ବୀର ଓଡ଼ିଆଙ୍କ ଭୀରୁ ଦାୟାଦ!

News Story - Posted on 2018-03-15

ସତ୍ୟବାଦୀ ବଳିଆରସିଂହ

 

ଭାଷା ସାହିତ୍ୟ, ସଂସ୍କୃତି ଗୋଟିଏ ଜାତି ବୈଭବର ପରିଚୟ ଦିଏ । ଆମ ଓଡ଼ିଶାର ଭାଷା ଓଡ଼ିଆ । ଏହା ମଧ୍ୟ ଏକ ପ୍ରାଚୀନ ଭାଷା । ଆର୍ଯ୍ୟ ଭାଷାମାନଙ୍କ ମଧ୍ୟରେ ସଂସ୍କୃତ ପରେ ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଛି । ଏହା ଓଡ଼ିଆମାନଙ୍କ ପାଇଁ ଗୌରବର ବିଷୟ । ଆମ ଭାଷା ବଙ୍ଗଳା, ହିନ୍ଦୀ, ତେଲୠୁ ଭାଷାଠାରୁ ପ୍ରାଚୀନ ଓ ସମୃଦ୍ଧ ବୋଲି ଯେତେ ଡିଣ୍ଡିମ ପିଟିଲେ ବି ଓଡ଼ିଆ ଭାଷାର ପ୍ରଚାର ପ୍ରସାର ଯେ ବାଧାପ୍ରାପ୍ତ ହେଉଛି ଏହା ନିଃସନ୍ଦେହରେ କୁହାଯାଇପାରେ । ଉପାନ୍ତ ଅଂଚଳରେ ପଡ଼ୋଶୀ ରାଜ୍ୟର ଭାଷା କାୟା ବିସ୍ତାର କରିଥିବା ବେଳେ ସହର ଅଂଚଳରେ ଶିକ୍ଷିତ ଲୋକଙ୍କ ଭାଷା ଇଂରାଜୀ କିମ୍ବା ହିନ୍ଦୀ ପ୍ରଭାବ ବିସ୍ତାର କରୁଛି । ଇଂରାଜୀ ମାଧ୍ୟମ ବିଦ୍ୟାଳୟମାନଙ୍କରେ ଓଡ଼ିଆ ପଢ଼ାଯାଉ ନାହିଁ । ଆସନ୍ତା ୧୦୦ ବର୍ଷ ମଧ୍ୟରେ ଓଡ଼ିଆ ଭାଷା ଲୋପ ପାଇବ ବୋଲି ୟୁନେସ୍କୋ ଯେଉଁ ତଥ୍ୟ ଦେଇଛି ତାହା ଆଶଙ୍କା ସୃଷ୍ଟି କରୁଛି । ପୂର୍ବତନ ସାଂସଦ ବୈଷ୍ଣବ ଚରଣ ପରିଡ଼ା, ସାମ୍ବାଦିକ ସୁଭାଷ ପଟ୍ଟନାୟକ ଓ ପ୍ରଦ୍ୟୁମ୍ନ ଶତପଥୀଙ୍କ ଭଳି କେତେକ ଭାଷା ସଚେତନ ବିଜ୍ଞ ବ୍ୟକ୍ତି ଭାଷା ସୁରକ୍ଷା ପାଇଁ ନିରନ୍ତର ଆନ୍ଦୋଳନ ଚଳାଇ ଆସିଛନ୍ତି । ଏପରିକି ଜଟଣୀରୁ ବିପିନ ବିହାରୀ ମହାନ୍ତି ଲେଖା ତଥା ସଂଗଠନ ମାଧ୍ୟମରେ ଏ କ୍ଷେତ୍ରରେ ବ୍ରତୀ ଅଛନ୍ତି । କିନ୍ତୁ ଏ କ୍ଷେତ୍ରରେ ସରକାର ଯେଭଳି ଅହେତୁକ ବିଳମ୍ବ କରୁଛନ୍ତି ବା ଧୀର ମନ୍ଥର ଗତିରେ ଛୋଟ ପିଲାଙ୍କୁ ଲଲି ପପ ଦେବା ଭଳି କାର୍ଯ୍ୟ ଘୋଷଣା ତାହା ସ୍ୱାଭିମାନୀ ଓଡ଼ିଆମାନଙ୍କୁ ଆଶ୍ଚର୍ଯ୍ୟ ଚକିତ କରୁଛି । ଭାଷା ଉଲ୍ଲଘଂନକାରୀମାନଙ୍କ ପାଇଁ ଯେ ପର୍ଯ୍ୟନ୍ତ ଦଣ୍ଡ ବ୍ୟବସ୍ଥା ହୋଇନାହିଁ ସେ ପର୍ଯ୍ୟନ୍ତ ଭାଷା ଆଇନ୍ କିଛି ବି ଫଳବତୀ ହେବ ନାହିଁ ।

