ବ୍ରହ୍ମପୁର ଭାଷା ଆନ୍ଦୋଳନର ବର୍ଷପୂତ୍ତି

News Story - Posted on 2018-03-27

ଓଡ଼ିଆ ଭାଷା ଆନ୍ଦୋଳନ ତରଫରୁ ୧୯୫୪ ଭାଷା ଆଇନ କାର୍ଯ୍ୟକାରୀ କରିବା ଭାଷା ଆଇନରେ ନିୟମାବଳୀ ପ୍ରଣୟନ କରି ଆଇନ ସଂଶୋଧନ କରିବା ସହ ଭାଷା ଆଇନ ଖିଲାପକାରୀଙ୍କୁ ଦଣ୍ଡ ବିଧାନ ପାଇଁ ବିଧାନ ସଭା ସମ୍ମୁଖରେ ପୁଣ୍ୟାତତ୍ମା ପ୍ରାକ୍ତନ୍ନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ପୀଠରୁ ପ୍ରତ୍ୟହ ସଂଧ୍ୟାରେ ଏକ ନୀରବ କଳା ପତାକା ପଦଯାତ୍ରା ଅବ୍ୟାହତ ରହିଛି । ଯାହା ୭୧୫ ଦିନରେ ପହଂଚିବା ସମୟରେ ବ୍ରହ୍ମପୁର ଭାଷା ଆନ୍ଦୋଳନର ନୀରବ କଳା ପତକା ପଦଯାତ୍ରା ଗୋଟିଏ ବର୍ଷ ପୂରଣ କରିଛି ।

 

ବ୍ରହ୍ମପୁର ଭାଷା ଆନ୍ଦୋଳନର ନୀରବ କଳା ପତକା ପଦଯାତ୍ରା ଗୋଟିଏ ବର୍ଷ ପୂରଣ କରିଛି । ବ୍ରହ୍ମପୁର ଭାଷା ଆନ୍ଦୋଳନର ନେତୃତ୍ୱ ନେଇଛନ୍ତି ଆବାହକ ଭାଷା ସାହିତ୍ୟ ସଂସ୍କୃତ ପ୍ରେମୀ ଉଦୀୟମାନ ଯୁବ ପ୍ରତିଭାଧର କବିରାଜ ଡ଼ାକ୍ତର ସାଗର ରଜନ ତ୍ରିପାଠୀ । ଗଂଜାମ ଜିଲ୍ଲାରେ ପୂର୍ବସୂରୀ ସ୍ୱଗତ ଦୀନବନ୍ଧୁ ପଟ୍ଟନାୟକଙ୍କୁ ପୂଣ୍ୟଶ୍ଳୋକ ଶଶି ଭୂଷଣ ରଥ ତଥା ଉଇଲିୟମ ମହାନ୍ତିଙ୍କ ପରେ ଜଣେ ଦକ୍ଷ ନିର୍ଭୀକ ସ୍ୱାଭିମାନୀ ଭାଷା ପ୍ରେମୀ ଭାବରେ ଡ଼ାକ୍ତର ସାଗର ରଂଜନ ତ୍ରିପାଠୀଙ୍କ ଅମଳିନ ବିଚାର ସଂପ୍ରତି ସମଗ୍ର ରାଜ୍ୟରେ ଚର୍ଚ୍ଚିତ । ଜଣେ ଡ଼ାକ୍ତର ହୋଇ ମଧ୍ୟ ଓଡ଼ିଶା ଭାଷା ଆନ୍ଦୋଳନ ଗଂଜାମର ଜଣେ ସାର୍ଥକ ସାରଥୀ ଭାବରେ ନିରବଚ୍ଛିନ୍ନ ୫୩ ସପ୍ତାହ ଧରି ପ୍ରତି ରବିବାର ଦିନ ଝୁଲମୁଣାଟିଏ ହାତର କଳା ଗଣ ବା ସହ ତିନି ଜଣ ବନ୍ଧୁ ଭାଷା ପ୍ରେମୀଙ୍କୁ ଧରି ବ୍ରହ୍ମପୁର ରାଜପଥରେ ଚାଲିବାର ଦୃଶ୍ୟ ବିରଳ ଓ ଅନନ୍ୟ ବୋଲି ବୁଦ୍ଧିଜୀବୀ ସାହିତ୍ୟକ ତଥା ଭାଷା ପ୍ରେମୀମାନେ ମତ ଦିଅନ୍ତି ।

 

ମାର୍ଚ୍ଚ ୨୫, ୨୦୧୮ ରବିବାର ଦିନ ବ୍ରହ୍ମପୁର ଭାଷା ଆନ୍ଦୋଳନର ଗୋଟିଏ ବର୍ଷ ପୂର୍ତ୍ତି ଅବସରରେ ଗୋପବନ୍ଧୁ ଛକରେ ସମବେତ ହୋଇଥିଲେ ଭାଷା ପ୍ରେମୀ । ସରକାର ଇତି ଅବସରରେ ଭାଷା ଆଇନ ଖିଲାପକାରୀଙ୍କୁ ଦଣ୍ଡ ଦେବାର ବିଚାର ରଖିଥିଲେ ସୁଦ୍ଧା ପ୍ରଶାସନିକ ବ୍ୟବସ୍ଥାରେ ଭାଷା ଆଇନକୁ ଦଣ୍ଡ ବିଧାନ ପାଇ ସରକାରଙ୍କ ନୀତିରେ ସ୍ୱଚ୍ଛତା ନାହିଁ । କେବଳ ନାମ ଫଳକକୁ ଓଡ଼ିଆ ଭାଷାରେ ଲେଖିଲେ ଦଣ୍ଡ କିନ୍ତୁ ବାବୁମାନେ ଭାଷା ଆଇନ ଖିଲାପ କଲେ ଦଣ୍ଡ ମିଳିବ ନାହିଁ କାହିଁକି ବୋଲି ପ୍ରଶ୍ନ ଉଠୁଛି ।

 

ସୁତରାଂ ଗୋଟିଏ ବର୍ଷ ପୂରଣରେ ସମଗ୍ର ସହର ସାହିତ୍ୟିକ ବୁଦ୍ଧିଜୀବୀ ଯୋଗଦେଇ ଭାଷା ଆନ୍ଦୋଳନର ମହନୀୟ ସନ୍ଦେଶକୁ ଚରିତ୍ରାର୍ଥ କରିବାକୁ ଭାଷା ପ୍ରେମୀମାନେ ଆହ୍ୱାନ ଦେଇଛନ୍ତି । ଏହି ଅବସରରେ ଅନୁଷ୍ଠିତ ବୈଠକରେ ଆବହକ ଡ଼ାକ୍ଟର ସାଗର ରଞ୍ଜନ ତ୍ରିପାଠୀ, କାର୍ଯ୍ୟକାରୀ ସଦସ୍ୟ – ଡ଼କ୍ଟର ସନ୍ତୋଷ କୁମାର ଦାସ, ଡ଼କ୍ଟର ଶିବ ପ୍ରସାଦ ମିଶ୍ର, ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ବିରୁପାକ୍ଷ ଦାସ, ଡ଼ାକ୍ଟର ପ୍ରାଣଚାନ୍ଦ ପଣ୍ଡା, ଏବଂ ଅନେକ ବୁଦ୍ଧିଜୀବି ଉପସ୍ଥିତ ଥିଲେ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top