ବଢ଼ୁଛି ପଖାଳର ଲୋକପ୍ରିୟତା

News Story - Posted on 2018-03-20

ସାମାଜିକ ଗଣମାଧ୍ୟମ ଜରିଆରେ କ୍ରମଶଃ ଲୋକପ୍ରିୟ ହେବାରେ ଲାଗିଛି ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ପଖାଳ ଓ ତାହାକୁ ନେଇ ରଚନା କରାଯାଇଥିବା ପଖାଳ ଦିବସ । ଜାତୀୟ ଓ ଅନ୍ତର୍ଜାତୀୟ କ୍ଷେତ୍ରରେ ଏଭଳି କୌଣସି ଦିବସକୁ ମାନ୍ୟତା ମିଳି ନଥିଲେ ମଧ୍ୟ ଗତ କିଛି ବର୍ଷ ଧରି ମାର୍ଚ୍ଚ ୨୦ ତାରିଖକୁ ବିଶ୍ୱବ୍ୟାପୀ ଉତ୍ସାହୀ ଓଡ଼ିଆମାନେ ପଖାଳ ଦିବସ ଭାବେ ପାଳନ କରି ଆସୁଛନ୍ତି ।

 

ଚଳିତ ବର୍ଷ ନୂଆଦିଲ୍ଳୀ ହଜ୍ ଖସ ଜଗନ୍ନାଥ ମନ୍ଦିରରେ ଓଡ଼ିଶାର ସାଂସଦମାନେ ପଖାଳ ଦିବସ ପାଳନ କରିଥିଲେ । ବିଜେଡି ସାଂସଦ ତଥାଗତ ସତପଥୀ ତାଙ୍କ ଫେସବୁକ୍ ପୃଷ୍ଠାରେ ଏହାର ବିବରଣୀ ଓ ଫଟୋ ପ୍ରକାଶ କରିଛନ୍ତି । ସେହିପରି ନୂଆଦିଲ୍ଲୀର ଦ ଇଣ୍ଟେଲେକ୍ଟ ନାମକ ଏକ ସଂସ୍ଥା ତରଫରୁ ମଧ୍ୟ ଖୋଲା ଆକାଶ ତଳେ ପଖାଳ ଦିବସ ପାଳିତ ହୋଇଥିଲା । ହାଇଦ୍ରାବାଦ, ବେଙ୍ଗାଲୁରୁ, ମୁମ୍ବାଇ ଆଦି ସହରରେ ଥିବା ଓଡ଼ିଆମାନେ ମଧ୍ୟ ଆଜି ପଖାଳ ଖାଇ ପଖାଳ ଦିବସ ପାଳନ କରିଛନ୍ତି । ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ ହୋଟେଲ ଓ ରେସ୍ତୋରାଁ ସ୍ୱ୍ତନ୍ତ୍ର ଭାବେ ପଖାଳ ପରଷା ଯାଇଥିଲା ।

 

ରାଜ୍ୟର ବିଭିନ୍ନ ଅଂଚଳର ଲୋକମାନେ ଘରେ ପଖାଳ ଓ ତା’କୁ ଖାପିଲା ଭଳିଆ ନାନାଦି ବ୍ୟଞ୍ଜନ ପ୍ରସ୍ତୁତ କରି ସେସବୁର ମଜ୍ଜା ନେବା ସହିତ ତତସଂପର୍କୀତ ଫଟୋଗୁଡ଼ିକୁ ଫେସବୁକ୍, ଟୁଇଟର ଓ ଇନଷ୍ଟାଗ୍ରାମ ଆଦି ସାମାଜିକ ଗଣମାଧ୍ୟମରେ ଅପଲୋଡ଼ କରିଛନ୍ତି । ଫେସବୁକରେ ସହସ୍ରାଧିକ ଫଟୋ ଅପଲୋଡ଼ ହୋଇଥିବାବେଳେ ଇନଷ୍ଟାଗ୍ରାମରେ ମଧ୍ୟ ଏହିପରି ୧୫୦୦ ଉପରେ ପଖାଳ ଫଟୋ ଅପଲୋଡ଼ ହୋଇଥିବା ଦେଖାଯାଇଛି ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top