 

ଜାନକୀ ବଲ୍ଲଭ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବାବେଳେ ନବକୃଷ୍ଣ ଚୌଧୁରୀଙ୍କ ଦ୍ୱାରା ହୋଇଥିବା ୧୯୫୪ ଭାଷା ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ଅଂଟା ଭିଡ଼ି ଥିଲେ । ଓଡ଼ିଆ ଟାଇପ୍ ମେସିନ୍ ଆଣିବା, ଓଡ଼ିଆରେ କାଗଜପତ୍ର ହେବା ଆଦି ସରକାରୀ ଦପ୍ତରରେ ଶତକଡ଼ା ୬୦ ଭାଗ ଆଗେଇଥିବା ବେଳେ ଅହଂକାରୀ ଅଧିକାରୀଙ୍କ ପାଇଁ ଦଣ୍ଡ ବ୍ୟବସ୍ଥା ନଥିବାରୁ ଏହା ସଫଳ ହେଲା ନାହିଁ । ଯଦି ଭାଷା ଉଲ୍ଲଘଂନକାରୀଙ୍କ ପାଇଁ ଦଣ୍ଡ ବ୍ୟବସ୍ଥା ଲାଗୁ ହୋଇଥାନ୍ତା ତେବେ ଓଡ଼ିଶାରେ ଓଡ଼ିଆ ସରକାରୀ ଭାଷା ହୋଇସାରିଥାନ୍ତା ।

 

ଓଡ଼ିଆ ଭାଷାକୁ ନେଇ ଓଡ଼ିଶା ରାଜ୍ୟ ସୃଷ୍ଟି ହେଲା । ଏପରିକି ସ୍ୱାଧୀନତା ପରେ ୧୯୫୪ ମସିହାରେ ନବକୃଷ୍ଣ ଚୌଧୁରୀ ମୁଖ୍ୟମନ୍ତ୍ରୀ ଥିବାବେଳେ ଓଡ଼ିଆ ସରକାରୀ ଭାଷା ରୂପେ ଆଇନ୍ ପ୍ରଣୟନ କରାଗଲା । କିନ୍ତୁ ତାହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରୁ ନାହିଁ ।

 

