ସଂସ୍କୃତିର ମୁଖଶାଳା- ଯାଜପୁର

News Story - Posted on 2018-03-27

ଶୁଭେନ୍ଦୁ କୁମାର ଭୂୟାଁ

 

ଇତିହାସ ପ୍ରସିଦ୍ଧ ଯାଜପୁର ଧର୍ମ, ସଂସ୍କୃତି, ପରମ୍ପରା, ଐତିହ୍ୟ ଓ କଳାକୀର୍ତ୍ତିର ଏକ ବିଭବବନ୍ତ ଚିତ୍ରପଟ୍ଟ । ପୁଣ୍ୟତୋୟା ମର୍ତ୍ତ୍ୟ ମନ୍ଦାକିନୀ ପାବନୀ ବୈତରଣୀ ଏହାର ମୁଖସାକ୍ଷୀ । ଏହି ସ୍ରୋତସ୍ୱିନୀର ବାଲିରେଣୁରେ ଅଙ୍କିତ ହୋଇଛି କେତେ କେତେ ସ୍ମରଣୀୟ ସ୍ମୃତିର ଚିତ୍ରିତ କାନଭାସ୍- ଗୁଂଜରିତ ହୋଇଛି ସଂସ୍କୃତି, ସଂହତି ଓ ପ୍ରଗତିର ଯୁଗଳବନ୍ଦୀ । ପ୍ରାଚୀନ ଭାରତୀୟ ପୁରାଣଶାସ୍ତ୍ରରେ ‘ଦ୍ୱିତୀୟ କାଶୀ’ ଭାବରେ ସୁପରିଚିତ ଏହି ପ୍ରାଚୀନ ନଗରୀ ଯଜ୍ଞପୁର, ଯାଜନଗର ବା ଯାଜପୁର ଆଜି ବି ଗୋ÷ରବମୟ କୃତି ଓ କୀର୍ତ୍ତିର ମୁଖଶାଳା ପାଲଟିଛି । ଏହି ପବିତ୍ର ମାଟିରେ ସୃଜନର ସ୍ପନ୍ଦନ, କଳାକୀର୍ତ୍ତିର ଗୁଂଜନ, ସମୃଦ୍ଧ ସାଂସ୍କୃତିକ ଜୀବନଚର୍ଯ୍ୟାର ସୁଗନ୍ଧ, କଳା-ସ୍ଥାପତ୍ୟର କାରିଗରୀ ଓ ଐତିହ୍ୟର ବର୍ଣ୍ଣବିଭା ସ୍ମରଣୀୟ ଆମ ସମସ୍ତଙ୍କ ପାଇଁ ଏହି ଆଧୁନିକ ସମୟରେ । ଇତିହାସର ପ୍ରତିଟି ପୃଷ୍ଠାରେ ଗରିମାମୟ ଉପସ୍ଥିତି ପାଇଁ ଗୁଂଜରିତ ଏହି ପ୍ରାଚୀନ ନଗରୀ ପାଳନ କରୁଛି ଯାଜପୁର ପୋ÷ର ପରିଷଦର ସ୍ମରଣୀୟ ୧୫୦ ବର୍ଷ ପୂର୍ତ୍ତି ଉତ୍ସବ ଏବଂ ୨୫ ବର୍ଷ ତଳେ ଗଢ଼ା ହୋଇଥିବା ଆଧୁନିକ ଯାଜପୁର ଜିଲ୍ଲା ପୁନର୍ଗଠନର ରୋ÷ପ୍ୟଜୟନ୍ତୀ ମହୋତ୍ସବ ।

 

