କୁନା ତ୍ରିପାଠୀଙ୍କ ଗଂଜାମ ଭାଷାକୁ ନିନ୍ଦା

News Story - Posted on 2018-02-09

ଏକ ଘରୋଇ ଟିଭି ଚାନେଲର ଏକ କାର୍ଯ୍ୟକ୍ରମରେ ଓଡ଼ିଆ ସିନେ ଜଗତର କଳାକାର ତଥା ଉପସ୍ଥାପକ କୁନା ତ୍ରିପାଠୀ ଓଡ଼ିଶାର କୋଣାନୁକୋଣରେ କିପରି ଓଡ଼ିଆ ଭାଷା କୁହାଯାଏ ତାହାର ଅନୁକରଣ କରିଥିଲେ । ଏହାକୁ ନାପସନ୍ଦ କରିଛନ୍ତି ବ୍ରହ୍ମପୁର ସହରର ସାହିତ୍ୟିକ କବି ଭାଷାପ୍ରେମୀ ବୁଦ୍ଧିଜୀବୀ ।

 

ବ୍ରହ୍ମପୁର ସହରରେ ଓଡ଼ିଆ ଭାଷାର ବ୍ୟବହାର ରୁଚିପୂର୍ଣ୍ଣ । ଏଠାକାର ମଣିଷଙ୍କ ଜୀବନ ଶୈଳୀ ସାଂସ୍କୃତିକ ବିବିଧତାକୁ ଏକତାର ସୂତ୍ରରେ ବାନ୍ଧିଥିବା ଓଡ଼ିଆ ଭାଷାକୁ କୁନା ତ୍ରିପାଠୀଙ୍କୁ ଉପସ୍ଥାପନା ବ୍ୟଥିତ କରିଛି ବୋଲି ବ୍ରହ୍ମପୁର ଭାଷାପ୍ରେମୀ ଡ଼ାକ୍ତର ସାଗର ରଂଜନ ତ୍ରିପାଠୀ ଜଣାଇଛନ୍ତି । ସମଗ୍ର ଓଡ଼ିଶାରେ ଓଡ଼ିଆ ଭାଷାକୁ ଗଂଜାମର ଅବଦାନ ଅତୁଳନୀୟ କବି ସମ୍ରାଟ ଉପେନ୍ଦ୍ର ଭଂଜ ଓ କବିସୂର୍ଯ୍ୟ ବଳଦେବ ରଥଙ୍କ ଭୂଇଁରେ ଓଡ଼ିଆ ଭାଷା ଆମର ଜୀବନଧାରାର ଏକ ପରିଧାନ ସଦୃଶ । ଅରୁଚିକର ଭାବନା ଭିତରେ କୁନା ତ୍ରିପାଠୀ କଳାତ୍ମକ ଶୈଳୀରେ ବ୍ରହ୍ମପୁରର ଭାଷା ବ୍ୟବହାର ସଂପର୍କରେ ଯାହା କହିଲେ ତାହା କୌଣସି ଶିକ୍ଷିତ ସମାଜ ଗ୍ରହଣ କରିପାରିବେ ନାହିଁ । ସେ ବରଂ ନବୀନବାବୁଙ୍କ ଓଡ଼ିଆ ଭାଷା କହିଥିଲେ ହୁଏତ କାର୍ଯ୍ୟକ୍ରମ ଅଧିକ ଆକର୍ଷଣୀୟ ହୋଇଥାନ୍ତା ବୋଲି ତ୍ରିପାଠୀ କହିଛନ୍ତି । କଳା, ସାହିତ୍ୟ, ସଂସ୍କୃତି ଓ ଭାଷାର ଉନ୍ନତ କ୍ଷେତ୍ର ଗଂଜାମର ଭାଷାରେ ସରସତା ଓ ସୌହାର୍ଦ୍ଦ୍ୟ ଭରି ରହିଛି । ଜିଲ୍ଲାର ସାହିତ୍ୟିକମାନେ ଓଡ଼ିଆ ଭାଷା କୋଷକୁ ହଜାର ହଜାର ଶବ୍ଦ ଦେଇ ମାତୃଭାଷାକୁ ସମୃଦ୍ଧ କରିଛନ୍ତି ।

 

ଅନ୍ୟତମ ଗବେଷକ ଡ଼. ଅନନ୍ତ ରାମ କର କୌଣ୍ଡିନ୍ୟ ମଧ୍ୟ କହିଛନ୍ତି ଯେଉଁମାନେ ଗଂଜାମର ଇତିହାସ ପଢ଼ିନାହାନ୍ତି କି ବୁଝିନାହାନ୍ତି ସେମାନେ କୁନା ତ୍ରିପାଠୀଙ୍କ କଥା ଶୁଣି ଖୁସି ହୁଅନ୍ତି । କଳାର ସ୍ଥାନ ସ୍ୱତନ୍ତ୍ର । କଳାକାରର ସୃଜନତା ତାର ଅଭିନୟ କହେ । କିନ୍ତୁ ଗୋଟିଏ ଅଚଂଳର ଭାଷା ପ୍ରତି ଆକ୍ରମଣ ଜିଲ୍ଲାର ସାଂସ୍କୃତିକ ଭାବନା ପ୍ରତି କୁଠାରଘାତ । କୁନା ତ୍ରିପାଠୀ ଏକ ମୁକ୍ତ ମଂଚରେ ଠିଆ ହୋଇ ଯେଉଁମାନଙ୍କୁ କହୁଥିଲେ ଯେଉଁମାନେ ଆୟୋଜନ କରିଥିଲେ ସେମାନେ ଗଂଜାମ ଭାଷା ବ୍ୟବହାର ସଂପର୍କରେ କିଛି ଜାଣି ନାହାନ୍ତି ବୋଲି କହିଛନ୍ତି ଡକ୍ଟର କର ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top