କପିଳେନ୍ଦ୍ର ଦେବ ଉକ୍ରଳ ସାମ୍ରାଜ୍ୟର ସମ୍ରାଟ ଥିଲେ । ସେ ଖ୍ରୀ୧୪୩୫ ରୁ ୧୪୬୫ ପର୍ଯ୍ୟନ୍ତ ଅର୍ଥାତ ସକାବ୍ଦ ୧୩୫୭ରୁ ୧୩୮୭ ପର୍ଯ୍ୟନ୍ତ ତିରିଶ ବର୍ଷ ରାଜତ୍ୱ କରିଥିଲେ । କପିଳେନ୍ଦ୍ରଙ୍କ ଅଭିଷେକ ଠାରୁ ‘କପିଳାବ୍ଦ’ ନାମକ ଏକ ନୂତନ ଅବ୍ଦ ପ୍ରଚଳିତ ହୋଇଥିଲା ଯାହା ଅଦ୍ୟାବଧି ଓଡ଼ିଆ ପାଞ୍ଜିମାନଙ୍କରେ ଲକ୍ଷ୍ୟ କରାଯାଏ । ମହା ପରାକ୍ରମୀ କପିଳେନ୍ଦ୍ର ଦେବ ବ୍ୟକ୍ତୠତ ଭାବେ ସାହିତ୍ୟ ଓ କଳାର ଜଣେ ପୃଷ୍ଠପୋଷକ ଥିଲେ । ସେ ସଂସ୍କୃତ ଭାଷା ଓ ସାହିତ୍ୟରୁ ଉକ୍ରଳକୁ ମୁକ୍ତ କରିବା ପାଇଁ ଓଡ଼ିଆ ଭାଷାକୁ ରାଜଭାଷାର ମାନ୍ୟତା ଦେଇଥିଲେ । ତାଙ୍କ ସମୟରେ ସାରଳା ଦାସ (ପୂର୍ବନାମ ସିଦେ୍ଧଶ୍ୱର ପରିଡ଼ା) ଓଡ଼ିଆ ମହାଭାରତ ଲେଖିଥିଲେ । ପ୍ରାଦେଶିକ ଭାଷାରେ ମହାଭାରତ ଲେଖାଯିବାରେ ଭାରତର ଏହା ପ୍ରଥମ । ଏହା ପୂର୍ବରୁ ସଂସ୍କୃତ ମହାଭାରତ ଥିଲା । କପିଳେନ୍ଦ୍ରଦେବ ସାହିତ୍ୟ ସ୍ରଷ୍ଟା ରୂପେ ତାଙ୍କ ପ୍ରତିଭା ଥିଲା ସର୍ବଜନ ବିଦିତ । ‘ପରଶୁରାମ ବିଜୟ’ ନାମକ ନାଟ୍ୟକୃତି ମାଧ୍ୟମରେ ସେ ନିଜର ସାହିତ୍ୟ ରସିକତା ଓ ପାଣ୍ଡିତ୍ୟର ପରିଚୟ ପ୍ରଦାନ କରିଛନ୍ତି ।

 

ବିହାର-ଓଡ଼ିଶା ବିଧାନସଭାରେ ୧୯୨୧ ମସିହା ନଭେମ୍ବର ୨୫ ତାରିଖରେ ଓଡ଼ିଶାରୁ ବିଧାୟକ ଭାବେ ପ୍ରତିନିଧିତ୍ୱ କରୁଥିବା ବାଗ୍ମୀ ବିଶ୍ୱନାଥ କର ଓଡ଼ିଆରେ ଭାଷଣ ଦେଇ ସ୍ୱତନ୍ତ୍ର ଓଡ଼ିଶା ଗଠନ ପ୍ରସ୍ତାବ ଦେଇଥିଲେ । ସେହିପରି ୧୯୬୭ ମସିହାରେ ପୁରୀରୁ ସଂଯୁକ୍ତ ସୋସିଆଲିଷ୍ଟ ଦଳର ପ୍ରାର୍ଥୀଭାବେ ନିର୍ବାଚିତ ହୋଇ ଲୋକସଭାର ପୂର୍ବତନ ବାଚସ୍ପତି ରବି ରାୟ ଲୋକସଭାରେ ଓଡ଼ିଆରେ ଭାଷଣ ଦେଇ ଭାଷା ସ୍ୱାଭିମାନର ପରାକାଷ୍ଠା ଦେଖାଇଥିଲେ । ଏବେ ସେ ସ୍ୱାଭିମାନର ପରାକାଷ୍ଠା ଆମମାନଙ୍କ ପାଖରେ ଅଛି କି? କଳିଙ୍ଗ ସମ୍ରାଟ ଖାରବେଳ ବା ଉକ୍ରଳ ସମ୍ରାଟ କପିଳେନ୍ଦ୍ର ଦେବ ଆମ ଓଡ଼ିଆ ମାଟିର ଯେଉଁ ଟେକ ରଖିଥିଲେ ତାହା ଆମେ କଂଚିତ ଭାବେ ମନେ ପକାଉଛେ କି?