ଯାଜପୁର ଇତିହାସରେ ଏପ୍ରିଲ ୧ ତାରିଖ ସତେ ଯେପରି ଚିରସ୍ମରଣୀୟ ଏକ ତିଥିର ବିଥି । ଏମିତିରେ ତ ଏଇ ଦିବସ ପବିତ୍ର ଉକ୍ରଳ ଦିବସ ଭାବରେ ଖ୍ୟାତ । କିନ୍ତୁ ଯାଜପୁର ପାଇଁ ଏଇ ଦିବସର ମହତ୍ୱ ମଧ୍ୟ ସର୍ବାଧିକ । ୧୮୬୮ ମସିହା ଏପ୍ରିଲ ୧ ତାରିଖ- ଠିକ୍ ୧୫୦ ବର୍ଷ ତଳେ ଯାଜପୁର ସବଡିଭିଜନର ସବଡ଼ିଭିଜିନାଲ ଅଫିସର (ଏସ୍.ଡ଼ି.ଓ.) ଭାବେ ଯୋଗ ଦେଇଥିଲେ ଇତିହାସମନସ୍କ ଗୋରା ପ୍ରଶାସକ ଆର୍ମଷ୍ଟ୍ରଙ୍ଗ୍ । ୧୮୬୯ ମସିହ ଏପ୍ରିଲ ୧ ତାରିଖ- ଏଇ ଶୁଭକ୍ଷଣରେ ଗଠିତ ହୋଇଥିଲା ଯାଜପୁର ପୋ÷ର ପରିଷଦ । ଯାଜପୁର ଥିଲା ଓଡ଼ିଶାର ଦ୍ୱିତୀୟ ପୁରାତନ ପୋ÷ର ନିଗମ । ପ୍ରଥମଟି ଥିଲା କେନ୍ଦ୍ରାପଡ଼ା, ଯାହାର ପ୍ରତିଷ୍ଠା ଦିବସ ଥିଲା ୧୮୬୯ ମସିହା ମାର୍ଚ୍ଚ ୧୦ ତାରିଖ । ୧୯୯୩ ମସିହା ଏପ୍ରିଲ ୧ ତାରିଖ ଥିଲା ଆଧୁନିକ ଯାଜପୁର ପାଇଁ ଆଉ ଏକ ସ୍ମରଣାତୀତ ସ୍ମୃତି- ଏଇଦିନ ଏକ ନୂଆ ଜିଲ୍ଲାର ମାନ୍ୟତା ପାଇଲା ଯାଜପୁର । ରାଜ୍ୟର ପ୍ରଥମ ପୋ÷ର ପରିଷଦ ଗଠନର ଠିକ୍ ୨୧ ଦିନ ପରେ ଗଢ଼ା ହୋଇଥିବା ଯାଜପୁର ପୋ÷ର ପରିଷଦ ବଂଗଳା ମୁନିସପାଲ ଆଇନ ୬-୧୮୬୮ ଅନୁଯାୟୀ ଗଠିତ ହୋଇଥିଲା । ଓଡ଼ିଶା ଡିଭିଜନର କଟକ, ପୁରୀ ଓ ବାଲେଶ୍ୱର ଜିଲ୍ଲା ଭିତରେ ଯାଜପୁର ଥିଲା ଦ୍ୱିତୀୟ ପୁରାତନ ପୋ÷ର ପରିଷଦ । ୧୫୦ ବର୍ଷ ତଳେ ଏହାର ଜନସଂଖ୍ୟା ଥିଲା ମାତ୍ର ୧୧,୨୩୩ ।

 

୧୯୦୩ ମସିହା ମଇ ୩୧ ତାରିଖରେ ଯାଜପୁର ପୋ÷ର ପରିଷଦର ଅଧ୍ୟକ୍ଷ ଥିବା ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ତକ୍ରାଳୀନ କଟକ ଜିଲ୍ଲାପାଳଙ୍କୁ ଲେଖିଥିବା ପତ୍ରରେ ଦର୍ଶାଇଥିଲେ ଯେ, ଏହି ପରିଷଦର ପରିସୀମା ଥିଲା ୪ ବର୍ଗମାଇଲ । ପୋ÷ରାଂଚଳ ଭିତରେ ଥିଲା ମାତ୍ର ଦୁଇଟି ମେଟାଲ ରୋଡ଼୍ ଓ ଅନେକ ଗୁଡ଼ିଏ କଚା ରାସ୍ତା ଓ ଲେନ । ଏଇ ଇଲାକାରେ ଥିଲା ଅନେକଗୁଡ଼ିଏ ବାଉଁଶ ବଣ, ଧାନବିଲ ଓ ପାଣି ପଚପଚ ଜଳାଶୟମାନ । ୧୯୨୦ ମସିହା ଜୁନ୍ ୪ ତାରିଖରେ କଟକ ଜିଲ୍ଲାପାଳଙ୍କୁ ପ୍ରଦତ୍ତ ବାର୍ଷିକ ରିପୋର୍ଟରେ ଯାଜପୁରର ତତକାଳୀନ ପୋ÷ରାଧ୍ୟକ୍ଷ ରାୟ ବାହାଦୁର ଦୟାନିଧି ଦାସ ଲେଖିଥିଲେ ଯେ, ଏଇ ସହର ଥିଲା ହିନ୍ଦୁ ତୀର୍ଥଯାତ୍ରୀମାନଙ୍କ ପାଇଁ ଏକ ପ୍ରମୁଖ ପୀଠ । ବିଶେଷକରି ରଥଯାତ୍ରା ସମୟରେ ବଂଗଳା ଓ ପୂର୍ବଭାରତରୁ ଆସୁଥିବା ବହୁସଂଖ୍ୟକ ତୀର୍ଥଯାତ୍ରୀମାନେ ଏଇ ପୁରାତନ ସହରରେ ମୁଣ୍ଡ ଗୁଂଜୁଥିଲେ ।

