ପାପଡ଼ାହାଣ୍ଡିରେ ବଢ଼ୁଛି ଲୁଟ

News Story - Posted on 2018-02-13

ଗତ କିଛି ଦିନ ଧରି ଜିଲ୍ଲାରେ ଲୁଟ ଘଟଣା ବୃଦ୍ଧି ପାଇବାରେ ଲାଗିଛି । ଗତ ଶନିବାର ଦିନ ପାପଡ଼ାହାଣ୍ଡି ବ୍ଲକ ଅନ୍ତର୍ଗତ ଲାଇବନ ପଦର ଆଶ୍ରମ ବିଦ୍ୟାଳୟର ଦୁଇ ଶିକ୍ଷୟତ୍ରୀ ତପସ୍ୱନୀ ମହାନ୍ତି ଓ ରେସମା ବେଗମ ସ୍କୁଟିରେ ଘରକୁ ଫେରୁଥିବାବେଳେ ଲୁଟର ଶିକାର ହୋଇଥିଲେ । ସେମାନଙ୍କଠାରୁ ଦୁର୍ବୃତ୍ତମାନେ ଛୁରୀ ଦେଖାଇ ସୁନା ଗହଣା ଟଙ୍କା ଆଦି ଲୁଟ କରିଥିଲେ ।

 

ଏହାର ଦୁଇ ଦିନ ପରେ ସୋମବାର ଦିନ ୧ଘଣ୍ଟା ୪୦ ମିନିଟ ସମୟରେ ପାପଡ଼ାହାଣ୍ଡି ପାତ୍ର ମେଡିକାଲ ଷ୍ଟୋର ସାମନାରେ ମଟର ସାଇକେଲ ଡିକିରୁ ଦୁର୍ବୃତ୍ତମାନେ ୧୦ ହଜାର ୫୦୦ ଟଙ୍କା ଲୁଟ କରିଛନ୍ତି । ଏହି ଲୁଟର ଶିକାର ହୋଇଛନ୍ତି ପାତ୍ରଗୁଡାର ସୁଶାନ୍ତ ହରିଜନ । ବ୍ୟାଙ୍କରୁ ଟଙ୍କା ଉଠାଇ ଘରକୁ ଫେରୁଥିବାବେଳେ ରାସ୍ତାରେ ଔ÷ଷଧ କିଣିବାକୁ ମେଡିକାଲ ଷ୍ଟୋରରେ ଅଟକିଥିଲେ ସୁଶାନ୍ତ । ତା’ରି ଭିତରେ ଏହି ଘଟଣା ଘଟିଗଲା ।

 

ଏହି ଲୁଟ ଦୃଶ୍ୟ ସିସିଟିଭିରେ ରେକର୍ଡ଼ ହୋଇଯାଇଛି । ଦୃଶ୍ୟରେ ପାତ୍ର ମେଡିକାଲ ସାମନା ପଟକୁ ଜଣେ ଦୁର୍ବୃତ୍ତ ସୁଶାନ୍ତଙ୍କ ଡିକିରୁ ଟଙ୍କା ଲୁଟ କରିବାବେଳେ ଅନ୍ୟ ଏକ ସହଯୋଗୀ ଏକ ବାଇକରେ ପ୍ରଥମ ଦୁର୍ବୃତ୍ତକୁ ସେଠାରୁ ଖସେଇ ନେବାରେ ସଫଳ ହୋଇଛି । ଏହି ଘଟଣା ସମ୍ପର୍କରେ ପାପାନାହାଣ୍ଡି ଥାନାରେ ମାମଲା ରୁଜୁ ହେବା ପରେ ପୋଲିସ ତଦନ୍ତ ଚଳାଇଛି ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top