 

ଇଂରେଜ ଶାସନରେ ଆମର ଏପରି ପତନ ଘଟିଲା ଯେ ବଙ୍ଗାଳୀମାନେ ଓଡ଼ିଆଭାଷାକୁ ଲୋପ କରିଦେବାକୁ ବସିଥିଲେ । ବାଲେଶ୍ୱରର ଶିକ୍ଷକ କାନ୍ତିଲାଲ ଭଟ୍ଟାଚାର୍ଯ୍ୟ କହିଥିଲେ - ‘ଓଡ଼ିଆ ଏକଟା ସ୍ୱତନ୍ତ୍ର ଭାଷା ନୟ’ । କିନ୍ତୁ ସେହି ବଙ୍ଗଳା ବା ଗୌଡ଼ଦେଶକୁ ଜୟକରି ଉକ୍ରଳର ନରପତିମାନେ ବହୁକାଳରୁ ଗୌଡ଼େଶ୍ୱର ଉପାଧିଧାରଣ କରି ଆସୁଥିଲେ । ଓଡ଼ିଆରେ ରାମାୟଣ, ମହାଭାରତ, ଭାଗବତ ବଙ୍ଗଳାର ବହୁ ପୂର୍ବରୁ ରଚିତ ହୋଇଥିଲା । ବଙ୍ଗ ପ୍ରଦେଶକୁ ଗୌଡ଼ ରାଜ୍ୟ କୁହାଯାଉଥିଲା । ପଂଚଗୌଡ଼ ମଧ୍ୟରୁ ରାଢ଼, ବାରେନ୍ଦ୍ର ନାମକ ଦୁଇଟି ଗୌଡ଼ ରାଜ୍ୟକୁ ଉକ୍ରଳୀୟମାନେ ଜୟ କରିଥିଲେ । ଏ ପ୍ରସଙ୍ଗରେ ଗୋଟିଏ ସଂସ୍କୃତ ଶ୍ଲୋକକୁ ଉଦ୍ଧାର କରାଯାଇପାରେ-

 

ରାଢ଼ ବରେନ୍ଦ୍ର ଯବନୀ ନୟନାଞ୍ଜନାଶୁ
ପୁରେଣ ଦୂର ବିନିବେଶିତ କାଳିମଶ୍ରୀଃ
ତଦ ବିପ୍ରଳୟ କରୁଣାଭୁତ ନିସ୍ତରଙ୍ଗା,
ଗଙ୍ଗାପି ନୂନମମୁନା ଯମୂନା ଧୂନାଭୂତ ।

 