 

ସମୟ ସୁଅରେ ଇତିମଧ୍ୟରେ ବିତିଯାଇଛି ସୁଦୀର୍ଘ ୧୫୦ ବର୍ଷ । ରାଜ୍ୟର ଏହି ପୁରାତନୀ ନଗରୀ- ଯେଉଁଠି ଦିନେ ଥିଲା ପ୍ରାଚୀନ ଉକ୍ରଳ ଭୂଖଣ୍ଡର ରାଜଧାନୀ, ସେଇ ଯାଜପୁର ପୋ÷ର ପରିଷଦ ଇତିମଧ୍ୟରେ ପାଳନ କରୁଛି ତା’ର ୧୫୦ ବର୍ଷର ସ୍ମରଣୀୟ ଯାତ୍ରାର ମହାର୍ଘ ସ୍ମାରକୀ । ଯାଜପୁର ପୋ÷ରପରିଷଦ ଅତିକ୍ରମ କରିଛି ତାର ୧୫୦ ବର୍ଷର କୀର୍ତ୍ତକୁ । ନୂଆ ସଂଭାବନା ଓ ନୂତନ ପ୍ରଗତି ସହିତ ଏଇ ନଗରୀ ସଭ୍ୟତାର ପୁନର୍ଲିଖନ ଆରମ୍ଭ ହୋଇଛି ପୁଣି ଥରେ । ଯାଜପୁର ସହରୀ ଢାଂଚାରେ ଆଧୁନିକ ଜ୍ଞାନକୋ÷ଶଳର ପ୍ରୟୋଗ, ସୁସ୍ଥ-ସୁନ୍ଦର-ସତେଜ ପରିବେଶ ସହିତ ପ୍ରଗତି ଓ ସଂସ୍କୃତିର ଏତେ ନୂଆ ଅଧ୍ୟାୟ ଯୋଡ଼ି ହେଉଛି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାଜପୁର ପୋ÷ର ପରିଷଦର ୧୫୦ ବର୍ଷ ସ୍ମାରକୀ ସମ୍ବଳିତ ତଥାଗତ ପଦ୍ମପାଣି ଧ୍ୟାନୀବୁଦ୍ଧଙ୍କ ମୂର୍ତ୍ତି ଅନାବରଣ ସହିତ ୨୫ କୋଟି ଟଙ୍କା ବ୍ୟୟରେ ‘କୁସୁମା’ ହ୍ରଦ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି । ୩୨ ଏକର ପରିସୀମା ମଧ୍ୟରେ ଆବଦ୍ଧ ଏଇ ଐତିହାସିକ କୁସୁମ ପର୍ଯ୍ୟଟନ ବିଭବ ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ଏକ ବିଶେଷ ପରିଚୟର ସ୍ୱାକ୍ଷର ରଖିଛି । ଏହାର ପ୍ରବେଶ ପଥରେ ରହିଛି ସରସ୍ୱତୀ ଓ ତଥାଗତ ଗୋ÷ତମ ବୁଦ୍ଧଙ୍କ ପ୍ରସ୍ତର ନିର୍ମିତ ମନୋରମ ବିଗ୍ରହ । ଏହାର ପ୍ରାଚୀର ଗାତ୍ରରେ ଖୋଦିତ ହୋଇଛି ଟେରାକୋଟା ଶିଳ୍ପୀଙ୍କ ମନୋରମ କାରିଗରୀ । ବୋ÷ଦ୍ଧ ଜାତକ ଗଳ୍ପର ଆଧାରରେ ଶାକ୍ୟ ସିଦ୍ଧାର୍ଥଙ୍କ ଜୀବନୀଗାଥା ରୂପାୟିତ ହୋଇଛି । କୁସୁମାର ଚତୁଃପାଶ୍ୱର୍ରେ ରୋପଣ କରାଯାଇଛି ବହୁବିଧ ପୁଷ୍ପ ଓ ଲତାଗୁଳ୍ମରାଜି । କୁସୁମା ନୀଳ ଜଳରାଶିର ପଶ୍ଚିମ ପାଶ୍ୱର୍ରେ ନିର୍ମିତ ହୋଇଛି ଯାଜପୁରର ସ୍ମରଣୀୟ ନଗରବଧୂ କୁସୁମେଶ୍ୱରୀଙ୍କ ଶ୍ୱେତମର୍ମରର ବିଶାଳ ପ୍ରତିକୃତି । ପଥଚାରୀଙ୍କ ପାଇଁ କୁସୁମା ଚତୁଃପାଶ୍ୱର୍ରେ ମାର୍ବଲ ଟାଇଲ୍ର ପ୍ରଦକ୍ଷଣ ପଥ ନିର୍ମିତ ହୋଇଛି । ଅତ୍ୟାଧୁନିକ ଜ୍ଞାନକୋ÷ଶଳରେ କୁସୁମାର ଜଳରାଶିରେ ନିର୍ମିତ ହୋଇଛି ଜଳଫୁଆର ସୃଷ୍ଟି କରୁଥିବା ଫାଉଣ୍ଟେନ । ଏହାସହିତ ତା’ରି ଭିତରେ ରହିଛି ଶିଶୁ ଉଦ୍ୟାନ । ସମଗ୍ର କୁସୁମା ପରିସରକୁ ସି.ସି.ଟିଭି କ୍ୟାମେରା ସଂଯୋଗ କରାଯାଇଥିଲାବେଳେ ଏହାକୁ ମଧ୍ୟ ୱାଇଫାଇ ସଂଯୁକ୍ତ କରାଯାଇଛି ।

