ରୌପ୍ୟ ଜୟନ୍ତୀ ପଳନ ନୋହିଲା

News Story - Posted on 2018-04-01

ଉକ୍ରଳ ଦିବସ ପାଳନରେ ବ୍ରହ୍ମପୁର ସହର ମୁଖରିତ ହେବା ସମୟରେ ଆଜକୁ ୨୫ ବର୍ଷ ତଳେ ଆକାଶବାଣୀ ବ୍ରହ୍ମପୁର ଭୂମିଷ୍ଠ ହୋଇଥିଲା । ତତ୍କାଳୀନ କେନ୍ଦ୍ରମନ୍ତ୍ରୀ କାମାକ୍ଷାପ୍ରସାଦ ସିଂହ ଦେଓଙ୍କ ସହ ସୂର୍ଯ୍ୟନାରାୟଣ ପାତ୍ର ଉପସ୍ଥିତ ରହି ଲୋକାର୍ପଣ କରିଥିଲେ ଆକାଶବାଣୀ ବ୍ରହ୍ମପୁର । ୨୫ ବର୍ଷର ବସନ୍ତ ଦେଖିଥିବା ଆଜି ଆକାଶବାଣୀ ବ୍ରହ୍ମପୁର ରୌପ୍ୟ ଜୟନ୍ତୀ ପାଳନ ପର୍ବକୁ କାହା ସ୍ୱାର୍ଥରେ କିଏ ଓ କାହିଁକି ବନ୍ଦ କରିଦେଲା? ଏହା ସଂପ୍ରତି ସହରରେ ଆଲୋଚନାର ବିଷୟ ହୋଇଛି । ଏଥିପାଇଁ ଆକାଶବାଣୀର ପଦାଧିକାରୀଙ୍କ ପ୍ରତି ଅଂଗୁଳି ଉଠିବା ସ୍ୱାଭାବିକ । ନିଜର ସାବତ ପୁଅ ପରି ଏଇ ଭବ୍ୟ ଅନୁଷ୍ଠାନଟିକୁ ରସାତଳଗାମୀ କରିବାରେ ଯଦି କାହାର ବିଶେଷ ଭୂମିକା ରହିଛି ସେ ହେଉଛନ୍ତି ଏହି ପଦାଧିକାରୀ ।

 

ଏପ୍ରିଲ ୧-୧୯୯୩ରୁ ଏପ୍ରିଲ ୧-୨୦୧୮ ଭିତରେ ଅନେକ କାର୍ଯ୍ୟ ସହ ଯୋଡ଼ି ହୋଇଥିବା ବହୁ ପଦାଧିକାରୀ ଯେଉଁ ଗରୀମା ପ୍ରତିଷ୍ଠା କରିଛନ୍ତି ତାହାକୁ ଧୂଳିସାତ କରିବା ପଛରେ ଏହି ପଦାଧିକାରୀଙ୍କ ଭୂମିକା ରହିଛି ବୋଲି ଆଲୋଚିତ ହେଉଛି । କୌଣସି ଅନୁଷ୍ଠ।।ନର ରୌପ୍ୟ ଜୟନ୍ତୀ କେବଳ ଅନୁଷ୍ଠାନର ଗୌରବ ବଢ଼ାଇ ନଥାଏ ବରଂ ଅଂଚଳବାସୀଙ୍କ ପାଇଁ ମଧ୍ୟ ଗର୍ବ ଓ ଗୌରବର ବିଷୟ । ଦୁଃଖ ଓ ପରିତାପର ବିଷୟ ଭଂଜ କବି ସୂର୍ଯ୍ୟ ମାଟିରେ ଆକାଶ ବାଣୀ ବ୍ରହ୍ମପୁରର ଗୌରବ ରୌପ୍ୟ ଜୟନ୍ତୀ ଉତ୍ସବ ନିର୍ଦ୍ଦିଷ୍ଟ ଦିନରେ ପାଳନ ହେଲା ନାହିଁ । ଏଥିପାଇଁ ଏହି ବାବୁଙ୍କର ବ୍ୟକ୍ତିଗତ କାରଣ ଦାୟୀ ବୋଲି କୁହାଯାଉଛି । ତାଙ୍କ ଘରେ ଅସୁବିଧା ହେଲା ବୋଲି ଆକାଶବାଣୀର ଉତ୍ସବ ବାତିଲ ହେବା କାହା ସ୍ୱାର୍ଥରେ ବୋଲି ବୁଦ୍ଧିଜୀବୀମାନେ ପ୍ରଶ୍ନ କରୁଛନ୍ତି ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top