୧୨ ହଜାର କୋଟି ଟଙ୍କା ଆଦାୟ କରିବାକୁ ଆକଳନ କରିଛନ୍ତି । ତେବେ ଏହି ପାଣ୍ଠିଗୁଡିକୁ ପ୍ରାଥମିକତା କ୍ଷେତ୍ରରେ ସୁବିନିଯୋଗ କରାଯାଇ ପାରିଲେ ଓଡିଶା ଭଳି ପଛୁଆ ରାଜ୍ୟମାନେ ସୁଫଳ ପାଇପାରିବେ ବୋଲି ମତ ପ୍ରକାଶ ପାଇଛି ।

 

ସିୱାଇଏସଡି, ସିବିଜିଏ ଓ ସମାଜର ମିଳିତ ଉଦ୍ୟମରେ ଆୟୋଜିତ ଏହି ଆଲୋଚନାଚକ୍ରରେ, ବିଶିଷ୍ଟ ଅର୍ଥନୀତିଜ୍ଞ ପ୍ରଫେସର୍‍ ପ୍ରବୀଣ ଝା, ପୂବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍‍ଗୋ, ପୂବର୍ତନ ରାଜ୍ୟ ସୂଚନା କମିଶନର୍‍ ଜଗଦାନନ୍ଦ, ତୃତୀୟ ରାଜ୍ୟ ଅର୍ଥ କମିଶନ୍‍ ଅଧ୍ୟକ୍ଷ ପ୍ରଫେସର ସୁଧାକର ପଣ୍ଡା, ବିଜ୍‍ନେସ୍‍ ଷ୍ଟାଣ୍ଡାର୍ଡର ଆବାସିକ ସମ୍ପାଦକ ଦିଲ୍ଲୀପ ଶତପଥୀ, ସିବିଜିଏ ନିର୍ଦ୍ଦେଶକ ସୁବ୍ରତ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top