ବିଶାଳ ଉକ୍ରଳର ଅତୀତ ଗୌରବଶାଳୀ ଥିଲେ ହେଁ ଖ୍ରୀ୧୫୬୮ରେ ପରାଧୀନ ହେବାପରେ ଆଫଗାନ, ମୋଗଲ, ମରହଟ୍ଟା ଓ ଇଂରେଜ ସ୍ୱାଧୀନତାରେ ଓଡ଼ିଶା ଭାଷାଭାଷୀ ଅଂଚଳ ଖଣ୍ଡ ବିଖଣ୍ଡିତ ହୋଇ ପଶ୍ଚିମ ବଙ୍ଗ, ଝାଡ଼ଖଣ୍ଡ, ଛତିଶଗଡ଼ ଓ ଆନ୍ଧ୍ର ରାଜ୍ୟରେ ରହିଗଲା । ଓଡ଼ିଶା ଭାଷାକୁ ଲୋପ କରିବା ପାଇଁ ବହୁ ଚକ୍ରାନ୍ତ ହୋଇଛି । ବଙ୍ଗଳା ଭାଷାକୁ ବାଲେଶ୍ୱର ଜିଲାର ଶିକ୍ଷା ବ୍ୟବସ୍ଥା ଉପରେ ଲଦି ଦେବାକୁ ବସିଲେ ଫକୀର ମୋହନ ସେନାପତିଙ୍କ ପ୍ରଚେଷ୍ଟାରେ ଭାଷା ଉପରେ ଅନୁଧ୍ୟାନ କରି ଇଂରେଜ ପ୍ରଶାସକ ସାର ଜନ ବିମ୍ସ ସରକାରଙ୍କୁ ରିପୋର୍ଟ ଦେଲେ -Looked at from the purity linguistic side, there is no doubt that oriya has ememplary proof of its indivisuality. At the period when oriya was already a settled and fixed language Bengali did not exist at all.

 

ଡ. ମାୟାଧର ମାନସିଂହ ତାଙ୍କ “ଓଡ଼ିଆ ସାହିତ୍ୟର ଇତିହାସ”ରେ ଲେଖିଛନ୍ତି - ଅନ୍ୟ କୌଣସି ଭାରତୀୟ ଭାଷାକୁ କେବଳ ନିଜର ସ୍ଥିତି ପାଇଁ ଏପରି କଠିନ ସଂଗ୍ରାମ କରିବାକୁ ପଡ଼ିନାହିଁ । ଯେପରି ଘଟିଛି ବିଚାରୀ ଓଡ଼ିଆ ଭାଷାର ଭାଗ୍ୟରେ ।

 

ଓଡ଼ିଆ ସରକାରୀ ଭାଷା କାର୍ଯ୍ୟକାରିତା ନେଇ ବହୁ ଅନୁଷ୍ଠାନ ପକ୍ଷରୁ ଆନ୍ଦୋଳନ ଚାଲିଛି । ରାଜ୍ୟ ସରକାର ଧୀର ମନ୍ଥର ଗତିରେ କିଛି କିଛି କାର୍ଯ୍ୟକାରୀ କରୁଛନ୍ତି । କିନ୍ତୁ ମୂଳ ଚାବିଟି ରଖିଛନ୍ତି ହାତରେ । ଅର୍ଥାତ ଭାଷା ଉଲ୍ଲଘଂନକାରୀଙ୍କ ପାଇଁ ଯେବେ ଦଣ୍ଡ ବ୍ୟବସ୍ଥା ନହୋଇଛି, ତେବେ ଓଡ଼ିଆ ଭାଷା ବଂଚିବା କଷ୍ଟକର ହେବ ନିଶ୍ଚୟ । ଏଣୁ ଦଣ୍ଡ ବ୍ୟବସ୍ଥା ଲାଗୁ କରିବା ଅପରିହାର୍ଯ୍ୟ । ଏ ପ୍ରସଙ୍ଗରେ ମଧୁବାବୁଙ୍କର ‘ଉକ୍ରଳ ସନ୍ତାନ’ର ଉକ୍ତି ଉଲ୍ଲେଖ କରୁଛି -

 

ତୁ ପରା ବୋଲାଉ ଉକ୍ରଳ ସନ୍ତାନ
ତେବେ କିମ୍ପା ତୁହି ଭୀରୁ
ତୋହର ଜନନୀ ରୋଦନ କରିଲେ
କହିବାକୁ କିମ୍ପା ଡରୁ ।


ବିଶ୍ୱାତ୍ମା, ଏମ୍-୨୩
ବିଡିଏ କଲୋନୀ, ଖୋର୍ଦ୍ଧା
ମୋ: ୯୨୩୭୦୮୯୫୦୯


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top