ଚିଟ୍ ଫଣ୍ଡ ଆଇନ କଠୋର ହେବ

News Story - Posted on 2018-02-20

ଅନିୟନ୍ତ୍ରିତ ଜମା ଯୋଜନା ଓ ଚିଟ୍ ଫଣ୍ଡ କାରବାର ନିଷେଧ ସଂକ୍ରାନ୍ତ ସଂଶୋଧନ ବିଧେୟକ-୨୦୧୮କୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରି ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ନିବେଶକଙ୍କ ଜମା ଅର୍ଥର ସୁରକ୍ଷା ପାଇଁ ଦୁଇଟି ବିଲ୍କୁ ମଂଜୁରୀ ପ୍ରଦାନ କରାଯାଇଛି । ଏ ଦୁଇଟି ବିଲ୍ ହେଲା ଅନିୟନ୍ତ୍ରିତ ଜମା ଯୋଜନା ନିଷେଧ ବିଲ୍,୨୦୧୮ ଓ ଚିଟ୍ଫଣ୍ଡ (ସଂଶୋଧନ) ବିଲ୍-୨୦୧୮ ।

 

କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଅନିୟନ୍ତ୍ରିତ ଜମା ଯୋଜନା କଟକଣା ବିଲ୍-୨୦୧୮କୁ ସଂସଦରେ ଆଗତ କରିବା ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ଦେଶରେ ଅବୈଧ ଜମା ସଂଗ୍ରହକୁ ନେଇ ରହିଥିବା ବିପଦର ମୁକାବିଲା କରିବା ହେଉଛି ଏହି ବିଲ୍ର ଉଦ୍ଦେଶ୍ୟ । ଏଭଳି ଯୋଜନା ଚଳାଉଥିବା କମ୍ପାନୀ ଓ ପ୍ରତିଷ୍ଠାନ ବର୍ତ୍ତମାନର ପ୍ରଚଳିତ ନିୟନ୍ତ୍ରକରେ ଥିବା ଫାଙ୍କ ଓ କଠୋର ପ୍ରଶାସନିକ ପଦକ୍ଷେପର ଅଭାବ ଯୋଗୁ ଗରିବ ଓ ନିରୀହ ଲୋକଙ୍କ କଷ୍ଟ ଲବ୍ଧ ସଂଚୟକୁ ଶୋଷଣ କରୁଛନ୍ତି । ଅନିୟନ୍ତିତ ଜମା ଯୋଜନା ନିଷେଧ ବିଲ୍-୨୦୧୮ ଦେଶବ୍ୟାପୀ ଅବୈଧ ଜମା ଯୋଜନା ନେଇ ରହିଥିବା ଆଶଙ୍କାର ମୁକାବିଲା କରିବ ବୋଲି ସରକାର ଆଶା କରୁଛନ୍ତି ।

 

ଏହି ବିଲ୍ରେ ଥିବା ବ୍ୟବସ୍ଥା ଅନୁସାରେ ନିୟମିତ ଜମା ଗ୍ରହଣ ସମ୍ପୂର୍ଣ୍ଣ ନିଷିଦ୍ଧ ହେବ । ଅନିୟନ୍ତ୍ରିତ ଜମା ସଂଗ୍ରହର ଯୋଜନାକୁ ପ୍ରୋତ୍ସାହନ ଦେବା ଅବା ପରିଚାଳନା ନିମନ୍ତେ ପ୍ରତିଷେଧକ ଦଣ୍ଡ ମିଳିବ । ଜମାକାରୀଙ୍କୁ ଅର୍ଥ ଫେରସ୍ତରେ ଜାଲିଆତି ନିମନ୍ତେ କଠୋର ଦଣ୍ଡର ବ୍ୟବସ୍ଥା ହେବ । ପ୍ରତିଷ୍ଠାନ ଦ୍ୱାରା ଜମା ସଂଗ୍ରହରେ ତ୍ରୁଟି ହେବା ସ୍ଥିତିରେ ଜମା ରାଶିର ଫେରସ୍ତ ସୁନିଶ୍ଚିତ କରିବା ନିମନ୍ତେ ରାଜ୍ୟ ସରକାର ସୃଷ୍ଟି କରିଥିବା ଅଧିକୃତ ପ୍ରାଧିକରଣକୁ କାର୍ଯ୍ୟରେ ତ୍ରୁଟି କରିଥିବା ପ୍ରତିଷ୍ଠାନର ସମ୍ପତିକୁ ବ୍ୟାଜ୍ୟାପ୍ତି କରିବାର କ୍ଷମତା ପ୍ରଦାନ କରାଯିବ । ଜମାକାରୀଙ୍କ ଅର୍ଥ ଫେରସ୍ତର ତଦାରଖ ଓ ଅଧିନିୟମ ଅନ୍ତର୍ଗତ ଅପରାଧିକ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପ୍ରାଧିକୃତ କୋର୍ଟ ଗଠନ ହେବ ।