 

ଦେଢ଼ଶହ ବର୍ଷରେ ଉପନୀତ ହୋଇଥିବା ପୋ÷ର ପରିଷଦର ସ୍ମାରକୀ ଅନାବରଣ ହୋଇଛି ପୁଣ୍ୟତୋୟା ବୈତରଣୀ ଉପକଣ୍ଠରେ । ୧୦ ଫୁଟ ଉଚ୍ଚତା ବିଶିଷ୍ଟ ତଥା ବଉଳମାଳ ପଥରରେ ନିର୍ମିତ ଧ୍ୟାନୀବୁଦ୍ଧ ମୂର୍ତ୍ତି ଏବଂ ଏହାସହିତ ସଂଲଗ୍ନ ହୋଇଛି କ୍ଷେତ୍ରେଶ୍ୱରୀ ବିରଜା ମନ୍ଦିର ଓ ସାହିମସଜିଦର ପ୍ରସ୍ତର ସ୍ମାରକୀ । ମହୋତ୍ସବ ଅବସରରେ ସମଗ୍ର ସହର ଆଲୋକମାଳାରେ ସୁସଜ୍ଜିତ ହୋଇଛି । ଏଥିସହିତ ବାଳାଶ୍ରମ ପଡ଼ିଆଠାରେ ଆୟୋଜିତ ହୋଇଛି ନବଦିନ ବ୍ୟାପୀ ବିଭିନ୍ନ ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମ । ଯାଜପୁର ଜିଲ୍ଲା ପ୍ରଶାସନର ସଫଳତାର ବାର୍ତ୍ତାକୁ ନେଇ ସଂଯୋଜିତ ହୋଇଛି ବିଭିନ୍ନ ଦିବସରେ ବିକାଶମୂଳକ କାର୍ଯ୍ୟକ୍ରମର ପର୍ଯ୍ୟଟନର ନୂଆ ନୂଆ ଫର୍ଦ୍ଦ । ମୋଟ ଉପରେ ପ୍ରାଚୀନ ଉକ୍ରଳର ରାଜଧାନୀ ଥିବା ଇତିହାସ ପ୍ରସିଦ୍ଧ ଯାଜପୁର ସହରକୁ ଏକ ସର୍ବାଙ୍ଗସୁନ୍ଦର ଓ ବିକଶିତ ସହରରେ ପରିଣତ କରିବାପାଇଁ ସର୍ବୋତ୍ତମ ପ୍ରୟାସ କରାଯାଉଛି ବୋଲି କହିଛନ୍ତି ଯାଜପୁର ଜିଲ୍ଲାପାଳ ରଂଜନ କୁମାର ଦାସ ।

 

ସଦସ୍ୟ, ଯାଜପୁର ଜିଲ୍ଲା ସଂସ୍କୃତି ପରିଷଦ
ଦୂରଭାଷ : ୯୪୩୭୨୨୬୭୯୭


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top