ଓରିଅଜର ଓଡ଼ିଆ ପର୍ବ

News Story - Posted on 2018-03-30

ଅଷ୍ଟ୍ରେଲିଆର ଭିକ୍ଟୋରିଆ ସହରରେ ଅବସ୍ଥାନ କରୁଥିବା ଓଡ଼ିଆ ଭାଷାଭାଷୀ ଲୋକମାନେ ମାର୍ଚ୍ଚ ୩୦ ରୁ ଏପ୍ରିଲ ୧, ୨୦୧୮ ପର୍ଯ୍ୟନ୍ତ କାଇନେଟନ, ଭିକ୍ଟୋରିଆ ଠାରେ ନବମ ଜାତୀୟ ସମ୍ମିଳନୀ ଆୟୋଜନ କରିବାକୁ ଯାଉଛନ୍ତି । ୩ ଦିନ ବ୍ୟାପୀ ହେବାକୁ ଥିବା ଏହି ସମ୍ମିଳନୀରେ ଓଡ଼ିଆ କଳା, ସଂସ୍କୃତି ଏବଂ ପରମ୍ପରାର ନିଦର୍ଶନ ସ୍ୱରୂପ ବିଭିନ୍ନ ଦଳଗତ ଏବଂ ଏକକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ଚଳିତ ବର୍ଷ ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ପ୍ରସିଦ୍ଧ ସିନେ କଳାକାର ତଥା ନ୍ୟୁଜ୍ ଫ୍ୟୁଜ୍ କାର୍ଯ୍ୟକ୍ରମର ସଂଚାଳକ କୁନା ତ୍ରିପାଠୀଙ୍କୁ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେବା ପାଇଁ ଆମନ୍ତ୍ରଣ କରାଯାଇଛି । ଦଳଗତ ମନୋଭାବ, ବିଶ୍ୱାସ ଏବଂ ପରସ୍ପର ସମ୍ମାନ ଦେବା ଆଦିକୁ ବଜାୟ ରଖିବା ପାଇଁ କାୟାକିଂ, ଫ୍ଲାଇଂ ଫକ୍ସ ଏବଂ ଅନ୍ୟାନ୍ୟ ଖେଳ ମଧ୍ୟ ଆୟୋଜନ କରାଯିବ । ସୁସ୍ୱାଦୁ ଭୋଜନ ସହିତ ପ୍ରତ୍ୟେକ ଓଡ଼ିଆଙ୍କ ଭାବନାକୁ ଉଜ୍ଜୀବିତ କରିବା ପାଇଁ ସ୍ୱତନ୍ତ୍ର ରୋଷେୟାଙ୍କୁ ନିୟୋଜିତ କରାଯାଇଛି ଯିଏ କି ସୁପ୍ରସିଦ୍ଧ ଓଡ଼ିଆ ବ୍ୟଞ୍ଜନ ପ୍ରସ୍ତୁତ କରିବେ ।

 