 

ବିଧେୟକର ମୁଖ୍ୟ ବିଶେଷତ୍ୱଗୁଡ଼ିକ ହେଲା ଜମା ରାଶି ସଂଗ୍ରହକାରୀଙ୍କୁ କୌଣସି ଅନିୟନ୍ତ୍ରିତ ଜମା ଯୋଜନା ପାଇଁ ପ୍ରୋତ୍ସାହିତ କରିବା, ତାକୁ ପରିଚାଳନା କରିବା, ବିଜ୍ଞାପନ ଜାରି କରିବା ଅଥବା ଜମା ରାଶି ସ୍ୱୀକାର କରିବାରୁ ବିରତ କରାଇବ । ଏହାର ମୁଖ୍ୟ ନିୟମ ହେଉଛି କି ବିଧେୟକରେ ଅନିୟନ୍ତ୍ରିତ ଜମା ରାଶି ସଂଗ୍ରହ କରୁଥିବା ଗତିବିଧି ଉପରେ କଟକଣା ଲଗାଇବା, ଏହାକୁ ବର୍ତ୍ତମାନ ଆଇନ ଓ ନିୟାମକ ଢାଂଚା ପରିବର୍ତେ ପ୍ରତ୍ୟାଶିତ ଅପରାଧ ଭାବେ ବିବେଚନା କରାଯିବ, ଯାହା ପର୍ଯ୍ୟାପ୍ତ ସମୟ ସହ ଯଥାର୍ଥ ନିବେଶ ଉପରେ ଲାଗୁ ହେବ ।

 

