ଉକ୍ରଳ ଦିବସରେ ଓଡ଼ିଆ ଉତ୍ସବ

News Story - Posted on 2018-03-28

କଳିଙ୍ଗ ସଂସ୍କୃତି ଓ ଐତିହ୍ୟ ସୁରକ୍ଷାମଂଚ (କାପୋକ) ଗତ ବର୍ଷ ପରି ଚଳିତବର୍ଷ ଉକ୍ରଳ ଦିବସ ୨୦୧୮ ମହାସମାରୋହରେ ପାଳନ କରିବ ବୋଲି ଏହାର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପାଇକରାୟ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ।

 

ପବିତ୍ର ଉକ୍ରଳ ଦିବସ ଏପ୍ରିଲ ୧, ୨୦୧୮ ଅପରାହ୍ନରେ ରାଜଧାନୀ ଭୁବନେଶ୍ୱରର ବରମୁଣ୍ଡା ପଡିଆଠାରେ ଏହି ଉତ୍ସବର ଶୁଭାରମ୍ଭ କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କରକମଳରେ ହେବ ବୋଲି ପାଇକରାୟ ସୂଚନା ଦେଇଛନ୍ତି ।

 

ଏହି ଉତ୍ସବର ସବୁଠୁ ବଡ଼ ଆକର୍ଷଣ ରହିବେ ଦେଶର ସୁନାମଧନ୍ୟ ଗାୟକ କୈଳାସ ଖେର । ଶ୍ରୀ ଖେର ତାଙ୍କର ସମ୍ପୂର୍ଣ ଟିମ ଓ ଏକ କଳାକାର ଦଳ ସହ ଉକ୍ରଳ ଦିବସ ଦିନ ଭୁବନେଶ୍ୱରରେ ପହଂଚିବା ପରେ ଅପରାହ୍ନରେଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ରଙ୍ଗାରଙ୍ଗ ସଂଗୀତ ପରିବେଷଣ କରିବେ । ଏହି ଅବସରରେ କୈଳାସ ଖେରଙ୍କ ଓଡିଶାବାସୀଙ୍କ ପାଇଁ ନୂଆ ଓଡିଶା ନିର୍ମାଣ ଓ ବନ୍ଦେ ଉକ୍ରଳ ଜନନୀର ଭିଡିଓ ବାର୍ତ୍ତା ଉନ୍ମୋଚିତ ହୋଇଛି ।

 

ଏହି ସଂଗୀତ ସଂଧ୍ୟାରେ ଓଡିଶାର ସୁନାମଧନ୍ୟ କଳାକାରମାନେ ମଧ୍ୟ ସଂଗୀତ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି ।

 

ଉକ୍ରଳ ଦିବସ ସମାରୋହର ଏକ ପ୍ରମୁଖ ଅଙ୍ଗ ଭାବେ ବିଭିନ୍ନ କ୍ଷେତ୍ରରେ ସଫଳତା ପାଇଥିବା ଓଡିଆମାନଙ୍କ ୁକେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ପୂର୍ବବର୍ଷ ପରି ଚଳିତ ବର୍ଷ ମଧ୍ୟ ସମ୍ମାନିତ କରିବାର କାର୍ଯ୍ୟକ୍ରମ ରହିଛି । ଉକ୍ରଳ ଦିବସ ପାଳନରଏହି ମହାନ ଅବସରରେ ଓଡିଶାର ଇତିହାସରୁ ଆଜି ପର୍ଯ୍ୟନ୍ତ ଓଡିଶାର ଗୌରବ ଗାଥାକୁ ନେଇ ଓଡ଼ିଆ ସ୍ୱାଭିମାନ ପ୍ରଦର୍ଶନୀର ଭବ୍ୟ ଆୟୋଜନ କରା ଯାଇଛି । ଓଡ଼ିଶାର ସଂସ୍କୃତି, ଐତିହ୍ୟ, ଲୋକକଳାର ଏକ ଫଟୋଚିତ୍ର ପ୍ରଦର୍ଶନୀ ମାର୍ଚ୍ଚ ୩୧ ତାରିଖ ଅପରାହ୍ନରେ ଲୋକାର୍ପିତ ହେବ । ଏହି ଉତ୍ସବସ୍ଥଳରେ ସୁସ୍ୱାଦୁ ଓଡିଆ ଖାଦ୍ୟପେୟର ବ୍ୟବସ୍ଥାର ମଜା ସାଧାରଣଲୋକମାନେ ନେଇ ପାରିବେ ବୋଲି ପାଇକରାୟ ସୂଚନା ଦେଇଛନ୍ତି ।

 

ଏହି ସାମ୍ବାଦିକ ସମ୍ମିଳନୀ ପରେ ଭୁବନେଶ୍ୱର ଓ ଏହାର ଆଖପାଖ ଅଂଚଳରେ ଏହି ଆୟୋଜନ ସମ୍ପର୍କରେ ଜନ ସଚେତନତା ସୃଷ୍ଟି ପାଇଁ ପ୍ରଚାର ଗାଡ଼ିଗୁଡ଼ିକର ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ପାଇକରାୟ । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱରବାସୀ ବିଶେଷଭାବରେ ଯୁବପିଢି ବିପୁଳ ସଂଖ୍ୟାରେ ଯୋଗ ଦେବା ପାଇଁ ସେ ନିବେଦନ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ କଳିଙ୍ଗ ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ମଂଚର ସଂପାଦକ ଚିତ୍ତରଂଜନ ମହାନ୍ତି ଓ ଉପଦେଷ୍ଟା ହରେକୃଷ୍ଣ ଖୁଂଟିଆ ଓ କାପୋକର ସଭ୍ୟବୃନ୍ଦ ଉପସ୍ଥିତ ରହିଥିଲେ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top