ଅଷ୍ଟ୍ରେଲିଆର ଏହି ଓଡ଼ିଆ ସମ୍ପ୍ରଦାୟ ନୂତନ ପିଢିର ପିଲାମାନଙ୍କୁ ନିଜ ପରମ୍ପରା ସହ ଜୋଡ଼ି ରଖିବା ପାଇଁ ଦୁଇ ବର୍ଷ ପରେ ପୁନର୍ବାର ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଏକତ୍ରିତ ହେବେ । ସ୍ଥାୟୀ ଅଥବା ଅସ୍ଥାୟୀ ଭାବେ ଅଷ୍ଟ୍ରେଲିଆରେ ନିଜ ବସବାସ କରି ଆସୁଥିବା ଓଡ଼ିଆ ସମ୍ପ୍ରଦାୟ ଲୋକମାନଙ୍କ ମଧ୍ୟରେ ସମ୍ପର୍କକୁ ଆହୁରି ନିବିଡ଼ କରିବା ଉଦ୍ଦେଶ୍ୟରେ ଅଷ୍ଟ୍ରେଲିଆସ୍ଥିତ ଓଡ଼ିଆ ସମ୍ପ୍ରଦାୟମାନଙ୍କ ଏକ ସଙ୍ଗଠନ ‘ଓରିଅଜ୍ ଆଇଏନ୍ସି’ ପ୍ରତି ଦୁଇ ବର୍ଷରେ ଜାତୀୟ ସମ୍ମିଳନୀର ଏହି ପରମ୍ପରାକୁ ଆରମ୍ଭ କରିଥିଲା । ଏହି ଦ୍ୱିବାର୍ଷିକୀ କାର୍ଯ୍ୟକ୍ରମକୁ ଜାତୀୟ ସମ୍ମିଳନୀ କୁହାଯାଉଛି, ଯାହାକି ପ୍ରତି ଓଡ଼ିଆ ସଦସ୍ୟଙ୍କୁ ଏକ ନାମ ସହିତ ଏକ ବିଷୟବସ୍ତୁ ଦିଆଯାଇଥାଏ । ଚଳିତବର୍ଷ କାଇନେଟନ, ଭିକ୍ଟୋରିଆଠାରେ ଆୟୋଜିତ ହେଉଥିବା ନବମ ସମ୍ମିଳନୀକୁ ‘ଉନ୍ମାଦ’ ନାମରେ ନାମିତ କରାଯାଇଛି ।

 

ପୂର୍ବ ସମ୍ମିଳନୀ ଭଳି, ଅଷ୍ଟ୍ରେଲିଆର ପାଶ୍ୱର୍ବର୍ତ୍ତୀ ସମସ୍ତ ଦେଶ ଯେପରିକି ପଶ୍ଚିମ ଅଷ୍ଟ୍ରେଲିଆ, ଦକ୍ଷିଣ ଅଷ୍ଟ୍ରେଲିଆ, ଭିକ୍ଟୋରିଆ, ଅଷ୍ଟ୍ରେଲିଆନ କ୍ୟାପିଟାଲ ଟେରିଟୋରୀ- କାନବେରା, ନ୍ୟୁ ସାଉଥ୍ ୱେଲ୍ସ ଏବଂ କ୍ୱିନ୍ସଲାଣ୍ଡର ସଦସ୍ୟମାନେ ଏହି ସମ୍ମିଳନୀରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ସମ୍ପ୍ରଦାୟ ଉକ୍ରଳ ଦିବସ ମଧ୍ୟ ପାଳନ କରିବେ । କାଇନେଟନର ଆଂଚଳିକ ଭିକ୍ଟୋରିଆନ୍ ସହର, ମେଲବର୍ଣ୍ଣଠାରୁ ୧ ଘଂଟାର ରାସ୍ତା , ଯାହା କି ଏହି ୩ ଦିନ ପାଇଁ ଏକ ଓଡ଼ିଆ ସହର ହେବାକୁ ଯାଉଛି ।

 

ଓରିଅଜର ସଭାପତି ସୁଜିତ ଜେନା କୁହନ୍ତି ଯେ, ଅଷ୍ଟ୍ରେଲିଆର ଭଳି ବିଶାଳ ଦେଶରେ ଅଷ୍ଟ୍ରେଲିଆର ଏହି ଓଡ଼ିଆ ସମ୍ପ୍ରଦାୟ ଏକକ ଓଡ଼ିଆ ସମ୍ପ୍ରଦାୟ ଗଢ଼ି ତୋଳିବାରେ ସକ୍ଷମ ହୋଇ ପାରିଥିବାରୁ ବେଶ୍ ଗର୍ବ ଅନୁଭବ କରୁଛି ଏବଂ ଭ୍ରାତୃତ୍ୱ ମନୋଭାବକୁ ଅଧିକ ମଜଭୁତ କରିବା ପାଇଁ ଏହି ଦ୍ୱିବାର୍ଷିକୀ ଜାତୀୟ ସମ୍ମିଳନୀ ଏକ ଉକ୍ରୃଷ୍ଟ ମାଧ୍ୟମ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top