ବିଧେୟକରେ ୩ଟି ଭିନ୍ନ ଭିନ୍ନ ପ୍ରକାରର ଅପରାଧ ନିର୍ଦ୍ଧାରଣ କରାଯାଇଛି, ଯେଉଁଥିରେ ଅନିୟମିତ ଜମା ଯୋଜନାର ପରିଚାଳନା, ନିୟମିତ ଜମା ଯୋଜନାରେ ଜାଲିଆତି ଓ ଅନିୟନ୍ତ୍ରିତ ଜମା ଯୋଜନାକୁ ଭୁଲ୍ ଢଙ୍ଗରେ ପ୍ରୋତ୍ସାହକ଼ୁ ସୁରକ୍ଷା ଦେଉଥିବା ବ୍ୟକ୍ତିଙ୍କ ପାଇଁ କଡ଼ା ଦଣ୍ଡ ଓ ଅଧିକ ଜରିମାନାର ପ୍ରାବଧାନ ରହିଛି । ବିଧେୟକରେ ପ୍ରାଧିକୃତ ଅଧିକାରୀଙ୍କ ଦ୍ୱାରା ସମ୍ପତିକୁ ବ୍ୟାଜ୍ୟାପ୍ତି କରିବା ଓ ଜମାକାରୀଙ୍କୁ ପୈଠ ନିମନ୍ତେ ସମ୍ପତିର ପରବର୍ତ୍ତୀ ଆଦାୟର ପ୍ରାବଧାନ କରାଯାଇଛି । ସମ୍ପତିର ବ୍ୟାଜ୍ୟାପ୍ତି ଓ ଜମାକାରୀଙ୍କୁ ଧନରାଶି ଫେରସ୍ତ ନିମନ୍ତେ ସ୍ପଷ୍ଟ ସମୟସୀମା ନିର୍ଦ୍ଧାରଣ କରାଯାଇଛି । ଦେଶରେ ଜମା ସଂଗ୍ରହକାରୀଙ୍କ ଗତିବିଧି ସମ୍ପର୍କରେ ତଥ୍ୟ ସଂଗ୍ରହ ଓ ଆଦାନପ୍ରଦାନ ନିମନ୍ତେ ଅନଲାଇନ ସେଂଟ୍ରାଲ ଡାଟାବେସ୍ ପ୍ରସ୍ତୁତ କରିବା ପାଇଁ ବିଧେୟକରେ ପ୍ରାବଧାନ ରହିଚି । ଏକ ବ୍ୟାପକ ସଂଘୀୟ ଆଇନ ହୋଇଥିବା ଯୋଗୁ, ବିଧେୟକ ରାଜ୍ୟର ଆଇନର ସର୍ବୋତ୍ତମ ଅଭ୍ୟାସକୁ ଗ୍ରହଣ କରିଛି, ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କୁ ଆଇନର ପ୍ରାବଧାନକୁ ଲାଗୁ କରିବାର ପ୍ରାଥମିକ ଉତରଦାୟିତ୍ୱ ମଧ୍ୟ ପ୍ରଦାନ କରିଛି ।

 

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍ ଚିଟ୍ଫଣ୍ଡ (ସଂଶୋଧନ) ବିଧେୟକ-୨୦୧୮କୁ ସଂସଦରେ ଆଗତକୁ ମଞ୍ଜୁରି ପ୍ରଦାନ କରିଛନ୍ତି । ଚିଟ୍ଫଣ୍ଡ କ୍ଷେତ୍ରର ସୁବ୍ୟବସ୍ଥିତ ବୃଦ୍ଧି ଓ ଚିଟ୍ଫଣ୍ଡ ଉଦ୍ୟୋଗ ମାର୍ଗରେ ଆସୁଥିବା ସମସ୍ୟାକୁ ସମାପ୍ତ କରିବା ସହ ଅନ୍ୟ ଆର୍ଥିକ ଉତ୍ପାଦକୁ ଲୋକଙ୍କ ନିକଟରେ ପହଂଚାଇବାକୁ ସୁନିଶ୍ଚିତ କରିବା ନିମନ୍ତେ ଚିଟ୍ଫଣ୍ଡ ଆଇନ-୧୯୮୨ରେ ନିମ୍ନଲିଖିତ ସଂଶୋଧନର ପ୍ରସ୍ତାବ କରାଯାଇଛି ।

 

ଚିଟ୍ ଫଣ୍ଡ ଆଇନ-୧୯୮୨ର ଅନୁଚ୍ଛେଦ ୨(ଖ) ଓ ୧୧(୧) ଅନ୍ତର୍ଗତ ବ୍ୟବସାୟ ନିମନ୍ତେ ‘ବନ୍ଧୁତ୍ୱ ପାଣ୍ଠି’ ଶବ୍ଦର ଉପଯୋଗ ତା’ର ଅନ୍ତର୍ନିହିତ ପ୍ରକୃତିକୁ ସ୍ପଷ୍ଟ କରିବ ଓ ଏକ ଭିନ୍ନ ଆଇନ ଅନ୍ତର୍ଗତ କଟକଣା ‘ପ୍ରାଇଜ୍ ଚିଟ୍’ରୁ ଏହାର କାର୍ଯ୍ୟକୁ ଅଲଗା କରାଇବ । ଚିଟ୍ର ଡ୍ର କରିବା ପାଇଁ ଅତିକମ୍ରେ ଦୁଇଜଣ ଗ୍ରାହକଙ୍କ ଆବଶ୍ୟକତାକୁ ବଜାୟ ରଖି ଓ କାର୍ଯ୍ୟକାରିତାର ଅଧିକୃତ ରିପୋର୍ଟ ପ୍ରସ୍ତୁତ କରିବା, ଚିଟ୍ଫଣ୍ଡ (ସଂଶୋଧନ) ବିଧେୟକ-୨୦୧୮ରେ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଅତିକମ୍ରେ ଦୁଇଜଣ ଗ୍ରାହକଙ୍କୁ ସାମିଲ କରିବା, ଯାହାଙ୍କ ରେକର୍ଡିଂ ଚିଟ୍ର ଅନ୍ତିମ ପର୍ଯ୍ୟାୟରେ ଗ୍ରାହକଙ୍କ ଉପସ୍ଥିତି ଭାବେ ଫୋରମ୍ୟାନ୍ ଦ୍ୱାରା କରାଯାଇଥାଏ, ସେଥିପାଇଁ ଅନୁମତି ଦେବ । ଫୋରମ୍ୟାନ୍ ପାଖରେ ପ୍ରୋସିଡିଂର ରିପୋର୍ଟ ରହିବ, ଯେଉଁଥିରେ ପ୍ରୋସିଡିଂର ଦୁଇ ଦିନ ଭିତରେ ଗ୍ରାହକଙ୍କ ସ୍ୱାକ୍ଷର ରହିବ । ଫୋରମ୍ୟାନର କମିଶନର ଅନ୍ତିମ ସୀମା ଅତିବେଶୀରେ ୫ ପ୍ରତିଶତରୁ ବୃଦ୍ଧି କରି ୭ ପ୍ରତିଶତ କରିବା, କାରଣ ଆଇନ ଲାଗୁ ହେବା ପର୍ଯ୍ୟନ୍ତ ଦର ଅପରିବର୍ତ୍ତନୀୟ । ତେବେ ମୁଣ୍ଡପିଛା ଖର୍ଚ୍ଚ ଓ ଅନ୍ୟ ଖର୍ଚ୍ଚରେ ଅନେକ ଗୁଣ ବୃଦ୍ଧି ହୋଇଛି ।

 

ଫୋରମ୍ୟାନ୍କୁ ଅଧିକାର ଦିଆଯିବ କି ସେ ଗ୍ରାହକଙ୍କଠାରୁ ବକେୟା ରାଶି ଆଣିବେ, ଯାହାଫଳରେ ଉକ୍ତ ଗ୍ରାହକଙ୍କୁ ଚିଟ୍ କମ୍ପାନୀ ଦ୍ୱାରା କ୍ଷତିପୂରଣର ଅନୁମତି ଦିଆଯାଇପାରିବ, ଯିଏକି ପୂର୍ବରୁ ହିଁ ଅର୍ଥ କାଢ଼ି ନେଇଥିବେ ଅବା ତାଙ୍କ ଦ୍ୱାରା ଜାଲିଆତିକୁ ରୋକାଯାଇ ପାରିବ । ଚିଟ୍ଫଣ୍ଡ ଆଇନ-୧୯୮୨ର ଅନୁଚ୍ଛେଦ ୮୫(ଖ)ରେ ସଂଶୋଧନ କରାଯାଇଛି ଯାହାକି ଚିଟ୍ ଫଣ୍ଡ ଆଇନ ପ୍ରସ୍ତୁତ କରିବା ସମୟରେ ୧୯୮୨ରେ ନିର୍ଦ୍ଧାରିତ ଶହେ ଟଙ୍କାର ସୀମାକୁ ସମାପ୍ତ କରାଯାଇପାରିବ । ରାଜ୍ୟ ସରକାରଙ୍କ ଦ୍ୱାରା ସିଲିଂ ନିର୍ଦ୍ଧାରଣ କରିବା ଓ ତାକୁ ସମୟ ସମୟରେ ବୃଦ୍ଧି କରିବା ପାଇଁ ଅନୁମତି ଦେବାର ପ୍ରାବଧାନ ରହିଛି ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top